
ରାମ ମନ୍ଦିର ଭୁମି ପୂଜନ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେଉଛି। ଅଯୋଧ୍ୟା ରାମ ମନ୍ଦିରର ଭୁମି ପୂଜନ 5 ଅଗଷ୍ଟ 2020 ରେ ଅନୁଷ୍ଠିତ ହୋଇଥିଲା । ଭୁମି ପୂଜନ ପରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଅଗଷ୍ଟ 5 ରେ ତାଙ୍କ ବାସଭବନରେ ପ୍ରଭୁ ଶ୍ରୀ ରାମଙ୍କୁ ଅଭିଷେକ କରିଥିଲେ। ଭାଇରାଲ ଚିତ୍ରରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବଂ ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି ପଟେଲ ଜଣେ ଭାଗବାନ ଶ୍ରୀ ରାମଙ୍କ ମୂର୍ତ୍ତିକୁ ପାଣି ଦେଉଥିବାର ନଜର ଆସୁଛନ୍ତି। ଏହି ପୋଷ୍ଟ Subhrajeet Dash ନାମକ ଜଣେ ଫେସବୁକ ୟୁଜର ତାଙ୍କ ପେଜରେ ପୋଷ୍ଟ କରିଛନ୍ତି ଯେ, 5 ଅଗଷ୍ଟରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ଗୃହ ମନ୍ତ୍ରୀଙ୍କ ସହ ଭଗବାନ ଶ୍ରୀରାମଙ୍କ ଅଭିଷେକ କରୁଥିବାର ଦୃଶ୍ୟ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ରାମ ମନ୍ଦିର ଭୁମି ପୂଜନ ଦିନ ତାଙ୍କ ବାସଭବନରେ ପ୍ରଭୁ ଶ୍ରୀ ରାମଙ୍କୁ ଅଭିଷେକ କରିଥିଲେ ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। ଆମକୁ 11 ଡିସେମ୍ବର 2019ରେ Boris Johnson ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫୋଟୋର ଲିଙ୍କ ମିଳିଲା। ଖବର ଅନୁସାରେ 2019ରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଉତ୍ତର ପଶ୍ଚିମ ଲଣ୍ଡନର ଇସ୍କନ ମନ୍ଦିର ପରିଦର୍ଶନରେ ଯାଇଥିଲେ। ଏହା ସେହି ସମୟର ଫୋଟୋ ଅଟେ। ଭାଇରାଲ ଫୋଟୋ ବର୍ତ୍ତମାନର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twitter। Archive
ଏହା ପରେ ଆମକୁ Conservatives ଫେସବୁକ ପେଜରେ ମଧ୍ୟ ଭାଇରାଲ ଫୋଟୋ ମିଳିଲା। ଏହା 8 ଡିସେମ୍ବର 2019ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଲେଖା ଯାଇଛି ଯେ, ବୋରିସ୍ ଜନସନ ପ୍ରୀତି ପଟେଲଙ୍କ ସହ ଉତ୍ତର-ପଶ୍ଚିମ ଲଣ୍ଡନର ନେସଡେନର ହିନ୍ଦୁ ମନ୍ଦିର ପରିଦର୍ଶନ କରିଥିଲେ। ଏହି ମନ୍ଦିର ଆମ ଦେଶ ପାଇଁ ସବୁଠାରୁ ବଡ ଉପହାର ଅଟେ। ଏହି ମନ୍ଦିରର ଶାନ୍ତି ଏବଂ ସମ୍ପ୍ରଦାୟ ସମସ୍ତଙ୍କୁ ଜୀବନ୍ତ କରିଛି। ଏହି ମନ୍ଦିର ପାଇ ଲଣ୍ଡନ ଏବଂ ବ୍ରିଟେନ ଭାଗ୍ୟବାନ ଅଟନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Conservatives । Archive
ପରେ ଆମକୁ BAPSChannel ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ମିଳିଲା। ଯେଉଁଥିରେ ଲେଖା ଯାଇଛି ଯେ, British Prime Minister Boris Johnson Visits Neasden Temple in London, UK. ଏହି ଭିଡିଓ 2019ରେ ପୋଷ୍ଟ କରାଯାଇଛି। ମିଳିଥିବା ଭିଡିଓରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୃହମନ୍ତ୍ରୀ ପ୍ରୀତି ପଟେଲଙ୍କ ସହ ଉତ୍ତର ପଶ୍ଚିମ ଲଣ୍ଡନର ନେସଡେନର ହିନ୍ଦୁ ମନ୍ଦିରେ ଭଗବାନ ରାମଙ୍କ ଅଭିସେକ କରୁଥିବାର ଦେଖା ଯାଉଛନ୍ତି। ତଳେ ଭିଡିଓ ଦେଖନ୍ତୁ।
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ରାମ ମନ୍ଦିର ଭୁମି ପୂଜନ ଦିନ ତାଙ୍କ ବାସଭବନରେ ପ୍ରଭୁ ଶ୍ରୀ ରାମଙ୍କୁ ଅଭିଷେକ କରିଥିବା ଦାବି ମିଥ୍ୟା ଅଟେ। ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ 2019ରେ ଗୃହମନ୍ତ୍ରୀ ପ୍ରୀତି ପଟେଲଙ୍କ ସହ ଉତ୍ତର ପଶ୍ଚିମ ଲଣ୍ଡନର ନେସଡେନର ହିନ୍ଦୁ ମନ୍ଦିର ପରିଦର୍ଶନ କରିଯାଇଥିବାର ସମୟର ଫୋଟୋ ଅଟେ।

Title:ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ 5 ଅଗଷ୍ଟରେ ତାଙ୍କ ବାସଭବନରେ ପ୍ରଭୁ ଶ୍ରୀ ରାମଙ୍କୁ ଅଭିଷେକ କରିଥିଲେ ?
Fact Check By: Saritadevi SamalResult: False