କ’ଣ ରାହୁଲ ଗାନ୍ଧୀ ନିଜ ଭାଷଣରେ ପଚାରୁଛନ୍ତି ଯେ ଭାରତ ମାତା କିଏ? ଜାଣନ୍ତୁ ସତ୍ୟ। 

Missing Context Political

ଭାରତରେ ୫ ଟି ରାଜ୍ୟରେ ନିର୍ବାଚନ ହେଉଥିବା ବେଳେ, ରାହୁଲ ଗାନ୍ଧୀଙ୍କ ଗୋଟିଏ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଷଣରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ, “ଭାରତ ମାତା କି ଜୟ ବହୁତ ଶୁଣିବାକୁ ମିଳେ କିନ୍ତୁ ଭାରତ ମାତା କିଏ? ଏହା ପତା ଲଗାଇବାକୁ ପଡିବ। ଭାରତ ମାତାଙ୍କ ପାଇଁ ସମସ୍ତେ ନିଜ ରକ୍ତ ଦେବାକୁ ତତ୍ପର ଥାନ୍ତି କିନ୍ତୁ ଭାରତ ମାତା କିଏ?”

ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ରାହୁଲ ଗାଣ୍ଡୀଙ୍କୁ ଜଣା ନାହିଁ ଭାରତ ମାତା କିଏ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଛି ଯେ ରାହୁଲ ଗାନ୍ଧୀଙ୍କ ଏହି ଭାଷଣକୁ ବୀନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଛି। ଏହା ତାଙ୍କର ଗୋଟିଏ ଭାଷଣର ଛୋଟ କ୍ଲିପ୍ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ କହୁଛନ୍ତି, “ଏବେ ଏଇ ୫୪ ବର୍ଷର ମନ୍ଦବୁଦ୍ଧି କୁ ଜଣା ନାହିଁ ଯେ ଭାରତ ମାତା କିଏ ??

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ରାହୁଲ ଗାନ୍ଧୀଙ୍କ ୟୁଟ୍ୟୁବ ଚ୍ୟାନାଲରେ ଗୋଟିଏ ଭିଡିଓ ଅପ୍ଲୋଡ ହେଇଥିବା ମିଳିଲା। କ୍ୟାପ୍ସନ୍ ରେ ଉଲ୍ଲେଖ କରା ଯାଇଛି ଯେ ଏହା ରାଜସ୍ଥାନର ବୁନ୍ଦି ସହରରେ ଆୟୋଜିତ ହେଇଥିବା ଏକ ସଭାର ଭିଡିଓ ଅଟେ। ଉପରୋକ୍ତ ଭିଡିଓକୁ ଶୁଣିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓ ଏହାର ଗୋଟିଏ କ୍ଲିପ୍ ଅଟେ। 

ଏହି ଭିଡିଓର ୧.୫୦ ମିନିଟ ରୁ ନେଇ ୪.୦୫ ମିନିଟ ପର୍ଯ୍ୟନ୍ତ ଆପଣ ମାନେ ରାହୁଲ ଗାନ୍ଧୀଙ୍କୁ ଭରତ ମାତାଙ୍କ ବିଷୟରେ ଭାଷଣ ଦେଉଥିବା ସୂନୀ ପାରିବେ। 

ଏଥିରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ “ସମସ୍ତେ ଏହି ନାରା ଉଠାନ୍ତି, ଆମେ ଅନେକ ଭାରତ ମାତା କି ଜୟ ଶୁଣୁ, କିନ୍ତୁ ଭାରତ ମାତା କିଏ? ଆହୁରି ମଧ୍ୟ, ରାହୁଲ ଗାନ୍ଧୀ କୁହନ୍ତି, ଆମେ ସମସ୍ତେ ପ୍ରଶଂସା କରୁ, ମୁଁ କରେ, ଆପଣ ମାନେ କରନ୍ତି, ତେବେ ଭରତ ମାତା କିଏ? ଦେଖନ୍ତୁ, ଏହି ଭାରତ ମାତା ହେଉଛି ଏହି ପୃଥିବୀ, ଏହି ଭାରତ ମାତା ହେଉଛି ଏହି ଦେଶର ଲୋକ ମାନେ, ଆପଣଙ୍କର ସମସ୍ତ ଭାଇ ଓ ଭଉଣୀ, ପିତାମାତା, ଗରିବ ଏବଂ ଧନୀ ବ୍ୟକ୍ତି, ବୃଦ୍ଧମାନେ ସମସ୍ତେ ଭାରତ ମାତା। ଆହୁରି ମଧ୍ୟ ରାହୁଲ କହିଛନ୍ତି ଯେ ମୁଁ କେବଳ ଗୋଟିଏ ପ୍ରଶ୍ନ ପଚାରିଛି, ସଂସଦରେ ଭାଷଣ ଦେବାବେଳେ ମୁଁ କହିଲି, ଦେଖ, ମୁଁ ଜାଣିବାକୁ ଚାହେଁ ଏହି ଭାରତ ମାତା କିଏ? ମୋର କହିବାର ଅର୍ଥ, ଏହି ଲୋକମାନେ କିଏ? କାହାର ଜନସଂଖ୍ୟା କେତେ? କେତେ ଆଦିବାସୀ ଅଛନ୍ତି, କେତେ ଦଳୀତ ଅଛନ୍ତି, କେତେ ପଛୁଆ ଲୋକ ଅଛନ୍ତି, କେତେ ଗରିବ, କେତେ ଧନୀ ଅଛନ୍ତି। ଯଦି ଆମେ ଭାରତ ମାତା କି ଜୟ’ ନାରା ଉଠାଇଥାଉ ଏବଂ ଏଥିପାଇଁ ଆମେ ନିଜ ଜୀବନକୁ ବଳିଦାନ ଦେଇଥାଉ, ତେବେ ଆମକୁ ଜାଣିବାକୁ ପଡିବ ଯେ ଭାରତ ମାତା କିଏ? ଯଦି ଆମେ ଜାଣୁନାହୁଁ ଏହି ଦେଶରେ କେତେ ପଛୁଆ ଲୋକ ଅଛନ୍ତି, କେତେ ଦଲିତ ଅଛନ୍ତି, କେତେ ଗରିବ ଅଛନ୍ତି, ତେବେ ଭରତ ମାତା କି ଜୟର ଅର୍ଥ କ’ଣ?”

ଏହି ସୂଚନା ସହିତ ରାହୁଲ ଗାନ୍ଧୀଙ୍କ ଭିଡିଓ ବିଷୟରେ ରିପୋର୍ଟ ରାଜସ୍ଥାନ ତକ ଏବଂ ଅମର ଉଜାଲାରେ ମଧ୍ୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଥିଲା ଯେ ରାହୁଲ ଗାନ୍ଧୀ ତିନିଟି ବୁନ୍ଦି ବିଧାନସଭାର କଂଗ୍ରେସ ପ୍ରାର୍ଥୀ, ବିଧାନସଭାର ହରିମୋହନ ଶର୍ମା, ହିନ୍ଦୋଲିରୁ ଅଶୋକ ଚାନ୍ଦ ଏବଂ କେଶବ ରାୟ ପାଟନରୁ ସିଏଲ୍ ପ୍ରିମିୟମକୁ ସମର୍ଥନ କରି ନିର୍ବାଚନ ସଭାକୁ ସମ୍ବୋଧିତ କରିଥିଲେ। ଯେଉଁଠାରେ ସେ ଭାରତ ମାତା କି ଜୟର ଅର୍ଥ ବୁଝାଇବା ବେଳେ ବିଜେପିକୁ କଡ଼ା ଟାର୍ଗେଟ କରିଥିଲେ।

ନିମ୍ନରେ ଆପଣ ମାନେ ଭାଇରାଲ କ୍ଲିପ୍ ଏବଂ ଆଶୟ ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ରାହୁଲ ଗାନ୍ଧୀଙ୍କ ଭାରତ ମାତାକୁ ନେଇ ଦେଇଥିବା ଭାଷଣକୁ ମୂଳ ଭିଡିଓରୁ କ୍ଲିପ୍ କରି ସେଯାର କରା ଯାଉଛି। ପ୍ରକୃତ ଭିଡିଓରେ, ଭାରତ ମାତାଙ୍ର ଅର୍ଥ ବୁଝାଇବା ବେଳେ ସେ ପଛୁଆ ବର୍ଗ, ଗରିବ ଏବଂ ଦଳିତଙ୍କ ବିକାଶ ବିଷୟରେ କହିଛନ୍ତି।

Avatar

Title:କ’ଣ ରାହୁଲ ଗାନ୍ଧୀ ନିଜ ଭାଷଣରେ ପଚାରୁଛନ୍ତି ଯେ ଭାରତ ମାତା କିଏ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *