
ମିଥ୍ୟା ଦାବି ସହିତ ରାଜନେତାଙ୍କ କ୍ଲିପ୍ ଭିଡିଓ ପ୍ରାୟତ ଇଣ୍ଟର୍ନେଟ୍ ରେ ଭାଇରାଲ ହୋଇଥିବା ମିଳେ। ବର୍ତ୍ତମାନ ସମୟରେ ପ୍ରିୟାଙ୍କା ଗାନ୍ଧୀଙ୍କ ଆସାମର ଲଖ୍ମିପୁର ଅଞ୍ଚଳ ଗ୍ରସ୍ତ ସମୟର ଗୋଟିଏ ଭିଡିଓ କ୍ଲିପ୍ ଭାଇରାଲ ହେଇ ଚର୍ଚାର ବିଷୟ ପାଲଟିଛି ଯେଉଁଥିରେ ସେ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ରଣନୀତି ପ୍ରକାଶ କରୁଛନ୍ତି।
ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
ଏହି ଭିଡିଓରେ ପ୍ରିୟାଙ୍କା ଗାନ୍ଧୀ କହୁଛନ୍ତି ଯେ ଯେଉଁ ମାନେ ବିମାନରେ ବୁଲନ୍ତି ଆଉ ଯେଉଁ ମାନେ ନିର୍ବାଚନ ସମୟରେ ସାଇକଲ ଚଲାନ୍ତି, ସେମାନଙ୍କୁ ଆପଣ ଚିହ୍ନନ୍ତୁ।
ଏହି ଭିଡିଓ ଆମକୁ ଟୁଇଟରରେ ମଧ୍ୟ ଭାଇରାଲ ହେଇଥିବା ମିଳିଲା। ଏହି ଟୁଇଟରେ ଏହା ମଧ୍ୟ କୁହା ଯାଇଅଛି ଯେ ଏପରି ଲୋକ ପୋଗୋ ଦେଖନ୍ତି ଆଉ ଟୁଇଟ କରନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଭିଡିଓ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧ ମାର୍ଚରେ ଭାରତୀୟ ଜାତୀୟ କଂଗ୍ରେସର ଅଫିସିଆଲ ୱେବସାଇଟରେ ଏହି ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ଏବଂ ଭାଇରାଲ ହେଉଥିବା ଭିଡିଓରେ ପ୍ରିୟାଙ୍କା ଗାନ୍ଧୀ ସମାନ ପୋଷାକ ପିନ୍ଧିଛନ୍ତି। ଏହି ଭିଡିଓ ଆସାମର ଲଖ୍ମିପୁର ଅଞ୍ଚଳର ଅଟେ।
ଏହି ଭିଡିଓରେ ତାଙ୍କ ଦ୍ଵାରା ଦିଆ ଯାଇଥିବା ଭାଷଣରେ ସେ କହିଛନ୍ତି ଯେ “ଆପଣ ମାନେ ସେ ନେତା ମାନଙ୍କୁ ଚିହ୍ନଟ କରନ୍ତୁ ଯେଉଁ ମାନେ ଗତ ନିର୍ବାଚନରେ ଆସିଥିବା ନେତା ମାନେ ୨୫ ଲକ୍ଷ ଲୋକଙ୍କୁ ଚାକିରି ଦେବା ପାଇଁ ପ୍ରତିଶୃତିଦେଇଥିଲେ କିନ୍ତୁ ଆଜି ପାଞ୍ଚ ବର୍ଷ ପରେ ସେମାନେ ୮୦ ହଜାର ଚାକିରି ମଧ୍ୟ ଦେଇ ପାରୁ ନାହାନ୍ତି। ଯେଉଁ ମାନେ ବିଆନରେ ରାଜ୍ୟ ସାରା ବୁଲନ୍ତି, ସେମାନେ ନିର୍ବାଚନ ସମୟରେ ଆପଣଙ୍କ ସାମନାରେ ସାଇକଲ ଚଲାଣଟି। ଆପଣ ମାନଙ୍କ ପାଇଁ କ’ଣ ଭଲ ସେଇଟା ଆପଣ ମାନେ ଜାଣିଛନ୍ତି।“
ଆମେ ଗୁଗୁରେ ସର୍ଚ କରିଲା ପରେ ଆମକୁ ହିନ୍ଦୁସ୍ଥାନ ଟାଇମ୍ସ ପତ୍ରିକାରେ ଏହି ବିଷ୍ୟରେ ଉଲ୍ଲେଖ ହେଇଥିବା ମିଳିଲା ଯେଉଁଥିରେ ଆସାମର ଲକ୍ଷ୍ମପୁରରେ ବେରୋଜଗାର ଯୁବକଙ୍କ ବିରୋଧ ଆରମ୍ଭରେ ପ୍ରିୟାଙ୍କା ଗାନ୍ଧୀ ଗୋଟିଏ ସଭା ଆୟୋଜନ କରିଥିଲେ ଏବଂ ଏହି ଭିଡିଓରେ ପ୍ରିୟାଙ୍କା ଗାନ୍ଧୀ ବେରୋଜଗାର ଯୁବକଙ୍କୁ ସମ୍ବୋଧିତ କରିଥିଲେ।

ତଳେ ଆପଣ କ୍ଲିପ୍ ଭିଡିଓ ଏବଂ ଅସଲି ଭିଡିଓର ତୁଳନା ଦେଖି ପାରିବେ।
ଶେଷକଥା:
ତଥ୍ୟ ଯାଞ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଉପରୋକ୍ତ ଭିଡିଓରେ ପ୍ରିୟାଙ୍କା ଗାନ୍ଧୀଙ୍କର ମୂଳ ଭିଡିଓର ଗୋଟିଏ ଅଂଶ କ୍ଲିପ୍ କରା ଯାଇ ପ୍ରସାରିତ ହୋଇଛି।

Title:ପ୍ରିୟାଙ୍କା ଗାନ୍ଧୀଙ୍କ ଅସଲି ଭିଡିଓକୁ କ୍ଲିପ୍ କରି ଭୁଲ ପ୍ରସଙ୍ଗ ସହିତ ଭାଇରାଲ କରା ଯାଇଅଛି। ପୁରା ସତ୍ୟତା ଜାଣନ୍ତୁ।
Fact Check By: Siddharth SahuResult: Missing Context