
ସୋସିଆଲ ମିଡିଆରେ ଅଡିତ ଡୋୱାଲଙ୍କ ନାମରେ କିଛି ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଟ୍ୱିଟରେ ଦାବି କରାଯାଇଛି ଯେ, 370 ଏବେ ଦେଖିଲ ଏବେ ପିଓକେ ବହୁତ ଜଲ୍ଦି ଆମର ହେବ। ଏବା ଛଡ଼ା ଅନ୍ୟ ଦୁଇଟି ଟ୍ୱିଟମଧ୍ୟ ପୋଷ୍ଟ କରାଯାଇଛି, ଯେଉଁଥିରେ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଉଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଟ୍ୱିଟ ଅଜିତ ଡୋୱାଲଙ୍କ ଦ୍ୱାରା କରାଯାଇ ନାହିଁ।
19 ଜୁନରେ Tridip kumar Nandi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ପୋଷ୍ଟ ଟ୍ୱିଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, #ଡୋଭାଲଜୀ ଙ୍କ ସୁଚନା ଦେବାର ଟାଇମିଂରୁ ଯାହା ଜଣା ପଡୁଛି କିଛି ଗୋଟାଏ ବଡ ହେବାକୁ ଯାଉଛି…..। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 3ଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଅଜିତ ଟୋୱାଲ ପିଓକେ ଖିବ ଜଲଦି ଭାରତର ହେବ ଟ୍ୱିଟ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଟ୍ୱିଟ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଟ୍ୱିଟର ଆକାଉଣ୍ଟ ମିଳିଲା। Ajit Doval ନାମରେ ପୋଷ୍ଟ କରାଯାଇଥିବା ଆକାଉଣ୍ଟ ଫେକ ଅଟେ। ଆକାଉଣ୍ଟର ବର୍ଣ୍ଣନାରୁ ଏହା ସ୍ପଷ୍ଟ ହୋଇଛି ଯେ ଆକାଉଣ୍ଟ ଅଜିତ ଡୋଭାଲଙ୍କ ‘ଫ୍ୟାନ୍ କ୍ଲବ୍’ ଦ୍ୱାରା ଚଲାଯାଉଚି। ଏହା ଛଡ଼ା ମିଳିଥିବା ଆକାଉଣ୍ଟ 21 ଏପ୍ରିଲ 2021ରେ ପ୍ରସ୍ତୁତ କରାଯାଇଛି। ‘ଫ୍ୟାନ୍ ଆକାଉଣ୍ଟ୍’ ସୃଷ୍ଟି କରିବାକୁ ଅନୁମତି ଦେଇଥିବା Twitter ନୀତି ଏଠାରେ ପଢ଼ା ଯାଇପାରିବ। ଅଧିକ ସୂଚନ ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ Ajit Doval ଫ୍ୟାନ୍ କ୍ଲବ୍’ ଆକାଉଣ୍ଟ ଦେଖନ୍ତୁ।
ଏହା ଛଡ଼ା ଭାଇରାଲ Twitter ପୋଷ୍ଟ ଏଠାରେ ଦେଖିନ୍ତୁ। ଯାହାକି ଫେକ ଆକାଉଣ୍ଟରୁ ଭାଇରାଲ କରାଯାଉଛି। ଏହା ଛଡ଼ା ଆମକୁ ଗୁଗୁଲରେ ଅନେତ ସର୍ଚ୍ଚ ପରେ ମଧ୍ୟ ଅଜିତ ଡୋୱେଲଙ୍କ କୌଣସି ଓଫିସିଆଲ ଟ୍ୱିଟର ଆକାଉଣ୍ଟ ମିଳିଲା ନାହିଁ। ଏହା ପୂର୍ବରୁ ମଧ୍ୟ ଅଜିତ ଡୋୱେଲଙ୍କ ନାମରେ ଅନେକ ଫେସ ଟ୍ୱିଟର ଆକାଉଣ୍ଟ ଖୋଲି ମିଥ୍ୟା ଦାବିରେ ଖବର ଭାଇରାଲ କରାଯାଇଛି।
ଶେଷକଥା–
ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଟ୍ୱିଟର ଆକାଉଣ୍ଟ ଫେକ ଅଟେ। ଅଜିତ ଡୋୱେଲଙ୍କର ଟ୍ୱିଟର ପେଜରେ କୌଣସି ଓଫିସିଆଲ ଆକାଉଣ୍ଟ ନାହିଁ।

Title:ଅଜିତ ଡୋୱେଲଙ୍କ ନାମରେ ଭାଇରାଲ ହେଉଛି ଫେକ ଟ୍ୱିଟର ପୋଷ୍ଟ ।
Fact Check By: Saritadevi SamalResult: False
