ଆକର୍ବେଲ୍ଟଜ୍ କଣ୍ଢେଇ ଫୋଟୋକୁ ଆଫ୍ରିକାରେ ଲକଡାଉନ ସମୟରେ ବିଚିତ୍ର ଜୀବ ଦେଖା ଜିବା ଦାବିରେ ଭାଇରାଲ କରାଯାଉଛୁ।

False Social

ବିଶ୍ୱରୁ କୋରୋନା ଭୟ କମୁ ନାହିଁ। ଅଦେକ ଦେଶ ଲକଡାଉନରେ ଅଛନ୍ତି। ଏଥି ମଧ୍ୟରେ କିଛି ଜିବଜନ୍ତୁ ରାସ୍ତାରେ ବୁଲୁଥିବାର ଦେଖା ଯାଉଛନ୍ତି ତ କେଉଁଠି ବିଚିତ୍ର ଜନ୍ତୁ ଦେଖା ଯାଉଛନ୍ତି। ସୋସିଆଲ ମିଡ଼ିଆରେ ଏପରି କିଛି ଖବର ପାଇଲେ କିଛି ସମୟ ମଧ୍ୟରେ ତହା ଭାଇରାଲ  ହୋଇଯାଉଛି। 5 ଏପ୍ରିଲରେ ମଧ୍ୟ ଏପରି ଏକ ପୋଷ୍ଟ My ଓଡ଼ିଶା ପେଜରେ ଦେଖିବାକୁ ମିଳିଛି। ପୋଷ୍ଟରେ ଏକ ବିଚିତ୍ର ଜିବର କିଛି ଫୋଟୋ ଦିଆ ଯାଇଛି। ଜିବର ଦୁଇଟି ଆଖି ଅଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଆଫ୍ରିକାର ଲକଡାଉନରେ ଏହି ଅଦ୍ଭୁତ ଦୁର୍ଲଭ ଜୀବ ଦେଖିବାକୁ ମିଳିଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 79 ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ 203 ଲାଇକ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଫୋଟୋରେ ଥିବା ବିଚିତ୍ର ଜୀବ ଆଫ୍ରିକାର ଲକଡାଉନ ସମୟରେ ଦିଖିବାକୁ ମିଳିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପାକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମେକୁ ଏହି ଫୋଟୋ କିଛି ପେଜରେ ମିଳିଲା। ESTY ପେଜରେ ଆମେ ଭାଇରାଲ ଫୋଟୋ ଦେଖିଲୁ। ଏହା ଏକ ଅନଲାଇନ୍ ସୋପିଙ୍ଗ୍ ପେଜ୍ ଅଟେ। ଏଠାରେ ଭାଇରାଲ ଫୋଟୋରେଥିବା ଜନ୍ତୁ ଏକ କଣ୍ଢେଇ ଅଟେ ବୋଲି ଜଣା ପଢୁଛି। ପୋଷ୍ଟକୁ ଭଲରେ ନିରିକ୍ଷଣ କରିବାରୁ ଆମେ ପାଇଲୁ ଯେ ଏହା ଅକ  ଆକର୍ବେଲ୍ଟଜ୍ କଣ୍ଢେଇ ଅଟେ। କଣ୍ଢେଇକୁ ଅଲଗା ଅଲଗା ଜାଗାରେ ରଖି ଫୋଟୋ ଉଠା ଯାଇଛି। ଏହା କଣ୍ଢେଇ ଅଧିକ ଥର ବିକ୍ରି ହୋଇ ସାରିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- ESTYArchive

ଏହା ପରେ ଆମେ ଭାଇରାଲ ଫୋଟୋର Pinteres ପେଜରୋ ମଧ୍ୟ ପାଇଲୁ। ପେଜରେ ଲେଖା ଯାଇଛି ଯେ, ଫୋଟୋରେ ଥିବା ପ୍ରାଣୀ ଏକ କଣ୍ଢେଇ ଅଟେ। ଏହା ଆକର୍ବେଲ୍ଟଜ୍ ର ଏକ କାଳ୍ପନିକ କଣ୍ଢେଇ ଅଟେ। ଆକର୍ବେଲ୍ଟଜ୍ ଉତ୍ତର ସ୍ପେନର ଏକ କାଳ୍ପନିକ ଜୀବ ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- PinteresArchive

ଆକର୍ବେଲ୍ଟଜ୍ (Akerbeltz) କ‘ଣ ?

ତେବେ ଆକର୍ବେଲ୍ଟଜ୍ (Akerbeltz) କ‘ଣ ଏହା ବିଷୟରେ ଜାଣିବା ପାଇଁ ଆମେ ଚେଷ୍ଟା କରିଲୁ। Wikipedia ପେଜରେ ଏହା ସମ୍ପର୍କରେ ସୂଚନା ମିଳିଲା। ଆକେର୍ବେଲ୍ଟଜ୍ (Akerbeltz)କୁ  ସ୍ପେନର ବାସ୍କ ଭାଷାରେ ଆକେର୍ (Aker)କୁ ଛେଳି ଏବଂ ବେଲ୍ଟଜ୍ (beltz)କୁ କଳା ବୋଲି କୁହା ଯାଏ। ଅର୍ଥାତ୍ କଳା ଛେଳି ବେଲି କୁହା ଯାଏ।   ବାସ୍କ୍ ଲୋକମାନଙ୍କର ଆକର୍ବେଲ୍ଟଜ୍ ପୁରାଣରେ ଏକ ଅଂଶ ଅଟେ। ଲୋକମାନଙ୍କ ବିଶ୍ୱାସ ଏହି ଛେଳି ଜମି ଭିତରେ ରହିଥାଏ ଏବଂ ଏହାର ଅନେକ ଥିବାର ବିଶ୍ୱାସ କରାଯାଏ।  ଖ୍ରୀଷ୍ଟିଆନ ଧର୍ମରେ, ଆକର୍ବେଲ୍ଟଜଙ୍କୁ ଶୟତାନର ଜୀବନ୍ତ ପ୍ରତିଛବି ଭାବରେ ବିବେଚନା କରାଯାଏ।  ଖ୍ରୀଷ୍ଟିଆନ ଚୁକ୍ତି ଏହା ଆକର୍ବେଲ୍ଟଜ୍ ପୁରାତନ କାଳରେ ଲୋକଙ୍କ ଯନ ଶୋଷଣ କରିଥାଏ। ଏହା ଛଡ଼ା ଲୋକ  ବିଶ୍ୱାସ କରନ୍ତି ଯେ, ଆକର୍ବେଲ୍ଟଜ ଏକ ପ୍ରାଚୀନ ଦେବତା ଯିଏ ପଶୁମାନଙ୍କୁ ସୁରକ୍ଷା ଦେଇଥିଲେ।  ଏହା ଛେଳି  ଶ୍ୱରୁପ ଆକର୍ବେଲ୍ଟଜ୍ କୁ ଅନ୍ୟ ୟୁରୋପୀୟ ଦେଶ ତଥା ବାସ୍କ ଦେଶରେ ପୂଜା କରାଯାଏ। ଲୋକଙ୍କର ଏହି ପୌରାଣିକ ଜୀବ ଉପରେ ବିଶ୍ୱାସ ରହିଛି। ଅଧିକ ସୂଚନା ପାଇଁ ତଳେଥିବା ଭିଡ଼ିଓ ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଏକ ବିଚିତ୍ର ଜୀବ ଆଫ୍ରିକାର ଲକଡାଉନ ସମୟରେ ଦିଖିବାକୁ ମିଳିଥିବା ଦାବିରେ ଭାଇରାଲ ଫୋଟୋରେ ଥିବା ଜୀବ ଏକ କଣ୍ଢେଇ ଅଟେ। ଏହି କଣ୍ଢେଇ, ପୁରାତନ ଯୁଗର ଆକର୍ବେଲ୍ଟଜ୍(Akerbeltz) ନାମକ ଏକ କାଳ୍ପନିକ ଜନ୍ତୁକୁ ଦୃଷ୍ଟିରେ ରଖି ବାନା ଯାଇଛି।  

Avatar

Title:ଆକର୍ବେଲ୍ଟଜ୍ କଣ୍ଢେଇ ଫୋଟୋକୁ ଆଫ୍ରିକାରେ ଲକଡାଉନ ସମୟରେ ବିଚିତ୍ର ଜୀବ ଦେଖା ଜିବା ଦାବିରେ ଭାଇରାଲ କରାଯାଉଛୁ।

Fact Check By: Saritadevi Samal 

Result: False