
ଗତ କିଛି ଦିନରୁ ଭାଇରାଲ ହେଇଥିବା ଏକ ଭିଡିଓରେ ଏହା ଦାବି କରାଯାଇଅଛି ଯେ ଓଡ଼ିଶାର ଗୋଟିଏ ଜଙ୍ଗଲରେ ଧଳା ପୋଷାକ ପିନ୍ଧିଥିବା ଗୋଟିଏ ଭୂତଟି କୁ ଦେଖାଯାଇଅଛି। ଭିନ୍ନ ଭିନ୍ନ ଲୋକ ଏହି ଭିଡିଓଟି କୁ ପୋଷ୍ଟ କରି ନିଜର ଦାବି ପ୍ରସ୍ତୁତ କରିଛନ୍ତି। ମୂଳ ସୂତ୍ରରୁ ଏହା ଜଣା ପଡ଼ିଛି ଯେ ଏହି ଭିଡିଓଟି ଗତ ସପ୍ତାହ ଠାରୁ ବିଭିନ୍ନ ସୋସିଆଲ ମିଡିଆ ଦ୍ଵାରା ଓଡ଼ିଶା ଏବଂ ଅନ୍ୟ ରାଜ୍ୟରେ ମଧ୍ୟ ଭାଇରାଲ କରାଯାଉଅଛି।
୨୭ ସେପ୍ଟେମ୍ବର ୨୦୧୯ ରେ ୟୁଟ୍ୟୁବ୍ର ଏକ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଏହି ଭୁତକୁ ବଲାଙ୍ଗିର ଜିଲ୍ଲାର ସ୍ଥିତ ଗୋଟିଏ ଜଙ୍ଗଲରେ ଦେଖା ଯାଇଅଛି। ଏହି ପୋଷ୍ଟର କମେନ୍ଟ କିଛି ଲୋକ ଶଙ୍କା ପ୍ରକଟ କରିଛନ୍ତି, କିଛି ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି ଓ କିଛି ଲୋକ ଏହା ଉପଦେଶ ଦେଇଛନ୍ତି କି ରାତିରେ ବୁଲ ନାହିଁ। ଏହି ପୋଷ୍ଟଟି କୁ ୪୨୭ ଭିୟୁ ମିଳିଅଛି।
୪ ଅକ୍ଟୋବରରେ ୟୁଟ୍ୟୁବ୍ରେ ଆଉ ଜଣେ ବ୍ୟକ୍ତିଙ୍କ ଦ୍ଵାରା ଏହି ଭିଡିଓର ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ଏହି ଭିଡିଓଟି ରେ ଦେଖା ଯାଇଥିବା ଘଟଣାଟି ଓଡ଼ିଶା ରାଜ୍ୟର ଢେଙ୍କାନାଳ ଜିଲ୍ଲା ରେ ଘଟିତ। ଏହି ପୋଷ୍ଟରେ ଏହା ବି ଦାବି କରାଯାଇଛି ଯେ ଢେଙ୍କାନାଳ ଜିଲ୍ଲାର କିଛି ବନବିଭାଗ ଅଧିକାରୀ ନାଇଟ ଡ୍ୟୁଟି ସମୟରେ ଏହି ଭୁତ ସାମ୍ନା ସାମ୍ନୀ ହୋଇଥିଲେ।
୭ ଅକ୍ଟୋବର ୨୦୧୯ ରେ ୟୁଟ୍ୟୁବ୍ର ତାମିଲ ମୁଭିସ ମିମ & ତାମିଲ ସଙ୍ଗସ ଚ୍ୟାନେଲରେ ମଧ୍ୟ ଏହି ଭିଡିଓଟି କୁ ପୋଷ୍ଟ କରାଯାଇଅଛି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଗୋଟିଏ ସତ ଭୁତକୁ ଓଡ଼ିଶାର ଗୋଟିଏ ଜଙ୍ଗଲରେ ରାସ୍ତା ଆର ପାର୍ଶ୍ଵ କରୁଥିବା ଦେଖା ଯାଇଥିଲା। ଏହି ପୋଷ୍ଟରେ ଏହା କୁହା ଯାଇଅଛି ଯେ ଏହି ଭିଡିଓଟି କୁ ଜଙ୍ଗଲରେ ଯାଉଥିବା କିଛି ବ୍ୟକ୍ତି ଶୁଟ କରିଛନ୍ତି।
