କ’ଣ ପୋଷ୍ଟ ହୋଇଥିବା ପ୍ରଥମ ଫୋଟୋ ଟିପ୍ପୁ ସୁଲତାନଙ୍କ ଅସଲି ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

False Political Social

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦୁଇଟି ଫୋଟୋର ତୁଳନା କରି ଦାବି କରା ଯାଇଅଛି ଯେ ଏହା ମଧ୍ୟରୁ ଗୋଟିଏ ଫୋଟୋ ଅସଲି ତିପୁ ସୁଲତାନଙ୍କ ଫୋଟୋ ଅଟେ ଏବଂ ଅନ୍ୟ ଫୋଟୋ କଂଗ୍ରେସ ଦଳ ଦ୍ଵାରା ନକଲି ତିପୁ ସୁଲତାନଙ୍କ ଫୋଟୋକୁ ପୁସ୍ତକରେ ପ୍ରକାଶିତ କରା ଯାଇଛି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ପୋଷ୍ଟରେ ପ୍ରଥମ ଫୋଟୋରେ ଥିବା ବ୍ୟକ୍ତି ଜଣ କିଏ। ଆମେ ପ୍ରଥମର ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରି ଦେଖିଲୁ। ଫଳାଫଳରେ ଆମକୁ ଗେଟ୍ଟୀ ଇମେଜେସ୍ ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହୋଇଥିବା ମିଳିଲା। ଗେଟ୍ଟୀ ଇମେଜେସ୍ ଅନୁଯାୟୀ ଏହି ବ୍ୟକ୍ତି ହେଉଛନ୍ତି ଟିପ୍ପୁ ଟିପ ଏବଂ ତାଙ୍କ ପ୍ରକୃତର ନାମ ହେଉଛି ‘ହମଦ ବିନ ମହମ୍ମଦ ବିନ ଜୁମାହ’ ତାଙ୍କ ଜନ୍ମ ୧୮୩୭ ମସିହାରେ ହେଇଥିଲା। ସେ ଦାସ ବ୍ୟବସାୟୀ କରୁଥିଲେ। 

getty.jpg

Getty Images | Archive

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ସମାନ ଫୋଟୋ ଆମକୁ ସ୍ପେନ୍ ଦେଶର ଏକ ଇତିହାସ ୱେବସାଇଟରେ ମଧ୍ୟ ଦେଖିବାକୁ ମିଳିଲା। ଦି ଇଲଷ୍ଟ୍ରେଟେଡ୍ ଲଣ୍ଡନ ନ୍ୟୁଜ ନାମକ ପତ୍ରିକାର ଏକ ପ୍ରକାଶନରେ ଏହି ଫୋଟୋ ପ୍ରକାଶିତ କରା ଯାଇଥିଲା। ଏହି ଫୋଟୋ ତଳେ ମଧ୍ୟ ଲେଖା ଯାଇଅଛି ଯେ ଏହି ବ୍ୟକ୍ତିଙ୍କ ନାମ ଟିପ୍ପୁ ଟିପ ଅଟେ। 

historia.jpg

Website | Archive

ଏହା ପରେ ଆମେ ଇଣ୍ଟର୍ନେଟରେ ବିଭିନ୍ନ ସ୍ଥାନରେ ଟିପପୁ ସୁଲତାନଙ୍କ ପ୍ରତିଛବି ଖୋଜିବା ଆରମ୍ଭ କରିଲୁ। ହିଷ୍ଟ୍ରି ଟୁଡେ ନାମକ ୱେବସାଇଟରେ ଆମକୁ ଟିପପୁ ସୁଲତାନଙ୍କ ଏକ ପ୍ରତିଚାବି ପ୍ରକାଶିତ ଅଇଥିବା ମିଳିଲା। ଏହି ୱେବସାଇଟରେ ତାଙ୍କ ଜୀବନୀ ମଧ୍ୟ ଉଲ୍ଲେଖ କରା ଯାଇଛି। 

HT.jpg

History Today | Archive

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପୋଷ୍ଟରେ ଥିବା ପ୍ରଥମ ଫୋଟୋ ଟିପପୁ ସୁଲତାନଙ୍କ ଅସଲି ଫୋଟୋ ନୁହେଁ। ଟିପପୁ ଟିପ ନାମକ ଜଣେ ଦାସ ବ୍ୟବସାୟୀ କରୁଥିବା ବ୍ୟକ୍ତିଙ୍କ ଫୋଟୋକୁ ଟିପପୁ ସୁଲତାନଙ୍କ ଅସଲି ଫୋଟୋ କହି ଭାଇରାଲ କରା ଯାଉଛି।

Avatar

Title:କ’ଣ ପୋଷ୍ଟ ହୋଇଥିବା ପ୍ରଥମ ଫୋଟୋ ଟିପ୍ପୁ ସୁଲତାନଙ୍କ ଅସଲି ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *