
କଂଗ୍ରେସ ନେତା ଦିଗବିଜୟ ସିଂହ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ କଂଗ୍ରେସ ନେତା ଦିଗବିଜୟ ସିଂହ ଗାଈ ମାଂସ ଖାଇବା ପାପ ନୁହେଁ ବୋଲି କହିଛନ୍ତି।
ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ପ୍ରସଙ୍ଗ ବାହାରେ ଭାଇରାଲ ହେଉଥିବା ପାଇଲା। ତେବେ ଆସନ୍ତୁ ଜାଣିବା ସତ୍ୟ କଥା ଟି କଣ।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
୨୯ ଡିସେମ୍ବରରେ କ୍ରାନ୍ତି ନ୍ୟୁଜ ନାମକ ଫେସବୁକ ଏକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରି କୁହା ଯାଇଛି ଯେ, “ଏ ପଶୁକୁ କଣ କହିବା? ଦିଗବିଜୟ ସିଂହ ଏକ ହରିତ୍ରହୀନ କଂଗ୍ରେସ ନେତା କହୁଛି ଯେ ଗୋମାଂସ ଖାଇବା ପାପ ନୁହେଁ। ଗୋମାତାଙ୍କୁ ‘ମାଁ’ ବୋଲି କହିବା ଅନୁଚିତ ବୋଲି ଏ ହିନ୍ଦୁ ବିରୋଧୀ ନେତା ମନ୍ତବ୍ୟ ଦେଇଛି।”

ଏହା ସହିତ ଫେସବୁକରେ ଅନ୍ୟ ଭାଷାରେ ମଧ୍ୟ ସମାନ ଦାବି ଥିବା ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ପୋଷ୍ଟ କରି କୁହା ଯାଇଛି ଯେ, “ଗାଈ କେଉଁ ପ୍ରକାର ଆମ ଅଟା ହେଇ ପାରିବ? ଗୋମାଂସ ଖାଇବାରେ କିଛି ଭୁଲ୍ ନାହିଁ। ଏହି ଦୋଗଲା ମଣିଷ ପାଇଁ ଦୁଇ ଶବ୍ଦ କୁହନ୍ତୁ।”
ଆମ ଅନୁସନ୍ଧାନ:
ଭାଇରାଲ ଦାବି ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ପ୍ରଥମେ ୟୁଟ୍ୟୁବରେ ଯାଇ ଉପରୋକ୍ତ ଭାଇରାଲ ଭିଡିଓ ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୬ ଡିସେମ୍ବରରେ ରିପବ୍ଲିକ୍ ଭାରତ ଚ୍ୟାନାଲରେ ଏହି ଭିଡିଓର ବିସ୍ତାରିତ ସଂସ୍କରଣ ଭିଡିଓ ମିଳିଲା। ୨୫ ଡିସେମ୍ବରରେ ଭୋପାଳର ତୁଳସୀ ନଗର ନର୍ମଦା ମନ୍ଦିର ଭବନରେ କଂଗ୍ରେସ ଦ୍ଵାରା ଜନସଚେତନତା ଅଭିଯାନ ସଭା ଅନୁଷ୍ଠିତ କରା ଯାଇଥିଲା। ଦିଗବିଜୟ ସିଂହ ଏହି ସମାବେଶକୁ ସମ୍ବୋଧିତ କ୍କରିଥିଲେ।
ବିସ୍ତାରିତ ଭିଡିଓରେ ଆପଣ ମାନେ ୧.୪୦ ମିନିଟରୁ ନେଇ ୨.୨୨ ମିଇଟ ମଧ୍ୟରେ ଦିଗବିଜୟ ସିଂହଙ୍କୁ କହିଥିବା ଶୁଣିବାକୁ ପାଇବେ ଯେ, “ବୀର ସାଭାରକର ନିଜ ପୁସ୍ତକରେ ଲେଖିଛନ୍ତି ଯେ ହିନ୍ଦୁ ଧର୍ମର ହିନ୍ଦୁତ୍ଵ ସହିତ କୌଣସି ସମ୍ବନ୍ଧ ନାହିଁ ଏବଂ ଏହା ମଧ୍ୟ ଲେଖିଛନ୍ତି ଯେ ଗାଈ ଏକ ଏପରି ପଶୁ ଅଟେ ଯିଏ ନିଜ ମଳରେ ସୋଇ ପଡେ, ସେ କେଉଁ ପ୍ରକାର ଆମ ମାତା ହେଇ ପାରିବ। ଗୋମାଂସ ଖାଇବା ମଧ୍ୟ କିଛି ଭୁଲ କଥା ନୁହେଁ। ଏହା ସାଭାରକର ନିଜେ କହିଛନ୍ତି।”
ଏହାର ଅର୍ଥ ହେଉଛି ଯେ ଦିଗବିଜୟ ସିଂହ ଭିଡିଓରେ ବୀର ସାଭାରକର ଗାଈ ଏବଂ ଗୋମାଂସ ବିଷୟରେ ଯାହା କହିଥିଲେ ସେ ତାହା କହୁଛନ୍ତି। ଅସଂପୂର୍ଣ୍ଣ ଭିଡିଓକୁ ଭାଇରାଲ କରି ବିଭ୍ରାନ୍ତ କରା ଯାଉଛି। ନିମ୍ନରେ ଥିବା ଲିଙ୍କ୍ ରେ ଆପଣ ମାନେ ଦୁଇଟି ଭିଡିଓ ମଧ୍ୟରେ ପାର୍ଥକ୍ୟ ଦେଖି ପାରିବେ।
ଶେଷକଥା:
ଉପରୋକ୍ତ ସମସ୍ତ ତଥ୍ୟ ଯାଞ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଅସଂପୂର୍ଣ୍ଣ ଭିଡିଓକୁ ଭାଇରାଲ କରି ଲୋକଙ୍କୁ ବିଭ୍ରାନ୍ତ କରା ଯାଉଛି। ଅସଲି ଭିଡିଓରେ ଦିଗବିଜୟ ସିଂହ କହିଛନ୍ତି ଯେ ବୀର ସାଭାରକର ନିଜ ପୁସ୍ତକରେ ଲେଖିଛନ୍ତି ଯେ ଗୋମାଂସ ଖାଇବା ମଧ୍ୟ କିଛି ଭୁଲ କଥା ନୁହେଁ।

Title:କ’ଣ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି ଯେ ଗାଈ ମାଂସ ଖାଇବା ପାପ ନୁହେଁ?
Fact Check By: Siddharth SahuResult: Missing Context
