
ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ଧଉଳିଗଙ୍ଗା ନଦୀ ଜଳବନ୍ଦୀ ହେଇଥିବାରୁ ଋଷିଗଙ୍ଗା ବିଦ୍ୟୁତ ପ୍ରକଳ୍ପ ଧ୍ଵଂସ ହୋଇଯାଇଛି। ଏହି ସମୟରେ ବନ୍ୟା ପୀଡ଼ିତକୁ ସାହାଜ୍ଯ କରୁଥିବା ଲୋକଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ କରା ଯାଇ ଦାବି କରା ଯାଉଅଛି ଯେ ଖାଲ୍ସା ଏଡ୍ ସଂଗଠନର ଲୋକ ମାନେ ଉତ୍ତରାଖଣ୍ଡରେ ଏପରି ରିଲିଫ୍ କାମ କରୁଛନ୍ତି।
ଫେକଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୭ ଫେବ୍ରୁଆରିରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଫୋଟୋରେ ଖାଲ୍ସା ଏଡ୍ ସଂଗଠନ ଉତ୍ତରାଖଣ୍ଡରେ ଆସିଥିବା ପ୍ରଳୟରେ ପୀଡ଼ିତ ଲୋକଙ୍କ ସାହାଜ୍ଯ କରୁଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ ଲେଖା ଯାଇଅଛି ଯେ ଯେଉଁ ଲୋକ ମାନଙ୍କୁ ଦେଶ ଆତଙ୍କବାଦୀ କହୁଥିଲେ ସେମାନେ ଏହି ବିପଦ ସମୟରେ ଉତ୍ତରାଖଣ୍ଡରେ ଲୋକଙ୍କ ସାହାଜ୍ଯ କରିବା ପାଇଁ ପହଞ୍ଚି ଯାଇଛନ୍ତି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୦ ଅଗଷ୍ଟ ୨୦୧୮ ମସିହାରେ ଦି ଟ୍ରାଇବ୍ୟୁନ ଦ୍ଵାରା ଗୋଟିଏ ଅନୁଛେଦ ପ୍ରକାଶିତ ହେଇଛି। ଏହି ଅନୁଛେଦ କହିବାନୁସାରେ ଖାଲ୍ସା ଏଡ୍ ଇଣ୍ଟରନ୍ୟାସନାଲ୍ ଶିଖ୍ ସଂସ୍ଥା କେରଲର କୋଚିରେ ବନ୍ୟା ପୀଡ଼ିତଙ୍କ ପାଇଁ ଏକ ଲଙ୍ଗର ଆୟୋଜିତ କରିଥିଲେ। ଏହା ବ୍ୟତୀତ ପାନୀୟ ଜଳ ଏବଂ ଔଷଧ ମଧ୍ୟ ଯୋଗା ଦିଆଯାଇଥିଲା।

ଏହା ପରେ ଆମେ ୟୁଟ୍ୟୁବରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୩ ଅଗଷ୍ଟ ୨୦୧୮ ମସିହାରେ ଚନ୍ଦ୍ରିକା ଟିଭି ଚ୍ୟାନାଲରେ ଗୋଟିଏ ଭିଡିଓ ପ୍ରସାରିତ ହେଇଛି। ଏହି ଭିଡିଓର ୩୦ ସେକେଣ୍ଡ ସମୟରେ ଭାଇରାଲ ହେଉଥିବା ଫୋଟୋ ଦେଖିବାକୁ ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ କେରଳାର ବନ୍ୟା ସମୟରେ ପଞ୍ଜାବର ସେବାକୁ ଧନ୍ୟବାଦ ଜଣା ଯାଇଅଛି।
୩୧ ଅଗଷ୍ଟ ୨୦୧୮ ରେ ବାରୁଶାହିବଙ୍କ ଦ୍ଵାରା ଅଂଶୀଦାର ହୋଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦ ଅନୁଯାୟୀ କେରଲର କୋଚିରେ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଅକାଳ ଏକାଡେମୀ, ଖାଲ୍ସା ଏଡ୍ ଏବଂ ଏସଜିପିସି ଏକାଠି ହେବାପରେ ଏହି ଫୋଟୋ ଉଠାଯାଇଥିଲା।

ଶେଷକଥା:
ସବୁ ପ୍ରମାଣ ଯାଞ୍ଚ କରିଲା ପରେ ସ୍ପଷ୍ଟ ହେଲା ଯେ ଭାଇରାଲ ହେଇଥିବା ଫୋଟୋ ଉତ୍ତରାଖଣ୍ଡର ଫୋଟୋ ନୁହେଁ। ଏହା ୨୦୧୮ ରେ କେରଳର ବନ୍ୟା ପରିସ୍ଥିତିର ଫୋଟୋ ଅଟେ। ଏକ ମିଥ୍ୟା ଦାବି ସହିତ ପୁରୁଣା ଫୋଟୋ ଭାଇରାଲ କରା ଯାଇଅଛି।

Title:କ’ଣ ଉତ୍ତରାଖଣ୍ଡରେ ଆସିଥିବା ବନ୍ୟା ଯୋଗୁ ଖାଲ୍ସା ଏଡ୍ ଲୋକଙ୍କ ସେବା ବା ରିଲିଫ୍ କାର୍ଯ୍ୟ କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False