
୧୦ ଫେବ୍ରୁଆରିରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସମାପ୍ତ ହେଇଛି। ସେହି ସମୟର ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ କିଛି ଲୋକ ମିଶି ଏକ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଇଛି ଯେ ହିନ୍ଦୁ ମାନଙ୍କୁ ଧମକି ଦେଇଥିବା ସମାଜବାଡି ପାର୍ଟିର ନେତା ମୋହମ୍ମଦ ଆଦିଲ ଚୌଧରିଙ୍କୁ ହିନ୍ଦୁ ମାନେ ମାରୁଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
ପୋଷ୍ଟରେ କ’ଣ ଦାବି କରା ଯାଇଛି?
୧୨ ଫେବ୍ରୁଆରିରେ ଫେସବୁକ ବ୍ୟବହାରକାରୀ ଦାବି କରିଛନ୍ତି,“ଇଏ ହଉଛି ସମାଜବାଦୀ ପାର୍ଟିର ପ୍ରାର୍ଥୀ ଆଦିଲ୍ ଚୌଧରି ହଇଏ କହିଥିଲା କି ଆମ ସରକାର ଆସିଲେହିନ୍ଦୁଙ୍କ ଠାରୁ ଏମିତି ବଦଲା ନବୁ ଯେ ଏମାନେ ଘରୁ ବାହାରି ପାରିବେନି। ତା ପରେ ହିନ୍ଦୁଙ୍କ ଖେଳ ଆରମ୍ଭ।”
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓ ଏବଂ ଦାବି ବିଷୟ\ରେ ସତ୍ୟତା ଜାଣିବା ପାଇଁ ଆମେ ପ୍ରଥମେ ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଅଶରଫ ହୁସେନ ନାମକ ଜଣେ ସାମ୍ବାଦିକଙ୍କ ଟୁଇଟର ହେଣ୍ଡେଲରେସମାନ ଭିଡିଓ ସେୟାର କରା ଯାଇଥିବା ମିଳିଲା। ଟୁଇଟରେ ସେ କହିଛନ୍ତି ଯେ ଭିଡିଓରେ ଯେଉଁ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହେଉଛି ସେ ସମାଜବାଦୀ ପାର୍ଟି ନେତା ବିପିନ ମନୋଠିୟା ବାଳମିକି ଅଟନ୍ତି।
ଏହା ପରେ ଆମେ ସମାଜବାଦୀ ପାର୍ଟି ନେତା ବିପିନ ମନୋଠିୟା ବାଳମିକିଙ୍କ ସହିତ ଯୋଗାଯୋଗ କରିଲୁ। ସେ ଆମକୁ ସୂଚନା ଦେଲେ ଯେ,“ଭିଡିଓରେ ଥିବା ବ୍ୟକ୍ତି ମୁଁ। ଏହି ଘଟଣା ଦକ୍ଷିଣ ମେରଠର ବିଧାନସଭା କ୍ଷେତ୍ରର ଅଟେ। ସେଠାରେ ଆଦିଲ ଚୌଧରି ଆମ ଦଳ ପ୍ରାର୍ଥୀ ଅଟନ୍ତି। ଆମକୁ ସୂଚନା ମିଳିଥିଲା ଯେ ସେଠାରେ ବୁଥ୍ କ୍ୟାପଚରିଙ୍ଗ ହେଇଥିଲା ଏବଂ ସେଠାରେ ଭାଜପାର କାର୍ଯ୍ୟକର୍ତ୍ତା ମାନେ ନକଲି ମତଦାନ କରୁଛନ୍ତି। ସେଥିପାଇଁ ମୁଁ ଆଉ ଆଦିଲ ଚୌଧରି ସେହି ବୁଥ୍ କୁ ଯାଇ ସେଠାରେ ଚାଲୁଥିବା ନକଲି ମତଦାକୁ ରୋକିଲୁ। ଯେମିତି ଆମେ ବାହାରକୁ ଆସିଲୁ ସେଠାରେ ମାର-ପିଟ ଆରମ୍ଭ ହେଇଗଲା। ମୁଁ ଆଦିଲ ଚୌଧରିଙ୍କୁ ରକ୍ଷା କରିଲି କିନ୍ତୁ ଭାଜପା କାର୍ଯ୍ୟକର୍ତ୍ତା ମାନେ ମୋ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା ନେଇ ମୁଁ ମେଡିକାଲ କଲେଜ ଥାନାରେ ମାମଲା ରୁଜୁ କରିଛି। ଘଟଣାଟି ୧୦ ଫେବ୍ରୁଆରିର ଅଟେ ଯେତେବେଳେ ଏଠାରେ ମତଦାନ ହୋଇଥିଲା।”
ଏହା ପରେ ଆମେ ଦକ୍ଷିଣ ମେରଠ ମେଡିକାଲ କଲେଜ୍ ଥାନା ଅଧିକାରୀ ସନ୍ତ ଶରଣ ସିଂ ସହିତ ଯୋଗାଯୋଗ କରିଲୁ। ସେ ଆମକୁ ଉଛଣା ଦେଲେ ଯେ “ସମାଜବାଦୀ ପାର୍ଟି ନେତା ବିପିନ ମନୋଠିୟା ବାଲମିକିଙ୍କ ଉପରେ ଆକ୍ରମଣ ହେଇଥିଲା। ସେ ଏହି ଘଟଣା ନେଇ ମାମଲା ମଧ୍ୟ ରୁଜୁ କରିଛନ୍ତି ଯାହା ପରେ ଆମେ ଏକ ଏଫଆଇଆର କରିଛୁ। ବାସ୍ତବରେ ଆଦିଲ ଚୌଧରି ସେହି ଅଞ୍ଚଳର ନିର୍ବାଚନ ପ୍ରାର୍ଥୀ ଅଟନ୍ତି। ଯେତେବେଳେ ତାଙ୍କୁ ବୁଥ୍ ରେ ପ୍ରବେଶ କରିବାର ଅନୁମତି ଦିଆ ଯାଇନଥିଲା କିନ୍ତୁ ସେ ସେଟାକୁ ଯାଇଥିଲେ। ଏହି କାରଣ ହେତୁ ସେଠାରେ ବିବାଦ ହୋଇଥିଲା ଏବଂ ବାହାରକୁ ଆସିବା ମାତ୍ରେ ଲୋକମାନେ ଠେଲା ପେଲା କରି ଆକ୍ରମଣ କରିଥିଲେ।”
ଅନୁସନ୍ଧାନ ସମୟରେ ଆମକୁ ଏହି ଘଟଣା ନେଇ ମିରଠ ପୋଲିସର ଏକ ଟୁଇଟ ମଧ୍ୟ ମିଳିଲା ଯେଉଁଥିରେ କୁହା ଯାଇଛି ଯେ ବିପିନ ମନୋଠିୟା ବାଲମିକିଙ୍କ ଉପରେ ହେଇଥିବା ଆକ୍ରମଣ ବିରୁଦ୍ଧରେ ମେଡିକାଲ ଥାନାରେ ମାମଲା ରୁଜୁ କରା ଯାଇଛି।
ଦୈନିକ ଭାସ୍କର ୱେବସାଇଟରେ ପ୍ରକାଶିତ ହେଇଥିବା ସମ୍ବାଦ ଅନୁଯାୟୀ ଏହି ଘଟଣା 10 ଫେବୃଆରୀ ରେ ଦକ୍ଷିଣ ମେରଠ ଶାସ୍ତ୍ରୀ ନଗରରେ ଅବସ୍ଥିତ ସରକାରୀ ଶିଶୁ ମନ୍ଦିର ମତଦାନ ବୁଥ୍ ବାହାରେ ଘଟିଥିଲା। ଯୋଗୀ ଶାସନ ସମୟରେ କୌଣସି କାର୍ଯ୍ୟ କରା ଯାଇ ନାହିଁ ଏବଂ ସମାଜବାଦୀ ପାର୍ଟି ଶାସନ କାଲରେ କରା ଯାଇଥିବା କାର୍ଯ୍ୟ ଗୁଡିକକୁ ନିଜ କାମ ବୋଲି ଦର୍ଶାଉଛନ୍ତି ବୋଲି ବିପିନ ମନୋଠିୟା କହିଛନ୍ତି। ତା’ପରେ ବିଜେପି କର୍ମୀ ଏବଂ ତାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପ୍ରଥମେ ବିପିନ ମନୋଠିୟାଙ୍କୁ ଚାପୁଡା ମରା ଯାଇଥିଲା, ତା’ପରେ ତାଙ୍କୁ ଭୂମିରେ ପକାଇ ଲାତ ମରା ଯାଇଥିଲା।
ଶେଷକଥା:
ଉପରୋକ୍ତ ତଥ୍ୟ ଯାଞ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ଭିଡିଓରେ ଯେଉଁ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହେଉଛି ସେ ସମାଜବାଦୀ ପାର୍ଟି ନେତା ବିପିନ ମନୋଠିୟା ଅଟନ୍ତି। ଏହା ସତ୍ୟ ଯେ ସପା ପ୍ରାର୍ଥୀ ଆଦିଲ ଚୌଧରି ମଧ୍ୟ ସେଠାରେ ଉପସ୍ଥିତ ଥିଲେ କିନ୍ତୁ ଭିଡିଓରେ ବିପିନ ମନୋଠିୟାଙ୍କ ଉପରେ ଆକ୍ରମଣ ହେଉଛି।
Title:କ’ଣ ହିନ୍ଦୁ ମାନଙ୍କୁ ଧମକି ଦେଇଥିବାରୁ ହିନ୍ଦୁ ମାନେ ଆଦିଲ ଚୌଧରିଙ୍କ ଉପରେ ଆକ୍ରମଣ କରିଛନ୍ତି?
Fact Check By: Siddharth SahuResult: Missing Context

