କ’ଣ ବିଭିନ୍ନ ଷଫ୍ଟ ଡ୍ରିଂକ୍ସରେ ଇବୋଲା ଭାଇରସ ଥିବା ନେଇ ହାଇଦ୍ରାବାଦ ପୋଲିସ ଚେତାବନୀ ଜାରି କରିଛି? ଜାଣନ୍ତୁ ସତ୍ୟ। 

Medical Social

ବର୍ତ୍ତମାନ ସୋସିଆଲ ମିଡିଆରେ ଭାରତ ଜାତୀୟ ସ୍ଵାସ୍ଥିୟ ସଂସ୍ଥା ଏବଂ ହାଇଦ୍ରାବାଦ ପୋଲିସ ନାମରେ ଏକ ପୋଷ୍ଟ ଭାଇରାଲ ହେଉଛି। ପୋଷ୍ଟରେ ଲେଖା ଯାଇଛି ଯେ “ଦୟାକରି ଏହାକୁ ସମସ୍ତ ବନ୍ଧୁଙ୍କନିକଟକୁ ପଠାନ୍ତୁ। ସାରା ଭାରତରେ ହାଇଦ୍ରାବାଦ ପୋଲିସ ଦ୍ଵାରା ସୂଚନା ଦିଆ ଯାଇଛି। ଦୟାକରି ଆଗାମୀ କିଛି ଦିନ ପାଇଁ ମାଯା, ଫାଣ୍ଟା, 7ଅପ୍, କୋକାକୋଲା, ମାଉଣ୍ଟେନ ଡିଓ, ପେପ୍ସି ଇତିୟାଦୀ ଥଣ୍ଡା ପାନୀୟ ପିୟନ୍ତୁ ନାହିଁ କାରଣ କମ୍ପାନୀର ଜଣେ କର୍ମଚାରୀ ଏଥିରେ ଇବୋଲା ନାମକ ବିପଜ୍ଜନକ ଜୀବାଣୁର ଦୂଷିତ ରକ୍ତକୁ ମିଶ୍ରଣ କରିଛନ୍ତି। ଗତକାଲି ଏନଡ଼ିଟିଭି ଚ୍ୟାନାଲରେ ଏହି ଖବର କୁହା ଯାଇଥିଲା।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ହାଇଦ୍ରାବାଦ ପୋଲିସ ଏପରି କୌଣସି ଚେତାବନୀ ଜାରି କରି ନାହିଁ ଏବଂ ବିଭିନ୍ନ ଷଫ୍ଟ ଡ୍ରିଂକ୍ସ ପିବାରେ ଇବୋଲା ସଂକ୍ରମଣ ହେବା କୌଣସି ସମ୍ଭାବନା ନାହିଁ। 

Facebook | Archive

ଆମ ଅନୁସନ୍ଧାନ: 

ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ଏହି ପୋଷ୍ଟ ୨୦୧୯ ମସିହାରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୧୩ ଜୁଲାଇ ୨୦୧୯ ରେ ହାଇଦ୍ରାବାଦ ପୋଲିସର ଫେସବୁକ ଏକାଉଣ୍ଟରେ ଏକ ପୋଷ୍ଟ ମିଳିଲା। ଏହି ପୋଷ୍ଟରେ ସ୍ପଷ୍ଟ ଭାବରେ କୁହା ଯାଇଛି ଯେ ବିଭିନ୍ନ ଷଫ୍ଟ ଡ୍ରିଂକ୍ସରେ ଇବୋଲା ଭାଇରସ ଥିବା ନେଇ ହାଇଦ୍ରାବାଦ ପୋଲିସ ଦ୍ଵାରା ଚେତାବନୀ ଜାରି କରା ଯାଇଥିବା ପୋଷ୍ଟ ମିଥ୍ୟା ଅଟେ। ହାଇଦ୍ରାବାଦ ପୋଲିସ ଏପରି କୌଣସି ଚେତାବନୀ ଜାରି କରି ନାହିଁ। 

https://www.facebook.com/hyderabadpolice/posts/pfbid0389S7XsvXHo2K11HA2pPPSyWahVetSHcvUxPiXa9n5UreVuDm1AN8dPGXz9Yg9kyul

ସମାନ ପୋଷ୍ଟ ଆମକୁ ହାଇଦ୍ରାବାଦ ପୋଲିସର ଟୁଇଟର ହେଣ୍ଡେଲରେ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା। 

ଇବୋଲା ଭାଇରସ କ’ଣ?

ଇବୋଲା ଜୀବାଣୁ ରୋଗ (EVD କିମ୍ବା ଇବୋଲା) ମଣିଷରେ ଏକ ବିରଳ କିନ୍ତୁ ଗୁରୁତର ରୋଗ। ଏହା ପ୍ରାୟତ ସାଂଘାତିକ ଅଟେ। 

ଲୋକମାନେ ସଂକ୍ରମିତ ହୁଅନ୍ତି ଯେତେବେଳେ ସେମାନେ ସ୍ପର୍ଶ କରନ୍ତି:

ସଂକ୍ରମିତ ପ୍ରାଣୀଗୁଡିକ ପ୍ରସ୍ତୁତ କରିବା, ରାନ୍ଧିବା କିମ୍ବା ଖାଇବା ସମୟରେ।

ସଂକ୍ରମିତ ବ୍ୟକ୍ତିଙ୍କ ଶରୀରର ତରଳ ପଦାର୍ଥ ଯେପରିକି ଲାଳ, ପରିସ୍ରା, ମଳ କିମ୍ବା ବୀଜାଣୁ। 

ପୋଷାକ କିମ୍ବା ଚାଦର ପରି ଜିନିଷ ଯେଉଁଥିରେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ତରଳ ପଦାର୍ଥ ସ୍ପର୍ଶ ହୋଇଥାଏ। 

ଚର୍ମ କଟି ଥିବାବା ସ୍ଥାନରେ କିମ୍ବା ଆଖି, ନାକ କିମ୍ବା ପାଟି ଛୁଇଁବା ଦ୍ୱାରା ଇବୋଲା ଶରୀରରେ ପ୍ରବେଶ କରିଥାଏ। ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଜ୍ୱର, ଥକାପଣ ଏବଂ ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ। କେତେକ ପ୍ରକାରର ଇବୋଲାକୁ ଟିକା ଦ୍ଵାରା ରୋକାଯାଇପାରିବ ଏବଂ ଔଷଧ ସହିତ ଚିକିତ୍ସା କରାଯାଇପାରିବ।

ଆପଣ WHO ର ୱେବସାଇଟ୍ ରେ ଏହି ରୋଗ ବିଷୟରେ ଅଧିକ ପଢି ପାରିବେ।

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଦାବି ୨୦୧୯ ମସିହାରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ବାବଦ ହାଇଦ୍ରାବାଦ ପୋଲିସ ଷଫ୍ଟ ଡ୍ରିଂକ୍ସରେ ଇବୋଲା ଭାଇରସ ନେଇ କୌଣସି ଚେତାବନୀ ଜାରି କରି ନାହିଁ।

Avatar

Title:କ’ଣ ବିଭିନ୍ନ ଷଫ୍ଟ ଡ୍ରିଂକ୍ସରେ ଇବୋଲା ଭାଇରସ ଥିବା ନେଇ ହାଇଦ୍ରାବାଦ ପୋଲିସ ଚେତାବନୀ ଜାରି କରିଛି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *