
ପେଟ୍ରୋଲ ପମ୍ପ ନିକଟରେ ଏକ ଅପହରଣର ଏକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରାଯାଇଛି ଯେ, ଭିଡିଓ ଉତ୍ତରପ୍ରଦେଶର ଅଟେ। ଭିଡିଓରେ ଜଣେ ବ୍ୟକ୍ତି ଏକ କାରରେ ପେଟ୍ରୋଲ ପକଉଥିବା ବେଳେ ପାଖରେଥିବା ବ୍ୟକ୍ତି ଏବଂ କାରରେ ବସିଥିବା ବ୍ୟକ୍ତି ଜଣକ ପେଟ୍ରୋଲ ପକାଉଥିବା ବ୍ୟକ୍ତିକୁ ଅପହରଣ କରୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
11 ଅକ୍ଟୋବରରେ Basudev Sahoo ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି- କଣ କଣ ସବୁ ବିଚିତ୍ର ଘଟଣା ଦେଖିବାକୁ ମିଳୁଛି ବେଇ ଏ ଲୁଟେରା ମାନଙ୍କୁ ଜଣାଥିଲା ଜେ କର୍ମଚାରୀ ଜଣକ ଦିନ ସାରା ଡିୟୁଟି କରିଛି ମାନେ ତା ପାଖରେ ପୁଳାଏ ଟଙ୍କା ଥିବ ନିଶ୍ଚିତ ତେଣୁ ଆଜି ଖୋଦ ମୋଇଜି ଙ୍କର ଡକାୟତି କେନ୍ଦ୍ର ରୁ ଡକାୟତ ଙ୍କର କର୍ମଚାରି ଙ୍କୁ ଅପହରଣ କରି ନିଆ ଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ନେଇ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ପେଟ୍ରୋଲ ପମ୍ପ ଅପହରଣର ଭାଇରାଲ ଭିଡିଓ ଉତ୍ତରପ୍ରଦେଶର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ସର୍ଚ୍ଚରେ ଆମକୁ 2 ଅକ୍ଟୋବର 2021 ରେ gulf news ଦ୍ୱାରା ପ୍ରକାଶିତ ଖବରରେ ଭାଇରାଲ ଭିଡିଓର ଖବର ପାଇଲୁ। ଖବର ଅନୁଯାୟୀ, ଏହି ଘଟଣା ସାଉଦି ଆରବର ହେଲ ଅଞ୍ଚଳରୁ ଅଟେ। ସାଉଦି ଆରବର 3 ନାଗରିକମାନେ ଜଣେ ଏସୀୟ ଗ୍ୟାସ ଷ୍ଟେସନରୁ ଜଣେ କର୍ମଚାରୀଙ୍କୁ ଅପହରଣ କରି ନେଇଥିଲେ। ଏହି ମାମଲାରେ ଜଣକୁ ପୋଲିସ ଗିରଫ କରିଛି।
ହେଲ ପୋଲିସର ଗଣମାଧ୍ୟମ ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ସାମି ଅଲ ଶାମାରିଙ୍କ ଅନୁଯାୟୀ, ହେଲ ପୋଲିସ ଜଣେ ସାଉଦି ଲୋକଙ୍କ ଦ୍ୱାରା ଜଣେ ଏସୀୟ ଗ୍ୟାସ କର୍ମଚାରୀଙ୍କୁ ଅପହରଣ ଓ ଡକାୟତି ସମ୍ପର୍କରେ ଏକ ରିପୋର୍ଟ କରାଯାଇଥିଲା, ଯାହା ପରେ ପୋଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉଲ୍ଲେଖ କରିଛନ୍ତି ଯେ ଏହି ଘଟଣାରେ ତିନିଜଣ ସାଉଦି ନାଗରିକଙ୍କୁ କିଛି ନିଶା କାରବାର ଆରୋପରେ ଗିରଫ କରିଥିଲେ ଏବଂ ସେମାନଙ୍କୁ ଜନସାଧାରଣଙ୍କ ବିରୋଧରେ ପଠାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ପରେ ସାଉଦି ପବ୍ଲିକ୍ ସିକ୍ୟୁରିଟିର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ୍ ଦ୍ୱାରା ପ୍ରକାଶିତ ଏକ ଟୁଇଟ୍ ଆମେ ପାଇଲୁ, ଯେଉଁଥିରେ ହେଲ୍ ପୋଲିସ୍ 3 ଟି ସାଧାରଣ ନାଗରିକଙ୍କୁ ଗିରଫ କରିଥିଲା ଯେଉଁମାନେ ଦୁଇଟି ଗ୍ୟାସ୍ ଷ୍ଟେସନରେ କାମ କରୁଥିବା କର୍ମଚାରୀଙ୍କୁ ଆକ୍ରମଣ କରି ଡକାୟତି କରିବାର ଉଲ୍ଲେଖ କରାଯାଇଛି।
ଭିଡିଓ ଭାଇରାଲ ହେବା ବିଷୟରେ ଫ୍ୟାକ୍ଟ କ୍ରେସେଣ୍ଡୋ ବାଡାଉନ୍ ଏସପି ସିଟି ପ୍ରବୀଣ ସିଂ ଚୌହାନଙ୍କ ସହ ଯୋଗାଯୋଗ କରିଥିଲା। ସେ ଆମକୁ କହିଛନ୍ତି ଯେ “ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଉତ୍ତରପ୍ରଦେଶର ବାଦାଉନ୍ର ନୁହେଁ। ଏଭଳି ଘଟଣା ଘଟିନାହିଁ ବୋଲି ସେ କହିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଖଣ୍ଡନ କରି UPPOLICE FACT CHECKଏକ ସ୍ପଷ୍ଟୀକରଣ ଜାରି କରିଛି। ଏହି ଟୁଇଟରେ ଲେଖାଯାଇଛି ଯେ “ଭାଇରାଲ ଭିଡିଓ ଉତ୍ତରପ୍ରଦେଶର ନୁହେଁ ବରଂ ସାଉଦି ଆରବର ହେଲ ସହ ଜଡିତ। ଯାଞ୍ଚ ବିନା ବିଭ୍ରାନ୍ତିକର ପୋଷ୍ଟ କରି ଗୁଜବ ପ୍ରଚାର କରନ୍ତୁ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ପେଟ୍ରୋଲ ପମ୍ପ ପାଖରୁ ଅପହରଣ ହୋଇଥିବା ବ୍ୟକ୍ତିର ଭାଇରାଲ ଭିଡିଓ ଉତ୍ତର ପ୍ରଦେଶର ନୁହେଁ ବରଂ ସାଉଦି ଆରବର ଅଟେ।

Title:ପେଟ୍ରୋଲ ପମ୍ପ ପାଖରୁ ଅପହରଣ ହୋଇଥିବା ବ୍ୟକ୍ତିର ଭାଇରାଲ ଭିଡିଓ ଉତ୍ତର ପ୍ରଦେଶର ନୁହେଁ ବରଂ ସାଉଦି ଆରବର ଅଟେ।
Fact Check By: Saritadevi SamalResult: False
