କ’ଣ ମାରୁତି ସୁଜୁକି କମ୍ପାନୀ ନିଜ ୪୦ ତମ ବାର୍ଷିକୀ ଅବସରରେ ଲୋକଙ୍କୁ ମାଗଣା ପୁରସ୍କାର ଜିତିବା ସୁଯୋଗ ଦେଉଛି କି? ଜାଣନ୍ତୁ ସତ୍ୟ।

False Social

ୱ୍ହାଟ୍ସଅପ୍ ରେ ଗୋଟିଏ ଲିଙ୍କ ବର୍ତ୍ତମାନ ଭାଇରାଲ ହେଉଛି। ଏହି ଲିଙ୍କର ଦାବି କରା ଯାଇଅଛି ଯେ ମାରୁତି ସୁଜୁକି ନିଜ ୪୦ ତମ ବାର୍ଷିକୀ ଅବସରରେ ଲୋକଙ୍କୁ ମାଗଣା ଉପହାର ଦେଉଛି। ଏହି ବିଷୟରେ ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସଅପ୍ ଫ୍ୟାକ୍ଟ ଲାଇନ ନମ୍ବରର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଲା। 

ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଲିଙ୍କକୁ ମିଥ୍ୟା ବୋଲି ପାଇଲା। 

Screenshot_20210901-172854.png
FWS.jpg

Website

ଆମ ଅନୁସନ୍ଧାନ: 

ଏହି ଲିଙ୍କରେ କ୍ଲିକ୍ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ପୂର୍ବରୁ ମଧ୍ୟ ଆମେ ଏହି ପରି ଅନ୍ୟ କମ୍ପାନୀ ନାମରେ ଭାଇରାଲ ହେଉଥିବା ଗୁଜବକୁ ମିଥ୍ୟା ପ୍ରମାଣିତ କରିଛୁ। ସେହି କମ୍ପାନୀ ମାନଙ୍କ ମଧ୍ୟରୁ ଦୁଇଟି କମ୍ପାନୀ ହେଉଛି ଆମାଜନ ଏବଂ ଟାଟା ମୋଟର୍ସ। 

ମାରୁତି ସୁଜୁକି ନାମରେ ଭାଇରାଲ ହେଉଥିବା ଲିଙ୍କ ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ଆଗେ ସର୍ଚ କରିଲୁ ଯେ ମାରୁତି କମ୍ପାନୀର ୧୫ ତମ ବାର୍ଷିକୀ କେବେ ଥିଲା। ଏହା ଜାଣିବା ପାଇଁ ଆମେ କମ୍ପାନୀ ୱେବସାଇଟ ଯାଇ ତାଙ୍କ ଏବାଉଟ୍ ଅସ୍ ପ୍ୟାଜରେ ଏହି ବିଷୟରେ ସର୍ଚ କରିଲୁ। ଫଳାଫଳରେ ଆମକୁ ଏହା ତଥ୍ୟ ମିଳିଲା ଯେ କମ୍ପାନୀର ସ୍ଥାପନା ୧୯୮୩ ମସିହାରେ ହୋଇଥିଲା। ତେଣୁ ଏହି କମ୍ପାନୀର ୪୦ ତମ ବାର୍ଷିକୀ ୨୦୨୩ ମସିହାରେ ହେବାକୁ ଯାଉଛି। ଚଳିତ ବର୍ଷରେ ୪୦ ତମ ବାର୍ଷିକୀ ପାଳନ କରିବା ଦାବି ମିଥ୍ୟା ଅଟେ। 

MSAU.jpg

Maruti Suzuki | Archive

ଏହା ପରେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଏସଏଚବିଡ଼ି ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲା ପରେ ଆମକୁ ଫଳାଫଳରେ ୩୧ ଅଗଷ୍ଟ ରେ ଏଏନଆଇ ନ୍ୟୁଜ ୱେବସାଇଟରେ ଏହି ମେସେଜ୍ ଟି ମିଥ୍ୟା ଏବଂ କ୍ଷତିକାରକ ବୋଲି ଜଣା ପଡିଲା। ଏହି ମେସେଜ୍ ଏକ ଘୋଟାଲା ହେଇଥିବାରୁ ଏହା ଠାରୁ ଦୂରେଇ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରା ଯାଇଅଛି। 

ଏହି ଅଭିଯାନ ମାରୁତି ସୁଜୁକିର ଏକ ଅଫାର ବୋଲି ଦର୍ଶାଉଛି କିନ୍ତୁ ଏହା ମାରୁତିର ଅଫିସିଆଲ ୱେବସାଇଟରେ ପ୍ରକାଶିତ ନହୋଇ ଏକ ଅଜ୍ଞାନ୍ତ ୱେବସାଇଟରୁ ଆସିଥିବା କାରଣରୁ ସନ୍ଦେହଜନକ ଜଣା ପଡିଛି। 

ANI.jpg

ANI 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ୱ୍ହାଟ୍ସଅପ୍ ରେ ମାରୁତି ସୁଜୁକିର ୪୦ ତମ ବାର୍ଷିକୀ ନେଇ ଭାଇରାଲ ହେଉଥିବା ମେସେଜ୍ ରେ କୌଣସି ସତ୍ୟତା ନାହିଁ। ଏହି ଅଭିଯାନ ମାରୁତି କମ୍ପାନୀ ଦ୍ଵାରା ପ୍ରାରମ୍ଭ କରା ଯାଇ ନାହିଁ। ଏହା ଏକ କ୍ଷତିକାରକ ୱେବସାଇଟରୁ ସୃଷ୍ଟି କରା ଯାଇଛି।

Avatar

Title:କ’ଣ ମାରୁତି ସୁଜୁକି କମ୍ପାନୀ ନିଜ ୪୦ ତମ ବାର୍ଷିକୀ ଅବସରରେ ଲୋକଙ୍କୁ ମାଗଣା ପୁରସ୍କାର ଜିତିବା ସୁଯୋଗ ଦେଉଛି କି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *