
ତୁର୍କୀରେ ଗତ କିଛି ଦିନ ତଳେ ଭୂମିକମ୍ପ ହେବାର ଖବର ସାମ୍ନାକୁ ଆସିଥିଲା। ଏହା ସହ କିଛି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ହେଉଥିବା ଫଟୋ ମଧ୍ୟରୁ କିଛି ପୁରୁଣା ଫଟୋକୁ ବର୍ତ୍ତମାନର ତୁର୍କୀ ଭୂମିକମ୍ପର କହି ଭାଇରାଲ କରାଯାଉଥିବାର ପାଇଲୁ।
30 ଅକ୍ଟୋବରରେ Milan Pradhan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭୂମିକମ୍ପର କିଛି ପୋଷ୍ଟ କରିଥିଲେ। ଏବଂ ପୋଷ୍ଟରେ ଦାବି କରିଛନ୍ତି ଯେ, ଭୟଙ୍କର ଭୂମିକମ୍ପରେ ତୁର୍କୀ ଓ ଗ୍ରୀସର ଏପରି ଅବସ୍ଥା। ଦାବି ସହ ଘଟଣାର କିଛି ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ତୁର୍କୀରେ ପ୍ରକୃତିର ଭୟଙ୍କର ତାଣ୍ଡବ। ଭୟଙ୍କର ଭୂକମ୍ପରେ ଦୋହଲିଗଲା ତୁର୍କୀ ଓ ଗ୍ରୀସ୍। ଭୁଶୁଡ଼ିଲା ବଡ଼ ବଡ଼ ଅଟ୍ଟାଳିକା। ମାଟିରେ ମିଶିଲା ସହର। ଭୂମଧ୍ୟସାଗରୀୟ ଅଞ୍ଚଳରେ ଥିବା ଏଜିଆନ ସାଗରରେ ରିକ୍ଟର ସ୍କେଲରେ ୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ଖବର ହସ୍ତଗତ ହୋଇଛି। ଏହି ଭୂମିକମ୍ପର ପ୍ରଭାବ ତୁର୍କୀ ଓ ଗ୍ରୀସରେ ଅନୁଭୂତ ହୋଇଛି। ତା ସହ ସୁନାମିର ମଧ୍ୟ ଖବର ଆସିଛି।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 55ଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କଣ ଭାଇରାଲ ଫଟୋ ତୁର୍କୀରେ ହୋଇଥିବା ଭୁକମ୍ପର ଫଟୋ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଫଟୋ-1
ଅନୁସନ୍ ଆରମ୍ଭରେ ଆମେ ଭାଇରାଲ ହୋଉଥିବା ପ୍ରଥମ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। The sun ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି 28 ଅକ୍ଟୋବର 2018ରେ ପ୍ରକାଶିତ କରାଯାଇଥିଲା। dailymail ଖବର ଅନୁସାରେ ଭାଇରାଲ ହେଉଥିବା ଏହି ଫଟୋ ଗ୍ରୀକ୍ ପର୍ଯ୍ୟଟନ ଦ୍ୱୀପ ଜାଣ୍ଟେ (Greek tourist island of Zante)ର ଅଟେ। ଏଠାରେ 2018ରେ ହୋଇଥିବା ଭୂକମ୍ପର ଏହା ଦୃଶ୍ୟ ଅଟେ। ଏଥିରୁ ସ୍ପଷ୍ଟ ହେଉଛି। ଭାଇରାଲ ଫଟୋ ବର୍ତ୍ତମାନ ତୁର୍କୀରେ ହୋଇଥିବା ଭୂକମ୍ପର ଫଟୋ ନହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-The sun । Archive।dailymail
ଫଟୋ-2
ଏହା ପରେ ଆମେ ଦ୍ୱିତିୟ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। inside ପେଜ ଅନୁସାରେ ଭାଇରାଲ ହେଉଥିବା ଦ୍ୱିତିୟ ଫୋଟୋ ବର୍ତ୍ତମାନର ଅଟେ। ଅର୍ଥାତେ ଫଟୋଟି ତୁର୍କୀରେ ହୋଇଥିବା ଭୂକମ୍ପର ଅଟେ। ଭାଇରାଲ ଫଟୋ ଆପଣ 6abc, atalayar, nbcnews ପେଜରେ ମଧ୍ୟ ଦେଖି ପାରିବେ। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- inside । Archive
ଫଟୋ-3
ଆମେ ତୃତିୟ ଫଟୋକୁ ମଧ୍ୟ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ alamy.com ପେଜରେ ଭାଇରାଲ ଫଟୋ ମିଳିଲା। ଖବର ଅନୁସାରେ ଭାଇରାଲ ଫଟୋ 18 ଅକ୍ଟୋବର2018ରେ ପ୍ରକାଶିତ କରାଯାଇଥିଲା। ଜାରୋସ୍ଲାଭ ନୋସ୍କା(Jaroslav Noska) ନାମକ ବ୍ୟକ୍ତି ଏହି ଫଟୋ ଉଠାଇଛନ୍ତି । ଏହା ସହ ଫୋଟୋ ତୁର୍କୀ ଭୁକମ୍ପର ନୁହେଁ। କୁକୁରର ଏହି ଫୋଟୋକୁ ସୋସିଆଲ ମିଡିଆରେ ଅନେକଥର ଭାଇରାଲ ହେବାରେ ଲାଗିଛି। ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋ ତୁର୍କୀ ଭୁକମ୍ପର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- alamy.com। Archive
ଫଟୋ-4
ଚତୁର୍ଥ ଫଟୋ ମଧ୍ୟ ଆମକୁ ସମାନ ପଜରେ ମିଳିଲା। ଯାହାକି 2018ରେ ଜାରୋସ୍ଲାଭ ନୋସ୍କା(Jaroslav Noska)। ନୋସ୍କାଙ୍କ ଅଭିଲେଖାଗାରରେ, ଭୂକମ୍ପ ପରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟର ଶୀର୍ଷକ ଥିବା ପୋଷ୍ଟରେ ଥିବା କୁକୁରମାନଙ୍କ ଫଟୋ ଏକାଠି ଦେଖିବାକୁ ମିଳୁଛି। ତଳେ ଫଟୋର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- alamy.com । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫଟୋ ବର୍ତ୍ତମାନରେ ହୋଇଥିବା ତୁର୍କୀ ଭକମ୍ପର ନୁହେଁ। ପୁରୁଣା ଫଟୋକୁ ବର୍ତ୍ତମାନରେ ତୁର୍କୀରେ ହୋଇଥିବା ଭୁକମ୍ପ ଦାବିରେ ଭାଇରାଲ କରାଯାଉଛି।
Title:ପୁରୁଣା ଫଟୋକୁ ତୁର୍କୀରେ ହୋଇଥିବା ଭୁକମ୍ପର ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult:Partly False

