କ’ଣ କୋଏମ୍ବାଟୁର ଗୋଟିଏ ହୋଟେଲରେ ଗର୍ଭ ନିରୋଧ ବଟିକା ମିଶେଇ ବିରିଆନୀ ତିଆରି କରା ଯାଉଅଛି? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବିରିୟାନୀ ଥାଳି ସହିତ ଚିଡ଼ା ହେଇଥିବାର ଦେଖିବାକୁ ମିଳିଛି। ଏହା ସଥେ କିଛି ବଟିକାର ଫୋଟୋ ମଧ୍ୟ ଅଛି। ଏହି ଫୋଟୋ ପୋସ୍ତ କରି ଦାବି କରା ଯାଇଅଛି ଯେ କୋଏମ୍ବାଟୁରର ଗୋଟିଏ ହୋଟେଲରେ ହିନ୍ଦୁ ଗ୍ରାହକଙ୍କ ବିରିୟାନୀ ତିଆରି କରିବା ପାଇଁ ଗର୍ଭ ନିରୋଧ ବଟିକାର ବ୍ୟବହାର କରା ଯାଉଛି। ଏହ ହୋଟେଲର ନାମ ମାଶାହ ଆଲ୍ଲାହ ଅଫ ରେହମାନ ବିସ୍ମିଲ୍ଲାହ ଅଟେ। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨ ମାର୍ଚ ୨୦୨୦ ମସିହାରେ ନ୍ୟୁଜ ୧୮ ପତ୍ରିକାରେ ଏହି ବିଷୟରେ ଉଲ୍ଲେଖ ହେଇଥିବା ମିଳିଲା। ଏହି ଅନୁଛେଦ ଅନୁଯାୟୀ ଆରଡି ସିଂହ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫୋଟୋ ପୋଷ୍ଟ କରିଲା ପରେ କୋଏମ୍ବାଟୁର ପୋଲିସ ଦାବିକୁ ଖଣ୍ଡନ କରି ଏହାକୁ ମିଥ୍ୟା ବୋଲି କହିଛି। ପୋଲିସ କହିବା ଅନୁଯାୟୀ କୋଏମ୍ବାଟୁର ସହରରେ ଏପରି କୌଣସି ଘଟଣା ଘଟି ନାହିଁ। 

news18.jpg

News 18 | Archive

ଜଣେ ସୋସିଆଲ ମିଡିଆ ୟୁଜର ଫୋଟୋ ଏବଂ ଦାବି ଭାଇରାଲ କରିଲା ପରେ କୋଏମ୍ବାଟୁର ପୋଲିସ ଉତ୍ତର ଦେଇଛି ଯେ “ଲୋକଙ୍କୁ ମିଥ୍ୟା ଖବର ପ୍ରଚାର କରିବା ଉଚିତ ନୁହେଁ। ଦାୟିତରେ ସୋସିଆଲ ମିଡିଆ ବ୍ୟବହାର କରନ୍ତୁ। ଏହି ଟୁଇଟର ଏକାଉଣ୍ଟକୁ କେହି ବିଶ୍ଵାସ କରିବା ଉଚିତ ନୁହେଁ। ମିଥ୍ୟା ଖବର ପ୍ରଚାର କରୁଥିବା ଏହି ବ୍ୟକ୍ତିଙ୍କୁ ଆମେ ଖୋଜୁଛୁ।“

Archive

ଏହା ଦ୍ଵାରା ପ୍ରମାଣିତ ହେଲା ଯେ କୋଏମ୍ବାଟୁରରେ ବଟିକା ମିଶା ବିରିୟାନୀ ଦାବିର କୌଣସି ସତ୍ୟତା ନହିଁ। ଆମ ଅନୁସନ୍ଧାନରେ ଆମେ ପୋଷ୍ଟରେ ଥିବା ଫୋଟୋର ସତ୍ୟତା ଖୋଜି ବାହାର କରିଲୁ। 

ଫୋଟୋ ୧: 

ବିରିୟାନୀ ବିତରଣ କରୁଥିବା ବ୍ୟକ୍ତିଙ୍କ ଫୋଟୋ ୟୁଟ୍ୟୁବରେ ଏକ ଭିଡିଓରୁ ନିଯା ଯାଇଅଛି। ୟୁଟ୍ୟୁବ ଏକାଉଣ୍ଟ ‘ଇଣ୍ଡିଆନ ରେଷ୍ଟୁରାଣ୍ଟ ଷ୍ଟାଇଲ ରେସିପି’ ରେ ୧ ଜୁନ ୨୦୧୬ ମସିହାରେ ପୋଷ୍ଟ କରା ଯାଇଥିବା ଭିଡିଓର ଏହା ଏକ ଥମ୍ବନେଲ ଫୋଟୋ ଅଟେ। 

ଫୋଟୋ ୨:

ବିରିୟାନୀ ହାଣ୍ଡିର ଏହି ଫୋଟୋ ମଧ୍ୟ ଏକ ଭିଡିଓରୁ ନିଆ ଯାଇଅଛି। ୨୦୧୭ ରେ ଜଣେ ଟୁଇଟର ବ୍ୟବହାରକାରୀ ଏହି ଭିଡିଓ ଶେୟାର କରି କହିଛନ୍ତି ଯେ ଏହି ଭିଡିଓ ଭାରତରୁ ଆସିଛି। ଅଧିକ ଅନୁସନ୍ଧାନ ପରେ ଜଣା ପଡିଛି ଯେ ଭିଡିଓଟି ଏସ.ଏସ.ବିରିୟାନୀ ନାମକ ଗୋଟିଏ ହୋଟେଲର ଅଟେ। 

https://twitter.com/shoprest17/status/839929323364704257

Archive

ଫୋଟୋ ୩:

ବଟିକାର ଏହି ଦୁଇଟି ଫୋଟୋ ଭାରତରୁ ନୁହେଁ। ୨୦୧୯ ମସିହାରେ ଶ୍ରୀଲଙ୍କାର ‘ଦେଲି ମିରର’ ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କଲମ୍ବୋ ସହରର ଏକ ଘରେ ପୋଲିସ ଛାପମାରି ଏକ ବେଆଇନ ଦ୍ରଗ୍ସ ଜବତ କରିଛି। ପୋଲିସ ଏହି ବାପା-ପୁଅ ଯୋଡ଼ିଙ୍କ ପାଖରୁ ପାଖାପାଖି ୪୦ ଲକ୍ଷ ଟଙ୍କା ମୂଲ୍ୟର ବଟିକା ଜବତ କରିଥିଲା। 

https://lh3.googleusercontent.com/1KyjgSqcHNfNg9xvL87-5bTCOoMcumRe28kRpwf3fkgDYynqJ2kHvDiQGjrT-k9KzeywicJ3DwbzIhoB-PeXjqtyGKJ1EKDI6pAgQ-_D-zvFc7kDbl_hcZ3opciOZ4fzvr_bK8s

Daily Mirror | Archive

ଶେଷକଥା: 

ଉପରୋକ୍ତ ସମସ୍ତ ପ୍ରମାଣରୁ ପ୍ରମାଣିତ ହେଲା ଯେ ଭାଇରାଲ ପୋଷ୍ଟରେ ଦିଆ ଯାଇଥିବା ଦାବି ମିଥ୍ୟା ଅଟେ। କୋଏମ୍ବାଟୁର ସହରରେ ବିରିୟାନୀକୁ ବଟିକା ବ୍ୟବହାର କରି ତିଆରି କରା ଯାଇଥିବାର କୌଣସି ଘଟଣା ହେଇ ନାହିଁ।

Avatar

Title:କ’ଣ କୋଏମ୍ବାଟୁର ଗୋଟିଏ ହୋଟେଲରେ ଗର୍ଭ ନିରୋଧ ବଟିକା ମିଶେଇ ବିରିଆନୀ ତିଆରି କରା ଯାଉଅଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *