କ’ଣ କୃଶକଙ୍କ ବିରୁଦ୍ଧରେ ଟୁଇଟ କରିଲା ପରେ ଏହି ଭିଡିଓରେ ଅଭିନେତା ଅଜୟ ଦେବଗନଙ୍କ ଉପରେ ଆକ୍ରମଣ ହେଉଛି? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ଅଭିନେତା ଅଜୟ ଦେବଗନଙ୍କ ନାମରେ ସୋଇଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ତାଙ୍କ ଉପରେ ଆକ୍ରମଣ ହେଉଅଛି ବୋଲି ଦାବି କରା ଯାଇଅଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ କିଛି ଗାଡ଼ି ଚିଡ଼ା ହୋଇଅଛି ଏବଂ ଏହା ପାଖରେ କିଛି ଲୋକ ଲଢେଇ କରୁଛନ୍ତି। 

ଫେକଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର? 

୨୯ ମାର୍ଚରେ ଜଣେ ଫେସବୁକ ୟୁଜର ଗୋଟିଏ ୟୁଟ୍ୟୁବ ଲିଙ୍କ ଶେୟାର କରି ଦାବି କରିଛନ୍ତି ଯେ ଅଜୟ ଦେବଗନଙ୍କୁ କୃଷକ ଆନ୍ଦୋଳନ ବିରୁଦ୍ଧରେ ଟୁଇଟ କରିବା ମହଙ୍ଗା ପଡ଼ିଲା। ଏହି ଭିଡିଓରେ ମଧ୍ୟ ଦାବି କରା ଯାଇଅଛି ଯେ ଭିଡିଓରେ ମାଡ଼ ଖାଉଥିବା ବ୍ୟକ୍ତି ଅଜୟ ଦେବଗନ ଅଟନ୍ତି। 

fb copy.jpg

Facebook | Archive

Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଘଟଣା ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୯ ମାର୍ଚରେ ୟୁଟ୍ୟୁବରେ ହିନ୍ଦୁସ୍ଥାନ ଟାଇମ୍ସ ଚ୍ୟାନାଲରେ ଏହି ଘଟଣା ବିଷୟରେ ପ୍ରସାରିତ ହେଇଥିବା ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ଦିଲ୍ଲୀ ବିମାନ ବନ୍ଦର ବାହାରେ ଦୁଇ ଦଳ ମଧ୍ୟରେ ଝଗଡ଼ାର ଗୋଟିଏ ଭିଡିଓ ଭାଇରାଲ ହେଇଛି। ଦିଲ୍ଲୀ ପୋଲିସ କହିବା ଅନୁଯାୟୀ ଏହି ଘଟଣା ୨୬ ମାର୍ଚରେ ଘଟି ଥିଲା। ଦୁଇ ଦଳରୁ ୧୫-୨୦ ଲୋକ ଏହି ଝଗଡ଼ାରେ ଯୋଗ ଦେଇଥିଲେ। ଝଗଡ଼ାରେ ସାମିଲ ଥୁଇବା ଦୁଇ ବ୍ୟକ୍ତି ତରଞ୍ଜିତ ସିଂହ ଏବଂ ନବୀନ କୁମାରଙ୍କ ମଧ୍ୟରେ ଏହି ଝଗଡ଼ା କାର ଦୁର୍ଘଟଣା ଯୋଗୁ ଘଟିଥିଲା। ପୋଲିସ ବର୍ତ୍ତମାନ ଏହି ଦୁଇ ବ୍ୟକ୍ତିଙ୍କୁ ଗିରଫ କରି ସାରିଛି। 

ଏନଡିଟିଭି କହିବା ଅନୁଯାୟୀ ଏହି ଘଟଣାରେ ତରଞ୍ଜିତ ସିଂହ ଏବଂ ନବୀନ କୁମାର ନାମକ ଦୁଇ ବ୍ୟକ୍ତିଙ୍କୁ ଗିରଫ କରା ଯାଇଅଛି। 

image2.png

NDTV | Archive

ଏହା ପରେ ଆମେ ଟୁଇଟରରେ ଯାଇ ଅଜୟ ଦେବଗନଙ୍କ ଟୁଇଟର ହେଣ୍ଡେଲ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ୨୯ ମାର୍ଚରେ ଅଜୟ ଦେବଗନ ଟୁଇଟ କରି କହିଛନ୍ତି ଯେ ତାଙ୍କ ପରି ଦେଖା ଯାଉଥିବା ଜଣେ ବ୍ୟକ୍ତି କିଛି ଅସୁବିଧା ପରିସ୍ଥିତିରେ ପଡ଼ିଛି। ସେ ପୋଷ୍ଟରେ ଥିବା ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ଭିଡିଓରେ ଥିବା ବ୍ୟକ୍ତି ସେ ନୁହନ୍ତି। 

Archive

ଶେଷକଥା

ଆମର ଅନୁସନ୍ଧାନରେ ଉପରୋକ୍ତ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପ୍ରମାଣିତ ହେଲା କାରଣ ଏହି ଭିଡିଓରେ ଦୁଇଟି ଗୋଷ୍ଠୀ ମଧ୍ୟରେ କାର ଦୁର୍ଘଟଣା ନେଇ ଝଗଡ଼ା ହୋଇଥିଲା। ଅଜୟ ଦେବଗନ ନିଜେ ଟୁଇଟର ମାଧ୍ୟମରେ ଦାବିକୁ ଖଣ୍ଡନ କରିଛନ୍ତି।

Avatar

Title:କ’ଣ କୃଶକଙ୍କ ବିରୁଦ୍ଧରେ ଟୁଇଟ କରିଲା ପରେ ଏହି ଭିଡିଓରେ ଅଭିନେତା ଅଜୟ ଦେବଗନଙ୍କ ଉପରେ ଆକ୍ରମଣ ହେଉଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *