Archives

ମାଇକ୍ ବନ୍ଦ ଥିବା ସତ୍ତ୍ୱେ ରାହୁଲ ଗାନ୍ଧୀ କଥାବାର୍ତ୍ତା ଜାରି ରଖିଥିଲେ କି?

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଆପଣ ତାଙ୍କୁ ଏକ ବନ୍ଦ ମାଇକ୍ ସାମ୍ନାରେ କଥା ହେଉଥିବା ଦେଖିପାରିବେ।  ଭାଇରାଲ ଭିଡିକୁ ସେୟାର କରି ରାହୁଲ ଗାନ୍ଧୀଙ୍କୁ ପରିହାସ କରୁଛନ୍ତି ଯେ, ଭାଷଣ ଦେବାବେଳେ ରାହୁଲ ଗାନ୍ଧୀ ତାଙ୍କ ମାଇକ୍ ବନ୍ଦ ହୋଇଯାଇଥିବା ବୁଝିପାରିଲେ ନାହିଁ। ହେଲେ ମଧ୍ୟ ସେ କଥାବାର୍ତ୍ତା ଜାରି ରଖନ୍ତି।  କବି ରୁଦ୍ର ଭଗବାଧାରୀ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଚ […]

Continue Reading

ବର ନିଶାରେ ଥିବା ଭାଇରାଲ ଭିଡିଓ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରାଯାଇଛି।

ବାହାଘରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ବର, ନିଶା ଅବସ୍ଥାରେ ଥିବା ପରି ଦେଖାଯାଉଛନ୍ତି। ଏହା  ସହିତ ବର ନିଶା ଅବସ୍ଥାରେ ଜଣେ ଝିଅକୁ ପିନ୍ଧାଇବା ବଦଳରେ ଅନ୍ୟ ଜଣେ ଝିଅକୁ ପିନ୍ଧାଉଛନ୍ତି। ପରେ ପାଖରେଥିବା ମହିଳା କ୍ରୋଧରେ ବରକୁ ଚାପୁଡ଼ା ମାରିଥିଲେ।  ଅନେକ ଉପଭୋକ୍ତା ଏହି କ୍ଲିପ୍ ଅଂଶୀଦାର କରିଛନ୍ତି ଏବଂ ଦର୍ଶାଇଛନ୍ତି ଯେ ବିହାରରେ ମଦ୍ୟପାନ ନିଷେଧ ସତ୍ତ୍ୱେ ବର ମଦ୍ୟପାନ କରୁଥିବା ଦେଖାଯାଉଛି ଏବଂ ବୋହୂ ବଦଳରେ  ଅନ୍ୟ […]

Continue Reading

କ’ଣ ସାଉଦି ଆରବିଆ ଫିଫା ବିଶ୍ଵ କପରେ ଆର୍ଜେଣ୍ଟିନାକୁ ପରାସ୍ତ କରିଲା ପରେ ତାଙ୍କ ଯୁବରାଜ ପ୍ରତ୍ଯେକ ଖେଳାଳିଙ୍କୁ ରୋଲ୍ସ ରଏସ୍ କାର ଉପହାର ଦେବେ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଫିଫା ବିଶ୍ଵ କପରେ ସାଉଦି ଆରବିଆ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ଏହା ପରେ ସୋସିଆଲ ମିଡିଆରେ ଗୋଟିଏ ଖବର ଭାଇରାଲ ହେବାରେ ଲାଗିଛି ଯେ ସାଉଦି ଯୁବରାଜ ଦଳର ସମସ୍ତ ଖେଳାଳିଙ୍କୁ ରୋଲ୍ସ ରଏସ୍ କାର ଉପହାର ସ୍ୱରୂପ ଦେବେ ବୋଲି ଦାବି କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ସୋସିଆଲ ମିଡିଆରେ ଦାବି କରା ଯାଇଛି ଯେ, “ବିଶ୍ବକପ ଫୁଟବଲରେ ଆର୍ଜେଣ୍ଟିନାକୁ […]

Continue Reading

ଭାରତ ଯୋଡୋ ଯାତ୍ରୀ ପାଇଁ କର୍ଣ୍ଣାଟକରେ ଏକତ୍ରିତ ହୋଇଥିବା ଭିଡ଼ର ଭିଡିଓ ମଧ୍ୟପ୍ରଦେଶ ଦାବିରେ ସେୟାର କରାଯାଉଛି।

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ମଧ୍ୟପ୍ରଦେଶରେ ଅଛି। ଏବଂ ସେଠାରେ ଚିତ୍ର ଏବଂ ଭିଡିଓ ଇଣ୍ଟରନେଟରେ ସେୟାର କରାଯାଉଛି। ଏହି ସମୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଆପଣ ରାସ୍ତାରେ ଏକ ବିରାଟ ଭିଡ଼ ଦେଖିପାରିବେ। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ଭିଡିଓ ଇନ୍ଦୋରରେ ଆୟୋଜିତ ଭାରତ ଯୋଡା ଯାତ୍ରାର ଅଟେ। Ranjeet Garnaik ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି […]

Continue Reading

କ’ଣଚୀନରେ ଚାଲୁଥିବା ଛାତ୍ର ଆନ୍ଦୋଳନ ଓ ସେହି ଆନ୍ଦୋଳନକୁ ପ୍ରତିହତ କରିବାକୁ ଚିନ ସରକାର ଏପରି ପଦକ୍ଷେପ ନେଉଛି?

ଚୀନରେ ଲୋକ ମାନେ ଦେଶରେ ନୂତନ କୋଭିଡ ନିୟମାବଳୀ ବିରୁଦ୍ଧରେ ରାସ୍ତାରେ ବିରୋଧ କରୁଥିବା ଖବର ସାମନାକୁ ଆସିଛି। ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଅନେକ ଲୋକେ ରାସ୍ତାରେ ବିରୋଧ କରୁଥିବା ବେଳେ ଗୋଟିଏ ପୋଲିସ କାର ତାଙ୍କ ଉପରେ ଚଢି ଯାଉଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ଚୀନର ଅଟେ। ଚୀନ ସରକାର ବିରୋଧ କରୁଥିବା ଲୋକଙ୍କ ସହ ଏପରି […]

Continue Reading

କ’ଣ ଭାଇରାଲ ଫୋଟୋରେ ହେଲିକପ୍ଟର ଦୁର୍ଘଟଣା ଓଡ଼ିଶାରେ ଘଟିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ ଏହି ଦୁର୍ଘଟଣା ଓଡ଼ିଶାରେ ଘଟିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ହେଲିକପ୍ଟର ଦୁର୍ଘଟଣା ଦର୍ଶାଉଥିବା ଭାଇରାଲ ଫୋଟୋ ଓଡ଼ିଶାର ନୁହେଁ ବରଂ ତେଲେଙ୍ଗାନା ରାଜ୍ୟର ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଘଟଣା କେନ୍ଦୁଝର ଜିଲ୍ଲାର ଆନ୍ଦପୁର […]

Continue Reading

ବିଜେପି ପ୍ରାର୍ଥୀ ପ୍ରଦିପ ପୁରୋହିତ ବିଜେପି ଚୋର ଗୀତ ଗାଉଥନ୍ତି? ଜାଣନ୍ତୁ ସତ୍ୟତା ।

ରାଜ୍ୟରେ ପଦ୍ମପୁର ନିର୍ବାଚନ ମଧ୍ୟରେ ବିଜେପି ପ୍ରାର୍ଥୀ ପ୍ରଦିପ ପୁରୋହିତଙ୍କର ଏକ ଭିଡିଓ ଭାଇରାଲ  ହେବାରେ ଲାଗିଛି। ଯେଉଁଥିରେ ସେ ମୋଦି ବିରୋଧରେ ଗୀତ ଗାଉଥିବାର ଶୁଣା ଯାଉଛନ୍ତି। ସେ ଭିଡିଓରେ ମୋଦିଙ୍କୁ ଚୋର ତଥା ଦେଶକୁ ବିକିଥିବାର ଦାବି କରୁଛନ୍ତି। ଭାଇରାଲ ଭିଡିଓ ସହିତ ୟୂଜର୍ସ କହୁଛନ୍ତି ଯେ, ପଦ୍ମପୁର ଲୋକମାନେ ବିଜେପି କୁ ଏଥିରେ ଭାବିଚିନ୍ତି ଭୋଟ ଦିଅ।  MK Album ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ […]

Continue Reading

ଫିଫା ବିଶ୍ଵ କପ୍ ୨୦୨୨ ରେ ଦର୍ଶକଙ୍କ ପାଇଁ ଉପହାର ବ୍ୟାଗରେ ବିଜେପି ବିରୋଧୀ ସ୍ଲୋଗାନଗୁଡ଼ିକ ଛପା ଯାଇଛି କି? ଜାଣନ୍ତୁ ସତ୍ୟ।

କାତାର ଦେଶରେ ଫିଫା ବିଶ୍ଵ କପ୍ ୨୦୨୨ ଫୁଟବଲ ଖେଳ ଆୟୋଜିତ କରା ଯାଇଛି। କାତାର ଖେଳ ଦେଖିବାକୁ ଆସିଥିବା ଦର୍ଶକଙ୍କ ପାଇଁ ଉପହାର ଦେଇଛି। ଷ୍ଟାଡିୟମରେ ସମସ୍ତ ସିଟ୍ ରେ ଦର୍ଶକଙ୍କ ପାଇଁ ଉପହାର ରଖା ଯାଇଥିଲା। ସେଥିରେ ଫୁଟବଲ୍, ବୋତଲ, ଅତର ପରି ଅନେକ ଜିନିଷ ଥିଲା।  ଏହା ମଧ୍ୟରେ ସୋସିଆଲ ମିଡିଆରେ ସେହି ଉପହାର ବ୍ୟାଗର ଗୋଟିଏ ଫୋଟୋ ଭାଇରାଲ ହେଉଛି। ଭାଇରାଲ ଫୋଟୋରେ ଉପହାର ବ୍ୟାଗରେ ବିଜେପି ବିରୋଧୀ ସ୍ଲୋଗାନଗୁଡ଼ିକ ଛପା […]

Continue Reading

କ’ଣ ଏହା ନିକଟରେ ମିଶ୍ରିତ ମାର୍ଶଲ ଆର୍ଟ ପ୍ରତିଯୋଗୀତାରେ ପୂଜା ତୋମରଙ୍କ ବିଜୟ ହେବା ଭିଡିଓ କି? ଜାଣନ୍ତୁ ସତ୍ୟ।

୧୯ ନଭେମ୍ବରରେ ଦୁବାଇରେ ଆୟୋଜିତ ମିଶ୍ରିତ ମାର୍ଶଲ ଆର୍ଟରେ ଭାରତର ପୂଜା ତୋମର ବିଶ୍ୱ ଚାମ୍ପିଅନ୍ ହୋଇଥିଲେ। ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ଏହି ସମୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କୁ ରେଫରି ମ୍ୟାଚ୍‌ର ବିଜେତା ଘୋଷିତ କରୁଛନ୍ତି। ଏହି ଭିଡିଓ ଦୁବାଇରେ ହୋଇଥିବା ବିଜୟର ବୋଲି ଦାବି କରାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଭିଡିଓ ପୁରୁଣା ଅଟେ।  କ’ଣ କୁହା […]

Continue Reading

ଅଲ୍-ଥୁମାମା ଷ୍ଟାଡିୟମରେ କୁରାନ ପାଠର ପୁରୁଣା ଭିଡିଓକୁ ଫିଫା ବିଶ୍ୱକପ ଉଦଘାଟନୀ ସମାରୋହ ସମୟର ଘଟଣା ଦାବି ସହିତ ଭାଇରାଲ ହେଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଫୁଟବଲ୍ ପଡିଆରେ କିଛି ବାଳକ ମାନେ କୁରାନ ପାଠ କରୁଛନ୍ତି। ଦାବି କରା ଯାଉଛି ଯେ ଫିଫା ବିଶ୍ଵ କପ୍ ୨୦୨୨ ଉଦଘାଟନୀ ସମାରୋହ ସମୟର କାତାର କୁରାନ ପାଠ ଆୟୋଜିତ କରିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଫିଫା ୨୦୨୨ ବିଶ୍ଵ କପ୍ ସମୟର ନୁହେଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? Qatar […]

Continue Reading

କ’ଣ ଏହି ବ୍ୟକ୍ତି ତାଙ୍କ ସମସ୍ତ ଦାନ୍ତ ବାହାର କରି ନିଜ ଗର୍ଲଫ୍ରେଣ୍ଡ ପାଇଁ ଏକ ଦାନ୍ତ ହାର ତିଆରି କରି ଉପହାର ଦେଇଥିଲେ ?

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଫଟୋ ସେୟାର କରି ଦାବି କରାଯାଉଛି ଯେ ଜଣେ ଇଜିପ୍ଟୀୟ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ତାଙ୍କ ପ୍ରତି ଥିବା ପ୍ରେମକୁ ଏକ ଅନନ୍ୟ ଉପାୟରେ ଉପହାର ଦେବା ପାଇଁ ତାଙ୍କର ସମସ୍ତ ଦାନ୍ତ ବାହାର କରି ହାର ବନାଇ ଦେଇଥିଲେ। ଭାଇରାଲ ଫୋଟୋରେ ଜଣେ ବ୍ୟକ୍ତି ଦେଖା ଯାଉଛନ୍ତି। ଯେଉଁଥିରେ ତାଙ୍କ ଦାନ୍ତ ନାହିଁ। ଅନ୍ୟ ପଟେ ଦାନ୍ତର ହାର ଦେଖିବାକୁ ମିଳୁଛି। Mu Odia ନାମକ ଜଣେ ଫେସବୁକ ୟୁଜର […]

Continue Reading

କ’ଣ ଜଣେ ମୁସଲମାନ ଶିଶୁ ଦ୍ଵାରା ଖଣ୍ଡାରେ ଭାରତୀୟ ଜାତୀୟ ପତକାକୁ ଖଣ୍ଡ କରିବା ଭିଡିଓ ଭାରତର ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ନାବାଳକ ଶିଶୁ ଖଣ୍ଡାରେ ଭାରତୀୟ ଜାତୀୟ ପତକାକୁ ଦୁଇ ଖଣ୍ଡ କରି ଦେଉଛି। ଦାବି ଅନୁଯାୟୀ ଏହି ଭିଡିଓ ଭାରତର ଅଟେ ଏବଂ ସଂଖ୍ୟାଲଘୁ ମୁସ୍ଲିମ ସମ୍ପ୍ରଦାୟ ଶିଶୁ ମାନଙ୍କୁ ଏପରି ଶିକ୍ଷା ଦିଆ ଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଭାରତର ନୁହେଁ ବରଂ ପାକିସ୍ତାନର ଗୋଟିଏ ବିଦ୍ୟାଳୟର ଅଟେ। କ’ଣ ଦାବି କରା […]

Continue Reading

ଜବଲପୁରର ମଖଲା ରିସର୍ଟରେ ଜଣେ ଯୁବତିଙ୍କୁ ହତ୍ୟା କରିବାର ଭିଡିଓର ସାମ୍ପ୍ରଦାୟିକତା ସହ କୌଣସି ସମ୍ପର୍କ ନାହିଁ।

ଇଣ୍ଟରନେଟରେ ଜଣେ ଯୁବକଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହା ଏକ ହୋଟେଲ ରୁମର ଏକ ଭିଡିଓ ଯେଉଁଠାରେ ଯୁବକ ଜଣକ ତାଙ୍କ ଗର୍ଲଫ୍ରେଣ୍ଡକୁ ହତ୍ୟା କରିଥିବାର ଦେଖାଯାଉଛନ୍ତି।  ଏହି ଭିଡିଓରେ ସେ ରକ୍ତରେ ଜୁଡୁବୁଡୁ ଝିଅର ମୃତଦେହ ଦେଖାଯାଉଛି। ଏହି ଭିଡିଓରେ ସେୟାର କରାଯାଇଛି ଯେ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁରୁଷ ଜଣେ ମୁସଲମାନ ଏବଂ ମହିଳା ଜଣେ ହିନ୍ଦୁ। ଦେବସେନା ଆଇଟି ସେଲ୍ କଟକ ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

କ’ଣ ଭିଡିଓରେ ଜଣେ ପିତା ନିଜ ଝିଅକୁ ଗୋଟିଏ ମୁସ୍ଲିମ ପିଲା ସହିତ ବିବାହ ନକରିବା ପାଇଁ ଅନୁରୋଧ କରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଲଭ୍-ଜିହାଦ ନାମରେ ସମୟ-ସମୟରେ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଥାଏ। ଫ୍ୟାକ୍ଟ କ୍ରିଷେଣ୍ଡୋ ଅତୀତରେ ମଧ୍ୟ ଲଭ୍-ଜିହାଦ ନାମରେ ଭାଇରାଲ ହେଉଥିବା ଦାବିକୁ ଖଣ୍ଡନ କରିଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ଜଣେ ବୟସ୍କ ଲୋକ ଜଣେ ଯୁବତୀଙ୍କ ପାଦରେ ନିଜ ପଗଡି ରଖି କିଛି ଅନୁରୋଧ କରୁଛନ୍ତି। ଭିଡିଓ ସହିତ ଦାବି କରା ଯାଉଛି ଯେ ରାଜସ୍ଥାନରେ […]

Continue Reading

ଭାଇରାଲ ଭିଡିଓ 2 ବର୍ଷ ପୁରୁଣା, ଯାଜପୁର ଜିଲ୍ଲାରେ ବର୍ତ୍ତମାନ ସିଂହ ଦେଖାଯିବା ଖବର ମିଥ୍ୟା।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ସିଂହ ଗର୍ଜନ କରୁଥିବାର ଦେଖାଯାଉଛି। ଏହା ସହ କିଛି ଲୋକ ସିଂହ ଉପରେ ଲାଇଟ ପକାଉଥିବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସଂଶାଇଲୋ ନିକଟ ଢୋଲପଥର ରେଙ୍ଗାଲି ଡ୍ୟାମ ପାଖରେ ଗତ ଦୁଇଦିନ ତଳେ ସିଂହ ଦେଖାଯାଇଥିବାର ଏହା ଭିଡିଓ।  Khirod Chandra Nayak ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

କ’ଣ ଭାଇରାଲ ଫୋଟୋରେ ଜଣେ ସାଧୁ ହିମାଳୟରେ ତପସ୍ୟା କରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଜଣେ ସାଧୁ ତପସ୍ୟା କରୁଥିବା ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋ ଭାଇରାଲ କରି ଦାବି କରା ଯାଇଛି ଯେ ଏହି ସାଧୁ -୪୦ ସେଲସିୟସ୍ ତାପମାତ୍ରାରେ ହିମାଳୟରେ ତପସ୍ୟା କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ହିମାଳୟର ନୁହେଁ ବରଂ ହରିୟାଣାର ଅଟେ।  କ’ଣ କୁହା ଯାଇଛି ପୋଷ୍ଟରେ?  ଫୋଟୋ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, […]

Continue Reading

କ’ଣ ନିକଟରେ ଦିଲ୍ଲୀରେ କିଛି ମୁସଲିମ ସମ୍ପ୍ରଦାୟର ପୁଅମାନେ ଜଣେ ହିନ୍ଦୁ ନାବାଳକର ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।

ଦୁଇଜଣ ପୁଅ ଅନ୍ୟ ଜଣେ ବାଳକକୁ ଛୁରାମାଡ଼ କରୁଥିବା ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ସହିତ କ୍ୟାପସନରେ ଲେଖା ଅଛି, “ଯେତେବେଳେ ସେହି ପୁଅ ନିଜ ଭଉଣୀର ନିର୍ଯାତନାକୁ ବିରୋଧ କରିଥିଲା, ମୁସଲମାନ ସମ୍ପ୍ରଦାୟର ପୁଅମାନେ ଜଣେ ହିନ୍ଦୁ ବାଳକକୁ ଛୁରୀରେ ହତ୍ୟା କରିଥିଲେ”। କିନ୍ତୁ, ଫ୍ୟାକ୍ଟ କ୍ରେସେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି କହିଛି। ଉଭୟ ଅଭିଯୁକ୍ତ ଏବଂ ପୀଡିତା ସମାନ ସମ୍ପ୍ରଦାୟର ଥିଲେ। କ’ଣ ଦାବି କରା ଯାଇଛି ଏହି […]

Continue Reading

କ’ଣ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ଦୁଗ୍ଧ ଅପମିଶ୍ରଣ ନେଇ ଚେତାବନୀ ଦେଇଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଗ୍ଧ ଅପମିଶ୍ରଣ ନେଇ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ଭାରତକୁ ଦୁଗ୍ଧ ଅପମିଶ୍ରଣ ନେଇ ଚେତାବନୀ ଦେଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦୁଗ୍ଧ ଅପମିଶ୍ରଣ ନେଇ ଭାରତ ସରକାରକୁ କୌଣସି ଚେତାବନୀ ଦେଇ ନାହିଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭାଇରାଲ ପୋଷ୍ଟରେ କୁହା ଯାଇଛି ଯେ, “ଦୁଗ୍ଧ […]

Continue Reading

ଚୀନ୍‌ର “ଗୋଲଡେନ୍ ଡ୍ରାଗନ୍ ପ୍ୟାରେଡ୍” କେରଳର ଦୀପୋତ୍ସଭ ଦାବିରେ ଭାଇରାଲ ହେଉଛି।

ଦେବ ଦୀପାୱାଲୀ ଅବସରରେ ଦୀପୋତ୍ସଭ ସାରା ଦେଶରେ ପାଳନ କରାଯାଇଥିଲା। ତାଙ୍କର ଅନେକ ଭିଡିଓ ଏବଂଫୋଟୋ ମଧ୍ୟ ସେୟାର କରାଯାଇଥିଲା। ଏହି ସମୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଏକ ନଦୀ ଉପରେ ଅନେକ ଡଙ୍ଗାର ପ୍ରଦର୍ଶନ କରାଯାଉଥିବାର ଦେଖାଯାଉଛି।  ଭାଇରାଲ ଭିଡିଓ ସହିତ ଦାବି କରାଯାଇଛି ଯେ, ଏହି ଭିଡିଓ କେରଳରେ ପାଳନ କରାଯାଉଥିବା ଦେବ ଦୀପୱାଲୀଙ୍କ ଅଟେ। ଏହି ଅବସରରେ ଦୀପୋଟସଭଙ୍କୁ 240 ଡଙ୍ଗା ଦ୍ୱାରା ପାଳନ କରାଯାଇଥିଲା। […]

Continue Reading

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଷୟରେ ଋଷି ସୁନାକ ଭାଇରାଲ ପୋଷ୍ଟ ମିଥ୍ୟା ଅଟେ।

ବିଟ୍ରେନ୍ର ନୂତନ ପ୍ରଧାନମନ୍ତ୍ରୀ ଋଷି ସୁନାକ ଚର୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ବିଷୟରେ ବିଭିନ୍ନ ପ୍ରକାରର ଦାବି ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏକ କୋଲାଜ ଭାଇରାଲ ହେବାରେ ଲାଗିଛି ଯେ ଋଷି ସୁନାକ କହିଛନ୍ତି ଯେ, ମନମୋହନ ସିଂଙ୍କ ପରି ଜଣେ ପ୍ରଧାନମନ୍ତ୍ରୀ ଭାରତକୁ ସଠିକ୍ ଦିଗ ଦେବା ଏବଂ ଦୁର୍ବଳ ତଥା ପଡୁଥିବା ଅର୍ଥନୀତିରେ ଉନ୍ନତି ଆଣିବା  କାମାକ୍ଷାନଗର କଂଗ୍ରେସ ସେନା ନାମକ ଜଣେ ଫେସବୁକ ୟୂଜର ଭାଇରାଲ ପୋଷ୍ଟ ସେୟର କରିଛନ୍ତି। […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦେଖାଯାଉଥିବା ଗୁଜୁରାଟ କୃଷି ମନ୍ତ୍ରୀ ରାଘବଜୀ ପଟେଲ ଅଜନ୍ତା ଗ୍ରୁପର ପ୍ରତିଷ୍ଠାତା ନୁହଁନ୍ତି।

ଗୁଜୁରାଟର ମୋର୍ବିରେ ଘଟିଥିବା ବ୍ରିଜ ଦୁର୍ଘଟଣା ସହ ପିଏମ ମୋଦୀଙ୍କ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ପିଏମ ମୋଦୀ ଜଣେ ବ୍ୟକ୍ତିଙ୍କ ସହ ଠିଆ ହୋଇଥିବା ନଜର ଆସୁଛନ୍ତି। ଏହି ଛବି ସେୟାର କରି ଦାବି କରାଯାଉଛି ଯେ ଯେଉଁ ବ୍ୟକ୍ତିଙ୍କ ସହ ପିଏମ ମୋଦୀ ଛିଡା ହୋଇଛନ୍ତି, ସେ ହେଉଛନ୍ତି ମର୍ବି ବ୍ରିଜର ନବୀକରଣ କାର୍ଯ୍ୟ କରିଥିବା କମ୍ପାନୀର ମାଲିକ। Babeena Pattanayak ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

ଗୋଟିଏ ସିନେମାର କ୍ଲିପ୍ କୁ ଲଭ୍ ଜିହାଦର ପ୍ରକୃତ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ସୋସିଆଲ ମିଡିଆରେ ବୁର୍ଖା ପିନ୍ଧିଥିବା ଜଣେ ମହିଳାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ମହିଳା କହୁଛନ୍ତି ଯେ ତାଙ୍କ ନାମ ଶାଳିନୀ ଉନ୍ନିକୃଷ୍ଣନ ଥିଲା କିନ୍ତୁ ତାଙ୍କର ଜବରଦସ୍ତି ଧର୍ମ ପରିବର୍ତ୍ତନ କରି ତାଙ୍କ ନାମ ଫାଟିମା ବା ରଖା ଯାଇଛି ଏବଂ ବର୍ତ୍ତମାନ ସେ ଆଫଘାନିସ୍ତାନ ରେ ଆଇଏସଆଇଏସ ର ଜଣେ ଆତଙ୍କବାଦୀ ଭାବରେ ଅଛନ୍ତି।  ଭିଡିଓରେ ସେ ଏହା ମଧ୍ୟ କହିଛନ୍ତି ଯେ ସେ କେରଳରେ ନର୍ସ ଥିଲେ। ଏହି ପରି ୩୨୦୦୦ […]

Continue Reading

ଗୁରୁଗ୍ରାମରେ ଏକ ସୁଟକେସରେ ମିଳିଥିବା ମହିଳା ଶବ ମଡର କେଶରେ ସାମ୍ପ୍ରଦାୟିକ କୋଣ ନାହିଁ ।

ସୋସିଆଲ ମିଡିଆରେ 53 ସେକେଣ୍ଡର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପୋଲିସ କର୍ମଚାରୀମାନେ ରାସ୍ତା କଡ଼ରେ ପଡ଼ିଥିବା ଏକ ସୁଟକେସରେ ମୃତ ଦେହକୁ ଯାଞ୍ଚ କରୁଛନ୍ତି। ଭିଡିଓ ସହିତ ଦାବି ହେଉଛି ଯେ ଏହା ଗୁରୁଗ୍ରାମରେ ପ୍ରେମ ଜିହାଦର ଏକ ମାମଲା। Debasish Grahacharya ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷଶ୍ଟ କରି ଲେଖିଛନ୍ତି ଯେ, ଆଉ ଗୋଟେ ହିନ୍ଦୁ ଝିଅ 👉 ମୁସଲମାନ ଦ୍ୱାରା ଲଭ ଜିହାଦ ଓ ହତ୍ୟା ର […]

Continue Reading

ସୋସିଆଲ ମିଡିଆରେ ବିଭିନ୍ନ ଗଣମାଧ୍ୟମ ଦ୍ଵାରା ଧାମନଗର ନିର୍ବାଚନ ନେଇ କରା ଯାଇଥିବା ଏକ ସର୍ବେକ୍ଷଣର ସତ୍ୟତା କ’ଣ?

ଧାମନଗର ଇଉପିଏନିର୍ବାଚନ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି। ଭାଇରାଲ ପୋଷ୍ଟରେ ନିର୍ବାଚନ ନେଇ ବିଭିନ୍ନ ଗଣମାଧ୍ୟମ ଦ୍ଵାରା କରା ଯାଇଥିବା ଏକ ସର୍ବେକ୍ଷଣର ଫୋଟୋ ଦେଖିବାକୁ ମିଳିଛି।  ଭାଇରାଲ ଫୋଟୋରେ ଦାବି କରା ଯାଇଛି ଯେ ଏହି ସର୍ବେକ୍ଷଣ ଓଟିଭି, କନକ ନ୍ୟୁଜ୍ ନ୍ୟୁଜ୍ ୧୮ ଓଡ଼ିଶା, ଅର୍ଗସ ଏବଂ ନନ୍ଦିଘୋଷ ଚ୍ୟାନାଲ ଦ୍ଵାରା କରା ଯାଇଛି। ଏହି ସର୍ବେକ୍ଷଣର ଫଳାଫଳରେ ବିଜେଡ଼ି ଦଳ ନିର୍ବାଚନରେ ଅଗ୍ରଣୀ ସ୍ଥାନ ହାସଲ କରିଥିବା ବେଳେ […]

Continue Reading

2020ର ଭିଡିଓକୁ ଋଷି ସୁନକ ତାଙ୍କ ନୂତନ କାର୍ଯାଳୟରେ ହିନ୍ଦୁ ରିତୀନିତୀ କରିବା ଦାବିରେ ଭାଇରାଲ କରାଯାଉଛି।

ଋଷି ସୁନାକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେଲା ପରେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଅନେକ ଖବର ପସେୟାର କରପାଯାଉଛି। କେତେକ ଉପଭୋକ୍ତା ତାଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଅଭିନନ୍ଦନ ଜଣାଇଥିବା ବେଳେ ଅନ୍ୟମାନେ  ଋଷି ସୁନାକଙ୍କ ନିକଟରେ ଥିବା ଅନେକ ସମ୍ପର୍କିତ ଭିଡିଓ ଏବଂ ଚିତ୍ର ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଋଷି ସୁନାକ ଦିପ ଜାଳିଥିବାର ଦେଖାଯାଉଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ,  ବ୍ରିଟେନର […]

Continue Reading

କାନପୁରରେ ପୋଲିସ ଉପରକୁ ପଥର ଫିଙ୍ଗିଥିବା ଯୁବକମାନେ ମୁସଲମାନ ନଥିଲେ; ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ଏହି ଭିଡିଓ ଭାଇରାଲ୍ କରା ଯାଉଛି। 

ଇଣ୍ଟର୍ନେଟ୍ ରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ ଦେଖିପାରିବେ ପୋଲିସ୍ ଘର ଛାତ ଉପରେ କିଛି ଯୁବକଙ୍କୁ ପିଟୁଛନ୍ତି। ଦାବି କରା ଯାଇଛି ଯେ କାନପୁରରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କିଛି ମୁସଲମାନ ଲୋକେ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏହି କାରଣରୁ ପୋଲିସ ତାଙ୍କୁ ମାଡ ମାରିଥିଲା। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଲିସ ଉପରକୁ ପଥର ଫିଙ୍ଗୁଠିବା ଲୋକେ ମୁସ୍ଲିମ ସମ୍ପ୍ରଦାୟର ନୁହଁନ୍ତି।  କ’ଣ […]

Continue Reading

କ’ଣ ଦୀପାବଳୀ ଦିନ ହାତରେ ରକେଟ୍ ଜାଳିବାବେଳେ କଲେକ୍ଟର ଟିନା ଦାବିଙ୍କ ସହ ଏକ ଦୁର୍ଘଟଣା ଘଟିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଅସିଆଲ ମିଡିଆରେ ଜୈସଲମେର କଲେକ୍ଟର ଟିଣା ଦାବିଙ୍କ ନାମରେ ଏକ ପୋଷ୍ଟ ଭାଇରାଲ ହେଉଛି। ଏଥିରେ ଦାବି କରାଯାଉଛି ଯେ ଦୀପାବଳି ଦିନ ସେ ତାଙ୍କ ହାତରେ ଏକ ରକେଟ ଜାଳିଥିଲେ। ସେତେବେଳେ ହଠାତ୍ ତାଙ୍କ ମୁହଁରେ ବାଣର ନିଆଁ ପଡ଼ିଯାଇଥିଲା, ହେଲେ ଏଥିରୁ ସେ ନିଜକୁ ରକ୍ଷା କରି ଦେଇଛନ୍ତି। କିନ୍ତୁ ଫ୍ୟାକ୍ଟ କୃସେଣ୍ଡୋ ଜାଣିବାକୁ ଫାଇଲ ଯେ ଭାଇରାଲ ଭିଡିଓ ଦୀପାବଳିର ନୁହେଁ ବରଂ ଦଶହରା ସମୟର ଅଟେ।  କ’ଣ ଦାବି କରା […]

Continue Reading

ରମିଜ ରାଜାଙ୍କ ଭିଡିଓ ପୁରୁଣା, ଟି -20 ବିଶ୍ୱକପରେ ଜିମ୍ବାୱେ-ପାକିସ୍ତାନ ମ୍ୟାଚ ସହ କୌଣସି ସମ୍ପର୍କ ନୁହେଁ।

ଟି -20 କ୍ରିକେଟ୍ ବିଶ୍ୱକପ୍‌ରେ ଜିମ୍ବାୱେ-ପାକିସ୍ତାନ ମ୍ୟାଚ୍‌ରେ ପାକିସ୍ତାନର ପରାଜୟ ପରେ ପୂର୍ବତନ ପାକିସ୍ତାନୀ ଖେଳାଳି ରମିଜ ରାଜାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରମିଜ ରାଜା ପାକିସ୍ତାନୀ ଖେଳାଳିଙ୍କୁ ତାଗିଦ କରୁଥିବା ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି ଲୋକମାନେ ଦାବି କରୁଛନ୍ତି ଯେ ଟି -20 କ୍ରିକେଟ୍ ବିଶ୍ୱକପ୍‌ର ଜିମ୍ବାୱେ-ପାକିସ୍ତାନ ମ୍ୟାଚ୍‌ରେ ପାକିସ୍ତାନର ପରାଜୟ ପରେ ଏହା ରମିଜ ରାଜାଙ୍କ ପ୍ରତିକ୍ରିୟା।  New News […]

Continue Reading

ଜିମ୍ବାୱେ ଖେଳାଳିମାନେ ଜୟ ଶ୍ରୀ ରାମଙ୍କ ଗୀତରେ ନାଚୁଛନ୍ତି କି? 

ଚାଲିଥିବା ଟି -20 କ୍ରିକେଟ୍ ବିଶ୍ୱକପରେ ଜିମ୍ବାୱେ ଦଳ ପାକିସ୍ତାନ ବିପକ୍ଷରେ ଜିତିଛି। ଯାହା ପରେ ଅନେକ ଭିଡିଓରେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ଜିମ୍ବାୱେ ଖେଳାଳିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଷ୍ଟାଡିୟମରେ ଠିଆ ହୋଇଥିବାବେଳେ ନାଚୁଥିବା ନଜର ଆସିଛନ୍ତି। ଏହି ଭିଡିଓରେ ଆପଣ ଜୟ ଶ୍ରୀ ରାମ ଗୀତ ବଜାଉଥିବା ଶୁଣିପାରିବେ। ଜିମ୍ବାୱେ ଖେଳାଳିମାନେ ଜୟ ଶ୍ରୀ ରାମଙ୍କ ଗୀତରେ ନାଚୁଛନ୍ତି ବୋଲି ଦାବି କରାଯାଉଛି। SanjuKatha ନାମକ […]

Continue Reading

କ’ଣ ଏଲୋନ୍ ମସ୍କ ଟ୍ୱିଟରର ମାଲିକାନା ନେବା ପରେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି?

ଗୁରୁବାର ଦିନ ଏଲୋନ୍ ମସ୍କ ଟ୍ୱିଟରର ମାଲିକାନା ନିଜ ହାତକୁ ନେଇଛନ୍ତି। ଏହା ପରେ ସେ ଟ୍ୱିଟର ସିଇଓ ପାରାଗ ଅଗ୍ରୱାଲଙ୍କ ସମେତ ଅନେକ ଉଚ୍ଚ ପଦାଧିକାରୀଙ୍କୁ ବରଖାସ୍ତ କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଉତ୍ତେଜନା ଆରମ୍ଭ ହୋଇଛି ଯେ ମସ୍କ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ଏହା ମଧ୍ୟ ଦାବି କରା ଯାଉଛି ଯେ ଟ୍ରମ୍ପ ନିଜେ ଏହି ସୂଚନା ଟୁଇଟ କରି ଜଣାଇଛନ୍ତି।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ ଜିମ୍ବାୱେ ପାକିସ୍ତାନକୁ ହରାଇଲା ପରେ ଜିମ୍ବାୱେର ନ୍ୟୁଜ୍ ଆଙ୍କରର ଖୁସିରେ ହସୁଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ଟି20 ବିଶ୍ଵ କପରେ ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ଏକ ମ୍ୟାଚ୍ ହୋଇଥିଲା ଯେଉଁଥିରେ ପାକିସ୍ତାନ ପରାସ୍ତ ହୋଇଥିଲା। ଏହା ଲୋକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା।  ଏହି ସମୟରେ ଏକ ନ୍ୟୁଜ୍ ଆଙ୍କରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ନ୍ୟୁଜ୍ ଆଙ୍କର ଖବର ପଢିଲା ବେଳେ ହସୁଥିବା ଦେଖିବାକୁ ମିଲିଛନ୍ତି। ଦାବି ଅନୁଯାୟୀ ଜିମ୍ବାୱେ ପାକିସ୍ତାନକୁ ହରାଇଲା ପରେ ଜିମ୍ବାୱେର ନ୍ୟୁଜ୍ ଆଙ୍କର ଖବର ପଢୁଥିବା ସମୟରେ […]

Continue Reading

କ’ଣ ଭାଇରାଲ ଫୋଟୋ ନାଗ ବାସୁକି ମନ୍ଦିରର ଅଟେ ଯାହା ଉତ୍ତରପ୍ରଦେଶରେ ଅବସ୍ଥିତ? ଜାଣନ୍ତୁ ସତ୍ୟ।

ବାରତାମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ଗୋଟିଏ ଗଛରେ ମୂର୍ତ୍ତି ନିର୍ମାଣ କରା ଯାଇଛି। ଦାବି ଅନୁଯାୟୀ ଏହି ଫୋଟୋ ଉତ୍ତରପ୍ରଦେଶର ପ୍ରୟାଗରାଜ ସହରରେ ଅବସ୍ଥିତ ନାଗ ବାସୁକି ମନ୍ଦିରର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ କର୍ଣାଟକାର ଏକ ପଥର ବଗିଚାର ଫୋଟୋ ଅଟେ।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? ଫୋଟୋ ସେୟାର କରି ସୋସିଆଲ […]

Continue Reading

କ’ଣ ଟି୨୦ ବିଶ୍ଵ କପରେ ଭାରତ ଠାରୁ ପରାଜିତ ହେବ ପରେ ପାକିସ୍ତାନୀ ସମର୍ଥକ ମାନେ ଟିଭି ଭାଙ୍ଗୁଛନ୍ତି? ଜାଣନ୍ତୁ ସତ୍ୟ। 

ଟି୨୦ ବିଶ୍ଵ କପରେ ପାକିସ୍ତାନ ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନ ସମର୍ଥକଙ୍କ ଦ୍ଵାରା ଟିଭି ଭାଙ୍ଗୁଠିବା ଭିଡିଓ ଏବଂ ପୋସ୍ତ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି। ପୂର୍ବରୁ ମଧ୍ୟ ଫ୍ୟାକ୍ଟ କ୍ରିଷେଣ୍ଡୋ ଏପରି ଅନେକ ପୋଷ୍ଟର ଖଣ୍ଡନ କରି ସାରିଛି। ଆପଣ ମାନେ ସେହି ପୋଷ୍ଟ ଗୁଡ଼ିକ ଏଠାରେ ଏବଂ ଏଠାରେ ଦେଖି ପାରିବେ।  ବର୍ତ୍ତମାନ ସମାନ ପ୍ରକାରର ଗୋଟିଏ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫୋଟୋରେ ଦେଖିବାକୁ ମିଳିଛି ଯେ […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀ ବିଜେପିକୁ ‘ଭାଙ୍ଗିବା ଏବଂ ଶାସନ ପରମ୍ପରା’ର ଦଳ ବୋଲି କହିଛନ୍ତି କି?

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କହିଛନ୍ତି ଯେ ଭାଇ ଓ ଭଉଣୀମାନେ ଭାଙ୍ଗନ୍ତୁ ଏବଂ ଶାସନ କରନ୍ତୁ, ଏହା ହେଉଛି ଆମର ବିଜେପିର ପରମ୍ପରା, ଯୋଡନ୍ତୁ ଏବଂ ବିକାଶ କରନ୍ତୁ, ଏହା ହେଉଛି କଂଗ୍ରେସର ପରମ୍ପରା। ଏହି ଭିଡିଓ ସହିତ ଉପଭୋକ୍ତାମାନେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଭାରତ ଛାଡ ଯାତ୍ରା ଭୟ ହେତୁ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଭିଭାଷଣରେ ସ୍ୱୀକାର କରିଛନ୍ତି ଯେ କେବଳ କଂଗ୍ରେସ ଭାରତର ସଂଯୋଗ […]

Continue Reading

ଭାରତ ଯୋଡୋ ଯାତ୍ରାରେ ପାକିସ୍ତାନୀ ପତାକା ଉତ୍ତୋଳନ କରାଯାଇ ନାହିଁ।

ତାମିଲନାଡୁରୁ ଆରମ୍ଭ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡା ଯାତ୍ରା କେରଳ ଦେଇ କର୍ଣ୍ଣାଟକରେ ପହଞ୍ଚିଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ରାଲିର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଏକ ରାଲିରେ ଲୋକମାନଙ୍କ ହାତରେ ଚନ୍ଦ୍ରମା ଏବଂ ତାରକା ସହିତ ସବୁଜ ପତାକା ଧରିଥିବାର ଦେଖିବାକୁ ମିଳିବ। ଏହି ଯାତ୍ରାକୁ ଟାର୍ଗେଟ କରୁଥିବାବେଳେ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, କେରଳର କଂଗ୍ରେସ ଭାରତ ଯୋଡ ଯାତ୍ରା ସମୟରେ […]

Continue Reading

ଗୁଜୁରାଟ ନିର୍ବାଚନରେ ​​AAP ର ବିଜୟ ସମ୍ଭାବନାକୁ ଦର୍ଶାଉଥିବା ଏହି ନ୍ୟୁଜ୍ ଭିଡିଓ ମିଥ୍ୟା ଅଟେ।

ଗୁଜୁରାତର ନିର୍ବାଚନ ପାଖକୁ ଆସୁଥିବା ବେଳେ ସୋସିଆଲ ମିଡିଆରେ ପ୍ରଚାର ପ୍ରଶାର ଜୋର ଧରିଛି।  ଏବିପି ନ୍ୟୁଜର ଏକ ଭିଡିଓ ସେୟାର କରାଯାଉଛି। ଯେଉଁଥିରେ ଗୁଗୁରାତରେ ଏଥର ଆମ ଆଦମି ପାର୍ଟି ନିଜ ସରକାର ବନାଉଥିବାର ପୁରା ସୁଯୋଗ ଦେଖିବାକୁ ମିଳୁଛି।  ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, ଏବେ ଗୁଜୁରାତରେ ବିଜେପି ନାହିଁ ବରଂ ଆମ ଆଦମି ପାର୍ଟି ସରକାର ବନାଇବ।  Sribatsa Kar ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

କ’ଣ ଭାଇରାଲ ହେଉଥିବା ଭିଡିଓ କର୍ଣାଟକାର ରାଇଚୁର ଜିଲ୍ଲାରେ ଭାରତ ଯୋଡୋ ଯାତ୍ରାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ଭିଡ ରାସ୍ତାରେ ରେଲି କରୁଥିବା ପରି ଜଣା ପଡୁଛି। ଦାବି ଅନୁଯାୟୀ ଏହି ଭିଡ କର୍ଣାଟକାର ରାଇଚୁର ଜିଲ୍ଲାରେ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଇଥିବା ଲୋକଙ୍କ ରେଲି ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓର କର୍ଣାଟକା କିମ୍ବା ଭାରତ ଯୋଡୋ ଯାତ୍ରା ସହିତ କିଛି ସମ୍ବନ୍ଧ ନାହିଁ।  କ’ଣ ଦାବି […]

Continue Reading

କ’ଣ ଟି୨୦ ବିଶ୍ଵ କପରେ ଭାରାତ ଠାରୁ ପରାଜୟ ହେବା ପରେ ପାକିସ୍ତାନ ସମର୍ଥକ ନିଜ ଟିଭି ଭାଙ୍ଗିଛନ୍ତି? ଜାଣନ୍ତୁ ସତ୍ୟ। 

କ୍ରିକେଟ୍ ମ୍ୟାଚରେ ଭାରତ ଠାରୁ ପରାଜୟ ହେବା ପରେ ପାକିସ୍ତାନ ସମର୍ଥକଙ୍କ ଟିଭି ଭଙ୍ଗାରୁଜା କରିବା ଭିଡିଓ ଆମ ଦେଶରେ ବହୁତ ପ୍ରସିଦ୍ଧ ଏବଂ ଏହା ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥାଏ। ଏସିଆ କପରେ ପାକିସ୍ତାନ ଠାରୁ ପରାଜିତ ହେବା ପରେ ଭାରତୀୟ ସମର୍ଥକଙ୍କୁ ଟି୨୦ ବିଶ୍ଵ କଫରେ ପାକିସ୍ତାନ ବିରୁଦ୍ଧରେ ବିଜୟର ଆଶା ଥିଲା। ଏହି ସମୟରେ ଭାରତ ନିଜ ସମର୍ଥକଙ୍କୁ ନିରାଶ ହେବା ସୁଯୋଗ ଦେଇ ନାହିଁ। ଗତ କାଲୀ […]

Continue Reading

କ’ଣ ପୋଷ୍ଟ ହେଇଥିବା ଫୋଟୋ ନିକଟରେ କେଦାରନାଥର ହେଲିକପ୍ଟର ଦୁର୍ଘଟଣାକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

ନିକଟରେ କିଛି ଯାନ୍ତ୍ରିକ ତ୍ରୁଟି ହେତୁ କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ 7 ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଏହିପରି ଗୋଟିଏ ଫଟୋ ସେୟାର କରି ଦାବି କରା ଯାଉଛି ଯେ ଏହା ନିକଟରେ କେଦାରନାଥରେ ଦୁର୍ଘଟଣାଗ୍ରସ୍ତ ହେଇଥିବା ହେଲିକପ୍ଟରର ଫୋଟୋ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ ଏହି ଫୋଟୋ ଅନେକ ବର୍ଷରୁ ଇଣ୍ଟର୍ନେଟରେ […]

Continue Reading

ବିଜେପି ସମର୍ଥକୁ ମାଡ଼ ମାରୁଥିବା ଭିଡିଓ ପୁରୁଣା ଏବଂ ବଙ୍ଗଳାର ଅଟେ, ଗୁଜୁରାଟ ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ।

ଗୁଜୁରାତରେ ନିର୍ବାଚନ ପରିବେଷରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ଜଣେ ବ୍ୟକ୍ତିକୁ ମାଡ଼ ମାରୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ, ଗୁଜୁରାତରେ ଚିର୍ବାଚନ ମାହୋଲରେ ବିଜେପି ସମର୍ଥକକୁ ମାଡ଼ ମାରିଲେ।  Sribatsa Kar ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଗୁଜରାଟ ରେ ଭାଜପା ଭକ୍ତ ଙ୍କୁ ଗୋଡେଇ ଗୋଡେଇ ମାଡ !… ଫେସବୁକ । ଆର୍କାଇଭ ଅନୁସନ୍ଧାନ ପୂର୍ବରୁ […]

Continue Reading

ଜଣେ ସାମ୍ବାଦିକଙ୍କୁ ଧମକ ଦେଉଥିବା ଜଣେ ଶିକ୍ଷକଙ୍କ ସ୍କ୍ରିପ୍ଟ (ନାଟକୀୟ) ଭିଡିଓକୁ ପ୍ରକୃତ ଘଟଣା ନାମରେ ଭାଇରାଲ ହୋଇଛି। 

ନିକଟରେ ଜଣେ ସାମ୍ବାଦିକ ଏବଂ ଜଣେ ଶିକ୍ଷକଙ୍କ ମଧ୍ୟରେ ବିତର୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସାମ୍ବାଦିକ ଶିକ୍ଷକଙ୍କୁ ପ୍ରଶ୍ନ ପଚାଉଥିବାରୁ ସେହି ଶିକ୍ଷକ ତାଙ୍କୁ କଡା ଉତ୍ତର ଦେଉଥିବା ଦେଖିବାକୁ ମିଳିଛି। ଭିଡିଓ ସହିତ ଦାବି କରା ଯାଉଛି ଯେ ଶିକ୍ଷକଙ୍କ ସାମ୍ବାଦିକଙ୍କୁ ପ୍ରତିକ୍ରିୟା କରୁଥିବା ଏହି ଭିଡିଓ ଏକ ପ୍ରକୃତ ଘଟଣା ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପାଇଲା। ଭାଇରାଲ […]

Continue Reading

କ’ଣ ଭାରତ ଯୋଡ଼ ରାଲି ପରେ ଦେଶର ପ୍ରଥମ ପସନ୍ଦ ରାହୁଲ ଗାନ୍ଧୀ ବନିଛନ୍ତି? 

‘ଆଜ୍ ତକ୍ ନ୍ୟୁଜ୍ ଚ୍ୟାନେଲ୍’ ଦ୍ୱାରା ପ୍ରକାଶିତ ସର୍ଭେ ଫଳାଫଳର ଏକ ଫୋଟୋ ସୋସିଆଲ୍ ମିଡିଆରେ ସେୟାର କରାଯାଉଛି। ଯେଉଁଥି୍ରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା 52% ସହ ଆଗୁଆ ଅଛନ୍ତି ଏବଂ ନରେନ୍ଦ୍ର ମୋଦୀ 46% ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଭାଇରାଲ ପୋଷ୍ଟକୁ ଦେଖି ଜଣା ପଡ଼ୁଛି ଭାରତ ଯୋଡ଼ ପରେ ରାହୁଲ ଗାନ୍ଧୀଙ୍କ ଲୋକ ପ୍ରିୟତା ବଢ଼ିବାରେ ଲାଗିଛି।  ମୋର ନେତା କୀର୍ତ୍ତି ଭାଇ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ପୋଷ୍ଟ […]

Continue Reading

ଜେଲରେ ଥିବା ଆମ୍ ଆଦମି ପାର୍ଟି ନେତା ଗୋପାଳ ଇଟାଳିଆର ପୁରୁଣା ଫୋଟୋକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

ଆମ୍ ଆଦମୀ ପାର୍ଟି ଗୁଜୁରାଟ ରାଜ୍ୟ ସଭାପତି ଗୋପାଳ ଇଟାଲୀ ବର୍ତ୍ତମାନ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମାଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କୁ ଦିଲ୍ଲୀର ମହିଳା ଆୟୋଗ କାର୍ଯ୍ୟାଳୟରେ ପଚରାଉଚରା ପାଇଁ ଡକାଯାଇଥିଲା। ଏହା ପରେ ଜେଲରେ ଥିବା ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଦାବି ହେଉଛି ଯେ ଏହି ଗୋପାଳ ଇଟାଲୀଙ୍କର ଏହି ଫଟୋ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିବା ପରେ ହୋଇଛି। […]

Continue Reading

କ’ଣ ଭାଇରାଲ ଫୋଟୋ କର୍ଣାଟକାରେ ଭାରତ ଯୋଡୋ ଯାତ୍ରା ସମୟର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ। 

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ବର୍ତ୍ତମାନ ଚର୍ଚ୍ଚାର ବିଷୟ ରହିଛି। ବିଭିନ୍ନ ରାଜ୍ୟ ଦେଇ ଯାଇଥିବା ଏହି ଯାତ୍ରା ବିଷୟରେ ସୋସିଆଲ ମିଡିଆରେ ବିଭିନ୍ନ ଦାବି କରାଯାଉଛି। ଏହି ପ୍ରସଙ୍ଗରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫଟୋ କର୍ଣ୍ଣାଟକରେ ରାହୁଲ ଗାନ୍ଧୀଙ୍କ ସମାବେଶରେ ଏକତ୍ରିତ ହୋଇଥିବା ଭିଡ଼ ଅଟେ। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫଟୋ ଗୁଡ଼ିକ ପୁରୁଣା ଅଟେ ଏବଂ […]

Continue Reading

କ’ଣ ଲୋକଙ୍କର ଏହି ବିଶାଳ ଭିଡ଼ କର୍ଣାଟକାରେ ଭାରତ ଯୋଡୋ ଯାତ୍ରା ସମୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

କଂଗ୍ରେସ ଦଳ ଦ୍ଵାରା ଆୟୋଜିତ ଭାରତ ଯୋଡୋ ଯାତ୍ରା କେରଳରୁ ଆରମ୍ଭ ହୋଇ ବର୍ତ୍ତମାନ କର୍ଣାଟକା ରାଜ୍ୟରେ ପହଞ୍ଚିଛି। ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ଦେଶରେ ଏକତା ଆଣିବା। ତାଙ୍କ କହିବା ଅନୁଯାୟୀ ବିଜେପି-ଆରଏସଏସ ଦେଶରେ ଘୃଣା ଏବଂ ହିଂସା ବିସ୍ତାର କରିଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଫୋଟୋ ଭାଇରାଲ ହେଉଛି। ପ୍ରଥମ ଫୋଟୋରେ ରାହୁଲ ଗାନ୍ଧୀ ଥିବା ବେଳେ ଦ୍ଵିତୀୟ ଫୋଟୋରେ ଲୋକଙ୍କର […]

Continue Reading

କ’ଣ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟି.ଏସ୍ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନରେ ​​ବିଜେପି ଇଭିଏମ୍ ହ୍ୟାକିଂ କରି ଜିତିଛି?

ଖବରକାଗଜରେ ପ୍ରକାଶିତ ଏକ ଖବରର ଚିତ୍ର ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି | ଏଥିରେ ଲେଖାଯାଇଛି ଯେ ପୂର୍ବତନ ନିର୍ବାଚନ କମିଶନର ଟି.ଏସ୍ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଇଭିଏମ୍ ହ୍ୟାକିଂ ଦ୍ୱାରା ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନରେ ​​ବିଜେପି ଜିତିଛି। ଦାବି ହେଉଛି ଯେ ଏହି ବିବୃତ୍ତି ଟି.ଏସ୍ କୃଷ୍ଣମୂର୍ତ୍ତି ପ୍ରଦାନ କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଟି.ଏସ କୃଷ୍ଣମୂର୍ତ୍ତି ବିଜେପି ଇଭିଏମ୍ ହ୍ୟାକ କରି ନିର୍ବାଚନ ଜିତିଥିବା […]

Continue Reading

ପ୍ରହ୍ଲାଦ ଜାନିଙ୍କର 26 ମଇ 2020 ରେ ମୃତ୍ୟୁ ଘଟିଛି, ବର୍ତ୍ତମାନ  ନୁହେଁ। 

ପ୍ରହ୍ଲାଦ ଜାନି ବାବାଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି ଯେଉଁଥିରେ 26 ମଈ 2022 ରେ ତାଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଉଛି।  କବି ରୁଦ୍ର ଭଗବାଧାରୀ ନାମକ ଫେସବୁକ ୟୂଜର ଭାଇରାଲ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ନାମ- ପ୍ରହ୍ଲାଦ ଜାନୀ, ବୟସ-୯୦ ବର୍ଷ ,ଗୁଜୁରାଟ ର କାଠିଆବାଡି ଜିଲ୍ଲାରେ ଏହି ବ୍ୟକ୍ତି ଜନ୍ମ ଗ୍ରହଣ କରିଥିଲେ ,ଗତ ୨୬ ମଇ ୨୦୨୨ ରେ ତାଙ୍କର କୌଣସି […]

Continue Reading

ଗୁଜୁରାତରେ ପ୍ରଧାନମନ୍ତ୍ରୀଙ୍କ ରାଲିରେ ଭାଷଣ ଦେବା ସମୟରେ ପେଣ୍ଡାଲ ଖାଲି ଥିଲା କି?

ଚଳିତ ବର୍ଷ ଡିସେମ୍ବରରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଯେଉଁ କାରଣରୁ ସମସ୍ତ ରାଜନତିକ ଦଳର ନେତାମାନେ ନିର୍ବାଚନ ରାଲିରେ ଏକାଠି ହୋଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯାଇଥିଲେ। ତାଙ୍କ ଗସ୍ତ ସମୟରେ ଆୟୋଜିତ ଏକ ରାଲିର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ରାଲିରେ କୌଣସି ଲୋକ ନାହାଁନ୍ତି ଏବଂ ପେଣ୍ଡାଲ ଖାଲି ପଡ଼ିଥିଲା ବୋଲି ଦାବି କରାଯାଉଛି। Praful Kumar Patra […]

Continue Reading

କ’ଣ ନିକଟରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଖେଳାଳି ଡେଭିଡ୍ ମିଲରଙ୍କ ଝିଅଙ୍କର ମୃତ୍ୟୁ ହୋଇଛି? ଜାଣନ୍ତୁ ସତ୍ୟ। 

ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଡେଭିଡ ମିଲରଙ୍କ ଝିଅର ମୃତ୍ୟୁକୁ ନେଇ ସାରା ବିଶ୍ୱରେ କ୍ରିକେଟ୍ ପ୍ରଶଂସକଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନିକଟରେ ମିଲର ନିଜ ଇଂଷ୍ଟାଗ୍ରାମରେ ଜଣେ ଝିଅ ଶୀତ ଫୋଟୋ ପୋସ୍ତ କରିଥିଲେ। ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ମିଲଙ୍କ ଝିଅର ମୃତ୍ୟୁ ହୋଇଥିବା ଖବର ଭାଇରାଲ ହୋଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମୃତ୍ୟୁ ହୋଇଥିବା ଝିଅ ଡେଭିଡ୍ ମିଲରଙ୍କର ଜଣେ ବଡ଼ ପ୍ରଶଂଶକ […]

Continue Reading

ଭାରତ ସରକାର ରେଲୱେକରୁ ଅଦାନୀକୁ ବିକ୍ରି କରିଥିବା ଦାବିରେ ମିଥ୍ୟା ଅଟେ। 

ସୋସିଆଲ ମିଡିଆରେ ଆଦାନୀଙ୍କ ସହ ଟ୍ରେନ୍ ଇଞ୍ଜିନର ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଶାସକ ବିଜେପି ସରକାର ଭାରତୀୟ ରେଳବାଇ ଆଦାନୀ ଗ୍ରୁପକୁ ବିକ୍ରି ହୋଇଥିବାର ସୂଚନା ଦେଇଛନ୍ତି।  Siba Prasad Swain ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ସେୟାର କରାଯାଇଛି। ଭାଇରାଲ ଫୋଟୋ ସହିତ ଲେଖାଯାଇଛି ଯେ, “ମୋଦୀ” ମାଟିର ଶପଥ ଖାଇ କହିଥିଲା ସେ ଦେଶ ବିକିବାକୁ ଦେବନାହିଁ । ଦେଶର ଅଧାରୁ ଅଧିକ ସରକାରୀ ସମ୍ପତ୍ତି କୁ […]

Continue Reading

କ’ଣ ସାଧୁ ମାନଙ୍କୁ ପିଲା ଚୋର ବୋଲି ସନ୍ଦେହ କରି ତାଙ୍କ ଉପରେ ଆକ୍ରମଣ ହେଉଥିବା ଏହି ଘଟଣା ମଧ୍ୟପ୍ରଦେଶରେ ଘଟିଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ଭିଡ଼ କିଛି ଲୋକ ଉପରେ ଆକ୍ରମଣ କରୁଛନ୍ତି। ଦାବି ଅନୁଯାୟୀ ଏହି ଭିଡିଓ ମଧ୍ୟପ୍ରଦେଶ ରାଜ୍ୟର ଅଟେ ଯେଉଁଠାରେ ସ୍ଥାନୀୟ ଲୋକେ ୩ ଜଣ ସାଧୁଙ୍କୁ ଶିଶୁ ଅପହରଣକାରୀ ହୋଇଥିବା ସନ୍ଦେହ କରି ମାରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ମଧ୍ୟ ପ୍ରଦେଶର ନୁହେଁ ବରଂ ଚତ୍ତିଶଗଡ ରାଜ୍ୟର ଦୁର୍ଗ ସହରର ଅଟେ।  […]

Continue Reading

କ’ଣ ନିଶା ଅବସ୍ଥାରେ ରାସ୍ତାରେ ହଙ୍ଗାମା କରୁଥିବା ଦୁଇଟି ଯୁବତୀଙ୍କ ଭିଡିଓ ଓଡିଶାର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଲା ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସ୍କୁଟିରେ ବସୁଥିବା ସମୟରେ ଜଣେ ଯୁବତୀ ଟଳି ପଡ଼ୁଛନ୍ତି। ଭିଡିଓ ଦେଖି ବ୍ଯତୀତ ହେଉଛି ଯେ ସେ କୌଣସି ନିଶା ଦ୍ରବ୍ୟର ସେବନ କରିଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଓଡିଶାର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଓଡ଼ିଶାର ନୁହେଁ ବରଂ ପଞ୍ଜାବର ଚଣ୍ଡିଗଡ ସହରର ଅଟେ।  କ’ଣ ଦାବି କରା ଯାଇଛି […]

Continue Reading

କ’ଣ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ହତ୍ୟା କରିଥିବା ରୋଷେୟାକୁ ଇନ୍ଦିରା ଗାନ୍ଧୀ ପେନ୍ସନ୍ ଦେଉଥିଲେ? ଜାଣନ୍ତୁ ସତ୍ୟ। 

ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ବର୍ତ୍ତମାନ ବିଜେପି ରାଜ୍ୟସଭା ସାଂସଦ ରଂଜନ ଗୋଗୋଇଙ୍କ ସମ୍ପର୍କରେ ଅନେକ ଭୁଲ ଏବଂ ବିଭ୍ରାନ୍ତିକର ଖବର ସୋସିଆଲ ମିଡିଆରେ ସମୟ-ସମୟରେ ଭାଇରାଲ ହେଇ ଆସୁଛି। ଫ୍ୟାକ୍ଟ କ୍ରେସେଣ୍ଡୋ ପୂର୍ବରୁ ଏହିପରି ଖବର ଅନୁସନ୍ଧାନ କରି ଆପଣଙ୍କ ନିକଟରେ ସତ୍ୟ ଆଣିଛି | ବର୍ତ୍ତମାନ ସୋସିଆଲ ମିଡିଆରେ ରଞ୍ଜନ ଗୋଗୋଇଙ୍କ ସମ୍ପର୍କରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଖବର ଅନୁଯାୟୀ, ଲାଲ୍ ବାହାଦୁର ଶାସ୍ତ୍ରୀଙ୍କୁ ବିଷ ଦେଇଥିବା ରୋଷେୟା […]

Continue Reading

ମେରଠର ପ୍ରାୟ 5 ବର୍ଷ ପୁରୁଣା ଭିଡିଓ ବିଜେପି ବିଧାୟକ ଅନିଲ ଉପାଧ୍ୟାୟଙ୍କ ନାମରେ ଭାଇରାଲ ହୋଇଛି । ଭାଇରାଲ ଖବର ମିଥ୍ୟା ଅଟେ।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟରେ ଜଣେ ପୋଲିସ୍ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ପିଟୁଥିବାର ଦେଖିପାରିବେ। ଭିଡିଓ ସହିତ ଭାଇରାଲ ହେଉଥିବା ଦାବି ଅନୁଯାୟୀ ପୋଲିସକୁ ମାଡ ମାରିଥିବା ବ୍ୟକ୍ତି ହେଉଛନ୍ତି ବିଜେପି ବିଧାୟକ ଅନିଲ ଉପାଧ୍ୟାୟ। Kalpataru Panda ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, Bjp କଲେ  ଲିଳା, ଅନିଲ ଉପାଧ୍ୟାୟ […]

Continue Reading

କ’ଣ ରାସ୍ତାରେ ଧସି ଯାଇଥିବା ଏହି ସ୍କୁଟିର ଘଟଣା ହରିୟାଣା ରାଜ୍ୟରେ ଘଟିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ରାସ୍ତା ମାଝିରେ ଗୋଟିଏ ଖାଲରେ ଏକ ସ୍କୁଟି ଧସି ଯାଇଅଛି। ଦାବି ଅନୁଯାୟୀ ଏହି ଘଟଣା ହରିୟାଣା ରାଜ୍ୟର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଘଟଣା ହରିୟାଣାର ନୁହେଁ ବରଂ ରାଜସ୍ଥାନର ଯୋଧପୁର ସହରର ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ଯ୍ବହାରକାରୀ ମାନେ […]

Continue Reading

ଗୁଜୁରାଟର ୨୦୨୨ ଏକଜିଟ୍ ପୋଲରେ ଆମ୍ ଆଦମମି ପାର୍ଟି ଅଗ୍ରଣୀ ପ୍ରଦର୍ଶନ କରୁଥିବାର ମିଥ୍ୟା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଗୁଜୁରାଟ ନିର୍ବାଚନ ପାଖେଇ ଆସୁଥିବାରୁ ସୋସିଆଲ ମିଡିଆ ଏହା ସହ ଜଡିତ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଗତ ମାସରେ ଦିଲ୍ଲୀ ସିଏମ ଏବଂ ଏଏପି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଏହି ସନ୍ଦର୍ଭରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ଇଣ୍ଡିଆ ଟିଭି ସମ୍ପାଦକ ରଜତ ଶର୍ମା ଗୁଜୁରାଟର ୨୦୨୨ ନିର୍ବାଚନର ଏକଜିଟ୍ ପୋଲ୍ […]

Continue Reading

ବିଜେପି ସମର୍ଥକ ମଦ ପିଉଥିବାର ଏହି ଭିଡିଓ ପୁରୁଣା ଏବଂ ଗୁଜରାତ ନିର୍ବାଚନ ପ୍ରଚାର ସହ କୌଣସି ସମ୍ପର୍କ ନାହିଁ।

ଗୁଜରାତ ନିର୍ବାଚନକୁ ନେଇ ସୋଶିଆଲ ମିଡିଆରେ ରଚ୍ଚା ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ସେଶିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଗୁଜରାତ ନିର୍ବାଚନ ପ୍ରଚାରରେ ବିଜେପି ସମର୍ଥକ ମଦ ପିଇ ପ୍ରଚାର କରୁପଛନ୍ତି। ଭିଡିଓରେ କିଛି ଲୋକ ବିଜେପି ପତକା ଏବଂ ଟୋପି ପିନ୍ଧି ମଦ ପିଉଛନ୍ତି।  Amitabh Patra ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେୈ ଲେଖାଯାଇଛି ଯେ, କୋଇ ପତ୍ଥର ସେ […]

Continue Reading

ଅଶୋକ ଗେହଲୋତଙ୍କର ଏଡ଼ିଟେଡ ଭିଡିଓ ମିଥ୍ୟା ଦାବିରେ ଭାଇରାଲ କରାଉଛି। 

ସୋସିଆଲ ମିଡିଆରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କର ଏକ ଭିଡିଓ ସେୟାର କରି ଦାବି କରାଯାଉଛି ଯେ, ଯେଉଁଥିରେ ସେ କହୁଛନ୍ତି ଯେ, “ ଏଇ ଯଉ ବନ୍ଧ ବନାଯାଇଛି, ସେଠାରେ ଯଉ ବିଦ୍ୟୁତ୍ ବନାଇବ ଏବଂ ପାଣିରୁ ଯେତେବେଳେ ବିଦ୍ୟୁତ୍ ବାହାରି ଯିବ , ପାଣି ଖେତକୁ ଯିବ, ତ ଜତେବେଳେ ପାଣିକୁ ବିଜୁଳି ସରିଯିବ ତାହାଲେ ପାଣି ତୁମ ଖେତ ଜମିରେ କଣ କାମରେ ଆସିବ।   Bijaya Kumar Sahoo Kumar ନାମକ ଜଣେ […]

Continue Reading

କ’ଣ ଗୌ ଚୋରା ଚାଲାଣକାରୀଙ୍କୁ ପୋଲିସ ଗୋଡାଉଥିବା ଏହି ଭିଡିଓ ହରିୟାଣାର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରା ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ପୋଲିସକର୍ମୀଗୋଟିଏ ଟ୍ରକକୁ ଗୋଡ଼ାଇଛନ୍ତି। କିଛି ସମୟ ପରେ ସେହି ଟ୍ରକ୍ ଏକ ସ୍ଥାନରେ ଅଟକି ଯାଉଛି ଏବଂ ପୋଲିସ ତାକୁ ଘେରିଛନ୍ତି।  ଭିଡିଓ ସହିତ ଦାବି କରା ଯାଇଛି ଯେ ଏହି ଘଟଣା ହରିୟାଣା ରାଜ୍ୟର ଅଟେ ଯେତେବେଳେ ରାଜ୍ୟ ପୋଲିସ ଗୌ ଚୋରା ଚାଲାଣ ଟ୍ରକକୁ ଜବତ କରିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ଦୂର୍ଗା ପୂଜାର ଏହି ଭାଇରାଲ ଇମେଜ୍ କଟକ ସହରରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ପିତାଙ୍କ ଦ୍ଵାରା ଆରମ୍ଭ କରା ଯାଇଥିବା ସମୟର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଦୂର୍ଗା ପୂଜା ମଣ୍ଡପର ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଫୋଟୋ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ପିତାଙ୍କ ସମୟରେ ଅଟେ ଯେତେବେଳେ ସେ କଟକ ସହରରେ 1882 ମସିହାରେ ପୂଜା ଆରମ୍ଭ କରିଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଯଦିଓ ସୁଭାଷଚନ୍ଦ୍ର ବୋଷଙ୍କ ପିତା କଟକ ସହରରେ ପୂଜା ସମିତିର ଆରମ୍ଭ କରିଥିଲେ କିନ୍ତୁ ଭାଇରାଲ ଫୋଟୋ କୋଲକାତା […]

Continue Reading

ରାହୁଲ ଗାନ୍ଧୀଙ୍କ ସହ ମହିଳା ଅମୁଲିଆ ଲିଓନା ନୁହଁନ୍ତି, ଯିଏକି 2020 ରେ ‘ପାକ୍ ଜିନ୍ଦାବାଦ’ ଜପ କରିଥିଲେ।

କଂଗ୍ରେସ ଦଳର ଭରତ ଯୋଡୋ ଯାତ୍ରା ଆରମ୍ଭ ହେବା ଦିନଠାରୁ ହେଡଲାଇନରେ ରହିଆସିଛି। ଏହା ସୋସିଆଲ ମିଡିଆରେ ମଧ୍ୟ ଏକ ଗୁଜବ ସୃଷ୍ଟି କରିବାରେ ସଫଳ ହୋଇଛି। ଯାତ୍ରାର କଭରେଜ ବଢ଼ିବା ସହିତ ରାହୁଲ ଗାନ୍ଧୀଙ୍କ ନାମରେ ଭୁଲ ତଥ୍ୟ ମଧ୍ୟ ପ୍ରକାଶ ପାଇବାରେ ଲାଗିଲା। ସୋସିଆଲ ମିଡିଆରେ ସଦ୍ୟତମ ଭୁଲ ତଥ୍ୟ ଭାଇରାଲ ହେଉଛି ରାହୁଲ ଗାନ୍ଧୀ ଅମୁଲିଆ ଲିଓନାଙ୍କୁ ଭେଟିଛନ୍ତି, ଯାହାକି କିଛି ବର୍ଷ ପୂର୍ବେ କର୍ଣ୍ଣାଟକର ଶିବପୁରାରେ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱାଇସିଙ୍କ […]

Continue Reading

ରାଜନାଥ ସିଂଙ୍କ ପୁରୁଣା ଭିଡିଓ ‘ବିଜେପି ବିରୋଧୀ’ ଭାଷଣ ଦାବିରେ ଭାଇରାଲ ହେଉଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କଂଗ୍ରେସ ଦ୍ୱାରା ଆୟୋଜିତ ଭାରତ ଯୋଡ ଯାତ୍ରା ସମ୍ବନ୍ଧୀୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ଏହି ଭିଡିଓ ମାଧ୍ୟମରେ ଦାବି କରା ଯାଉଛି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜ ସରକାର ବିରୋଧରେ ଭାଷଣ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ରାଜନାଥ ସିଂ ବିଜେପି ଛାଡିଛନ୍ତି ବୋଲି ଦାବି କରା ଯାଉଛି। ଭିଡିଓରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, “ପ୍ରଧାନମନ୍ତ୍ରୀଜି ମୁଁ ଆପଣଙ୍କୁ […]

Continue Reading

ସାଇକେଲ ଚାଳକଙ୍କ ଉପରେ ଚିତାବାଘ ଆକ୍ରମଣର ଭିଡିଓ ଦେହରାଡୁନ୍-ରିଷିକେଶ ରାଜପଥର ନୁହେଁ ଆସାମର ଅଟେ। 

ନାମିବିଆରୁ ଭାରତକୁ 8 ଟି ଚିତା ଆସିବା ସହିତ ସୋସିଆଲ ମିଡିଆରେ ଏହାର ଚର୍ଚ୍ଚା ଲାଗି ରହିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲେଗିଛି , ଯେଉଁଥିରେ ଜଣେ ସାଇକେଲ ଚାଳକ ଉପରେ ବାଘ ଆକ୍ରମଣ କରୁଥିବାର ଦେଖିବାକୁ ମୁଳୁଛି। ଭିଡିଓ ସହ ଦାବି କରାଯାଇଛି ଯେ, ଏହି ଭିଡିଓଟି ଉତ୍ତରାଖଣ୍ଡର ଦେହରାଡୁନ୍ ରିଷିକେଶ ରାଜପଥର ଅଟେ। Argus News ଭାଇରାଲ ଭିଡିଓ ପୋଷ୍ଟରେ ଲେକାଯାଇଛି ଯେ, ଜାତୀୟ ରାଜପଥ । ଗାଡି ଯାଉଛି । […]

Continue Reading

କ’ଣ ଭାଇରାଲ ଭିଡିଓରେ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶରେ ବଢୁଥିବା ଦର ନେଇ ପ୍ରଶ୍ନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଇଥିବା ଭାଷଣର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରାଜନାଥ ସିଂ କହିଛନ୍ତି ଯେ, “ଆମର ପ୍ରଧାନମନ୍ତ୍ରୀ ବାରମ୍ବାର ନିଶ୍ଚିତ କରନ୍ତି, ହେ ମୋର ଭଉଣୀ ଏବଂ ଦେଶର ଭାଇମାନେ, ବ୍ୟସ୍ତ ହୁଅନ୍ତୁ ନାହିଁ, ୧୦୦ ଦିନ ମଧ୍ୟରେ, ଆମେ ୬ ମାସ ମଧ୍ୟରେ ଦେଶରେ ବଢୁଥିବା ଦର ନିୟନ୍ତ୍ରଣ କରିବୁ। ନଅ ବର୍ଷ ବିତିଗଲା, ପ୍ରଧାନମନ୍ତ୍ରୀ କାହିଁକି ଦେଶର ଲୋକଙ୍କୁ ଏପରି ମିଥ୍ୟା ଆଶ୍ୱାସନା ଦିଅନ୍ତି?” […]

Continue Reading

କ’ଣ ଏହି ଭିଡିଓରେ ଭାରତ ଯୋଡ଼ ଯାତ୍ରା ସମେରେ କଂରେଶ ଦଳ ନେତା ମାନେ ମଦ୍ୟପାନ କରିଛନ୍ତି? ଜାଣନ୍ତୁ ସତ୍ୟ। 

କେରଳର ଦକ୍ଷିଣ ଜିଲ୍ଲା ଠାରୁ ଉତ୍ତର ଜିଲ୍ଲା ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା ଜାରି ରହିଛି। ନିକଟରେ ଏର୍ନାକୁଲମ ଜିଲ୍ଲାରେ ଯାତ୍ରା ଚାଲିଥିଲା। ଯାତ୍ରା ସମେର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ବ୍ୟକ୍ତି ମାନେ ରେଷ୍ଟୁରାଣ୍ଟରୁ ବାହାରୁଛନ୍ତି। ଏହି ବ୍ୟକ୍ତି ମାନଙ୍କ ମଧ୍ୟରେ ରାହୁଲ ଗାନ୍ଧୀ ମଧ୍ୟ ଥିଲେ। ଦାବି ଅନୁଯାୟୀ କଂରେଶ ନେତା ମାନେ ଭାରତ ଯୋଡ଼ ଯାତ୍ରା ସମେରେ ମଦ୍ୟପାନ କରି ହୋଟେଲରୁ ଫେରୁଛନ୍ତି।  କିନ୍ତୁ ଫ୍ୟାକ୍ଟ […]

Continue Reading

ବେଙ୍ଗାଲୁରୁରେ କଂଗ୍ରେସର ଫ୍ରିଡମ୍ ମାର୍ଚ୍ଚର ପୁରୁଣା ଭିଡିଓକୁ ଭାରତ ଯୋଡ ଯାତ୍ରା ଦାବିରେ ଭାଇରାଲ କରାଯାଉଛି।

କିଛିଦିନ ପୂର୍ବରୁ  କଂଗ୍ରେସର ଭାରତ ଯୋଡୋ ଯାତ୍ରାର ଅନେକ ଭିଡିଓ ଏବଂ ଚିତ୍ର ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ, ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଆପଣ ଭାରତର ପତାକା ଧରି ରାସ୍ତାରେ ଯାଉଥିବା ବହୁ ଲୋକଙ୍କୁ ଦେଖିପାରିବେ। ଭାଇରାଲ ଭିଡିଓ ସହିତ ଦାବି କରାଯଉଛି ଯେ, ଏହି ଭିଡିଓ କଂଗ୍ରେସର ଭାରତ ଯୋଡାର ଅଟେ। Ranajeet Dash ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, […]

Continue Reading

ଗାଈକୁ ବାଘ ଟାଣିନେଉଥିବା ଏହି ଭିଡିଓ କୋରୋପୁଟର ନୁହେଁ ବରଂ ଉତ୍ତରାଖଣ୍ଡର ଅଟେ।

ସୋସିଆଲ ମିଡିଆରେ ଅନେକ ପ୍ରକାରର ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଚିତା ବାଘ ରାସ୍ତା ପାର୍ଶ୍ୱରେ ଗାଈ ଶିକାର କରୁଥିବା ଦେଖିବାକୁ ମିଳୁଛି। ଭିଡିଓ ସହିତ ଦାବି କରାଯାଇଛି ଯେ, ଏହି ଭିଡିଓ ଓଡ଼ିଶା କୋରାପୁଟର ଅଟେ। Mati Aamor Maa ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ଚି। ପୋଷ୍ଟରେ ଲେଖାଯାଇଛି ଯେ, ସତ କି ମିଛ କି, ଗାଈ କି ଖାଇଲା ବାଘ, ବିହନ ଅଛି ହେଲେ, ଏହି ଭିଡିଓ […]

Continue Reading

କ’ଣ ଉତ୍ତରପ୍ରଦେଶ ସରକାର ଦ୍ୱାରା ସ୍କୁଲ ଏବଂ ମଧ୍ୟାନଭୋଜନରେ ଏତେ ଉନ୍ନତି ହୋଇଛି ?

ସୋସିଆଲ ମିଡିଆରେ ଏକ ବିଦ୍ୟାଳୟର ଚିତ୍ରର ଏକ କୋଲାଜ ସେୟାର କରାଯାଉଛି ଯେଉଁଥିରେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏହି ବିଦ୍ୟାଳୟ ନିର୍ମାଣ କରିଛନ୍ତି ବୋଲି ଦାବି କରାଯାଉଛି।   ଏହି ସ୍କୁଲ ଏତେ ସୁନ୍ଦର ହେବା ସହ ଏଠାରେ ମଧ୍ୟାନ ଭୋଜନ ଏତେ ଭଲ ଦିଆଯାଉଛି। ଚିତ୍ର ସେୟାର କରିବାବେଳେ ଉପଭୋକ୍ତାମାନେ ଲେଖୁଛନ୍ତି ଯେ ଯଦି ସ୍କୁଲ ଦିଲ୍ଲୀର ହୋଇଥାନ୍ତା, ତେବେ ଏହା ବିଦେଶୀ ଖବରକାଗଜରେ ଲେଖା ହୋଇଥାନ୍ତା। ରଞ୍ଜନ କୁମାର ସାହୁ ନାମକ ଜଣେ […]

Continue Reading

ନା, ପିଏମ ମୋଦୀ କ୍ୟାମେରା ଲେନ୍ସ କ୍ୟାପ ଅପସାରଣ ନକରି ଫଟୋ କ୍ଲିକ୍ କରୁନାହାଁନ୍ତି!

୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଥିବା ବେଳେ କିଛି ଉପଭୋକ୍ତା ଏକ ବିଭ୍ରାନ୍ତିକର ଦାବି ସହିତ ପ୍ରଧାନମନ୍ତ୍ରୀଙ୍କ ଫୋଟୋ ସେୟାର କରିଛନ୍ତି। ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତି ମୋଦୀ କ୍ୟାମେରାର ଲେସ୍ନ ନ କାଢି ଫୋଟୋ କ୍ଲିକ୍ କରୁଛନ୍ତି।  କିଛି ଉପଭୋକ୍ତା ଏହି ସୁଯୋଗ ନେଇ ପିଏମ ମୋଦୀଙ୍କୁ ଏପରି ନିର୍ବୋଧ ଭୁଲ ପାଇଁ ସମାଲୋଚନା କରିଥିବା ସମୟରେ କିଛି ଲୋକେ […]

Continue Reading

ଭଗବନ୍ତ ମାନଙ୍କର କ୍ଲିପ୍ ହୋଇଥିବା ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେଉଛି।

ଗତ ସପ୍ତାହରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ମୁଖ୍ୟ ଭାଗବତ ମନ ଏବଂ ବହୁ ବରିଷ୍ଠ ନେତା ହରିୟାଣା ଠାରୁ “ମେକ୍ ଇଣ୍ଡିଆ ନଂ 1” ଅଭିଯାନ ଆରମ୍ଭ କରିଥିଲେ। ତାଙ୍କ ସହ ଜଡିତ ଟାଉନହଲର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଆପଣ ଭଗବନ୍ତ ମନ ଶୁଣିଥିବେ ଯେ “ସେମାନେ ଯାହା କୁହନ୍ତି ତାହା କରନ୍ତି ଏବଂ ସେମାନେ ଯାହା କରିପାରିବେ ନାହିଁ ତାହା କୁହନ୍ତି ନାହିଁ। ଏହି ଭିଡିଓ […]

Continue Reading

କ’ଣ କଂଗ୍ରେସ ସମର୍ଥକଙ୍କ ଦ୍ଵାରା ନରେନ୍ଦ୍ର ମୋଦୀ ଜିନ୍ଦାବାଦ ନାରାର ଏହି ଭିଡିଓ ଭାରତ ଯୋଡୋ ଯାତ୍ରା ସମୟର ଅଟେ? ଜାଣନ୍ତୁ ସତ୍ୟ।

୭ ସେପ୍ଟେମ୍ବରରେ କଂଗ୍ରେସ ଦଳ ଦ୍ଵାରା ଭାରତ ଯୋଡୋ ଯାତ୍ରା ଆରମ୍ଭ କରା ଯାଇଛି। ଏହି ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ କରି ଶ୍ରୀନଗରରେ ସେଶ କରିବାର ଯୋଜନା କରା ଯାଇଛି। ପ୍ରତି ଦିନ ୨୩ କିଲୋମିତିର ପଦଯାତ୍ରା କରିବାର ନିର୍ଣୟ ନିଆ ଯାଇଛି। ଯାତ୍ରା ଦେଶର ୧୨ ଟି ରାଜ୍ୟ ଏବଂ ୩୫୭୦ କିଲୋମିତିରର ଦୂରତା ଆଚ୍ଛାଦନ କରିବ। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଚିନ୍ତା ଏବଂ ଦାବି ଦିଲ୍ଲୀରେ କେନ୍ଦ୍ର ସରକାର ନିକଟରେ ପହଞ୍ଚାଇବା। […]

Continue Reading

ଦଶକ ପୁରୁଣା ଭିଡିଓକୁ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରର ଭିଡିଓ ଦାବି ସହିତ ଭାଇରାଲ କରା ଯାଉଛି। 

ନିକଟରେ ଇଂଲାଣ୍ଡର ମହାରାଣୀ ଏଲିଜାବେଥଙ୍କ ବିୟୋଗ ହୋଇଥିଲା। ଏହା ନେଇ ସଂସାରର ସମସ୍ତ ଦେଶ ନିଜ ଦୁଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ରାଣୀ ଏଲିଜାବେଥଙ୍କ ଦେହାନ୍ତରେ ଶୋକ ପାଳନ କରୁଛନ୍ତି ଏବଂ ବିଭିନ୍ନ ପୋଷ୍ଟ ଏବଂ ଭିଡିଓ ଦ୍ଵାରା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଥିରେ ଇଂଲାଣ୍ଡରେ ରାଣୀଙ୍କ ନିବାସ ସ୍ଥାନ ବେକିଂଘମ ପେଲେସରେ ଲୋକଙ୍କ ଏକ ସମାଗମ ଦେଖିବାକୁ ମିଳିଛି। ଏହା […]

Continue Reading

ପାକିସ୍ତାନ ଓ ଆଫଗାନିସ୍ତାନ ସମର୍ଥକଙ୍କ ମଧ୍ୟରେ ଆକ୍ସନ ରିଆକ୍ସନ ଦାବି କରାଯାଉଥିବା ପ୍ରଥମ ଭିଡିଓ ପୁରୁଣା ଅଟେ।

ଏସିଆ କପ୍ ସିରିଜରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପରେ ଉଭୟ ଦେଶର ପ୍ରଶଂସକଙ୍କ ମଧ୍ୟରେ  ଝଗଡା ଆରମ୍ଭ ହୋଇଥିଲା। ଏହି ଘଟଣା ସମ୍ବନ୍ଧୀୟ ଅନେକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।  ଏହିପରି ଗୋଟିଏ ଭିଡିଓରେ ଆପଣ ପାକିସ୍ତାନୀ ପ୍ରଶଂସକଙ୍କୁ ଷ୍ଟାଡିୟମରେ ବସି ଆଫଗାନିସ୍ତାନକୁ ଥଟ୍ଟା କରୁଥିବା ଦେଖିପାରିବେ। ଦାବି ହେଉଛି ଯେ ଏହି ପାକିସ୍ତାନୀ ପ୍ରଶଂସକ ଆଫଗାନିସ୍ତାନକୁ ଥଟ୍ଟା କରିବାରୁ ଷ୍ଟାଡିୟମରେ ଝଗଡ଼ା ଆରମ୍ଭ ହୋଇଥିଲା।  Susanta Sahoo ନାମକ ଜଣେ ଫେସବୁକ ୟୂଜର […]

Continue Reading

କ’ଣ ଅରବିନ୍ଦ କେଜ୍ରିୱାଲ୍ ଗୁଜୁରାଟରେ ଯେଉଁ ଅଟୋ ଚାଳକଙ୍କ ଘରେ ଭୋଜନ କରିଥିଲେ ସେଠାରେ ମୋଦୀଜିଙ୍କ ଫୋଟୋ ଥିଲା? ଜାଣନ୍ତୁ ସତ୍ୟ। 

ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁଜୁରାଟ ଗସ୍ତରେ ଯାଇଥିଲେ। ସେଠାରେ ଆୟୋଜିତ ଏକ ସଭାରେ ଜଣେ ଅଟୋ ଚାଳକ ତାଙ୍କ ନିଜ ଘରେ ଭୋଜନ କରିବାର ନିମନ୍ତ୍ରଣ ଦେଇ ଥିଲେ। ଏହାର ଉତ୍ତରରେ କେଜ୍ରିୱାଲ୍ ଏବଂ ଆପ୍ ଦଳର ଅନ୍ୟ ଦୁଇ ନେତା ସେହି ଅଟୋ ଚାଳକଙ୍କ ଘରେ ଯାଇ ଭୋଜନ କରିଥିଲେ।  ଏହି ଘଟଣା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ କେଜ୍ରିୱାଲ୍ […]

Continue Reading

କ’ଣ ବେଙ୍ଗାଲୁରୁରେ ବନ୍ୟା ପରିସ୍ଥିତି ମଧ୍ୟରେ ଗୋଟିଏ ବୁଲ୍ଦୋଜର ରାସ୍ତାରୁ ପାଣି ହଟାଉଚି? ଜାଣନ୍ତୁ ସତ୍ୟ?

ଗତ କିଛି ସପ୍ତାହ ହେବ ପ୍ରବଳ ବର୍ଷା ହେତୁ ବେଙ୍ଗାଲୁରୁ ସହରରେ ବନ୍ୟା ପରିସ୍ଥିତି ହୋଇ ସହର ପାଣିରେ ବୁଡି ରହିଛି। ଏହା ଦ୍ଵାରା ଜନସାଧାରଣ ଲୋକଙ୍କୁ ସମସ୍ଯାର ସାମନା କରିବାକୁ ପଡୁଛି। ସହରରେ ପରିବହନ ସହିତ ଅନେକ ସାମାନ୍ୟ ସୁବିଧାରେ ମଧ୍ୟ ଅମସ୍ୟା ଉତପନ ହୋଇଛି।  ଏହା ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ପଣି ଜମି ରହିଥିବା ସମୟରେ ଗୋଟିଏ ବୁଲ୍ଦୋଜର ପାଣି […]

Continue Reading

ଲକ୍ଷ୍ନୌର ଏକ ସ୍କୁଲରେ ଭାରତ ମାତା ମୁଣ୍ଡରୁ ମୁକୁଟ ହଟାଇ ଜାଲି ଟୋପି ପିନ୍ଧାଗଲା? ଜାଣନ୍ତୁ ସତ୍ୟତା. . 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ସହ ଦାବି ହେଉଛି ଯେ ସ୍ୱାଧୀନତା ଦିବସ ଅବସରରେ ଲକ୍ଷ୍ନୌର ଏକ ବିଦ୍ୟାଳୟରେ ଭାରତ ମାତାର ଭୂମିକାରେ ଅଭିନୟ କରୁଥିବା ଝିଅର ମୁକୁଟ ହଟାଇ ତାକୁ ନମାଜ ପଢ଼ିବାକୁ କୁହାଗାଲା। ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶ ରେ ବିଜେପି ଥାଇ ମଧ୍ୟ କଂଗ୍ରେସ ସମୟ ର ଅବସ୍ଥା ଆଜି ମଧ୍ୟ ବଜାୟ ଅଟେ । ମୁସଲମାନ ବହୁଳ ସ୍ଥାନ ଏକ ସ୍କୁଲ୍ ରେ ଭାରତ ମାତା ମୁଣ୍ଡରୁ […]

Continue Reading

ଭୁଲ ଦାବି ସହିତ ରାହୁଲ ଗାନ୍ଧୀଙ୍କ ପୁସ୍ତକ ରିଲିଜ୍ ଭିଡିଓ ଡିଜିଟାଲ୍ ଏଡିଟ୍ ହୋଇ ଭାଇରାଲ୍ କରାଯାଉଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କ୍ଲିପ ହୋଇଥିବା ଭିଡିଓଗୁଡ଼ିକ ଇଣ୍ଟରନେଟରେ ପ୍ରାୟତଃ ଭାଇରାଲ ହୋଇଥାଏ। ଫ୍ୟାକ୍ଟ କ୍ରେସେଣ୍ଡୋ ତାଙ୍କ ଭିଡିଓଗୁଡିକ ଅନେକ ଥର ଅନୁସନ୍ଧାନ କରିଛନ୍ତି ଏବଂ ତାଙ୍କ ପାଠକମାନଙ୍କୁ ତାଙ୍କ ସତ୍ୟତା କହିଛନ୍ତି।  ବର୍ତ୍ତମାନ ଅନ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ସେୟାର କରାଯାଉଛି।  ଏଥିରେ ଆପଣ ରାହୁଲ ଗାନ୍ଧୀଙ୍କୁ ଏକ ପୁସ୍ତକ ଉନ୍ମୋଚନରେ ଦେଖିପାରିବେ।  ତାଙ୍କ ସହ ଦାବି କରାଯାଉଛି ଯେ ଯେତେବେଳେ ସାମ୍ବାଦିକ ରାହୁଲ ଗାନ୍ଧୀଙ୍କୁ ପୁସ୍ତକର ପଛ କଭର ଦେଖାଇବାକୁ […]

Continue Reading

ଆଫଗାନିସ୍ତାନ ଏବଂ ପାକିସ୍ତାନ ସମର୍ଥକଙ୍କ ମଧ୍ୟରେ ଲଢେଇର ପୁରୁଣା ଭିଡିଓକୁ ନିକଟରେ ଏସିଆ କପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

୭ ସେପ୍ଟେମ୍ବର ୨୦୨୨ ରେ ଶାରଜାଠାରେ ଅନୁଷ୍ଠିତ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ପାକିସ୍ତାନ ଗୋଟିଏ ୱିକେଟରେ ଜିତ ହାସଲ କରିଥିଲା। ଏହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାର ଅନେକ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ଭାଇରାଲ ହେଉଛି | ଏହି ସମୟରେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ସେୟାର କରାଯାଉଛି। ଏହା ସହିତ ଦାବି କରା ଯାଇଛି ଯେ ଏହି ଭିଡିଓ […]

Continue Reading

କ’ଣ ବନ୍ୟା ପାଣିରେ ଏହି କୁମ୍ଭୀରଟି ଓଡିଶାର ବୈତରଣୀ ନଦୀରେ ଦେଖିବାକୁ ମିଳିଛି? ଜାଣନ୍ତୁ ସତ୍ୟ।

ପ୍ରବଳ ବର୍ଷା କାରଣରୁ ଦେଶରେ ବିଭିନ୍ନ ସ୍ଥାନରେ ବନ୍ୟା ସମସ୍ଯା ସୃଷ୍ଟି ହୋଇଛି। ନିକଟରେ ଗଣମାଧ୍ୟମରେ ବନ୍ୟା ପାଣିରେ କୁମ୍ଭୀର ଦେଖା ଯାଇଥିବାର ଅନେକ ସମ୍ବାଦ ଆସିଛି। ଗତ ମାସ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଧ୍ୟ ଏକ ଆବାସିକ ସ୍ଥାନରେ କୁମ୍ଭୀରର ଆତଙ୍କ ଖବର ସାମନାକୁ ଆସିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ବନ୍ୟା ପାଣିରେ କୁମ୍ଭୀରକୁ ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ଫୋଟୋ ଓଡ଼ିଶାର ଧାମନଗର […]

Continue Reading

ପ୍ରବଳ ବର୍ଷା ପରେ ବେଙ୍ଗାଲୁରୁ ସହରର ରାସ୍ତାରେ ଦେଖିବାକୁ ମିଳିଛି କୁମ୍ଭୀର। କେତେ ସତ୍ୟ ଏହି ଘଟଣା?

ପ୍ରବଳ ବର୍ଷା କାରଣରୁ ବେଙ୍ଗାଲୁରୁ ସହର ପାଣିରେ ବୁଡି ରହିଛି ଏହା ଫଳରେ ସହରରେ ଲୋକଙ୍କୁ ଅନେକ ଅସୁବିଧା ଏବଂ ସମସ୍ଯାର ସାମନା କରିବାକୁ ପଡୁଛି। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବେଙ୍ଗାଲୁରୁ ସହରର ପରିସ୍ଥିତି ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି।  ଏହା ମଧ୍ୟରେ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଦେଖିବାକୁ ଇଲିଛି ଯେ ରାସ୍ତାରେ ପଣି ଜମି ରହିଥିବା ବେଳେ ସେଠାରେ ଏକ କୁମ୍ଭୀର ବୁଲୁଛି। ସୋସିଆଲ […]

Continue Reading

ଜମି ବିବବାଦକୁ ନେଇ ମୁସଲମାନ ମହିଳାଙ୍କ ଉପରେ ନିର୍ଯାତନାର ଭିଡିଓକୁ ପାକିସ୍ତାନରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ଦାବି ସହିତ ଭାଇରାଲ ହେଉଛି। 

ଜଣେ ମହିଳାଙ୍କୁ ଗୋଟିଏ ଲୋକ ତାଙ୍କ ବାଲ ଧରି ଘୋଷାଡିକି ନେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଅନ୍ୟ ଲୋକ ମାନେ ମଧ୍ୟ ଆସି ସେହି ମହିଳାଙ୍କୁ ମାରୁଛନ୍ତି ଏବଂ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି।  ଭିଡିଓ ସହିତ ଦାବି କରା ଯାଇଛି ଯେ ମହିଳା ଜଣକ ଜଣେ ପାକିସ୍ତାନୀ ହିନ୍ଦୁ ଯାହା ଉପରେ ସେଠିକାର ମୁସଲମାନ ମାନେ ଏପରି ଅତ୍ୟାଚାର କରୁଛନ୍ତି।  କ’ଣ କୁହା ଯାଇଛି ପୋଷ୍ଟରେ?  […]

Continue Reading

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମାସ୍କ ପିନ୍ଧି ପାଦୁକା ପିଇଥିଲେ କି?

କିଛି ଦିନ ପୂର୍ବରୂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ରାମଦେବ ବାବାଙ୍କ ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ। ଏହା ପରେ ତାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ମୋଦୀ-ମୋଦିଙ୍କ ସ୍ଲୋଗାନ ଦେଉଥିଲେ। ଏହି ସମୟରେ, ରାମଦେବ ମନ୍ଦିରର ଆଉ ଏକ ଭିଡିଓ ଖୁବ୍ ଶୀଘ୍ର ସେୟାର କରାଯାଉଛି। ଏଥିରେ ଆପଣ ଦେଖିପାରିବେ ଯେ ସେ ରାମଦେବ ବାବାଙ୍କ ସମାଦୀରେ ଚାଦର ଅର୍ପଣ କରୁଛନ୍ତି ଏବଂ ପୂଜା କରୁଛନ୍ତି। ଏହି ଭିଡିଓ ସହିତ ଦାବି କରାଯାଉଛି […]

Continue Reading

ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ଏକ ଲିଟର ମଇଦା ବିଷୟରେ ଉଲ୍ଲେଖ କରିଛନ୍ତି କି?

ରବିବାର ଦିନ ରାହୁଲ ଗାନ୍ଧୀ ଦିଲ୍ଲୀର ରାମଲିଲା ମୈଦାନରେ ଏକ ସମାବେଶକୁ ସମ୍ବୋଧିତ କରି ବଢ଼ୁତିବା ଦର ଦାମ ସମ୍ପର୍କରେ ଚର୍ଚ୍ଚା କରିଥିଲେ।। ତାଙ୍କ ଭାଷଣର ଭିଡିଓ କ୍ଲିପ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଆପଣ ତାଙ୍କୁ ଶୁଣିଥିବେ ଯେ ପୂର୍ବରୁ ଆଟାର ମୂଲ୍ୟ 22 ଲିଟର ଥିଲା ଏବଂ ବର୍ତ୍ତମାନ ଏହା 40 ଟଙ୍କା ଲିଟର ହୋଇଛି । ଏହାକୁ ବାଣ୍ଟି ଲୋକମାନେ ରାହୁଲ ଗାନ୍ଧୀଙ୍କୁ ପରିହାସ କରୁଛନ୍ତି ଯେ ସେ ଲିଟରରେ ମଇଦାର ମୂଲ୍ୟ […]

Continue Reading

କ’ଣ ମନ୍ଦିରରେ ପଶି ଥିବା ହେତୁ ବ୍ରାହ୍ମଣ ମାନେ ଏହି ଶୂଦ୍ର ଶିଶୁ ଉପରେ ନିର୍ଯାତନା କରିଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ରାଜସ୍ଥାନରେ ଜଣେ ଦଳିତ ଶିଶୁ ବିଦ୍ୟାଳୟରେ ନିଜ ଉଚ୍ଚ ଜାତି ଶିକ୍ଷକଙ୍କ ମାଠିଆରୁ ପାଣି ପିବା କାରଣରୁ ତାକୁ ମାରି ହତ୍ୟା କରା ଯାଇଥିଲା। ୯ ବର୍ଷୀୟ ଶିଶୁ ଇନ୍ଦ୍ର କୁମାର ମେଘୱାଲ ନିଜ ଶିକ୍ଷକଙ୍କ ଠାରୁ ନିର୍ଯାତନା ସାହି ନପାରି ହସ୍ପିଟାଲରେ ଚିକିତ୍ସା ସମୟରେ ପ୍ରାଣ ହରାଇ ଥିଲେ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଜଣେ ଶିଶୁ ଆଘାତ ଅବସ୍ଥାରେ ଦେଖିବାକୁ ମିଲିଛନ୍ତି। ତାଙ୍କ ଶରୀରରେ […]

Continue Reading

କ’ଣ ଏସିଆ କପ୍ ୨୦୨୨ ରେ ପାକିସ୍ତାନ ଭାରତ ଠାରୁ ପରାସ୍ତ ହେବା ପରେ ସେଠିକାର ଲୋକ ମାନେ ଟିଭି ଭାଙ୍ଗୁଛନ୍ତି?

ରବିବାର ଦୁବାଇରେ ଚାଲିଥିବା ଏସିଆ କପ୍ ସିରିଜରେ ଭାରତ ପାକିସ୍ତାନକୁ ପାଞ୍ଚ ୱିକେଟରେ ପରାସ୍ତ କରିଛି। ଏହା ପରେ ପାକିସ୍ତାନୀ ଲୋକଙ୍କ ଟିଭି ଭାଙ୍ଗୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ସହ ଦାବି କରାଯାଇଛି ଯେ ନିକଟରେ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ପରାସ୍ତ ହେବା ପରେ ସେଠିକାର ଲୋକମାନେ ଟିଭି ଭାଙ୍ଗି ପାକିସ୍ତାନୀ ଖେଳାଳିଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ଟି ରାଜା ସିଂ ଜେଲ ଖାଉଥିବାର ଏହା ଭିଡିଓ କି? ମିଥ୍ୟା ଦାବି ସହିତ ପୁରୁଣା ଭିଡିଓ ଭାଇରାଲ୍।

କିଛି ଦିନ ପୂର୍ବରୁ ଏକ ଭାଇରାଲ ଭିଡିଓରେ ମହମ୍ମଦଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ତେଲେଙ୍ଗାନା ବିଧାୟକ ଟି ରାଜା ସିଂଙ୍କୁ ଗିରଫ କରାଯାଇଥିଲା। ଏହା ପରେ ବିଧାୟକଙ୍କୁ ଚେରପାଲି ଜେଲକୁ ପଠାଯାଇଥିଲା। ଏହି ସମୟରେ ଟି ରାଜା ସିଂ ଜେଲରେ କଣ ଖାଦ୍ୟ ଖାଉଛନ୍ତି ବୋଲି ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି।  Shiv Ke Pujari Jagdish ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ହାଇଦ୍ରାବାଦ […]

Continue Reading

କ’ଣ ଜଣେ ଇରାନୀ ଯୁବକ ମକ୍କା ଧର୍ମପୀଠରେ ଦୁଧ ଢାଳି କହୁଛି ଯେ ତାଙ୍କର ପୂର୍ବଜ ହିନ୍ଦୁ ଥିଲେ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ମୁସଲମାନ ମାନଙ୍କ ଧର୍ମପୀଠ ମକ୍କାର ଅଟେ। ଭିଡିଓରେ ଦେଖିବାକୁ ମିଳିଛିଜେ ଲୋକଙ୍କ ଏକ ବିଶାଳ ସମାଗମ ମକ୍କା ପରିଦର୍ଶନ କରୁଥିବା ସମୟରେ ଜଣେ ବ୍ୟକ୍ତି ସେଠାରେ କିଛି ଢାଳିଛନ୍ତି। ଏହା ପରେ ଲୋକେ ତାଙ୍କୁ ଅଟକାଇବା ସହିତ ପୋଲିସ ମଧ୍ୟ ହସ୍ତକ୍ଷେପ କରୁଛି।  ଦାବି ଅନୁଯାୟୀ ଭିଡିଓରେ ଥିବା ବ୍ୟକ୍ତି ଜଣେ ଇରାନୀ ଯୁବକ ଯେ ମକ୍କାରେ ଦୁଧ ଢାଳି କହୁଛି ଯେ […]

Continue Reading

କ’ଣ ପାକିସ୍ତାନ ଉପରେ ଭାରତର ବିଜୟ ଉପରେ ଦୁବାଇ ଶେଖ୍ ମାନେ ବି ଖୁସିରେ ନାଚିଲେ ?

ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚରେ ଭାରତର ବିଜୟକୁ ନେଇ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଆପଣ ଶେଖମାନଙ୍କୁ ଷ୍ଟାଡିୟମରେ ବସି ଉତ୍ସବ ପାଳନ କରୁଥିବା ଦେଖିପାରିବେ। ଭିଡିଓ ସହିତ ଦାବି ହେଉଛି ଯେ ଏସିଆ କପ୍ ମ୍ୟାଚ୍‌ରେ ଶେଖମାନେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟରେ ଖୁସି ହଉଛନ୍ତି। ଏହି ଭିଡିଓ ସେୟାର କରି ଲୋକମାନେ ପାକିସ୍ତାନର ପରାଜୟକୁ ପରିହାସ କରୁଛନ୍ତି।  Dwitikrushna Das ନାମକ ଏକ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି […]

Continue Reading

ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ମୃତ ଶରୀରକୁ ଅଟଲ୍ ବିହାରୀ ବାଜପାୟୀଙ୍କ ନାମରେ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

16 ଅଗଷ୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ବାର୍ଷିକୀ ପାଳନ କରା ଯାଇଥିଲା। ଏହି ଅବସରରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳିର ପ୍ରତୀକ ଭାବରେ ତାଙ୍କ ଫଟୋ ପୋଷ୍ଟ କରିଛନ୍ତି।  ଏହି ପ୍ରସଙ୍ଗରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି। ଫୋଟୋରେ ଜଣେ ବ୍ୟକ୍ତି ମରୁତ ଅବସ୍ଥାରେ ଥିବା ବେଳେ ତାଙ୍କ ନିକଟରେ ଥିବା ଲୋକେ ଶୋକ ପ୍ରକାଶ କରୁଛନ୍ତି। ଦାବି କରା ଯାଉଛି ଯେ ଏହି […]

Continue Reading

ପାଣିରେ ବୁଡ଼ିଯାଉଥିବା ପିଲାର ଭିଡିଓ ଭାରତର ନୁହେଁ ବରଂ ବାଂଗଲାଦେଶର ଅଟେ।

ସୋସିଆଲ ମିଡିଆର ଏକ ଭିଡିଓ ଭାଇରାଲ ହେଉଛି। ଏହି 30 ସେକେଣ୍ଡର ଭିଡିଓରେ, ଛୋଟ ପିଲା ପାଣିରେ ଫସି ରହିଥିବାର ଦେଖାଯାଉଛି।  ଭିଡିଓ ସହିତ ଦାବି କରାଯାଉଛି ଯେ ଚାମ୍ବଲ ନଦୀରେ କୁମ୍ଭୀର ଆକ୍ରମଣରୁ CDRF ଦଳ ଦ୍ୱାରା ଜଣେ ପିଲା ଉଦ୍ଧାର ହୋଇଥିଲେ।  ଭାଇରାଲ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନିଛି। Bäblû Mohanty ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ବନ୍ୟା ପାଇଁ […]

Continue Reading

କ’ଣ ପ୍ରକୃତରେ ଆରଏସଏସ କର୍ମୀ ମାନେ ଇଂରାଜୀ ରାଣୀଙ୍କୁ ସମ୍ମାନ ଦେଉଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମହିଳାଙ୍କୁ ଆରଏସଏସ କର୍ମୀ ମାନେ ସମ୍ମାନ ଦେଉଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଫୋଟୋରେ ଥିବା ମହିଳା ଇଂରାଜୀ ରାଣୀ ଅଟନ୍ତି। ଫୋଟୋ ସେୟାର କରି ଆରଏସଏସର ଦେଶପ୍ରେମ ଉପରେ ପ୍ରଶ୍ନ କରା ଯାଉଛି।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଭିନ୍ନ ସମୟ ଏବଂ ଅବସରର ଫୋଟୋକୁ ଯୋଡି ଭାଇରାଲ ହେଉଥିବା ଫୋଟୋ ସୃଷ୍ଟି […]

Continue Reading

କ’ଣ ମନୀଷସିସୋଦିଆଆମ୍ ଆଦମୀ ପାର୍ଟିକୁ ଦେଶର ସବୁଠାରୁ ବଡ ଦଙ୍ଗାକାରୀ ତଥା ଗୁଣ୍ଡା ଏବଂ ଅଶିକ୍ଷିତ ଦଳ ବୋଲି କହୁଛନ୍ତି ?

ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀମନୀଷସିସୋଦିଆଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ସେ କହୁଛନ୍ତି ଯେ AAP ଦୁଇ ସପ୍ତାହ ପୂର୍ବରୁ ଏକ ସର୍ଭେ କରିଥିଲା ​​ଯେଉଁଥିରେ ଜନସାଧାରଣଙ୍କୁ ତିନୋଟି ପ୍ରଶ୍ନ ପଚରାଯାଇଥିଲା।ପ୍ରଥମ ପ୍ରଶ୍ନ ହେଉଛି, କେଉଁ ଦଳ ଦେଶରେ ଅଶାନ୍ତି ଏବଂ ଦଙ୍ଗା ସୃଷ୍ଟି କରେ, ସେତେବେଳେ 91% ଲୋକ ଉତ୍ତର ଦେଲେ ଯେ ‘ଆମ୍ ଆଦମୀ ପାର୍ଟି’ କେବଳ ଦେଶରେ ଦଙ୍ଗା ଏବଂ ହଙ୍ଗାମା ସୃଷ୍ଟି […]

Continue Reading

କ’ଣ ୫୩ ଦେଶର ସଚିବଙ୍କ ଭିତରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରା ଯାଇଛି? ଭାଇରାଲ ଫୋଟୋର ସତ୍ୟତା ଜାଣନ୍ତୁ। 

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ କିଛି ଲୋକଙ୍କ ସହିତ ସାକ୍ଷାତ କରୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫୋଟୋ ସହିତ ଦାବି କରା ଯାଇଛି ଯେ ୫୩ ଦେଶର ସଚିବଙ୍କ ଭିତରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରା ଯାଇଛି କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଜେନେଭା ଭିତ୍ତିକ ସଂଗଠନର ଆନ୍ତର୍ଜାତୀୟ ବ୍ୟବସାୟ ସମ୍ପ୍ରଦାୟ ସହିତ ମୋଦୀଙ୍କ ଫୋଟୋକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।  […]

Continue Reading

ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ବିଏସ୍ଏଫ୍ ଯବାନ ଶହୀଦ ହୋଇ ନାହାନ୍ତି, ମିଥ୍ୟା ଖବର ଭାଇରାଲ. . 

ସୋସିଆଲ ମିଡିଆରେ ଏକ ଫଟୋ ଏବଂ ଭିଡିଓ କୋଲାଜ ସେୟାର କରି ଦାବି କରୁଛନ୍ତି ଯେ ଭିଡିଓରେ ‘ଲାଇଭ ଏବଂ ଲାଇଭ’ ମନ୍ତବ୍ୟ ଦେଉଥିବା ବିଏସଏଫ ଯବାନମାନେ ଭାରତୀୟ ସୀମାରେ ଶହୀଦ ହୋଇଛନ୍ତି।ଏହି ପୋଷ୍ଟରେ ଜଣେ ମୃତ ସୌନିକଙ୍କ ଫୋଟୋ ଏବଂ ବିଏସଏଫ ଯବାନଙ୍କ ଖୁସିର ଜୀବନ ବଞ୍ଚିବାର ବାର୍ତ୍ତା ଦେଉଥିବା ଏକ ଭିଡିଓ ରହିଛି। ଏହି ପୋଷ୍ଟକୁ ସେୟାର କରି ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହି ଖୁସିର ଯବାନ ଅଗଷ୍ଟ 15 ରେ ଏହି […]

Continue Reading

କ’ଣ ପୁରୀରେ ଜନ୍ମନେଲା ଭୂତ ଛୁଆ ? ଭାଇରାଲ ଭିଡିଓ ମଧ୍ୟପ୍ରଦେଶର ଅଟେ।

ସୋସିଆଲ ମିଡିଆରେ ଏକ ଶିଶୁର ଭିଡିଓ ଥିବା ଏକ ପୋଷ୍ଟ ସେୟାର କରାଯାଇଛି ଯେଉଁଥିରେ ଦାବି କରାଯାଇଛି ଯେ, ଓଡ଼ିଶାରେ ଜନ୍ମ ହେଲା ଭୂତ ଛୁଆ। ଏବଂ ଏହା ପୁରୀର ନିମାପଡ଼ା ଠାରେ ଘଟିଛି।  news 38 timesରେ ଏହି ଖବର ପ୍ରକାସିତ କରାଯାଇଛି। ପ୍ରକାସିତଚ ଖବରରେ ଲେଖାଯାଇଛି ଯେ,ଏହି ଘଟଣାଟି ପୁରୀର ନିମାପଡ଼ା ଠାରେ ଘଟିଛି। ରାତି ୧୧ ଟା ସମୟ ହୋଇଥାଏ।ବର୍ଷା ଏତେ ଜୋରେ ହେଉଥିଲା ଯେ ଘରୁ କେହି ବାହାରି ପାରୁ ନଥିଲେ।ସେହି […]

Continue Reading

ନିତିନ ଗଡକରୀଙ୍କ ଏକ ଏଡିଟ୍ ହୋଇଥିବା ଭିଡିଓକୁ ସେୟାର କରି ଦାବି କରା ଯାଉଛି ଯେ ସେ ବିଜେପି ଦଳ ଛାଡୁଛନ୍ତି।

ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଦଳର ସଂସଦୀୟ ବୋର୍ଡରୁ ହଟାଇବା ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନିକଟରେ ଆରଏସଏସ ନେତୃତ୍ୱ ସହମତିରେ ନିଆଯାଇଛି।  ଏହା ମଧ୍ୟରେ ନିତିନ ଗାଡକରୀଙ୍କ ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ନିତିନ ଗଦକରୀ ବିଜେପି ଦଳ ଛାଡୁଛନ୍ତି ଏବଂ ସେ କହିଛନ୍ତି ଯେ ସେ ତାଙ୍କ ମନ୍ତ୍ରୀପଦ ହରାଇଥିଲେ ମଧ୍ୟ ତାଙ୍କୁ କୌଣସି ଅସୁବିଧା […]

Continue Reading

କ’ଣ ବିଜେପି କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣର ଏହି ଘଟଣା ତାମିଲ ନାଡୁ ରାଜ୍ୟର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକେ ରାସ୍ତାରେ ବିଜେପି ସମର୍ଥକଙ୍କୁ ମାଡ ମାରୁଛନ୍ତି। ଭିଡିଓ ଦେଖି ଅନୁମାନ ହେଉଛି ଯେ ଏକ ରେଲିର ପ୍ରଦର୍ଶନରେ ଏହି ଘଟଣା ଘଟିଛି।  ପୋଷ୍ଟର ଦାବି ଅନୁଯାୟୀ ଏହି ଘଟଣା ତାମିଲ ନାଡୁ ରାଜ୍ୟରେ ଘଟିଛି। ମୋଦୀ ସରକାର ଦେଶର ବିଭିନ୍ନ ସଂସ୍ଥାକୁ ଘରୋଇକରଣ ନାମରେ ଉଦ୍ୟୋଗପତିଙ୍କୁ ବିକିଥିବା ନେଇ ତାମିଲ ନାଡୁ ଜନତା ବିଜେପି ସମର୍ଥକଙ୍କୁ ଆକ୍ରମଣ କରିଛନ୍ତି।  କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଭାଇରାଲ ଭିଡିଓରେ ଭାରତୀୟ ସେନା ଯବାନ ମାନେ କାଶ୍ମୀରରେ ଜଣେ ପଥରମରାଲିଙ୍କୁ ଗୁଳି ମାରିଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ଏକ ସମୂହ ରାସ୍ତାରେ ପଥର ଫିଙ୍ଗୁଠିବା ନଜର ଆସୁଛନ୍ତି। ଏହି ଭିଡିଓରେ ଗୁଳି ଚାଳନାର ଆୱାଜ ମଦ୍ୟ ଶୁଣିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଜଣେ ବ୍ୟକ୍ତି ପଥର ଫିଙ୍ଗୁଛନ୍ତି ସେତେବେଳେ ତାଙ୍କ ଉପରେ ଗୁଳି ମାଡ କରା ଯାଉଛି ଏବଂ ସେ ଆଘାତ ହୋଇ ପଡି ଯାଉଛନ୍ତି।  ଡାବୁ ଅନୁଯାୟୀ ଏହି ଦୃଶ୍ୟ କାଶ୍ମୀରର ଅଟେ। ଲୋକେ ଭାରତ ସେନା […]

Continue Reading

କ’ଣ ଦର୍ଶକ ମାନେ ଲାଲ ସିଂ ଚଢା ସିନେମା ଦେଖିବାକୁ ଆସନ୍ତୁ ସେଥିପାଇଁ ଆମିର ଖାନ ଶିବ ମନ୍ଦିରରେ ଆଳତି କରୁଛନ୍ତି? ଜାଣନ୍ତୁ ସତ୍ୟ।

ଆମିର ଖାନଙ୍କ ପିକେ ଫିଲ୍ମରେ ହିନ୍ଦୁ ଦେବୀ ଦେବତା ମାଙ୍କୁ ଅପମାନିତ ଅଭିଯୋଗ ଲଗାଇ ଦେଶରେ ଅନେକ ଲୋକେ ତାଙ୍କ ନୂତନ ସିନେମା ଲାଲ ସିଂ ଚଢାକୁ ବୟକଟ୍ କରିବା କରିଛନ୍ତି। ଏହା ଫଳରେ ଆମିର ଖାନଙ୍କ ଲାଲ ସିଂ ଚଢା ଫିଲ୍ମ ବକ୍ସଅଫିସରେ ଭଲ ପ୍ରଦର୍ଶନ କରି ପାରି ନାହିଁ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅମିର ଖାନ ଭଗବାନଙ୍କ ସାମନାରେ […]

Continue Reading

5G ସ୍ପେକ୍ଟ୍ରମ୍ ନିଲାମରେ ଭାରତ 2.8 ଲକ୍ଷ କୋଟି ଟଙ୍କା ହରାଇଛି କି?

5G ସ୍ପେକ୍ଟ୍ରମର ନିଲାମ 26 ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ 1 ରେ ଶେଷ ହୋଇଥିଲା। ଟାଇମ୍ସ ବିଜନେସ୍ ନାମକ ଏକ ଖବରକାଗଜରେ ପ୍ରକାଶିତ ଏହି ସମ୍ବନ୍ଧୀୟ ଏକ ଆର୍ଟିକିଲର ଫୋଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଥିରେ ହେଡଲାଇନରେ କୁହାଯାଇଛି ଯେ 5G ସ୍ପେକ୍ଟ୍ରମ ନିଲାମରେ ଭାରତ 2.8 ଲକ୍ଷ କୋଟି କ୍ଷତି କରିଛି। ଏହି ଫୋଟୋ ସେୟାର କରି ଉପଭୋକ୍ତା ସରକାରଙ୍କୁ ଅପମାନ କରୁଛନ୍ତି। Kalahandi congress committee ନାମକ ଜଣେ ଫେସବୁକ ୟୁଜର  […]

Continue Reading