ପ୍ରିୟଙ୍କା ରେଡ୍ଡିଙ୍କ ମୃତ୍ୟୁ ପରେ ଭାଇରାଲ ହେଉଥିବା 9833312222 ପ୍ରକୃତରେ 2018ରେ ବନ୍ଦ ହୋଇସାରିଛି

False Social

ହାଇଦ୍ରାବାଦର ଭେଟନାରି ଡକ୍ଟର ପ୍ରିୟଙ୍କା ରେଡ୍ଡି ଦୁଷ୍କର୍ମ ଘଟଣା ପରେ ସୋସିଆମ ମିଡ଼ିଆରେ ଏକ ହେଲ୍ପ ଲାଇନ ନମ୍ବର 9833312222 ଭାଇରାଲ ହେଉଛି। ଏହି ନମ୍ବରକୁ ନିର୍ଭୟା ହେଲ୍ପଲାଇନ ନମ୍ବର ବୋଲି ଦାବି କରାଯାଉଛି। ଏହି ନମ୍ବର ୱାଟ୍ସ ଅପ ଠାରୁ ଆରମ୍ବ କରି ଫେସବୁକ ପଯ୍ୟନ୍ତ ଭାଇରାଲ ହେଉଛି। ଭାଇରାଲ ହେଉଥିବା ମେସେଜରେ କୁହାଯାଇଛି ଯେ, ଏହି ନମ୍ବରକୁ ନିଜ ସ୍ତ୍ରୀ,ଭଉଣି ,ମାଁ ଏବଂ ଝିଅ ସାଙ୍ଗମାନଙ୍କ ପାଖକୁ ପାଠାଇ ଅଧିକରୁ ଅଧିକ ସେୟାର କରନ୍ତୁ। ଯଦି କୌଣସି ମହିଳା ସହିତ ଦୁଷ୍କର୍ମ ଅଥମା ଦୁର୍ବ୍ୟବହାର ହେଉଥିବାର ଲାଗିଲା ତେବେ ଦିୟାଯାଇଥିବା ନମ୍ବରରେ ଏକ ବ୍ଲାଙ୍କ ମେଜେସ ପଠାଇବେ। ଏହା ଦ୍ୱରା ପୁଲିସ ତମ ଲୋକେସନ ଟ୍ରାକକରି ତମ ସାହାଯ୍ୟ ପାଇଁ ପହଁଞ୍ଚିବ। ଏହି ନମ୍ବରକୁ ମହିଳାନଙ୍କ  ପାଖକୁ ସେୟାର କରିବା କଥା ଲେଖା ଯାଇଛି।

ଏହା ଛଡ଼ା ଏହି ମେସେଜକୁ ଫେସବୁକରେ ମଧ୍ୟ ସେୟାର କରାଯାଉଛି। କୁମାର ସନ୍ତୋସ ନାମକ ଜଣେ ଫେସବୁକ ୟୁଜର ଏହି ମେସେଜକୁ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି ।ଏହା ଛଡ଼ା କୁମାର ସନ୍ତୋସ ଏହି ମେସେଜକୁ ଅଧିକରୁ ଅଧିକରୁ ସେୟାର କରିବା ପାଇଁ କହିଛନ୍ତି। 

ଏଠାରେ ଲିଙ୍କ ଦେଖନ୍ତୁ – Fcae bookArchive

ତେବେ ଏହି ନମ୍ବରେ ମସେଜେ ଅଥବା କଲ କଲେ କ’ଣ ସତରେ ପୁଲିସ ଘଟଣା ସ୍ଥଳରେ ପହଁଚି ପାରିବ। କ’ଣ ଏହି ନମ୍ବର ସାହାଯ୍ୟରେ ମହିଳାମାନଙ୍କ  ସହିତ ହୋଇଥିବା ଦୁର୍ବ୍ୟବହାର ଅଥବା ଦୁସ୍କର୍ମକୁ ରୋକା ଯାଇପାରିବ। ଭାଇରାଲ ହେଉଥିବା ଏହି ମେସେଜ କେତେ ସତ୍ୟ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଭାଇରାଲ ହେଉଥିବା ଏହା ମେଜେସର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

 ଅନୁସନ୍ଧାନର ଆରମ୍ବରେ ଆମେ ଗୁଗୁଲରେ Nirbhaya help line number ଲେଖି ସର୍ଚ କରିଲୁ । ସର୍ଚରେ ଅମକୁ ଏହି ସମ୍ବନ୍ଧରେ କିଛି ପେଜ ମିଳିଳା। ଯେଉଁଥିରେ ନିର୍ଭୟା ହେଲ୍ପ ଲାଇନ ବିଷୟରେ ଲେଖା ଯାଇଥିଲା।   2015ରେ ମୁମ୍ବାଇ ମିରର ନାମକ ଏକ ନ୍ୟୁଜ ପେଜରେ ନିର୍ଭୟା ହେଲ୍ପଲାଇନ ବିଷୟରେ ଲେଖା ଯାଇଥିଲା। ନ୍ୟୁଜ ପେଜ ହିସାବରେ ମୁମ୍ବାଇ ରେଲୱେ ପୁଲିସ ନିର୍ଭୟା ହେଲ୍ପଲାଇନ ନମ୍ବର 9833312222 କୁ 2015 ମସିହାରେ ସିଟୀ ଟ୍ରେନରେ ଯାତ୍ରା କରୁଥିବା ମହିଳାଙ୍କ ସୁରକ୍ଷା ପାଇଁ ଆରମ୍ବ କରିଥିଲେ। ଏହି ନମ୍ବର କେବଳ ମୁମ୍ବାଇରେ ରହୁଥିବା ମହିଳାମାନଙ୍କ ପାଇଁ ଥିଲା।

