
୧୪ ଜାନୁଆରୀ ୨୦୨୦ ରେ ୟୁଟ୍ୟୁବର ଓଡିଆ ଶକ୍ତି ଟିଭି ଚେନାଲରେ ଏହା ଦାବି କରା ଯାଇଅଛି ଯେ ବର୍ତ୍ତମାନ ସବୁ ପାଠ ପଢା ପିଲା ମାନଙ୍କୁ ସରକାରଙ୍କ ତରଫରୁ ୭୫,୦୦୦ ଟଙ୍କା ମିଳିବ। ଏହା ମୋଦି ସରକାରଙ୍କ ଦ୍ଵାରା ଘୋଷଣା କରା ଯାଇଅଛି। ଏହି ଭିଡିଓରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ବର୍ତ୍ତମାନ ସୁଧା ଦେଶରେ ୧୭ କୋଟି ଛାତ୍ର ଓ ଛାତ୍ରୀଙ୍କୁ ଏହି ଧନରାଷି ମିଳି ସାରିଛି। ଏହି ଧନରାଶି ପାଇବା ପାଇଁ ଆଧାର କାର୍ଡ ଓ ବ୍ୟାଙ୍କ ଏକାଉଣ୍ଟ ରହିବା ଦରକାର। ଏହି ସୁବିଧା ଅନ୍ଲାଇନ ମାଧ୍ୟମରେ ମଧ୍ୟ କରି ହେବ। ଏହି ଧନରାଶି ପାଇବାକୁ ହେଲେ ବ୍ୟାଙ୍କ ଯାଇ ସେଇଠି ବ୍ୟାଙ୍କ ମେନେଜର ସହିତ କଥା ହେବାକୁ ପଡିବା ଓ ବ୍ୟାଙ୍କ ମେନେଜର ନିଜର ପୁରା ସମର୍ଥନ ଦେବେ ଓ ଧନରାଶି ୨ ଦିନ ମଧ୍ୟରେ ମିଳିଯିବ ବୋଲି ଏହି ଭିଡିଓରେ ଦାବି କରା ଯାଇଅଛି। ଏହି ଧନରାଶି ଫର୍ମ ଭରିବାର ଦୁଇ ଦିନ ଭିତରେ ମିଳିଯିବ। ଏହି ସ୍କିମ ସରକାର ମୁଦ୍ରା ଯୋଜନା ଅନ୍ତର୍ଗତ ଆରମ୍ଭ କରିଛନ୍ତି ବୋଲି ଦାବି କରା ଯାଇଅଛି। ଗୋଟିଏ ଦିନରେ ଏହି ଭିଡିଓଟି କୁ ୧୪,୧୩୯ ଲୋକେ ଦେଖି ସାରିଛନ୍ତି ଓ ଏହା କୁ ୬୭୨ ଲାଇକ୍ସ ମଧ୍ୟ ମିଳି ସାରିଛି।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଗୁଗୁଲରେ ଯାଇ “ଗଭର୍ନମେଣ୍ଟ ଗିଭିଙ୍ଗ ୭୫୦୦୦ ଟୁ ସ୍ଟୁଡେନ୍ଟସ” ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମକୁ ଏହି ଭିଡିଓ ସହିତ ଜଡିତ କିଛି ତଥ୍ୟ ମିଳିଲା।
୧୬ ମାର୍ଚ ୨୦୧୭ ମସିହାରେ ଇଣ୍ଡିଆ ଟୁଡେ ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଦେଶରେ ଉଚ୍ଚ ଶିକ୍ଷାକୁ ବୃଦ୍ଧି କରିବା ପାଇଁ ଓ ଦେଶରେ ପଢୁ ଥିବା ପିଲା ମାନାଙ୍କ ମଧ୍ୟରେ ବୁଦ୍ଧିମତା ଧାରଣ କରିବା ପାଇଁ ମାନବ ସମ୍ବଳ ଏବଂ ବିକାଶ ମନ୍ତ୍ରଣାଳୟ ଏହା ପ୍ରସ୍ତାବ ପକାଇଛି ଯେ ଆଇ.ଆଇ.ଟି ରେ ପି.ଏଚ.ଡି କରୁଥିବା କିଛି ଛାତ୍ର ଓ ଛାତ୍ରି ମାନଙ୍କୁ “ପ୍ରାଇମମିନିଷ୍ଟର ରିସର୍ଚ ଫେଲୋଶିପ ପ୍ରୋଗ୍ରାମ” ଅନ୍ତର୍ଗତ ୭୫୦୦୦ ଟଙ୍କା ପ୍ରତ୍ୟେକ ମାସ ଦିଆ ଯାଉ। ଏହି ପାଇସାର ଦୁର୍ବ୍ୟବହାର କୁ ଅଟକାଇବା ପାଇଁ ପ୍ରସ୍ତାବରେ ଏହା ମଧ୍ୟ କୁହା ଯାଇଅଛି ଯଦି କୌଣସି ଛାତ୍ର ମଧ୍ୟାସ୍ତାରେ ପଢା ବନ୍ଦ କରି ଦେବ, ତେବେ ସ୍ସେହୀ ପିଲାକୁ ଏହି ଧନରାଶି ଫେରାଇବା କୁ ପଡିବ। ଏଚ.ଆର.ଡି ଅଧିକାରୀ କହିଛନ୍ତି ଯେ “ ଅନୁସନ୍ଧାନର ଗୁଣ ବୃଦ୍ଧି କରିବା ପାଇଁ ଇଞ୍ଜିନିୟରିଙ୍ଗ କରୁଥିବା ପିଲା ମାନଙ୍କୁ ପି.ଏଚ.ଡି କରିବା ପାଇଁ ପ୍ରୋତ୍ସାହନ କରିବା ଦରକାର। ସେଥି ପାଇଁ ଏହି ପରି ଗୋଟିଏ ସ୍କିମ ବାହାର କରା ଯାଇଆଚି ଯେଉଁଥିରେ ବିଦ୍ୟାର୍ଥୀ ମାନଙ୍କୁ ଏହି ଧନରାଶି ଗୋଟିଏ ବଡ କମ୍ପାନୀର ବେତନ ପରି ଲାଗିବା। “

୮ ସେପ୍ଟେମ୍ବର ୨୦୧୭ ମସିହାରେ ଏନ.ଡି.ଟି.ଭି ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ “ମାନବ ସମ୍ବଳ ଏବଂ ବିକାଶ ମନ୍ତ୍ରଣାଳୟ” ପ୍ରକାଶ ଜାଭାଦେକର ଏହା କହିଛନ୍ତି ଯେ ଶୀଘ୍ର ପ୍ରଧାନମନ୍ତ୍ରୀ ସ୍କଲାରଶିପ ଯୋଜନା ଅନ୍ତର୍ଗତ ଦେଶର ୧୦୦୦ brilliant ବିଦ୍ୟାର୍ଥୀ ମାନଙ୍କୁ ପ୍ରତି ମାସ ସରକାରଙ୍କ ତରଫରୁ ୭୫,୦୦୦ ଟଙ୍କା ମିଳିବ। ଏହି ବିଷୟ ନେଇ ଏହା ମଧ୍ୟ କହିଛନ୍ତି ଯେ “ମୁଁ ସଦା ବେଳେ ଭାବେ କାହିଁକି ଆମ ଦେଶର ପିଲା ମାନେ ବିଦେଶ ଯାଇ ଚାକିରି କରୁଛନ୍ତି – କାରଣ ଏହା ଯେ ଆଇଟି ବିଦ୍ୟାର୍ଥୀ ମାନଙ୍କୁ ତିନୋଟି କଠିଣତାର ସାମନା କରିବାକୁ ପଡିଥାଏ। ପ୍ରଥମ କାରଣ ଏହା ଯେ ବିଦେଶର ଅନୁସନ୍ଧାନ କରିବା ପାଇଁ ଆଧୁନିକ ସ୍ତର ର lab ଅଛି, ଦୁଇତ୍ୟ କାରଣ ହେଲା ବିଦେଶରେ ଭଲ ସ୍କଲାରଶିପ ମିଳେ ଓ ଶେଷରେ ସେଇଠି ବିଦ୍ୟାର୍ଥୀ ମାନଙ୍କୁ ଭଲ ନେତୃତ୍ଵ ମଧ୍ୟ ମିଳେ। ବର୍ତ୍ତମାନ ଆମେ ଏହି ଯୋଜନା ଦ୍ଵାରା ଏହି ତିନୋଟି ଜିନ୍ସ ଭାରତରେ ଆଣିବାକୁ ଚାହୁଁଚୁ। “

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଭିଡିଓରେ କରା ଯାଇଥିବା ଦାବି ଯେ ସରକାର ତରଫରୁ ସବୁ ଚତ୍ର ଛାତ୍ରୀ ମାନଙ୍କୁ ୭୫୦୦୦ ଟଙ୍କା ମିଳିବା କଥା ସମ୍ପୂର୍ଣ ଭାବେ ମିଥ୍ୟା। ଏହା ଗୋଟିଏ ପୁରୁଣା ଖବର ଓ ଏହି ଯୋଜନା ଅନୁସାରେ ଦେଶରେ କେବଳ ୧୦୦୦ ବିଜ୍ଞ ଓ ଦକ୍ଷ ଛାତ୍ର ଓ ଛାତ୍ରୀ ମାନଙ୍କୁ ଏହି ଧନରାଶି ମିଳିବ। ଏହି ଯୋଜନା ଦେଶର ସମସ୍ତ ବିଦ୍ୟାର୍ଥୀ ମାନଙ୍କ ପାଇଁ ନୁହେଁ।

Title:କ’ଣ ମୋଦି ସରକାର ସମସ୍ତ ଛାତ୍ର ଓ ଛାତ୍ରୀ ମାନଙ୍କୁ ୭୫,୦୦୦ ଟଙ୍କା ଦେବାର ନିସ୍ପତି ନେଇଛନ୍ତି? ଜାଣନ୍ତୁ ସତ।
Fact Check By: Siddharth SahuResult: False