
ଦେଶରେ କୃଷକମାନଙ୍କର ବିରୋଧ ପ୍ରଦର୍ଶନ ଲାଗିରହିଛି। ପ୍ରଦର୍ଶନର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି। 16 ସେକେଣ୍ଡର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଏକ ମର୍ସିଡିଜ୍ କାରରେ ପ୍ରଦର୍ଶନ କରୁଥିବାର ଦେଖାଯାଉଛନ୍ତି। କାରର ଆଖପାଖରେ ନ୍ୟୁଜ ରିପୋର୍ଟରମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ସୋସିଆଲ ମିଡିଆରେ ଭିଡିଓକୁ ନେଇ ଦାବି କରାଯାଉଛି ଯେ, ପଞ୍ଜାବର ଗରିବ କୃଷକମାନେ ଏବେ ମର୍ସିଡିଜ୍ କାରରେ କୃଷକ ବିଲ୍ ବିରୋଧରେ ପ୍ରଦର୍ଶନ କରୁଛନ୍ତି।
ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଉଥିବା ଦାବି ଭ୍ରାମକ ପାଇଲୁ। ଭୁଲ ଦାବି ସହ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି।
Satyaendu Nayak ନାମକ ଜଣେ ଫେସବୁକ ୟୁଜର 29 ସେପ୍ଟେମ୍ବରରେ ଏହି ଭାଇରାଲ ଭିଡିଓ ପୋଷ୍ଟ କରିଥିଲେ। ପୋଷ୍ଟରେ ଦାବି କରାଯାଇଛି ଯେ, ପଞ୍ଜାବର ଗରିବ କୃଷକମାନେ ମର୍ସିଡିଜ୍ କାରରେ କୃଷକ ବିଲ୍ ବିରୋଧରେ ବିରୋଧ କରିଥିଲେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅଧିକ କମେଣ୍ଟ ଏବଂ ଲାଇକ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facbook । Archive
ତେବେ କଣ ଭାଇରାଲ ଭିଡିଓରେ ପଞ୍ଜାବର ଗରିବ କୃଷକମାନେ ମର୍ସିଡିଜ୍ କାରରେ କୃଷକ ବିଲ୍ ବିରୋଧରେ ବିରୋଧ କରିଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Punjab News ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 24 ସେପ୍ଟେମ୍ବର 2020ରେ ପ୍ରକାଶିତ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ମୋଦୀ ସରକାରଙ୍କ ବିରୋଧରେ କୃଷକ ବିରୋଧ ପ୍ରଦର୍ଶନକୁ ପଞ୍ଜାବୀ ଅଭିନେତା ଦେବ ଖାରୁଦ ଏବଂ ଜାପଜୀ ଖାରିଆ ସମର୍ଥନରେ ଆସିଛନ୍ତି । ତେବେ ଭିଡିଓରେ ମର୍ସିଡିଜ୍ ଗାଡ଼ିରେ ଦେଖାଯାଉଥିବା ମିଳିଳା ଗରିବ କୃଷକ ନୁହଁନ୍ତି। ପଞ୍ଜାବର ଅଭିନେତା କୃଷକମାନଙ୍କ ବିରୋଧ ପ୍ରଦର୍ଶନକୁ ସମର୍ଥନ କରୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ପରେ ଆମକୁ Times of india ପେଜରେ ପ୍ରକାଶିତ ହୋଇଥିବା ଏକ ଖବର ମିଳିଲା। ଖବର 25 ସେପ୍ଟେମ୍ବର 2020ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଅଭିନେତା ଜାପଜୀ ଖୈରା ଏବଂ ଦେବ ଖୌଣ୍ଡ କୃଷକମାନଙ୍କ ବିରୋଧ ପ୍ରଦର୍ଶନରେ ସମର୍ଥନ କରିବା ପାଇଁ ପହଁଚିଥିଲେ। ମର୍ସିଡିଜ୍ କାରରେ ପ୍ରଦର୍ଶନ କରୁଥିବା ବ୍ୟକ୍ତି କୃଷକ ନୁହଁନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Times of india । Archive
ଏଠାରେ ତଳେ ଭିଡିଓରେଥିବା ଫଟୋ ଏବଂ ଆମକୁ ମିଳିଥିବା ଫଟୋର ବିଶ୍ଳେଷଣ ଦେଖନ୍ତୁ। ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିଓରେ ସମାନ ଚିତ୍ର ଅଛି। ଅଧିକ ସୂଚନା ପାଇଁ ତଳେ ବିଶ୍ଳେଷଣ ଦେଖନ୍ତୁ।
କୃଷକମାନଙ୍କର ଏପରି ଫେକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାର ଆମେ ଫ୍ୟାକ୍ଟ ଚେକ୍ କରିଛୁ। ଲିଙ୍କରେ କ୍ଲିକ କରି ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, କୃଷକମାନେ ମର୍ସିଡିଜ୍ କାରରେ ପ୍ରଦର୍ଶନ କରୁଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓରେ ପଞ୍ଜାବର ଜଣେ ଅଭିନେତା ଏବଂ ଜଣେ ଅଭିନେତ୍ରୀ କୃଷକମାନଙ୍କ ବିରୋଧ ପ୍ରଦର୍ଶନ କୁ ସମର୍ଥନ କରିବା ପାଇଁ ଆସିଛନ୍ତି। ମର୍ସିଡିଜ୍ କାରରେ କୃଷକ ନୁହଁ ବରଂ ଜଣେ ଅଭିନେତ୍ରୀ ଅଛନ୍ତି।

Title:ପଞ୍ଜାବରେ କୃଷକମାନେ ମର୍ସିଡିଜ୍ କାରରେ ପ୍ରଦର୍ଶନ କରୁଛନ୍ତି କି ? ଜାଣନ୍ତୁ ସତ୍ୟତା ।
Fact Check By: Saritadevi SamalResult: False