
ଟି୨୦ ବିଶ୍ଵ କପ୍ ରେ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ପାକିସ୍ତାନ ଭାରତକୁ ପରାସ୍ତ କରିଥିଲା। ଏହା ପରେ କାଶ୍ମୀରର କିଛି କଲେଜର ଛାତ୍ର ମାନଙ୍କ ଦ୍ଵାରା ଉତ୍ସବ ପାଳନ କରୁଥିବା ଭିଡିଓ ସାମନାକୁ ଆସିଥିଲା। ଏହି ସମ୍ବନ୍ଧରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଶ୍ରୀନଗର ମେଡିକାଲ କଲେଜରେ ପାକିସ୍ତାନ ଜିନ୍ଦାବାଦର ନାରା ଦେଉଥିବା ଛାତ୍ରୀ ମାନଙ୍କର ମେଡିକାଲ ଡିଗ୍ରୀ ସରକାର ଦ୍ଵାରା ବାତିଲ କରି ଦିଆ ଯାଇଛି ଏବଂ ସେ ମାନେ ଆଉ ଡାକ୍ତର ହୋଇ ପାରିବେ ନାହିଁ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟରେ ସୂଚନା ଏକତ୍ର କରିବା ପାଇଁ ଗୁଗୁଲରେ ବିଭିନ୍ନ ମୁଖ୍ୟଶଡ ବ୍ୟବହାର କରି ସର୍ଚ୍ଚ କରିଲୁ। କିନ୍ତୁ ଏହି ସମ୍ବନ୍ଧରେ ଆମକୁ କୌଣସି ସମ୍ବାଦ ମିଳିଲା ନାହିଁ। ଏଭଳି ଏକ ବିବାଦୀୟ ଏବଂ ବଡ ଖବର ବିଷୟରେ ଗଣମାଧ୍ୟମରେ ଚର୍ଚା ହେଉନଥିବାରୁ ଭାଇରା ଦାବି ମିଥ୍ୟା ହୋଇଥିବା ସନ୍ଦେହ ହେଲା।
ଏହା ପରେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଶ୍ରୀନଗରର କେଉଁ କଲେଜ ଛାତ୍ର ମାନେ ଏହି ଘଟଣା ସମୟରେ ଉପସ୍ଥିତ ଥିଲେ। ଚଳିତ ବର୍ଷ ୨୬ ଅକ୍ଟୋବରରେ ଜନସତ୍ତା ଦ୍ଵାରା ପ୍ରକାଶିତ ଏକ ଖବର ଅନୁଯାୟୀ ଶ୍ରୀନଗରର ଦୁଇଟି ମେଡିକାଲ କଲେଜ, ସରକାରୀ ମେଡିକାଲ କଲେଜ ଏବଂ ଶେର-ଇ-କାଶ୍ମୀର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଶ୍ରୀନଗର(SKIMS)ର ଛାତ୍ରଙ୍କ ଉପରେ ପାକିସ୍ତାନର ବିଜୟରେ ଉତ୍ସବ ପାଳନ କରିବାର ଅଭିଯୋଗ ଲାଗିଛି।
ଉପରୋକ୍ତ ଖବର ନଜରରେ ରଖି ଫ୍ୟାକ୍ଟ କ୍ରିଷେଣ୍ଡୋ ପ୍ରଥମେ SKIMS କଲେଜ ସହିତ ଯୋଗାଯୋଗ କରିଲା। ସେମାନେ ସୂଚନା ଦେଲେ ଯେ, “ଆମ କଲେଜରେ ଏପରି କୌଣସି ଘଟଣା ହେଇ ନାହିଁ। ଏଠାରେ ପାକିସ୍ତାନ ଜିତିବା ପରେ ପାକିସ୍ତାନ ଜିନ୍ଦାବାଦର ନାରା ଲାଗି ନାହିଁ। ଇଣ୍ଟର୍ନେଟ୍ ରେ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ଆମ କଲେଜର ଛାତ୍ର ନାହାନ୍ତି।”
ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ସରକାରୀ ମେଡିକାଲ କଲେଜର ଅଧ୍ୟକ୍ଷ ଡାଃ ସୟଦ ସଜଦ ନାଜିରଙ୍କ ସହିତ ଯୋଗାଯୋଗ କରିଲା। ସେ ପୋଷ୍ଟର ଭାଇରାଲ ଦାବିକୁ ମିଥ୍ୟା ବୋଲି କହିଲେ। ସେ ଆମକୁ ସୂଚନା ଦେଲେ ଯେ, “ଏହା ଏକ ମିଥ୍ୟା ଖବର ଅଟେ। ସରକାର କାହାର ମଧ୍ୟ ଡିଗ୍ରୀକୁ ବାତିଲ କରି ପାରିବ ନାହିଁ। ଇଣ୍ଟର୍ନେଟ୍ ରେ ଏହି ଖବରକୁ ଭୁଲ ଭାବରେ ଭାଇରାଲ କରା ଯାଉଛି।”
ଏହି ବିଷୟ ନେଇ ଆମେ ଏକ ସ୍ଥାନୀୟ ସାମ୍ବାଦିକଙ୍କୁ ମଧ୍ୟ ସମ୍ପର୍କ କରିଲୁ। ଶ୍ରୀନଗରରେ ରହୁଥିବା ସାମ୍ବାଦିକ ବସିତ ଜାରଗର କହିଲେ ଯେ ଭାଇରାଲ ଦାବି ମିଥ୍ୟା ଅଟେ। ସେପରି କୌଣସି ଖବର ସାମନାକୁ ଆସି ନାହିଁ ଯେଉଁଥିରେ ଖା ଯାଇଛି ଯେ ମେଡିକାଲ କଲେଜର ମହିଳା ଛାତ୍ର ମାନଙ୍କର ଡିଗ୍ରୀ ବାତିଲ କରା ଯାଇଛି।
ଆମେ ଜମ୍ମୁ କାଶ୍ମୀରଛାତ୍ର ସଂଗଠନର ଜାତୀୟ ମୁଖପାତ୍ର ନାସୀର ଖୁହମିଙ୍କ ସହିତ ଯୋଗାଯୋଗ କରିଲୁ। ତାଙ୍କ କହିବା ଅନୁଯାୟୀ, “ଭାଇରାଲ ହେଉଥିବା ଦାବି ମିଥ୍ୟା ଅଟେ। ଏହି ମାମଲାର ତଦନ୍ତ ଚାଲୁଅଛି ଏବଂ ସରକାର ଏପରି କୌଣସି ନିର୍ଣଯ ନେଇ ନାହିଁ। ସରକାର ତରଫରୁ ଏପରି କୌଣସି ଆଦେଶ ଦିଆ ଯାଇ ନାହିଁ ଯେ ଛାତ୍ରଙ୍କର ମେଡିକାଲ ଡିଗ୍ରୀ ବାତିଲ କରା ଜୀବ।” ସେ ଆମକୁ ଏହା ମଧ୍ୟ ସୂଚନା ଦେଲେ ଯେ, “ଯାଞ୍ଚ କରିବା ବେଳେ ପୋଲିସ ଜାଣିବାକୁ ପାଇଛି ଯେ ପାକିସ୍ତାନର ବିଜଯ ଉତ୍ସବ ପାଲମ କରିବା ଏବଂ ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇବାର କୌଣସି ରିପୋର୍ଟ SKIMS କଲେଜରୁ ଆସିନାହିଁ। ପୋଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ଯେଉଁ ଭିଡିଓ ଭାଇରାଲ ହେଉଛି ସେହି ଭିଡିଓ SKIMS କଲେଜର ନୁହେଁ। ସରକାରୀ ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କର ତଦନ୍ତ ଜାରି ରହିଛି।”
ଆମେ ପୋଷ୍ଟର ଦାବି ସହିତ ଭାଇରାଲ ହେଉଥିବା ଫୋଟୋର ସତ୍ୟତା ବିଷୟରେ ମଧ୍ୟ ଜାଣିବାକୁ ଚେଷ୍ଟା କରିଲୁ। ଗୁଗୁଲ ରିଭର୍ସ ଇମେଜ ଦ୍ଵାରା ତଥ୍ୟ ସାମନାକୁ ଆସିଲା ଯେ ଏହି ଫୋଟୋ ୨୦୧୭ ମସିହାର ଅଟେ। ବିଡିସି ନ୍ୟୁଜ ନାମକ ଏକ ୱେବସାଇଟରେ ଆମକୁ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟ ଅନୁଯାୟୀ “ଆଜମଗଡ ଜିଲ୍ଲାର ଦାଉଦପୁର ଗ୍ରାମର ଫାତିମା ମହିଳା ଇଣ୍ଟର କଲେଜର ଛାତ୍ରୀ ମାନଙ୍କର ଫୋଟୋ ଅଟେ।”

ଏହି ବିଷୟରେ ଆମେ ଶ୍ରୀନଗର ଏସଏସପି ସନ୍ଦିପ ଚଉଧରୀ ସହିତ ମଧ୍ୟ ସମ୍ପର୍କ କରିବାକୁ ଚେଷ୍ଟା କରିଲୁ କିନ୍ତୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଆମକୁ କୌଣସି ଉତ୍ତର ଦେଇ ନାହାନ୍ତି। ତାଙ୍କ ଉତ୍ତର ଆସିବା ପରେ ଆମେ ଆମ ଅନୁସନ୍ଧାନକୁ ଅପଡେଟ୍ କରିବୁ।
ଶେଷକଥା:
ଉପରୋକ୍ତ ସମସ୍ତ ତଥ୍ୟର ଯାଞ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଶ୍ରୀନଗର ମେଡିକାଲ କଲେଜର ୧୦୦ ଛାତ୍ରୀଙ୍କର ଡିଗ୍ରୀ ବାତିଲ କରା ଯାଇ ନାହିଁ।

Title:କ’ଣ ଶ୍ରୀନଗର ମେଡିକାଲ କଲେଜର ୧୦୦ ମହିଳା ଛାତ୍ର ପାକିସ୍ତାନ ଜିନ୍ଦାବାଦର ନାରା ଦେବା କାରଣରୁ ତାଙ୍କ ଡିଗ୍ରୀ ବାତିଲ କରା ଯାଇଛି?
Fact Check By: Siddharth SahuResult: False
