
ଦେଶରେ କୋରୋନା ଭୟ ପୁଣିଥରେ ଦେଖା ଯାଉଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ସରକାର ଲକଡାଉନ କରିଥିବା ନେଇ କିଛି ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ 5 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଲକଡାଉନ ହେବା ନେଇ ଦାବି କରାଯାଇଛି। ଲକଡାଉନରେ କେତକ କଟକଣା ଲାଗାଯାଇଛି, ଯାହାକୁ ନେଇ ଏବେ ଚିନ୍ତାର ବିଷୟ ପାଲଟି ଯାଇଛି।
ZEO TV ନାମକ ଏକ ଫେସବୁକ ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ୫ ତାରିଖରୁ ଲକ୍ ଡାଉନ୍ // ଦେଖନ୍ତୁ ଏ ଖବର୍
ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମିଳିବା ସହିତ ପୋଷ୍ଟକୁ ଅଧିକ ଲୋକ ଦେଖିଛନ୍ତି ମଧ୍ୟ । ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଭଲରେ ଦେଖିବାରୁ ଭିଡିଓର କିଛି ସେକେଣ୍ଟ ପରେ ମେ 5-19 ଲେଖା ଯାଇଥିବାର ଦେଖାଯାଉଛି। ଏହା ଛଡ଼ା ଭିଡିଓର କିଛି ଅଂଶ ଏକ ଧଳା ରଙ୍ଗରେ କଭର କରାଯାଇଛି।
ଏଥିରୁ ଜଣା ପଡ଼ୁଛି ଯେ, ଭାଇରାଲ ଭିଡିଓ ପୁରୁଣା ହୋଇ ଥାଇପାରେ।

ଏହା ପରେ ଆମେ ଅଲଗା ଅଲଗା କି ଶବ୍ଦ ମାଧ୍ୟମରେ ଭାଇରାଲ ଭିଡିଓର ମୂଳ ଭିଡିଓ ଖୋଜିଲୁ। ସର୍ଚ୍ଚରେ ଆମକୁ ଓଟିଭିର ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ମିଳିଲା। ଖବର ଅନୁସାରେ ଭିଡିଓ ଏକ ବର୍ଷ ପୁରୁଣା ଅଟେ। ଭିଡିଓର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ।

ଖବର ଅନୁସାରେ କୋରୋନା ମାମଲା ତୀବ୍ର ବୃଦ୍ଧି ପାଉଥିବାରୁ ରବିବାର ଦିନ ଓଡିଶା ସରକାର ରାଜ୍ୟରେ 14 ଦିନିଆ ତାଲା ପକାଇବାକୁ ଘୋଷଣା କରିଛନ୍ତି। ରବିବାର ଦିନ ଏକ ସରକାରୀ ଆଦେଶ ଅନୁଯାୟୀ 5 ମଇରୁ 19 ମେ 2021 ପର୍ଯ୍ୟନ୍ତ ଏହି ଲକଡାଉନ୍ ବଳବତ୍ତର ରହିବ ବୋଲି ସୂଚନା ଦିୟା ଯାଇଥିଲା।
ତେବେ କଣ ବର୍ତ୍ତମାନ ହୋବ ଲକଡାଉନ-
ଏହାକୁ ନେଇ ଗୁଗଲ ସର୍ଚ୍ଚ କରିବାରୁ ଆମକୁ ଏପରି କୌଣସି ଖବର ପ୍ରକାଶିତ ହୋଇଥିବା ମିଳିଲା ନାହିଁ। ଏହାକୁ ନେଇ ଆମେ କିଛି ସାମ୍ବାଦିକ ତଥା ସରକାରି କର୍ମିଙ୍କ ସହ ସମ୍ପର୍କ କରିବାରୁ ସେ ଆମକୁ ସ୍ପଷ୍ଟ କରିଥିଲେ ଯେ,ଓଡ଼ିଶା ସରକାର ଦ୍ୱାରା ଏପରି କୌଣସି ଖବର ବା ସୂଚନା ଜାରି କରାଯାଇ ନାହିଁ। ଭାଇରାଲ ଖବର ମିଥ୍ୟା ଅଟେ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହୋଲୁ ଯେ, 5 ଜାନୁଆରି 2023ରୁ 14 ଦିନ ପାଇଁ ଲକଡାଉନ ହେବାର ଖବର ମିଥ୍ୟା ଅଟେ। ଭାଇରାଲ ଭିଡିଓ ଏକ ବର୍ଷ ପୁରୁଣା ।

Title:ଓଡ଼ିଶା ସରକାର 14 ଦିନ ଲକଡାଉନ ଘୋଷଣା କରି ନାହିଁ, ବର୍ଷେ ପୁରୁଣା ଭିଡିଓ ମିଥ୍ୟା ଦାବିରେ ଭାଇରାଲ
Fact Check By: Sarita SamalResult: False
