
୨୯ ଜାନୁଆରୀ ୨୦୨୦ ରେ ଆଜଡ ହିନ୍ଦ ଆବାଜ ନାମ ୟୁଟ୍ୟୁବ ଛେନାଲରେ ଗୋଟିଏ ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଆମେରିକା ଭାରତର ରାଷ୍ଟ୍ରୀୟ ସେବା ସଙ୍ଗ (ଆର.ଏସ.ଏସ.) କୁ ଆତଙ୍କବାଦୀ ଦଳ ବୋଲି ଘୋଷଣା କରିଅଛି। ଯେଉଁ ପରି ଇସ୍ଲାମିକ ସଂଗଠନକୁ ଆତଙ୍କବାଦୀ ଲିଷ୍ଟରେ ରକ୍ଷା ଯାଇଅଛି ସେହି ପରି ଏବେ ଆର.ଏସ.ଏସ ମଧ୍ୟକୁ ମଧ୍ୟ ସେହି ଲିଷ୍ଟରେ ସାମିଲ କରା ଯାଇଅଛି। ଏହା ପରେ ଆର.ଏସ.ଏସ ଭିତରେ ଉପ୍ରଦବ ମାଛି ଯାଇଅଛି। ଏହି ଭିଡିଓରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଆର.ଏସ.ଏସ ଭାରତକୁ ହିନ୍ଦୁ ରାଷ୍ଟ୍ର କରିବା ପାଇଁ ଚାହୁଁଛି ଶେଠୀ ପାଇଁ ତାକୁ ଆମେରିକା ଦ୍ଵାରା ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରା ଯାଇଅଛି। ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ନିର୍ଦେଶରେ ହେଇଛି। ଏହି ଭିଡିଓରେ ଏହା ପ୍ରଶ୍ନ ମଧ୍ୟ ଉଠା ଯାଇଅଛି ଯେ ଏବେ ଦେଶର ଏତେ ବ୍ଦାନାମୀ ହେଲା ବେଳକୁ ମୋଦିଜି କାହିଁକି କୌଣସି ଜବାବ ଦେଉନାହାନ୍ତି? ବର୍ତମାନ ଦିଲ୍ଲୀ ନିର୍ବାଚନ ହେଉଛି ତ ମୋଦିଜି ସେଇଠି ଜବାବ କାହିଁକି ଦେଉ ନାହାନ୍ତି ଯେ ଆମେରିକା ସଙ୍ଗ ପରିବାରକୁ ଆତଙ୍କବାଦୀ କାହିଁକି ଗୋଷିତ କରିଛି? ଏହି ଭିଡିଓରେ ଏହା ପ୍ରଶ୍ନ ମଧ୍ୟ ପଚରା ଯାଇଅଛି ଯେ ଯେତେବେଳେ ଆମେରିକା ଆର.ଏସ.ଏସ କୁ ଆତଙ୍କବାଦୀ ଘୋଷିତ କରି ଦେଇଅଛି ତ ଭାରତ ସରକାର କିଛି ପ୍ରତିକ୍ରିୟା କେଉଁଥି ପାଇଁ ଦେଇନି। କ’ଣ ମୋଦିଜିଙ୍କ ମୂହରେ ଗୁଡ ଅଛି ବ ସେ ଗୁଙ୍ଗା ହେଇ ଯାଇଛନ୍ତି ଯେ ବର୍ତମାନ ସୁଧା ଏହି କଥାର ଖଣ୍ଡନ କରୁ ନାହାନ୍ତି।
ଏହି ଭିଡିଓଟି ଫେସବୁକରେ ଓଡ଼ିଶା ଯୂଥ କଂଗ୍ରେସ ପେଜରେ ସନ୍ତୋଷ ସାମଲ ନାମକ ଫେସବୁକ ୟୁଜର ମଧ୍ୟ ଭାଇରାଲ କରିଛନ୍ତି। ମାତ୍ର ୩ ଦିନ ସମୟରେ ଏହି ଭିଡିଓ କୁ ୧୨୫ ଲାଇକ୍ସ ଓ ୨୧୧ ଥର ଶେୟାର କରା ଯାଇଅଛି।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଆମେ ଏହା ଖୋଜିଲୁ ଯେ ଏହି ଖବରଟି କଉଠୁ ଆରମ୍ଭ ହେଇଛି। ଆମେ ଗୁଗୁଲରେ ଯାଇ “RSS ଏ ତେରୋରିଷ୍ଟ” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ପାକିସ୍ତାନର ଡିଫେନସ ସାଇଟରେ ଏହି ବିଷୟରେ ଲେଖା ଯାଇଥିବା ମିଳିଲା। ଏହି ଖବରଟି ପାକିସ୍ତାନ ଡିଫେନସ ସାଇଟରେ ୧୪ ଅଗଷ୍ଟ ୨୦୧୬ ରେ ପ୍ରକାଶିତ ହୋଇଥିଲା।
ଏହା ପରେ ଆମେ ଗୁଗୁଲରେ ଯାଇ “ଆମେରିକା ଦିକ୍ଲେଆର୍ଡ ଆର.ଏସ.ଏସ ଟେରାରିଷ୍ଟ” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ କିଛି ଅନ୍ଲାଇନ ପତ୍ରିକାରେ ଏହି ବିଷୟରେ ଛପି ଥିବା କିଛି ଅନୁଛେଦ ମିଳିଲା।
୨୬ ମାର୍ଚ ୨୦୧୫ ମାଇହାରେ ଟାଇମସ ଅଫ ଇଣ୍ଡିଆ ପତ୍ରିକାରେ ଲେଖା ଯାଇଅଛି ଯେ ଆମେରିକାର ରାଷ୍ଟ୍ରପତି ବାରାକ ଓବାମା ଆର.ଏସ.ଏ. କୁ ଆତଙ୍କବାଦୀ ସଂଗଠନ ବୋଲି ମାନନ୍ତିନୀ। “ଶିଖ୍ସ ଫର ଜଷ୍ଟିସ (ଏସଏଫଜେ)” ନାମକ ଗୋଟିଏ ଦଳ ନ୍ୟୁୟର୍କର ଗୋଟିଏ କୋର୍ଟରେ ଆର.ଏସ.ଏସ କୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ସଙ୍ଗଠଅ ଘୋଷଣା କରିବା ପାଇଁ ଅନୁରୋଧ କରିଥିଲେ। ଏସଏଫଜେ ଙ୍କ କହିବା ଅନୁଯାୟୀ ଆରଏସଏସ ହିଂସାତ୍ମକ ଭାବେ ଭାରତକୁ ହିନ୍ଦୁ ରାଷ୍ଟ୍ର ଓ ହିନ୍ଦୁ ଏକ ମାତ୍ର ଧର୍ମ ହେଇଥିବା ଦେଶ ବନାଇବା ପାଇଁ ଚେଷ୍ଟା କରୁଛି। ଏହି ଦଳ ପୂର୍ବରୁ ମଧ୍ୟ ଭାରତରେ ହିଂସା ବଢାଇବା ପାଇଁ ମନମୋହନ ସିଂହ, ସୋନିୟା ଗାନ୍ଧୀ ଓ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ କେସ ଦାଖଳ କରିଛି। ଭାରତ ସରକାରଙ୍କ କହିବା ଅନୁଯାୟୀ ଏହି ସବୁ କେସ ନିଜ ଦଳକୁ ସାମନା କୁ ଆଣିବା ପାଇଁ ଓ ପବ୍ଲିସିଟି ପାଇଁ କରା ଯାଇଅଛି। କୋର୍ଟ ଏପରି ବହୁତ କେସ ଖାରଜ କରି ସାରିଛି। ଆମେରିକା ସେକ୍ରେଟେରୀ “ଜନ କେରି” ଖିଛନ୍ତି ଯେ ଆମେରିକା ସରକାର ଏହି ସବୁ କେସ ଖାରଜ କରିବାକୁ ଯାଉଛି।
୨୫ ମାର୍ଚ ୨୦୧୫ ମସିହାରେ ଦି ଇଣ୍ଡିଆନ ଏକ୍ସପ୍ରେସ ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଆମେରିକା କୋର୍ଟରେ ଏହା କହିଅଛି ଯେ ସେ ଆରଏସଏସ କୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ନେଇ ଦାଖଲ ହେଇ ଥିବା କେସ କୁ ଖାରଜ କରିବା ପାଇଁ ଚାହୁଁଚି। ଆମେରିକାରେ ସ୍ଥିତ “ଶିଖ ଫର ଜଷ୍ଟିସ (ଏସ.ଯେ.ଏଫ)” ନ୍ୟୁୟର୍କର ଗୋଟିଏ କୋର୍ଟରେ ଆରଏସଏସ ବିରୁଦ୍ଧରେ କେସ ଦାଖଲ କରି ଏହା ଅନୁରୋଧ କରିଥିଲା ଯେ ଆମେରିକା ଆରଏସଏସକୁ ଆନ୍ତଙ୍କବାଦୀ ସଂଗଠନ ବୋଲି ଘଓୟାନା କରୁ। ଏହି ଦଳର କହିବା ଅନୁସାରେ ଆରଏସଏସ ହିଂସାତ୍ମକ ଭାବେ ଭାରତକୁ ଗୋଟିଏ ହିନ୍ଦୁ ରାଷ୍ଟ୍ରରେ ବଦଳାଇବା ପାଇଁ ଚାହୁଁଚି। ଆମେରିକା ସେକ୍ରେଟେରୀ “ଜନ କେରି” କହିଛନ୍ତି ଯେ ସରକାର ଏହି ସବୁ କେସକୁ ଖାରଜ କରିବ।
ଏହା ପରେ ଆମେ ଭିଡିଓରେ କରା ଯାଇଥିବା ଦାବି ଯେ ଆମେରିକା ଦ୍ଵାରା ବନା ଯାଇଥିବା ୱେବସାଇଟ terrorism.com ରେ ଆରଏସଏସ କୁ ଆତଙ୍କବାଦୀ ସଂଗଠନ ଘୋଷଣା କରା ଯାଇଥିବା କେତେ ସତ ଜାଣିବା ପାଇଁ ଏହି ୱେବସାଇଟ ଯାଇ ଦେଖିଲୁ। ଆମେ ଏହି ୱେବସାଇଟରେ ଯାଇ “RSS” ଓ “Rashtriya Swayamsevak Sangh” ଲେଖି ସର୍ଚ କଇଲୁ। କିନ୍ତୁ ଆମକୁ ଭିଡିଓରେ କରା ଯାଇଥିବା ଦାବି ସମ୍ବନ୍ଧରେ କୌଣସି ଖବର ମିଳିଲା ନାହିଁ।
ସେହକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଭିଡିଓରେ କୁହା ଯାଇଥିବା କଥା ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଆର.ଏସ.ଏସ କୁ ଆତଙ୍କବାଡି ସଂଗଠନ ଘୋଷଣା କରିଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା। ଏହି ଖବର ୨୦୧୪ ମସିହାର ଓ ସେତେବେଳର ଆମେରିକା ସରକାର ଓ ସେକ୍ରେଟେରୀ ଜନ କେରି ଏହା କହିଥିଲେ ଯେ ଆରଏସଏସ କୁ ଆତଙ୍କବାଦୀ ଘୋଷଣା କରିବା ସମର୍ଥନରେ “ଶିଖ ଫର ଜଷ୍ଟିସ” ଦଳ ଦ୍ଵାରା ଦାଖଲ ହେଇଥିବା କେସ କୁ ସରକାର ଖାରଜ କରିବ। ଏହି ଖବର ଦିଲ୍ଲୀ ନିର୍ବାଚନ ପୂର୍ବରୁ ଭାଇରାଲ କରା ଯାଉଅଛି।

Title:କ’ଣ ଆମେରିକା ଆର.ଏସ.ଏସ କୁ ଆତଙ୍କବାଡି ସଂଗଠନ ଗୋସଣା କରିଛି? କ’ଣ ସତ୍ୟତା ଏହି ପୋଷ୍ଟର? ଜାଣନ୍ତୁ।
Fact Check By: Siddharth SahuResult: False