କ’ଣ ଆଳୁ ଦର ବୃଦ୍ଧି ହେବା ପରେ ରାଜ୍ୟରେ ଜଣେ ପାରିବା ଦୋକାନୀ ବିଜେପି ସରକାରଙ୍କୁ ନିନ୍ଦା କରିଛନ୍ତି? ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି। 

Altered Political

ନିକଟରେ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଇଛି। ଆଳୁ ଯାହା ସାମାନ୍ୟ ଲୋକଙ୍କର ଏକ ପ୍ରାଥମିକ ଆହାର ବୋଲି ଜଣା ଯାଏ, ତାହାର ଦରରେ ବୃଦ୍ଧି ହେବା ପରେ ସୋସିଆଲ ମିଡିଆରେ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। 

ଏହା ମଧ୍ୟରେ ଆଳୁ, ପିଆଜ, ଅଦା ଏବଂ ରସୁଣ ଦୋକାନର ଏକ ଫୋଟୋ ଭାଇରାଲ ହେଉଛି। ଏହି ଦୋକାନରେ ଗୋଟିଏ କଳା ବୋର୍ଡରେ ଲେଖା ଯାଇଛି, “ଆଳୁ ୪୪ ଟଙ୍କା। ଦୁଇଥର ପଦ୍ମ, ଦୁଇ ଗୁଣା ବିକାଶ”

ଏହି ଫୋଟୋ ସେଯାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଓଡ଼ିଶାରେ ବିଜେପି ସରକାରକୁ ଦାଇ କରି ନିନ୍ଦା କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି। ଏହା ଏକ ପୁରୁଣା ଫୋଟୋ। ମୂଳ ଫୋଟୋରେ ବିଜେପି ସରକାରକୁ ନିନ୍ଦା କରିଥିବା କୌଣସି ବୋର୍ଡ ନାହିଁ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୧୨ ଜାନୁଆରୀ ୨୦୧୨ ରେ ଇଣ୍ଡିଆ ଟିଭି ୱେବସାଇଟରେ ପ୍ରକାଶିତ ହେଇଥିବା ପାଇଲୁ। ୨୦୧୨ ମସିହାରେ ଓଡ଼ିଶା ରେ ନବୀନ ସରକାର ଏବଂ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା। ନିମ୍ନରେ ଆପଣ ମାନେ ଏହି ଫୋଟୋ ଦେଖି ପାରିବେ। 

ସମାନ ଫୋଟୋ ଆମକୁ ଆଲାମି ୱେବସାଇଟରେ ମଧ୍ୟ ଅପ୍ଲୋଡ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଫୋଟୋ ୧ ଫେବ୍ରୁଆରି ୨୦୧୦ ରେ କର୍ଣ୍ଣାଟକାର ମଇସୁର ସହରର ଦେବରାଜା ମାର୍କେଟରେ ନିଆ ଯାଇଥିଲା। 

ସିଦ୍ଧାନ୍ତ

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି। ମୂଳ ଫୋଟୋରେ ବିଜେପି ସରକାରକୁ ନିନ୍ଦା କରୁଥିବା କୌଣସି ବୋର୍ଡ ନାହିଁ। ଏହି ଫୋଟୋ ୨୦୧୦ ରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି। ସେହି ସମୟରେ ଓଡ଼ିଶାରେ ବିଜେଡ଼ି ସ୍ସରକାର ଏବଂ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା।

Avatar

Title:କ’ଣ ଆଳୁ ଦର ବୃଦ୍ଧି ହେବା ପରେ ରାଜ୍ୟରେ ଜଣେ ପାରିବା ଦୋକାନୀ ବିଜେପି ସରକାରଙ୍କୁ ନିନ୍ଦା କରିଛନ୍ତି? ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି।

Written By: Siddharth Sahu  

Result: Altered

Leave a Reply

Your email address will not be published. Required fields are marked *