କ’ଣ ଏହି ଭିଡିଓ ଚନ୍ଦ୍ରର ପ୍ରୁଷ୍ଠରୁ ପୃଥିବୀର ସୁନ୍ଦର ଦୃଶ୍ୟକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

Misleading Social

ଚନ୍ଦ୍ରୟାନ -୩ ର ବିକ୍ରମ ଲ୍ୟାଣ୍ଡର୍ ଅଗଷ୍ଟ ୨୩ ରେ ସନ୍ଧ୍ୟା ୬ ତ ସମୟ ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ତାହା ପୂର୍ବରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚନ୍ଦ୍ରରୁ ପୃଥିବୀ କିପରି ଦେଖାଯାଏ ଏହି ଭିଡିଓରେ ଦର୍ଶାଯାଇଛି। ଦାବି କରା ଯାଉଛି ଯେ ଏହି ଭିଡିଓ ଚନ୍ଦ୍ରୟାନ ଦ୍ୱାରା ନିଆଯାଇଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଚନ୍ଦ୍ରରୁ ପୃଥିବୀର ପ୍ରକୃତ ଦୃଶ୍ୟ ନୁହେଁ, ଏହା ଗୋଟିଏ କମ୍ପ୍ୟୁଟର ଗ୍ରାଫିକ୍ସ ଭିଡିଓ ଅଟେ। 

ଆମକୁ ସମାନ ଭିଡିଓ ଏବଂ ଦାବିର ସତ୍ୟତା ଯାଞ୍ଚ କରିବା ପାଇଁ ଆମ ୱ୍ହାଟ୍ସ ଅପ୍ ଫ୍ୟାକ୍ଟ ଲାଇନ୍ ନମ୍ବର 9049053770 ରେ ଅନୁରୋଧ ଆସିଥିଲା।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକରି ମାନେ ଦାବି କରୁଛନ୍ତି ଯେ ଏହା ଏକ ପ୍ରକୃତ ଭିଡିଓ ଯେଉଁଥିରେ ଚନ୍ଦ୍ରର ପ୍ରୁଷ୍ଠରୁ ପୃଥିବୀର ଏପରି ଦୃଶ୍ୟ ଦେଖା ଯାଏ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୭ ଜୁଲାଇ ରେ ‘ଦି ଇନ୍ଫିନିଟ୍ ମେଡ୍ନେସ’ ନାମକ ଇଂଷ୍ଟାଗ୍ରାମ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଭିଡିଓ ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ, ଏହା ଗୋଟିଏ ଏନିମେସନ୍ ଭିଡିଓ ଅଟେ। 

ସମାନ ଭିଡିଓ ‘ଦି ଇନ୍ଫିନିଟ୍ ମେଡ୍ନେସ’ ର ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ଅପ୍ଲୋଡ କରା ଯାଇଛି। ଏହି ଭିଡିଓରେ ଜଣେ ୟୁଜର କାମେଣ୍ଟ କରି କହିଛନ୍ତି ଯେ, ଯଦିଓ ଏହା ଗୋଟିଏ ଏଡିଟ୍ କରା ଯାଇଥିବା ଭିଡିଓ ଅଟେ ତେବେ ମଧ୍ୟ ଏହା ଅତ୍ୟନ୍ତ ସୁନ୍ଦର ଦୃଶ୍ୟ। 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ବିକ୍ରମ ଲ୍ୟାଣ୍ଡର ୧୭ ଅଗଷ୍ଟରେ ଚନ୍ଦ୍ରୟାନ ୩ ରୁ ଅଲଗା ହୋଇଥିଲା। 

ANI ନ୍ଯୁଜର ୟୁଟ୍ୟୁବ ଚ୍ୟାନାଲରେ ବିକ୍ରମ ଲ୍ୟାଣ୍ଡର ର କେମେରାରୁ ଦୃଶ୍ୟ ଗୁଡିକ ଇସ୍ରୋ ଦ୍ଵାରା ଜାରି କରା ଯାଇଥିବା ଭିଡିଓ ଦେଖିବାକୁ ମିଳିଛି। ନିମ୍ନରେ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ଚନ୍ଦ୍ରର ପ୍ରୁଷ୍ଠରୁ ପୃଥିବୀର ପ୍ରକୃତ ଦୃଶ୍ୟ ଦର୍ଶାଉ ନାହିଁ। ଏହା ଏକ ଏନିମେଟେଡ୍ ଭିଡିଓ ଅଟେ ଯାହା କମ୍ପ୍ୟୁଟର ଗ୍ରାଫିକ୍ସ ଦ୍ଵାରା ସୃଷ୍ଟି କରା ଯାଇଛି।

Avatar

Title:କ’ଣ ଏହି ଭିଡିଓ ଚନ୍ଦ୍ରର ପ୍ରୁଷ୍ଠରୁ ପୃଥିବୀର ସୁନ୍ଦର ଦୃଶ୍ୟକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *