କ’ଣ JNU ହଷ୍ଟେଲରୁ ମିଳିଛି ସେକ୍ସ ଟଏ ? ଜାଣନ୍ତୁ ସତ୍ୟତା।

False Social

6 ଜାନଆରି  ଅର୍ପନ ହିନ୍ଦୁ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ସେକ୍ସ ଟଏର ଏକ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, JNU ଲେଡିଜ ହଷ୍ଟେଲରୁ ସେକ୍ସ ଟଏ ବାହାରିଲା। ପୋଷ୍ଟରେ ଲେଖା ଯାଇଛିଯେ, ଯାହା ଭଙ୍ଗାଭଙ୍ଗୀ କଲ ଭାଇମାନେ ଏସୁବୁ କିନ୍ତୁ କରିବାର ନିଥିଲା। # ଜେଏନୟୁ ଲେଡିଜ ହଷ୍ଟେଲ # ବାମପନ୍ଥୀଙ୍କ *** ନୂଆଁ ଅସ୍ତ୍ର। ଏହି ପୋଷ୍ଟକୁ 5 ଜଣ ଫେସବୁକ ୟୁଜର ସହ ସେୟାର କରିଛନ୍ତି। ଆମ ଅନୁସନ୍ଧାନ ଆଗରୁ ପୋଷ୍ଟକୁ 18 ଥର ସେୟାର କରାଯାଇଛି। ଏଥି ସହିତ 108ଟି କମେଣ୍ଟ ଏବଂ 147 ଟି ଲାଇକ ମିଳିଛି। ତେଳେ ପୋଷ୍ଟର ଲିଙ୍କ ଦିଆଯାଇଛି।

ଏଠାରେ ଲିଙ୍କ୍ ଦେଖନ୍ତୁ-Facebook  Archive

ଏହା ଛଡ଼ା 7 ଜାନୁଆରିରେ ଅର୍ପନ ହିନ୍ଦୁ ଅନ୍ୟ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଦାବି କରାଯାଇଛି ଯେ, ବାମପନ୍ଥି ସଂଗ୍ରାମିର ପର୍ସ ରେଡ଼ ହେଉଛିଛ । ପୋଷ୍ଟରେ ଲେଖି ଯାଇଛି #ଗୁଡ଼ boy ଏବଂ ବାବୁ ସୋନା ମାନେ ଟିକେ ଆଖି ବନ୍ଧ କରିଦିଅନ୍ତୁ, ବାମପନ୍ଥି ସଂଗ୍ରାମୀର ପର୍ସ ରେଡ଼ ହେଉଛି। ତେବେ କଣ  ପର୍ସରୁ ବାହାରିଥିବା ଏହି ସବୁ ଜିନିସ ପ୍ରକୃତରେ ବାମପନ୍ଥି ମାନଙ୍କର ଅଟେ। ଫୋର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।

ଏଠାରେ ଲିଙ୍କ୍ ଦେଖନ୍ତୁ-Facebook  । Archive

ଫୋଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ପ୍ରଥମ ଫୋଟୋ-

ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ପ୍ରଥମ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ରିଭର୍ସ ଇମେଜ ପରେ ଆମକୁ ଗୁଗୁଲରେ ପ୍ରଥମ ଫୋଟୋର ଏକ ଲିଙ୍କ୍ ମିଳିଲା। imgur ନାମକ ୱେବସାଇଟରେ pscully ନାମକ ଜଣେ ୟୁଜର ଫେବୃଆରି 2018ରେ ଏହି ଫୋଟୋ ପୋଷ୍ଟ କରିଥିଲେ ଏବଂ ତାଙ୍କ ପୋଷ୍ଟରେ ଲେଖା ଯାଇଥିଲା ଯେ, “I inspect foreclosed homes and this is a room I walked into recently.” ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ, JNU ଲେଡିଜ ହସ୍ଟେଲରୁ ମିଳିଥିବା ଏହି ସେକ୍ସ ଟଏ ମିଳିଥିବା ଦାବି ମିଥ୍ୟା ଅଟେ। ଏହି ଫୋଟୋ ଇଣ୍ଟରନେଟରେ ଫେବୃଆରି 2018 ମସିହାରୁ ଅଛି। ଏଥି ସହ ଏହି ସେକ୍ସ ଟଏ ଜେଏନୟୁ ଲେଡିଜ ହଷ୍ଟେଲରୁ ମିଳି ନାହିଁ।

ଏଠାରେ ଲିଙ୍କ ଦେଖନ୍ତୁ- imgurArchive

ଦ୍ୱିତିୟ ଫୋଟୋ-

ଦ୍ୱିତିୟ ଫୋଟୋକୁ ମଧ୍ୟ ଆମେ ଗୁଗୁଲ ରିଭର୍ସ ଇମେଜ କରି ସର୍ଚ କରିଲୁ। ସର୍ଚରେ ଆମକୁ ଏହି ଫୋଟୋର ଲିଙ୍କ୍ reddit ପେଜରେ ପାଇଲୁ, ଯାହାକି 4 ବର୍ଷ ତଳେ ଅର୍ଥାତ୍ 11 ମାର୍ଚ 2013ରେ ପୋଷ୍ଟ କରାଯାଇଥିଲା। ଏହି ଫୋଟୋ imgur.com ରୁ ମଧ୍ୟ ପାଇଲୁ। reddit ପେଜରେ ଜଣେ ୟୁଜର ଏହି ଫୋଟୋ ପୋଷ୍ଟ କରିଥିଲେ। ମିଳିଥ୍ବା ଲିଙ୍କ ଅନୁସାରେ ଏହି ଫୋଟୋର ବାମପନ୍ଥି ସଂଗ୍ରାମୀ ସହ କୌଣସି ସମ୍ଭନ୍ଧ ନାହିଁ।

ଏଠାରେ ଲିଙ୍କ୍ ଦେଖନ୍ତୁ- redditArchive

ଏଥିରୁ ସ୍ପଷ୍ଟ ହେଉଛି ଯେ, JNU ହସ୍ଟେଲରୁ ବାହାରିଥିବା  ସେକ୍ସ ଜିନସର ଦ୍ୱିତିୟ ଫୋଟୋ 4 ବର୍ଷ ପୁରୁଣା ଅଟେ। 2013 ମସିହାରୁ ଏହି ଫୋଟୋ ଇଣ୍ଟରନେଟରେ ଅଛି।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ,  JNU ହଂସା ଘଟଣା ପେର JNU ହସ୍ଟେଲରୁ ସେକ୍ସ ସାମାନ ମିଳିବା ଦାବିରେ ଭାଇରାଲ କରାଯାଉଥିବା ଫୋଟୋ ମିଥ୍ୟା ଅଟେ। ଭାଇରାଲ ହେଉଥିବା ଫୋଟୋ ଦୁଇ ବର୍ଷ ଏଂ 4 ବର୍ଷ ପୁରୁଣା ଅଟେ।

Avatar

Title:କ’ଣ JNU ହଷ୍ଟେଲରୁ ମିଳିଛି ସେକ୍ସ ଟଏ ? ଜାଣନ୍ତୁ ସତ୍ୟତା।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *