
କୋରୋନାଭାଇରସ୍ ମହାମାରୀ ସାରା ବିଶ୍ୱରେ ବ୍ୟାପିଛି। ଏପର୍ଯ୍ୟନ୍ତ 3 ଲକ୍ଷ 39 ହଜାର 39 ଟି ମାମଲା ସାମନାକୁ ଆସୀ ସାରିଛି। 14 ହଜାର 698 ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ଏହି ସମୟରେ 99 ହଜାର 14 ଜଣ ଲୋକ ଏହି ରୋଗରେ ସଂକ୍ରମିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ କରୋନାଭାଇରସ୍ ବିଷୟରେ ଅନେକ ଭୁଲ ଧାରଣା ମଧ୍ୟ ପ୍ରସାରିତ ହେଉଛି। ସୋସିଆଲ ମିଡିଆରେ ଏପରି ଏକ ଦାବି କରାଯାଇଛି ଯେ, ରୁଷିଆର ଲୋକଙ୍କୁ ଘରୁ ବାହାର ନ କରିବା ପାଇଁ ରାସ୍ତାରେ 500 ସିଂହ ଖୋଲା ଛଡ଼ା ଯାଇଛି। 23 ମାର୍ଚ୍ଚରେ Knews ନ୍ୟୁଜରେ ଏହୀ ଖବର ପ୍ରକାଶିତ କରାଯାଇଛି। ଖବରରେ ଲେଖା ଯାଇଛି ଯେ, କରୋନା ଭାଇରସ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବାକୁ ରାସ୍ତାରେ ଛାଡ଼ାଯାଇଛି ସିଂହ। ଦେଖନ୍ତୁ ଫୋଟୋ। ତେବେ ଏହାର ସତ୍ୟତା କେତେ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 50 ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Knews । Archive
Knewsର ଏହି ପୋଷ୍ଟ କୁ Gatikrushna Bahinipati ନାମକ ଜଣେ ଫେସବୁକ ୟୁଜର ମଧ୍ୟ ସେୟାର କରିଛନ୍ତି। ପୋଷ୍ଟକୁ 24 ଥର ସେୟାର କରାଯାଇଛି। ତେବେ କ’ଣ ସତରେ ରୁଷ ସରକାର ଲୋକଙ୍କୁ ଘରେ ରଖିବା ପାଇଁ ରାସ୍ତାରେ 500 ସିଂହ ଛାଡ଼ିଛନ୍ତି। ଭାଇରାଲ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାର କିଛି ଲିଙ୍କ ମିଳିଲା। ଭାଇରାଲ ଫୋଟୋ 17 ଏପ୍ରଲି 2016 ମସିହାରୁ ନେଟରେ ଅଛି। Tribun Kaltimନାମକ ଏକ ପେଜରେ ଭାଇରାଲ ଫୋଟୋ ପାଇଲୁ। ପୋଷ୍ଟରେ ଲେଖା ଯାଇଛି ଯେ, ଏକ ସିଂହ ବିନା କୌଣସି ବାଧାରେ ସହରରେ ବୁଲୁଛି। ଏହି ଫୋଟୋ ସାଉଥ ଆଫ୍ରିକାର ବୋଲି ଲେଖା ଯାଇଛି। ତେବେ ଏହି ଫୋଟୋ ବିଷୟରେ ଅଧିକ ସୂଚନା ପାଇଁ ଆମେ ଗୁଗୁଲରେ କି ୱାର୍ଡ ଲେଖି ସର୍ଚ କରିଲୁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Tribun Kaltim। Archive
ଆମେ ଅଧିକ ସର୍ଚ୍ଚରେ Metro ନାମକ ପେଜେରେ 2016 ରେ ପ୍ରକାଶିତ ଏକ ଆର୍ଟିକିଲ୍ ଆମେ ପାଇଲୁ। ଏଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଫଟୋ ଦକ୍ଷିଣ ଆଫ୍ରିକାର ଜୋହାନ୍ସସର୍ଗ ଅଞ୍ଚଳର ଅଟେ। ଫୋଟୋରେ ଥିବା ସିଂହର ନାମ ହେଉଛି କୋଲବନ୍ସ ଯାହା କି ଏକ ସ୍ଥାନୀୟ ଚଳଚ୍ଚିତ୍ର ଅଂଶ ଥିଲା। ପ୍ରକାଶ ଥାଉକି, ଯେଉଁ ଚଳଚ୍ଚିତ୍ର ପାଇଁ ସହରରେ ସିଂହ ସୁଟିଂ କରାଯାଉଥିଲା, ତାହା ମଧ୍ୟ ରିଲିଜ ହେବାକୁ ବାରଣ କରାଯାଇଥିଲା। ଏଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Metro । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡ଼ିରେ ରୁଷ ଲୋକଙ୍କୁ ଘରେ ରଖିବା ପାଇଁ ସିଂହ ଛାଡ଼ୀଥିବା ଦାବୀ ମିଥ୍ୟା ଅଟେ। ଭାଇରାଲ ଫୋଟୋ 2016 ମସିହାର ଅଟେ। ସାଉଥ ଆଫ୍ରିକାରେ ଏକ ଫିଲ୍ମର ସୁଟିଂ ସମୟରେ ସୁଟ୍ ହୋଇଥିବା ଏହି ସିଂହର ଫଟୋ କୁ ରୁଷର କହି ଭାଇରାଲ କରାଯାଉଛି। ଫୋଟୋର କୋରୋନା ଭାଇରସ ସହ କୌଣସି ସମ୍ପର୍କ ନାହିଁ।

Title:କୋରୋନା ଭାଇରସ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ କ’ଣ ରୁଷ ରାସ୍ତାରେ ସିଂହ ଛାଡ଼ିଚି? ଭାଇରାଲ ଫୋଟୋ କ’ଣ ରୁଷର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Saritadevi SamalResult: False