
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି ଯେଉଁଥିରେ ଏକ ବାବା ପୂଜା କରୁଥିବା ସମୟରେ ଜଣେ ମହିଳା ତାଙ୍କ କୋଳରେ ମୁଣ୍ଡ ରଖୀ ସୋଇଥିବା ଦେଖିବାକୁ ମିଳିଛି। ସେହି ସମୟରେ ମହିଳା ଜଣକଙ୍କ ସ୍ଵାମୀ ଫୋନ୍ ରେ ଭିଡିଓ ଅନ୍ କରି ରୁମ୍ ଭିତରେ ପ୍ରବେଶ କରି ବାବା ଏବଂ ତାଙ୍କ ସ୍ତ୍ରୀଙ୍କୁ ଗାଳି କରୁଛନ୍ତି ଏବଂ ସେହି ବାବା କି ପରି ଏକ ଠକ ବାବା ବୋଲି ତାଙ୍କ ସ୍ତ୍ରୀକୁ କହୁଛନ୍ତି। ଭିଡିଓ ସହିତ ଦାବି କରା ଯାଇଛି ଯେ ଗ୍ରହ ନକ୍ଷେତ୍ର ପିତୃଦୋଷ ପରିବାର ଶାନ୍ତି ଶନି ଦଶାରୁ ମୁକ୍ତ ପାଇଁ ବାବା ମହିଳାଙ୍କୁ କୋଳରେ ଶୁଆଇ ପୂଜା ପାଠ କରି ଡ଼ିଓଏସ ଦୂର କରୁଛି।
ଏହି ଭିଡିଓ ଆମକୁ ଜାକିର ଅଲି ତ୍ୟାଗୀ ନାମକ ଏକ ଭେରୀଫାଏଡ ଫେସବୁକ ପ୍ରୋଫାଇଲରେ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ “ବାବା ସନ୍ତାନ ଦେବ? ନିଜ ସ୍ତ୍ରୀ କୁ ଖୋଜୁଥିଲା ସ୍ଵାମୀ ତ ସ୍ତ୍ରୀ ବାବଙ୍କ କୋଳରେ ସୋଇଥିବା ମିଳିଲା।”
ଲୋକେ ଏହି ଭାଇରାଲ ଭିଡିଓକୁ ସତ୍ୟ ଘଟନା ମାଣିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଭିଡିଓର ସତ୍ୟତା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଭିଡିଓକୁ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଚଳିତ ବର୍ଷ ୧୯ ଅକ୍ଟୋବରରେ ”ନ୍ୟୁଜ ଏକ୍ସ” ନାମକ ଏକ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ଭାଇରାଲ ଭିଡିଓ ଠାରୁ ଅଧିକ ସମୟର ଅଟେ। ଭିଡିଓର ସେଶରେ ଆମେ ସମାନ ମହିଳାଙ୍କୁ କହୁଥିବା ସୁନିଲୁ ଯେ “ଆଶା କରୁଛି ଆପଣ ମାନଙ୍କୁ ଏହି ଭିଡିଓ ପସନ୍ଦ ଆସିଥିବା। ଏହ ପରି ଅନ୍ଧବିଶ୍ଵାସର କିଛି ମୂଲ୍ୟ ନାହିଁ। ଏହି ସବୁ ଜିନିଷ ବ୍ୟର୍ଥ ଅଟେ। ତନ୍ତ୍ର ମନ୍ତ୍ର ପରି କିଛି ନାହିଁ ଏବଂ ଏହି ସବୁ କାରଣରୁ ବାସ୍ତବିକ ଜୀବନରେ ପ୍ରଭାବ ପଡି ଥାଏ।”
ଏହା ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓ ବାସ୍ତବିକ ଘଟଣା ନୁହେଁ। ଭଣ୍ଡ ବାବାଙ୍କ ପ୍ରତି ଲୋକଙ୍କଉ ଜାଗୃତ କରିବା ପାଇଁ ଏହା ଏକ ନାଟକ ଥିଲା। ନିମ୍ନରେ ଥିବା ଲିଙ୍କ୍ ରେ କ୍ଲିକ୍ କରି ଆପଣ ମାନେ ମୂଳ ଭିଡିଓକୁ ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଦାବିରେ କୌଣସି ସତ୍ୟତା ନାହିଁ। ଭଣ୍ଡ ବାବାଙ୍କ ପ୍ରତି ଲୋକଙ୍କଉ ଜାଗୃତ କରିବା ପାଇଁ ଏହା ଏକ ନାଟକ ଥିଲା।

Title:କ’ଣ ଭିଡିଓରେ ଜଣେ ସ୍ଵାମୀ ନିଜ ସ୍ତ୍ରୀଙ୍କୁ ଏକ ବାବା ସହିତ ଅବୈଧ ସମ୍ବନ୍ଧ ରଖୁଥିବା ସମୟରେ ଧରିଛନ୍ତି?
Fact Check By: Siddharth SahuResult: Missing Context
