କ’ଣ ମୋଦୀ ସରକାର ଦେବ ଦେଶର ସବୁ ଛାତ୍ର ଓ ଛାତ୍ରୀ ମାନଙ୍କୁ ମାଗଣାରେ ସାଇକେଲ? କ’ଣ ଏହି ଯୋଜନାଟି ମୋଦୀ ସରକାର ଦ୍ଵାରା କରା ଯାଇଥିବା ବଚନ? ଜାଣନ୍ତୁ ସତ?

Entertainment False Hoax

୫ ଅଗଷ୍ଟ ୨୦୧୯ ମସିହାରେ ୱାଟ୍ସ ଆପ୍‌ ମାଧ୍ୟମରେ ବିସ୍ତାର ହୋଇଥିବା ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ୧୫ ଅଗଷ୍ଟରେ ମୋଦୀ ସରକାର ଦେଶର ସବୁ ଛାତ୍ର ଓ ଛାତ୍ରୀ ମାନଙ୍କୁ ମାଗଣାରେ ସାଇକେଲ ବାଣ୍ଟିବ। ଏହି ଯୋଜନାର ନାମ ପ୍ରଧାନମନ୍ତ୍ରୀ ସାଇକେଲ ଯୋଜନା ଦିୟା ହୋଇଅଛି। ୟୁଟ୍ୟୁବ୍‌ରେ ଭାଇରାଲ୍‌ ହୋଇଥିବା ଏହି ଭିଡିଓଟି କୁ ୫୪୦୪ ଭିୟୁ ମିଳି ସାରିଛି । ୩ ଅଗଷ୍ଟ ୨୦୧୯ ମସିହାରେ ୟୁଟ୍ୟୁବ୍‌ ମାଧ୍ୟମରେ ପୋଷ୍ଟ ହୋଇଥିବା ଏହି ଭିଡିଓଟି କୁ ସାଇକେଲ ବିତରଣ ଯୋଜନା ନାମରେ ଭାଇରାଲ୍‌ କରା ଯାଇଅଛି। ଗତ ୨ ମାସ ଭିତରେ ଏହି ଭିଡିଓକୁ ୩୩,୫୪୪ ଭିୟୁ ମିଳି ସାରିଅଛି। ୨୩ ଜୁଲାଇ ୨୦୧୮ ରେ ବି ଏହି ପୋଷ୍ଟଟି କୁ ଭାଇରାଲ କରା ଯାଇଥିଲା। ଏହି ସବୁ ପୋଷ୍ଟରେ ଏହା ଦାବି କରାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଶ୍ରୀ. ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର ସବୁ ଛାତ୍ର ଓ ଛାତ୍ରୀ ମାନଙ୍କୁ ମାଗଣାରେ ସାଇକେଲ ବାଣ୍ଟିବେ। ଏହି ପୋଷ୍ଟରେ ଏହା କୁହ ଯାଇଅଛି ଯେ https://bharat-sarkar.club/cycle/ ୱେବସାଇଟରେ ଯାଇ ଫର୍ମ ଭରିଲେ ମାଗଣା ସାଇକେଲ୍‌ଟି ନିକଟରେ ଥିବା ସରକାରୀ ବିଦ୍ୟାଳୟରେ ଦିଆ ହେବ। 

ଆମ ଅନୁସନ୍ଧାନ:

ଏହି ପୋଷ୍ଟଟି କୁ ଆମେ ୟୁଟ୍ୟୁବ୍‌ର ସାହାଯ୍ୟରେ ଖୋଜି ପାଇଲୁ। ଯେତେବେଳେ ଆମେ ୟୁଟ୍ୟୁବ୍‌ରେ ପ୍ରଧାନମନ୍ତ୍ରୀ ସାଇକେଲ ଯୋଜନା ସର୍ଚ କରିଲୁ, ଆମେ ଏହି ପୋଷ୍ଟ ସହ ଜଡ଼ିତ ଏକ ତଥ୍ୟ ସାମ୍ନାକୁ ଆସିଲୁ। କୁଇଣ୍ଟ ନାମକ ଗୋଟିଏ ଅନଲାଇନ ପତ୍ରିକା ଏହି ଖବର ବିଷୟରେ ଏହା ପ୍ରମାଣ କରିଅଛି ଯେ ଏହି ଯୋଜନାର ଖବର ଗୋଟିଏ ମିଥ୍ୟା ଖବର। ଏହି ପତ୍ରିକା ଅନୁସାରେ ଭାଇରାଲ ହୋଇଥିବା ମେସେଜ୍‌ରେ ଦିଆଯାଇଥିବା ଲିଙ୍କ https://bharat-sarkar.club/cycle/ ର ଭାରତ ସରକାର ସହିତ କିଛି ସଂବନ୍ଧ ନହିଁ। ଏହା ଛଡ଼ା ଦେଶର ନାସ୍‌ନାଲ୍‌ ପୋର୍ଟାଲରେ ଭାରତ ସରକାରଙ୍କର ୱେବ ଡିରେକ୍ଟୋରୀ ରେ ମଧ୍ୟ ଏହି ଲିଙ୍କର କୌଣସି ଚିହ୍ନ ବା ଚର୍ଚା ନହିଁ। ଲେଟେସ୍ଟ ଏଲୱାୟ ପତ୍ରିକା ବି ଏହି ଖବର ର ପ୍ରମାଣ କରିଛି ଯେ ଏହି ପୋଷ୍ଟଟି ମିଥ୍ୟା। ଏହା ବାବଦରେ ଏହି ପତ୍ରିକା ଏହାବି କହିଅଛି ଯେ ଏହି ମିଥ୍ୟା ଖବରଟି କୁ ବିସ୍ତାର ହେବାରୁ ଅଟକେଇବା ପାଇଁ ୱାଟ୍ସ ଆପ୍‌ ମାତ୍ର ୫ ଟି ଲୋକଙ୍କୁ ଶେୟାର କରିବା ପର୍ଯ୍ୟନ୍ତ ନିୟନ୍ତ୍ରିତ କରିଅଛି। 

quint-hindi_2018-07_40b5a49e-1653-40db-9327-336e543843b0_WA_1 proof.jpeg

ୱାଟ୍ସ ଆପ୍‌ ମେସେଜ୍‌ archive 

ଶେଷକଥା:

ଆମ ଅନୁସନ୍ଧାନରୁ ଏହା ଜଣା ପଡ଼ିଲା ଯେ ଏହି ମେସେଜ ବା ପୋଷ୍ଟରେ ହୋଇଥିବା ଦାବିରେ କିଛିବି ସତ୍ୟ ନାହି। ଏହି ପୋଷ୍ଟରେ କରା ଯାଇଥିବା ଦାବି ଯେ ପ୍ରଧାନମନ୍ତ୍ରୀ ଶ୍ରୀ. ନରେନ୍ଦ୍ର ମୋଦୀ ଦେଶର ଛାତ୍ର ଓ ଛାତ୍ରୀ ମାନଙ୍କୁ ମାଗଣାରେ ସାଇକେଲ ଦେବାର ବଚନ ଦେଇଛନ୍ତି, ଏହା ଗୋଟିଏ ମିଥ୍ୟା ସମାଚାର। ବିଭିନ୍ନ ସାଇଟରେ ଏହି ଖବରଟି କୁ ଖଣ୍ଡିତ କରା ଯାଇଅଛି। 

Avatar

Title:କ’ଣ ମୋଦୀ ସରକାର ଦେବ ଦେଶର ସବୁ ଛାତ୍ର ଓ ଛାତ୍ରୀ ମାନଙ୍କୁ ମାଗଣାରେ ସାଇକେଲ? କ’ଣ ଏହି ଯୋଜନାଟି ମୋଦୀ ସରକାର ଦ୍ଵାରା କରା ଯାଇଥିବା ବଚନ? ଜାଣନ୍ତୁ ସତ?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *