
ଫେସବୁକରେ Indian right wing community ନାମକ ଏକ ପେଜରେ ୨୮ ଅକ୍ଟୋବରରେ ହିନ୍ଦୁ ମୁସ୍ଲିମ ବିବାଦରେ ଏକ ଯୁବକକୁ ହତ୍ୟା କରିବାର ଦାବି କରାଯାଇଛି। ପୋଷ୍ଟରେ ଏହା ମୋବଲିଞ୍ଚଂ ହୋଇଥିବାର କୁହା ଯାଇଛି। ପୋଷ୍ଟରେ ଓଡ଼ିଶାରେମୋବଲିଞ୍ଚଂ ରେ ଏକ ଯୁବକର ହତ୍ୟା କରା ଯିବାର ଦାବି କରାଯାଇଛି। ଯୁବକର ନାମ ଅମରେଶ ନାୟକ ବୋଲି କୁହାଯାଇଛି ଏବଂ ପୋଷ୍ଟରେ ଯୁବକର ଫୋଟୋ ମଧ୍ୟ ଦିୟାଯୋଇଛି।
ପୋଷ୍ଟରେ ଲେଖା ଯାଇଛି ଯେ, ଓଡ଼ିଶାରେଦୀପାବଳି ରାତିରେ ଅର୍ଥାତ ୨୭ ଅକ୍ଟୋବର ଏହି ଯୁବକୁ ୨୦ ଜଣ ଲୋକ ଦ୍ୱାରା ହତ୍ୟା କରାଯାଇଛି। ଏହି ଯୁବକକୁ ଧାରୁଆ ଅସ୍ତ୍ର ଦ୍ୱାରା ହତ୍ୟା କରା ଯାଇଛି। ଏହା ଛଡ଼ା ପୋଷ୍ଟର ଉପରେ ହିନ୍ଦୁ ମୁସ୍ଲିମବିବାଦର ଆକ୍ଷ୍ୟାଦିୟା ଯାଇଛି। ଆମେ ପୋଷ୍ଟକୁ ଅନୁସନ୍ଧାନ କରିବା ପୂର୍ବରୁ ଏହି ପୋଷ୍ଟକୁ ୪୦୩ ଲାଇକ ମିଳିଥିବା ବେଳେ ୩୬୬ ଥର ସେୟାର କରାଯାଇଛି। ଏହା ଛଡ଼ା ୬୯ ଲୋକ ଏହି ପୋଷ୍ଟରେ କମେଣ୍ଟ ମଧ୍ୟ କରିଛନ୍ତି।

ଫେସବୁକ ଲିଙ୍କ ଦେଖନ୍ତୁ-facebook archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମେ ଅନୁସନ୍ଧାନ
ଆମ ଅନୁସନ୍ଧାନର ଆରମ୍ଭରେ ଓଡ଼ିଶାରେ ଦୀପାବଳି ଦିନ ଏପରି କିଛି ଘଟଣା ହୋଇଛି ନା ନାହିଁ ସେ ବିଷୟରେ ଗୁଗୁଲରେ ସର୍ଚ କରିଲୁ। ଗୁଗୁଲରେ ଆମେ a youth killed by 20 peples during Diwali.ସର୍ଚରେ ଆଣକୁ କିଛି ନ୍ୟୁଜ ପେଜରେ ଏହି ଯୁବକର ଫୋଟୋପାଇଲୁ । ଏହାପରେ ଆମେ ଅମରେଶ ନାୟକର ହତ୍ୟା ଘଟଣା ବିଷୟରେ ଗୁଗୁଲରେସର୍ଚ କରିଲୁ। ସର୍ଚରେ ଆମକୁ ଓଡ଼ିଶାର ନ୍ୟୁଜ ଚାନେଲ otv ଯୂଟ୍ୟୁବ ଚ୍ୟାନେଲ ରେ ଏହି ନ୍ୟୁଜ ମିଳିଲା।
ୟ୍ୟୁଟ୍ୟୁବ ଲିଙ୍କ ଦେଖନ୍ତୁ—
ୟ୍ୟୁଟ୍ୟୁବରେ ଆମକୁ ଅମରେଶ ନାୟକ ହତ୍ୟା କେଶ କେଉଁ ଜାଗାର ତାହା ଆମେ ଜାଣିବାକୁ ପାଇଲୁ। ଏହି ମଡ଼ର କେସ ଭୁବନେଶ୍ୱର ସ୍ଥିତ ସୁନ୍ଦରପଦା ଅଞ୍ଚଳର ଅଟେ। ଭିଡିଓରେ କୁହା ଯାଇଛି ଯେ, ଦିପାବଳି ରାତିରେ ଅମରେଶ ଏବଂ ତାଙ୍କ ସାଙ୍ଗ ମାନେ ଭୋଜି କରୁଥିଲେ ଏବଂ ବାଣଫୁଟା ପ୍ରକ୍ରିୟା ମଧ୍ୟ ଚାଲିଥିଲା। ହଠାତ କିଛି ଯୁବକ ଆସି ଅମରେଶ ଏବଂ ତାଙ୍କ ସାଙ୍ଗମାନଙ୍କ ସହିତ ଜୁକ୍ତିତର୍କ କରିଥିଲେ। ଏହା ପରେ ଅମରେଶ କୁ ଗୋଡ଼ାଇଗୋଡ଼ାଇ ହତ୍ୟା କରିଥିଲେ।
ଏହା ଛଡ଼ା ommcomm ରେ ମଧ୍ୟ ଆମକୁ ଏହି ନ୍ୟୁଜ ମିଳିଲା। ନ୍ୟୁଜ ଅନୁଚ୍ଛେଦର ଶେଷରେ ଅମରେଶ ହତ୍ୟା କାଣ୍ଡ ବିଷୟରେ ଭୁବନେଶ୍ୱର ଡିସିପି ନିଜ ମତ ରଖିଛନ୍ତି। ଭିଡିଓରେ ଡିସିପି କହିଛନ୍ତି ଯେ, ଭୋଜି ସମୟରେ ଅମରେଶ ନାୟକଙ୍କ ଏବଂ ତାଙ୍କ ସାଙ୍ଗ ମାନଙ୍କର ଅନ୍ୟ ଅକ ଗୋଷ୍ଠି ସହିତ ବଚସା ହୋଇଥିଲା। ଏହାପରେ ଅମରେଶ ଏବଂ ତାଙ୍କ ସାଙ୍ଗମାନଙ୍କର ବଚସା ହୋଇଥିବା ଗୋଷ୍ଠି 20ରୁ ଅଧିକ ଲୋକଙ୍କୁ ଡାକି ଅମେରଶ ଏବଂ ତାଙ୍କ ସାଙ୍ଗମାନଙ୍କୁ ପିଟିଥିଲେ ଏବଂ ଅମରେଶଙ୍କୁ ଧାରୁଆ ଅସ୍ତ୍ର ରେ ପିଟିପିଟି ହତ୍ୟା କରିଥିଲେ। ଏଥିରୁ ଆମେ ଜାଣିଲୁ ଯେ ଅମରେଶ ହତ୍ୟାକାଣ୍ଡ କୌଣସି ହନ୍ଦୁ ମୁସ୍ଲିମ ବିବାଦକୁ ନେଇ ହୋଇ ନାହିଁ।
ସୁଣନ୍ତୁ ଡିସିପି ବାଇଟ ଲିଙ୍କ-
ଏହା ଛଡ଼ା ଆମେ otv ନ୍ୟୁଜ ପେଜରେ ଅମରେଶ ହତ୍ୟା କାଣ୍ଡରେ ଦୁଈ ଅପରାଧିଙ୍କୁ ପୁଲିସ 1 ନଭେମ୍ବରରେ ଗିରଫ କରିଥିଲା।ଗିରଫ କରାଯାଇଥିବା ଅପରାଧି ମୁସ୍ଲିମ ନୁହଁନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହା ହିନ୍ଦୁ ମୁସ୍ଲିମ ବିବାଦ ଅଥବା ମୋବଲିଞ୍ଚଂ ଘଟଣା ନୁହଁ।
ଆମେ ଏହି ନ୍ୟୁଜ ସମ୍ଭନ୍ଧରେ ଭୁବନେଶ୍ୱର ଡିସିପି Arup kumarsahoo ସହିତ କଥାହେଲୁ ଏବଂ ଫେସବୁକରେ ଦାବି କରାଯାଇଥିବା ଘଟଣା କହିଲୁ। ସେ ଫେସବୁକରେ କରାଯାଇଥିବା ଦାବିକୁ ଖଣ୍ଡନ କରିଛନ୍ତି। ଅମରେଶ ନାୟକର ହତ୍ୟା କୌଣସି ମୋବଲିଞ୍ଚଂରେ ହୋଇ ନାହଁ। ଏହି ହତ୍ୟା କାଣ୍ଡ ଦୁଇ ଗୋଷ୍ଠି ମଧ୍ୟରେ ହୋଇଥିବା ବାଚସ ଏବଂ ପୁରୁଣା ସତୃତାକୁ ନେଇ ହୋଇଥିବାର ସେ କହିଛନ୍ତି।
ଶେଷକଥା-
ଆମେ ଅନୁସନ୍ଧାନରୁ ଜାଣିଲୁ ଯେ, ଫେସବୁକରେ ହିନ୍ଦୁ ମୁସ୍ଲିମ ଏବଂ ମୋବଲିଞ୍ଚଂ ଦ୍ୱାରା ଓଡ଼ିଶାର ଏକ ଯୁବକର ହତ୍ୟା ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ। ଅମରେଶ ନାୟକର ହତ୍ୟା ଦୁଇ ଗୋଷ୍ଠି ଭିତରେ ଝଗଡ଼ା ଏବଂ ପୁରୁଣା ସତୃତାକୁ ନେଇ ହୋଇଥିଲା।

Title:ଅମରେଶ ନାୟକର ହତ୍ୟା କାଣ୍ଡକୁ ମୋବ ଲିଞ୍ଚଂର ରୂପ ଦିୟାଯାଉଛି
Fact Check By: Saritadevi SamalResult: False