ଏଠାରେ ପେଜର ଲିଙ୍କ ଦେଖନ୍ତୁ- Mumbai Mirror ।  Archive

ଏହାପରେ ଆମେ ଭାଇରାଲ ହେଉଥିବା ନମ୍ବରରେ କଲ କଲାପରେ ଜଣା ପଡ଼ିଲା ଯେ, ଏହି ନମ୍ବର ଏବେ ଆଉ ସେବାରେ ଉପଲବ୍ଧ ନାହିଁ। ଏହାପରେ ଆମେ ଗୁଗୁଲରେ ଏହା ନମ୍ବର କେବେ ବନ୍ଦହେଲା ସେ ବିଷୟରେ ସର୍ଚ କରିଲୁ। ଗୁଗୁଲରେ ଆମେ nirbhaya helpline number 9833312222 has been officialy closed ଲେଖି ସର୍ଚ କରିଲୁ। ଏହା ପରେ ଆମକୁ ଏକ ଲିଙ୍କ୍ ମିଳିଲା ଯେଉଁଥିରେ ଲେଖା ଯାଇଥିଲା ଯେ, 1 ଫେବୃଆରି 2018 ରୁ ଏହି ସେବା ବନ୍ଦ କରିଦିୟା ଯାଇଛି।  କିନ୍ତୁ ଆମେ ଏହି ପେଜକୁ ଖୋଲିବାକୁ ଚାହିଁଲୁ କିନ୍ତୁ ତାହା କୌଣସି କାରଣରୁ ଖୋଲିଲା ନାହିଁ।  

ଏଠାରେ ଲିଙ୍କ ଦେଖନ୍ତୁ- goole search

ଏହାପରେ ଆମେ ମୁମ୍ବାଇ ରେଲୱେ ପୋଲିସ କମିଶନର ୱେବପେଜରେ ଜାଇ ସର୍ଚ କରିଲୁ କି ଏପରି କୌଣସି ନମ୍ବର ମହିଳାଙ୍କ ସେବା ପାଇଁ ଅଛି ନା ନହିଁ। ମୁମ୍ବାଇ ରେଲୱେ ପୋଲିସ କମିଶନର ୱେବପେଜରେ ପାଇଲୁଯେ, ଏପରି କୌଣସି ନମ୍ବର ଏବେ ଏହି ପେଜରେ ପୋଷ୍ଟ କରାଯାଇ ନହିଁ।  

ଏଠାରେ ପେଜର ଲିଙ୍କ ଦେଖନ୍ତୁ- Mumbai railway police   । Arcive

ଏଥିରୁ ଜଣା ଗଲା ଯେ ଭାଇରାଲ କରାଯାଉଥିବା ନିର୍ଭୟା ନମ୍ବର ଏବେ ଆଉ ସେବାରେ ଉପଲବ୍ଧ ନାହିଁ। ଏଣୁ ଭାଇରାଲ ହେଉଥୁବା ମେସେଜ ମିଥ୍ୟା ଅଟେ।

ଶେଷକଥା-

ଆମ ଅନୁସନ୍ଧାନରୁ ଜାଣିଲୁ ଯେ, ନିର୍ଭୟା ହେଲ୍ପ ଲାଇନ ନମ୍ବର ଫେକ ଅଟେ। ଏହି ନମ୍ବର 2015ରେ ମୁମ୍ବାଇ ରେଳୱେ ପୁଲିସ ଦ୍ୱାରା  କେବଳ ମହିଳାଙ୍କ ପାଇଁ ଆରମ୍ବ କରାଯାଇଥିଲା। ଏହି ଯୋଜନାକୁ ଭଲ ପ୍ରତିକ୍ରିୟା ନ ମିଳିବାରୁ 1 ଫେବୃଆରି 2018ରେ ଏହି ସେବା ବନ୍ଦ କରି ଦିୟା ଯାଇଛି। ଏଣୁ ଭାଇରାଲ ହେଉଥିବା ନାର୍ଭୟା ମେଜେସ ସମ୍ପୁର୍ଣ୍ଣ ମିଥ୍ୟା ଅଟେ। 

Avatar

Title:ପ୍ରିୟଙ୍କା ରେଡ୍ଡିଙ୍କ ମୃତ୍ୟୁ ପରେ ଭାଇରାଲ ହେଉଥିବା 9833312222 ପ୍ରକୃତରେ 2018ରେ ବନ୍ଦ ହୋଇସାରିଛି

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *