କ’ଣ ଭାରତର ସମଭିଦାନରେ ଧାରା ୩୦(କ) ଅନ୍ତର୍ଗତ ହିନ୍ଦୁ ମାନେ କୌଣସି ଶିକ୍ଷା ଅନୁଷ୍ଠାନରେ ବେଦ, ଗୀତା ଇତିୟାଦୀ ପଢାଇ ପାରିବେ ନାହିଁ? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମ ଦେଶର ସମ୍ବିଧାନର ଧାରା ୩୦ ଅନ୍ତର୍ଗତ ମୁସଲିମ ମାନେ ମଦରସାରେ କୁରାନ ପଢାଇ ପାରିବେ କିନ୍ତୁ ସମ୍ବିଧାନର ଧାରା ୩୦(ଏ) ଅନ୍ତର୍ଗତ ହିନ୍ଦୁ ମାନଙ୍କୁ ଏହି ସୁବିଧାରୁ ନିଲମ୍ବିତ କରା ଯାଇଅଛି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୯ ମଇରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ “”

fb copy.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଧାରା ୩୦ ଏବଂ ଧାରା ୩୦(ଏ) ରେ କ’ଣ କୁହା ଯାଇଅଛି। ଏହା ପାଇଁ ଆମେ ଗୁଗୁଲରେ ସର୍ଚ କରି ଗୋଟିଏ ସାକାରୀ ୱେବସାଇଟରୁ ଧାରା ୩୦ ବିଷୟରେ ସୂଚନା ଏକତ୍ର କରିଲୁ। ଏହି ୱେବସାଇଟରେ ଭାରତର ପୂର୍ଣ ସମ୍ବିଧାନ ଦିଆ ଯାଇଅଛି। ଆମେ ଧାରା ୩୦ ପଢିଲା ପରେ ଜାଣିବାକୁ ପାଇଲୁ ଯେ “ଧର୍ମ ବା ଭାଷା ଉପରେ ପ୍ରତିଷ୍ଠିତ ସମସ୍ତ ସଂଖ୍ୟାଲଘୁଙ୍କର ନିଜ ରୁଚି ଅନୁସାରେ ଶିକ୍ଷା ଅନୁଷ୍ଠାନର ସ୍ଥାପନ ଓ ପ୍ରଶାସନ କରିବାର ଅଧିକାର ରହିବ।”

ଧାରା ୩୦(୧କ) ଖଣ୍ଡ(୧) ରେ ଉଲ୍ଲିଖିତ କୌଣସି ସଂଖ୍ୟାଲଘୁ ଦ୍ଵାରା ସ୍ଥାପିତ ଓ ପରିଚାଳିତ ଶିକ୍ଷାନୁଷ୍ଠାନର କୌଣସି ସମ୍ପତ୍ତିର ବାଧ୍ୟତାମୂଳକ ଅର୍ଚ୍ଚନ ନିମିତ୍ତ ବ୍ୟବସ୍ଥା କରି କୌଣସି ବିଧି ପ୍ରଣଯନ କଲେ ତହିଁରେ ରାଜ୍ୟ ଏହା ସୁନିଶ୍ଚିତ କରିବ ଯେ ଏପରି ସମ୍ପତ୍ତିର ଅର୍ଚ୍ଚନ ନିମିତ୍ତ ଯେଉଁ ପରିମାଣ ବିଧି ଦ୍ଵାରା ନିୟତ ହେବ ବା ତଦନୁଯାୟୀ ନିର୍ଣିତ  ହେବ ତାହା ଏପରି ହୋଇଥିବା ଯେପରିକି ସେହି ଖଣ୍ଡ ଅଧୀନରେ ପ୍ରତ୍ୟାଭୁତ୍ତ ଅଧିକାର ଦ୍ଵାରା ମିର୍ବନ୍ଧିତ ବା ନିରାକୃତ ହେଉନଥିବ। 

consti.jpg

Constitution | Archive

ସମ୍ବିଧାନ ପଢିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାରତର ସମ୍ବିଧାନରେ କେଉଥରେ ମଧ୍ୟ ଧାରା ୩୦କ ନାହିଁ। ଏହି ବିଷୟରେ ସ୍ପଷ୍ଟ ହେବା ପାଇଁ ଆମେ ଦିଲ୍ଲୀ ନ୍ୟାୟଳୟର ଓକିଲ ବିକାଶ କୁମାରଙ୍କ ସହିତ ଜ୍ପୋଗାଯୋଗ କରିଲୁ। ସେ ଆମକୁ ଖିଛନ୍ତି “ଧାରା ୩୦ ଅନୁସାରେ ଯେତେ ଭାଷା ବା ଧର୍ମସଂଖ୍ୟାଲଘୁ ସଂପ୍ରଦାଯ ନିଜ ଧାର୍ମିକ ଶିକ୍ଷାନୁଷ୍ଠାନ ସ୍ଥାପନା କରି ପାରିବେ। ସଂଖ୍ୟାଲଘୁ ସଂପ୍ରଦାଯରେ ମୁସଲମାନ ମଧ୍ୟ ଆସନ୍ତି କିନ୍ତୁ ଆମ ସମ୍ବିଧାନରେ ଏପରି କେବଳ ମୁସଲମାନ ମାନଙ୍କୁ ନେଇ କିଛି କୁହା ଯାଇ ନାହିଁ। ସଂଖ୍ୟାଲଘୁ ସଂପ୍ରଦାୟରେ ମୁସଲମାନ, କ୍ରିଷ୍ଟିଆନ୍ସ, ବୁଦ୍ଧିଷ୍ଟ, ଜୈନ, ପାରଶୀ ଇତିୟାଦୀଙ୍କ ଗଣନା ହୁଏ। ଭାଷା ସଂଖ୍ୟାଲଘୁ ଯେପରି ଲିଙ୍ଗାୟତ, ଉର୍ଦୁ ଇତିୟାଦୀ ଶିକ୍ଷାନୁଷ୍ଠାନ ଖୋଲି ପାରିବେ। କିନ୍ତୁ ଦାବିରେ ଯେଉଁ ଧାରା ୩୦(କ) ବିଷୟରେ ଉଲ୍ଲେଖ କରା ଯାଇଅଛି ସେପରି ଧାରା ସମ୍ବିଧାନରେ ନାହିଁ। ୩୦(କ) କିଛି ଧାରା ନାହିଁ। ୩୧(କ) ଅଛି କିନ୍ତୁ ୩୦(କ) ନାହିଁ। ଏହା ବାବଦ ସମ୍ବିଧାନରେ କୌଣସି ଧାରାରେ ଦାବି କରା ଯାଇଥିବା କଥା ଉଲ୍ଲେଖ କର ଯାଇ ନାହିଁ। ଯଦି ଦାବି ଅନୁଯାୟୀ ଧାରା ୩୦(କ) ଥାନ୍ତା ତେବେ ଦେଶରେ ଗୀତା ଟ୍ରଷ୍ଟ ପରି ସଂସ୍ଥା କେଉଁ ପରି ସ୍ଥାପିତ ହୋଇ ଥାନ୍ତା? ଗୀତା ଟ୍ରଷ୍ଟ ମୁଁ ଉଧାରଣ ଭାବେ କହିଲି କିନ୍ତୁ ଏପରି ଅନେକ ସଂସ୍ଥା ଅଛି।”

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଦାବିରେ କୌଣସି ସତ୍ୟତା ନାହିଁ। ଭାରତର ସମ୍ବିଧାନରେ ୩୦(କ) ଧାରା ଉପଲବ୍ଧ ନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ ଭାଇରାଲ ଦାବି ମିଥ୍ୟା ଅଟେ ଏବଂ ଯଦି ୩୦(କ) ଧାରା ଥାନ୍ତା ତେବେ ଦେଶରେ ହିନ୍ଦୁ ସଂସ୍ଥାର ସ୍ଥାପନା ମଧ୍ୟ ହୋଇ ପାରିନଥାନ୍ତା।

Avatar

Title:କ’ଣ ଭାରତର ସମଭିଦାନରେ ଧାରା ୩୦(କ) ଅନ୍ତର୍ଗତ ହିନ୍ଦୁ ମାନେ କୌଣସି ଶିକ୍ଷା ଅନୁଷ୍ଠାନରେ ବେଦ, ଗୀତା ଇତିୟାଦୀ ପଢାଇ ପାରିବେ ନାହିଁ?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *