
ନିକଟରେ କାନାବିସ୍ (ଭାଙ୍ଗ) ଏବଂ କୋଭିଡ ଉପରେ ଏକ ଅଧ୍ୟୟନ କରା ଯାଇଥିଲା। ଫଳାଫଳ ବାହାରିଲା ଯେ କାନାବିସ୍ ରୁ ବାହାରିଥିବା କାନାବିଡିୟଲ୍ (CBD) କୋଭିଡର ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇପାରେ। ଏହି ପ୍ରସଙ୍ଗରେ ଏକ ଖବରକାଗଜ କ୍ଲିପ୍ ସହିତ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦର୍ଶାଅ ଯାଇଛି ଯେ କାନାବିସ୍ କୋଭିଡର ବିସ୍ତାରକୁ ରୋକୀପାରିବ । ଏହି ଖବରକାଗଜ ସ୍ପଷ୍ଟ ଭାବରେ ଦେଖା ଯାଉନଥିବା କାରଣରୁ ଆମେ ଏହି ବିଷୟର ବ୍ୟାଖ୍ୟା ସାମନାକୁ ଆଣିବାର ଆବଶ୍ୟକତା ବୋଲ ଜାଣିଲୁ।

ଆମ ଅନୁସନ୍ଧାନ:
ଏହି ବିଷୟରେ ସୂଚନା ଏକତ୍ର କରିବା ପାଇଁ ଆମେ ପ୍ରଥମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୬ ଜାନୁଆରୀରେ ର୍ୟୁଟର୍ସର ୱେବସାଇଟରେ ସୂଚନା ମିଳିଲା ଯେ ଏହି ଅଧ୍ୟୟନ ଚିକାଗୋ ବିଶ୍ଵବିଦ୍ୟାଳୟର ମାର୍ଶା ରୋଜ୍ନାର ନାମକ ଜଣେ ଗବେଷକ ଏବଂ ତାଙ୍କ ଦଳ ଦ୍ଵାରା କରା ଯାଇଥିଲା। ଅଧ୍ୟୟନରୁ ଜଣା ପଡିଲା ଯେ ଲାବେରୋଟୋରି ପରୀକ୍ଷଣରେ ସଂକ୍ରମିତ କୋଷଗୁଡିକରେ SARS-CoV-2 କୁ ରୋକିବାରେ CBD ସାହାଯ୍ୟ କରିଛି। ଏହା ନେଇ ଗବେଷକ ମାର୍ଶା କହିଛନ୍ତି, “ସିବିଡ଼ି ରୋଗୀମାନଙ୍କରେ କାମ କରିବ ବୋଲି ଆମ ଅନୁସନ୍ଧାନ କହି ନାହିଁ। ଆମର ଅନୁସନ୍ଧାନ ଏକ କ୍ଲିନିକାଲ ପରୀକ୍ଷା ଅନୁମତି ପାଇଁ ଏକ ଦୃଢ କେସ୍ କରିଛି।”

ଏହା ପରେ ଆମେ ଗବେଷକ ରୋଜ୍ନାର ମାର୍ଶାଙ୍କ ୱେବସାଇଟ ଖୋଜି ବାହାର କରିଲୁ। ୱେବସାଇଟରେ ଏହି ଅଧ୍ୟୟନର ବିବରଣୀ ଦିଆ ଯାଇଛି। ୱେବସାଇଟରେ କୁହା ଯାଇଛି ଯେ “ଆମ ଅଧ୍ୟୟନରୁ ଆମେ ଦର୍ଶାଇଛୁ ଯେ ଭାଙ୍ଗ ବା କାନାବିସ ଗଛରୁ ମିଳିଥିବା କାନାବିଡିୟଲ୍ ବା ସିବିଡି କୋଭିଡ 19 ସୃଷ୍ଟି କରୁଥିବା SARS-CoV-2 ଜୀବାଣୁକୁ ରୋକିପାରେ। ତିନୋଟି ମୁଖ୍ୟ ଉପାୟରେ ଆମେ ଆମ ଅଧ୍ୟୟନ ଦେଖାଇଛୁ। ପ୍ରଥମେ ଆମେ ଦେଖାଇଲୁ ଯେ ସିବିଡି ଏକ ଥାଳିରେ କୋଷରେ SARS-CoV-2 ବିସ୍ତାରକୁ ରୋକୀ ପାରେ ଏବଂ ସଂକ୍ରମଣ ପରେ ୧୫ ଘଣ୍ଟା ପର୍ଯ୍ୟନ୍ତ ସିବିଡି କାର୍ଯ୍ୟ କରିଥାଏ। ଜୀବାଣୁ ଶରୀର ଭିତରେ ପ୍ରବେଶ କରିଥିବାର ପ୍ରାରମ୍ଭ ସମୟରେ ମଧ୍ୟ ଏହା ପ୍ରଭାବଶାଳୀ ହୋଇପାରେ। ଦ୍ଵିତୀୟରେ ଆମେ ଦେଖାଇଛୁ ଯେ SARS-CoV-2 ସଂକ୍ରମିତ ମୁଶାଙ୍କୁ ସିବିଡି ସହିତ ଚିକିତ୍ସା କରିଲା ପରେ ତାଙ୍କ ଫୁସଫୁସରେ ମିଳୁଥିବା ଜୀବାଣୁର ପରିମାଣକୁ କମ ହେଇଥିଲା। ଏହି ଅଧ୍ୟୟନ ଏହା ଦର୍ଶାଏ ଯେ ମଣିଷଙ୍କ ମଧ୍ୟରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସିବିଡି ର କ୍ଷମତା ଅଛି। ଶେଷରେ ଆମେ ଦେଖାଇଛୁ ଯେ ଯେଉଁ ରୋଗୀ ମାନେ ଏପିଲେପସିର ଚିକିତ୍ସା ପାଇଁ ଏଫଡିଏ ନୁମୋଦିତ ସିବିଡି ଔଷଧ ନେଉଛନ୍ତି ତାଙ୍କ ମଧ୍ୟରେ କୋଭିଡ ଜୀବାଣୁ କମ ମାତ୍ରାରେ ଦେଖିବାକୁ ମିଳିଛି।”

ଏହି ୱେବସାଇଟରେ ସାଇନ୍ସ ମ୍ୟାଗାଜିନର ଏକ ଟୁଇଟ ମଧ୍ୟ ପୋଷ୍ଟ କରା ଯାଇଛି ଯେଉଁଥିରେ କୁହା ଯାଇଛି ଯେ ଏହି ଅଧ୍ୟୟନ କରିଥିବା ଗବେଷକ ପରାମର୍ଶ ଦେଇଛନ୍ତି ଯେ କ୍ଲିନିକାଳ ପରୀକ୍ଷା ଶେଷ ନହେବା ପର୍ଯ୍ୟନ୍ତ ସତର୍କତା ରଖିବା ଦରକାର।
ଭାଙ୍ଗ ଏବଂ ସିବିଡି କୁ ନେଇ କିଛି ତଥ୍ୟ:
କାନାବିଡିୟଲ୍ ବା ସିବିଡି ବିଷୟରେ ଅଧିକ ଜାଣିବା ପାଇଁ ଆମେ ସିଡିସି ୱେବସାଇଟରେ ଯାଇ ସର୍ଚ୍ଚ କରିଲୁ। ସେଠାରେ ଆମକୁ କିଛି ପ୍ରଶ୍ନର ଉତ୍ତର ମିଳିଲା।
- କ’ଣ କାନାବିଡିୟଲ (ସିବିଡି) ଏବଂ ଭାଙ୍ଗ ଏକା ଜିନିଷ? ୱେବସାଇଟ ରେ କୁହା ଯାଇଛି ଯେ ଭାଙ୍ଗ କାନାବିଡିୟଲ୍ ଠାରୁ ଭିନ୍ନ ଜିନିଷ ଅଟେ। ଭାଙ୍ଗଟି କାନାବିସ ଗଛର ଶୁଖିଲା ଫୁଲ ପତ୍ର, ଡାଳ, ଏବଂ ମଞ୍ଜିକୁ ବୁଝାଏ। ସିବିଡି ଅନେକ ଯୌଗିକ ମଧ୍ୟରୁ ଗୋଟିଏ ଯାହା କାନାବିସ ଗଛରେ ଉପସ୍ଥିତ ରହିପାରେ। ସିବିଡି ଯୌଗିକ ଦ୍ଵାରା ନିଶା ହୁଏ ନାହିଁ।
- କ’ଣ କାନାବିଡିୟଲ୍ ଏକ ଔଷଧ? ବୈଜ୍ଞାନିକ ମାନେ ବର୍ତ୍ତମାନ ମଧ୍ୟ ଅନୁସନ୍ଧାନ କରୁଛତି ଏହା ଜାଣିବା ପାଇଁ କି ସିବିଡି ମଣିଷ ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପକାଇ ଥାଏ। ଏଫଡିଏ, ସିଜର ରୋଗ ଚିକିତ୍ସା ପାଇଁ ଏପିଡିୟୋଲେକ୍ସ ଔଷଧ ବ୍ୟବହାର କରିବା ଅନୁମୋଦିତ କରିଛି ଯେଉଁଥିରେ କାନାବିସ ଗଛରୁ ମିଳିଥିବା ଶୁଦ୍ଧ ସିବିଡି ରହିଛି।

ଏହା ପରେ ଆମେ ଏଫଡିଏ ୱେବସାଇଟରେ ଯାଇ କାନାବିସ ବିଷୟରେ ସୂଚନା ଏକତ୍ର କରିଲୁ। ଏଫଡିଏ କହିଛି ଯେ ଆଜି ପର୍ଯ୍ୟନ୍ତ କୌଣସି ରୋଗର ଚିକିତ୍ସା ପାଇଁ କିମ୍ବା କିଣା ବିକା କରିବା ପାଇଁ କାନାବିସର ବ୍ୟବହାରର ଆବେଦନକୁ ଅନୁମୋଦନ କରି ନାହିଁ। ଏଫଡିଏ ଏକ କାନାବିସ ଉତ୍ପାଦିତ ଔଷଧ ଦ୍ରବ୍ୟକୁ ଅନୁମୋଦନ କରିଛି ଯାହାର ନାମ ହେଉଛି ଏପିଡିୟୋଲେକ୍ସ ଏବଂ ମାରିନୋଲ (ଡ୍ରୋନାବିନୋଲ), ଶିଣ୍ଡ୍ରୋସ (ଡ୍ରୋନାବିନୋଲ) ଏବଂ ଶେଷାମେଟ (ନବିଲୋନ) ନାମକ ତିନୋଟି କାନାବିସ ସମ୍ବନ୍ଧୀୟ ଔଷଧ ଦ୍ରବ୍ୟକୁ ମଧ୍ୟ ଅନୁମୋଦନ କରିଛି।

ଶେଷକଥା:
ଆମ ଅନୁସନ୍ଧାନ ମାଧ୍ୟମରେ ଆମେ ପାଠକ ମାନଙ୍କୁ ସ୍ପଷ୍ଟ କରୁଛୁ ଯେ କାନାବିସ୍ ନିଜେ କୋଭିଡ ରୋକିବା ପାଇଁ ଏକ ଔଷଧ ଭାବରେ ବ୍ୟବହାର କରା ଯାଇ ପାରିବ ନାହିଁ ବରଂ କାନାବିସ୍ ରୁ ବାହାରିଥିବା କାନାବିଡିୟୋଳ (ସିବିଡି) କୋଭିଡ ରୋକିବାରେ ସକ୍ଷମ ହୋଇପାରେ କିନ୍ତୁ ବର୍ତ୍ତମାନ ଏହା ଉପରେ ଅନୁସନ୍ଧାନ କରା ଯାଉଛି ଏବଂ କୌଣସି ଚୁଡାନ୍ତ ଫଳାଫଳ ବାହାରି ନାହିଁ।

Title:କ’ଣ ଭାଙ୍ଗ ଦ୍ଵାରା କରୋନା ସଂକ୍ରମଣକୁ ରୋକିବା ସମ୍ଭବ? ଜାଣନ୍ତୁ ସତ୍ୟ।
By: Siddharth SahuResult: Explainer