୨୭ ସେପ୍ଟେମ୍ବର ରେ ଫେସବୁକର ଓଡିଆ ଅନାବନା ପେଜରେ ବି ଏହି ଭିଡିଓଟି କୁ ଦେଖା ଯାଇଅଛି। ଫେସବୁକରେ ଏହି ଭିଡିଓଟି କୁ ଗତ ସପ୍ତାହରୁ ନେଇ ଏବେ ଯାଏଁ ୨୪୦୦ ଲାଇକ, ୪୦୦ କମେଣ୍ଟ ଏବଂ ୧୫୦୦ ଉପରେ ଶେୟାର ହେଇସାରିଛି। ଏହି ଭିଡିଓଟି ତୀବ୍ର ଗତିରେ ସୋସିଆଲ ମିଡିଆରେ ବିସ୍ତାର ହେଉଛି।
୨୮ ସେପ୍ଟେମ୍ବର ରେ ଏହି ଭିଡିଓର ଆଉ ଏକ ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ଏହି ଘଟଣାଟି ଓଡ଼ିଶା ରାଜ୍ୟର ମୟୂରଭଞ୍ଜ ଜିଲ୍ଲାରେ ଥିବା ବାଦାମ ପାହାଡ଼ ଜଙ୍ଗଲରେ ଘଟିଅଛି। ଏହି ଭୂତଟି କୁ ଆମ୍ବୁଲାନ୍ସର କ୍ୟାମେରା ସହାୟତା ରେ ଶୁଟ କରାଯାଇଅଛି।
ଆମ ଅନୁସନ୍ଧାନ:
ଆମେ ଏହି ଭିଡିଓଟି କୁ ଫେସବୁକର ଓଡ଼ିଆ ଅନାବନା ନାମକ ପେଜ୍ରେ ପାଇଲୁ। ଆମେ ଏହି ଭିଡିଓଟି କୁ ୟୁଟ୍ୟୁବ୍ ରେ ଖୋଜିଲୁ। ୟୁଟ୍ୟୁବ୍ରେ ଖୋଜିଲାରୁ ଆମେ ଏହି ଭିଡିଓଟି କୁ ଅନେକ ଥର ଭିନ୍ନ ଭିନ୍ନ ଲୋକ ମନଗଢ଼ା କାହାଣୀ ରୂପେ ପୋଷ୍ଟ କରିବାର ପାଇଲୁ। ଏହି ଭିଡିଓ ବିଷୟରେ ସତ୍ୟ ଘଟଣାର ୟୁଟ୍ୟୁବ୍ରେ ଖୋଜିଲାବେଳେ ଆମେ ଦୁଇଟି ନିୟୁଜ ଚ୍ୟାନଲ୍ରେ ଏହାର ବର୍ଣ୍ଣନା ହୋଇଥିବାର ପାଇଲୁ। ଓ. ଟିଭି ଚ୍ୟାନେଲ୍ ଏହା ଦାବି କରିଅଛି ଯେ ଏହି ଭିଡିଓଟି ଫେକ୍ ଭିଡିଓ ଓ ଟେକ୍ନୋଲୋଜିର ବ୍ୟବହାର କରି ପ୍ରସ୍ତୁତ କରା ଯାଇଅଛି ବୋଲି ସୋସିଆଲ ମିଡିଆ ଏକ୍ସପର୍ଟ କହିଛନ୍ତି। ଏହି ଭିଡିଓଟି କୁ ବ୍ୟବହାର କରି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ଯାଉଛି। ଏହି ଭିଡିଓକୁ ବିଶ୍ବାସ ନକରିବା ପାଈଁ ପରାମର୍ଶ ଦେଇଛନ୍ତି ହେତୁବାଦୀ।
ଶେଷକଥା:
ଆମ ଅନୁସନ୍ଧାନରୁ ଏହା ଜଣାପଡିଲା ଯେ ଏହି ପୋଷ୍ଟରେ ହୋଇଥିବା ଦାବିରେ କିଛି ସତ୍ୟ ନାହିଁ। ଏହି ଭିଡିଓରେ କରା ଯାଇଥିବା ଦାବି ଯେ ଓଡ଼ିଶାର ଜଙ୍ଗଲରେ ଭୁତ ଦେଖା ଯାଇଅଛି, ଗୋଟିଏ ମିଥ୍ୟା ବୋଲି ସୋସିଆଲ ମିଡିଆ ଏକ୍ସପର୍ଟ କହିଅଛନ୍ତି।

Title:ଓଡ଼ିଶା ଜଙ୍ଗଲରେ ବୁଲୁଅଛି ଏକ ଭୁତ। କେଉଁ ଜଙ୍ଗଲରେ ଦେଖାଇଛି ଏହି ଭୁତ? କ’ଣ ଏହି ଘଟଣାଟି ପ୍ରକୃତରେ ଘଟିଅଛି? ଜାଣନ୍ତୁ ସତ।
Fact Check By: Siddharth SahuResult: False