କ’ଣ ରାସ୍ତାରେ ବସିଥିବା ବୃଦ୍ଧ ମହିଳାଙ୍କୁ ଜଣେ ଟ୍ରାଫିକ୍ ପୋଲିସ ଖାଇବାକୁ ଦେଉଥିବା ଫୋଟୋ କରୋନା ସମୟର ଅଟେ? ଜାଣନ୍ତୁ ସତ୍ୟ।

False Social

କରୋନା କାରଣରୁ ଅନେକ ଲୋକଙ୍କୁ ଅନେକ ପ୍ରକାର ଯନ୍ତ୍ରଣା ସହିବାକୁ ପଡ଼ୁଛି। ସାରା ଦେଶର ଲୋକେ ଏହି ରୋଗ ନେଇ ପିଡ଼ାରେ ଅଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ବସିଥିବା ବୃଦ୍ଧ ମହିଳାଙ୍କୁ ଜଣେ ଟ୍ରାଫିକ୍ ପୋଲିସ ଖାଇବାକୁ ଦେଉଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ଫୋଟୋ କରୋନା ସମୟର ଅଟେ। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବ୍ୟୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨ ଏପ୍ରିଲ ୨୦୧୮ ମସିହାରେ ଦି ଇଣ୍ଡିଆନ ଏକ୍ସପ୍ରେସ ପତ୍ରିକାରେ ଏହି ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ଅନୁଛେଦ ଅନୁଯାୟୀ ବି.ଗୋପାଳ ନାମକ ଜଣେ କୁକଟପାଳି ଟ୍ରାଫିକ୍ ପୋଲିସ ଥାନା କର୍ମୀ ଏହି ବୃଦ୍ଧ ମହିଳାଙ୍କୁ ରାସ୍ତାରେ ବସିଥିବା ଦେଖିଥିଲେ। ସେ ବୃଦ୍ଧ ମହିଳାଙ୍କୁ ଚା ଏବଂ ଖାଦ୍ୟ ଦେଇଥିଲେ। ଯେତେବେଳେ ସେ ଦେଖିଲେ ଯେ ସେହି ମହିଳା ଖାଇବାକୁ ଅସମର୍ଥ ହେଇଥିଲେ ସେ ତାଙ୍କୁ ନିଜେ ଖାଦ୍ୟ ଖୋଇଥିଲେ। 

TIE.jpg

The Indian Express | Archive

ଏହା ପରେ ଆମେ ଏହି ଘଟଣାକୁ ୟୁଟ୍ୟୁବରେ ମଧ୍ୟ ସର୍ଚ କରିଲୁ। ସର୍ଚ କରିଲା ପରେ ୩ ଏପ୍ରିଲ ୨୦୧୮ ମସିହାରେ ଏବିପି ନ୍ୟୁଜ ନିଜ ୟୁଟ୍ୟୁବ ଚ୍ୟାନାଲରେ ଏହି ଘଟଣା ବିଷୟରେ ଗୋଟିଏ ଭିଡିଓ ପ୍ରସାରିତ କରିଥିଲା। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲାଯେ ଭାଇରାଲ ହେଉଥିବା ଫୋଟୋ 2018 ମସିହାରୁ ଇଣ୍ଟର୍ନେଟ୍ ରେ ଉପଲବ୍ଧ ଅଛି। ଏହି ଫୋଟୋର କରୋନା ସମୟର ହେଇଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ।

Avatar

Title:କ’ଣ ରାସ୍ତାରେ ବସିଥିବା ବୃଦ୍ଧ ମହିଳାଙ୍କୁ ଜଣେ ଟ୍ରାଫିକ୍ ପୋଲିସ ଖାଇବାକୁ ଦେଉଥିବା ଫୋଟୋ କରୋନା ସମୟର ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *