
ସୋସିଆଲ ମିଡିଆରେ ପଶ୍ଚିମବଙ୍ଗକୁ ନେଇ ଅନେକ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲହେବାରେ ଲାଗିଛି। ଆମେ ଏହି ମିଥ୍ୟା ପୋଷ୍ଟର କିଛି ଫ୍ୟାକ୍ଟଚେକ କରିଛୁ। ଏହିପରି ଅନ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ମହିଳା ସହ ଅତ୍ୟାଚାର କରାଯାଉଥିବାର ଦେଖାଯାଉଛି। ଭିଡିଓଟି 0.25 ସେକେଣ୍ଡର ଅଟେ। ଭିଡିଓ ସହ ଦାବି କରାଯାଉଛି ଯେ, ପଶ୍ଚିମବଙ୍ଗରେ ମମତା ଦିଦି ଜିତିଲା ପରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭିଡିଓ ପଶ୍ଚିମବଙ୍ଗର ନୁହେଁ ବରଂ ବାଙ୍ଗଲାଦେଶର ଅଟେ।
6 ମେରେ Saraswati Pattnayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଚରେ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି, ପଶ୍ଚିମବଙ୍ଗ ନିର୍ବାଚନ ରେ ଜିତିବା ପରେ ଟିଏମସି ଗୁଣ୍ଡା ମାନଙ୍କ ଦ୍ଵାରା ଦ୍ୱୀପହର ରେ ଝିଅ ମାନଙ୍କୁ ଉଠେଇ ନେବା ର ଦୃଶ୍ୟ, ଘଟଣା ର ଦୃଶି ଅତି ଭୟାନକ । ମମତା କୁ ଫାଶୀ ଦିଅ କେନ୍ଦ୍ର ସରକାର । ବଳାତ୍କାର, ଦେଶ ଦ୍ରୋହୀ, ହତ୍ୟା, ଲୁଣ୍ଠନ । କେବଳ ଫାଶୀ ହିଁ ଏକ ମାତ୍ର ଦଣ୍ଡ । କୌଣସି ମନ୍ତ୍ରୀ ମୋ ଦେଶ ଠାରୁ ବଡ ନୁହନ୍ତି । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 327ଥର ସେୟାର କରାଯାଇଛି, ଏହା ସହ ପୋଷ୍ଟକୁ 420 ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ମହିଳା ସହ ଅତ୍ୟାଚାର ହେଉଥିବା ଭିଡିଓ ପଶ୍ଚିମବଙ୍ଗର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। 27 ଏପ୍ରିଲରେ facebook ପେଜରେ ଭାଇରାଲ ଭିଡିଓ ପୋଷ୍ଟ ହୋଇଥିବାର ପାଇଲୁ। ପୋଷ୍ଟରେ ଲେଖାଯାଇଥିବା ସୂଚନା ଅନୁସାରେ ଭିଡିଓରେ ଦେଖାଯାଇଥିବା ମହିଳା ଜଣେ ହିନ୍ଦୁ ଯିଏ ଜଣେ ମୁସଲମାନ ପୁରୁଷଙ୍କୁ ବିବାହ କରିଥିଲେ। ପୋଲିସ ସହାୟତାରେ ସ୍ଥାନୀୟ ଲୋକମାନେ ମହିଳାକୁ ତାଙ୍କ ହିନ୍ଦୁ ପିତାମାତାଙ୍କୁ ଜବରଦସ୍ତ ହସ୍ତାନ୍ତର କରିଥିଲେ। ଏହି ଘଟଣା ବାଂଲାଦେଶର ଭୋଲାର ଦୌଲତ ଖାନରେ ଘଟିଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ ମିଳିଥିବା ସୂଚନାରୁ ଅଲଗା ଅଲଗା ଶବ୍ଦ ବ୍ୟବହାର କରି ଆମେ ଭାଇରାଲ ଭିଡିଓର ଖବର ଖୋଜିଲୁ। dhaka post ପେଜରେ ଭାଇରାଲ ଖବର ପ୍ରକାଶିତ ହୋଇଥିବାର ପାଇଲୁ। ଖବର ଅନୁଯାୟୀ ଭିଡିଓରେ ଦେଖାଯାଉଥିବା ମହିଳା ଜଣେ ହିନ୍ଦୁ । ସେ ଜଣେ ମୁସଲମାନ ପୁରୁଷଙ୍କୁ ବିବାହ କରି ଇସଲାମ ଧର୍ମ ଗ୍ରହଣ କରିଥିଲେ। ଯେତେବେଳେ ତାଙ୍କ ପିତା ଜାଣିବାକୁ ପାଇଲେ ଯେ ସେ ମହିଳା ଏବଂ ଶିଶୁ ନିର୍ଯାତନା ଆଇନ ଅନୁଯାୟୀ ଅପହରଣ ଏବଂ ନିରାକରଣ ଆଇନ ଅନୁଯାୟୀ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ସେତେବେଳେ ମହିଳାଙ୍କୁ ସ୍ଥାନୀୟ ପୋଲିସ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- dhaka post । Archive
ଆମେ Daulatkhan Thana ଏକ ଫେସବୁକ୍ ପୋଷ୍ଟ ପାଇଲୁ ଯେଉଁଥିରେ ଦର୍ଶାଯାଇଛି ଯେ ଦୌଲତଖାନ୍ ପୋଲିସ୍ ଅଫିସର୍-ଇନ୍-ଚାର୍ଜ (ଓସି) ବାଜଲୁର ରହମାନ କହିଛନ୍ତି ଯେ ଝିଅଟି ନାବାଳକ ଏବଂ ସେମାନଙ୍କର ଧର୍ମ ପରିବର୍ତ୍ତନ କିମ୍ବା ବିବାହ କରିବାର କୌଣସି ଆଇନଗତ ସ୍ଥିତି ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Daulatkhan Thana । Archive
Eduaid ଫେସବୁକ ପେଜରେ ଧର୍ମ ପରିବର୍ତ୍ତନ କରୁଥିବା ପୀଡିତାଙ୍କ ସ୍ୱାମୀ କାମ୍ରୁଲର ଭିଡିଓ ପାଅଲୁ। ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ ,ତାଙ୍କ ପତ୍ନୀଙ୍କୁ ଟଙ୍କା ବଦଳରେ ସ୍ଥାନୀୟ ବ୍ୟକ୍ତିମାନେ ଭୟଭୀତ କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ଏହି ଯୁବ ହିନ୍ଦୁ ମହିଳା ଇସଲାମ ଧର୍ମ ଗ୍ରହଣ କରି ଭୋଲାର ଦୌଲତଖାନର କାମରୁଲଙ୍କୁ ବିବାହ କରିଥିଲେ। ପ୍ରମାଣପତ୍ରରେ, ଝିଅର ଜନ୍ମ ତାରିଖ 30.3 .2003 ଉଲ୍ଲେଖ କରାଯାଇଛି। ଗାଜିପୁର ମହାନଗର ନିଗମ ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ପ୍ରସଙ୍ଗ ଧାର୍ମିକ ନୁହେଁ; ବୋହୁ; ତେଣୁ କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ତାଙ୍କ ପିତାମାତାଙ୍କୁ ଫେରାଇ ଦିଆଯାଇଥିଲା। 18 ଏପ୍ରିଲ 2021 ରେ, ଜିଏମ୍ପି ର ସଦର ଥାନା କେସ୍ ନମ୍ବର 18 ମହିଳା ଏବଂ ଶିଶୁ ନିର୍ଯାତନା ନିବାରଣ ଆଇନ 2003 ର ଧାରା 8/30 ଅନୁଯାୟୀ ଦାଖଲ କରାଯାଇଥିଲା। ଝିଅଟି ନାବାଳକ ଅର୍ଥାତ୍ 15 ବର୍ଷ 2 ମାସ ହୋଇଥିବାରୁ ପିଲାଟି ବିରୋଦ୍ଧରେ ମାମଲା ରଜୁ କରାଯାଇଥିଲା। ତଳେ ଭିଡିଓ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ମହିଳା ଉପରେ ଅତ୍ୟାଚର ହେଉଥିବା ଭିଡିଓ ପଶ୍ଟିମବଙ୍ଗର ନୁହେଁ। ଭାଇରାଲ ଭିଡିଓ ବାଙ୍ଗଲାଦେଶର ଅଟେ। ଭିଡିଓର ନିର୍ବାଚନ ପର ହିଂସା ସହ କୌଣସି ସମ୍ପର୍କ ନାହିଁ।

Title:ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପରେ ଟିଏମସି ଗୁଣ୍ଡାମାନେ ମହିଳା ଉପରେ ଅତ୍ୟାଚାର କରୁଛନ୍ତି ?
Fact Check By: Saritadevi SamalResult: False
