
ବର୍ତମାନ ସମୟରେ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ହଙ୍ଗାମା ଚାଲିଛି। ଏହି ଆଇନକୁ ନେଇ ଦେଶ ହିଂସାର ନିୟାରେ ଜଳୁଅଛି।
୨୩ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଓଡ଼ିଶା ଖବର ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ଯେଉଁ ଉଦ୍ଦେଶ୍ୟରେ ମୋଦି ସରକାର ନାଗରିକତା ସଂଶୋଧନ ଆଇନ ଲାଗୁ କରିଛନ୍ତି, ସେଥିରେ ବର୍ତମାନ ୟୁନାଇଟେଡ଼ ନେଶନ ମଧ୍ୟ ନିଜର ମଞ୍ଜୁରୀ ଦେଇ ସାରିଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ୟୁନାଇଟେଡ ନେଶନ ଏପରି ଗୋଟିଏ ରିପୋର୍ଟ ବନେଇଛି ଯେଉଁଥିରେ ସେ ନାଗରିକତା ସଂଶୋଧନ ଆଇନ କୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଦାବିକୁ ସମର୍ଥନ କରିଛି।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ପୋଷ୍ଟରେ କରା ଯାଇ ଥିବା ଦାବି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ଆଗେ ଗୁଗୁଲରେ ଯାଇ “ୟୁନାଇଟେଡ ନେଶନ ଅନ ସିଏଏ” ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମକୁ ଏହି ପୋଷ୍ଟ ସହିତ ଜଡିତ ନ୍ଯୁଜର କିଛି ଅନୁଛେଦ ମିଳିଲା।
୧୮ ଡିସେମ୍ବରରେ ଡି ହିନ୍ଦୁ ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ହେଇଅଛି ଯେ ନାଗରିକତା ସଂଶୋଧନ ଆଇନକୁ ନେଇ ଭାରତରେ ଚାଲୁ ଥିବା ହିଂସା ଏବଂ ତାକୁ ଅଟକାଇବା ପାଇଁ ଅଧିକ ପରିମାଣରେ ସୁରକ୍ଷା ବଳର ବ୍ୟବହାରକୁ ନେଇ ୟୁନାଇଟେଡ ନେଶନର ସେକ୍ରେଟାରୀ ଏନଟୋନିୟୋ ଗୁଟ୍ଟେରେସ ନିଜ ଚିନ୍ତା ବ୍ୟତୀତ କରିଛନ୍ତି। ଏହି ଆଇନ ଅନୁସାରେ ହିନ୍ଦୁ, ସିଖ, ବୌଦ୍ଧ, ଜୈନ, ପାରସୀ ଏବଂ ଇସାଇ ସମୁଦାଯର ଲୋକେ ଯିଏ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିଷ୍ଠାନରୁ ଆସିଛନ୍ତି ଓ ଅତ୍ୟାଚାର ସହିଛନ୍ତି, ତାଙ୍କୁ ଭାରତର ନାଗରିକ ମାନା ଜୀବ।
ପ୍ରେସ ସହିତ ସାକ୍ଷାତରେ ଷ୍ଟେଫାନୀ ଯୁଜାରିକ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନକୁ ନେଇ ହେଉଥିବା ହିଂସା ଏବଂ ତାକୁ ଅଟକାଇବା ପାଇଁ ଅଧିକ ପରିମାଣରେ ସୁରକ୍ଷା ବଳର ବ୍ୟବହାରକୁ ନେଇ ୟୁନାଇଟେଡ ନେଶନର ସେକ୍ରେଟାରୀ ଏନଟୋନିୟୋ ଗୁଟ୍ଟେରେସ ଚିନ୍ତିତ ଅଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସମସ୍ତ ଲୋକଙ୍କୁ ନିଜ ଇଚ୍ଛା ଓ ମତ ରଖିବା ପାଇଁ ସ୍ଵତନ୍ତ୍ରତା ମିଳିବା କଥା।
ୟୁନାଇଟେଡ ନେଶନର କମିଶନର ଗେନେଭାରେ ନାଗରିକତା ସଂଶୋଧନ ଆଇନକୁ ନେଇ କହିଛନ୍ତି ଯେ ଏହା ଗୋଟିଏ ମୌଳିକ ପକ୍ଷପାତ।

୨୩ ଡିସେମ୍ବର ୱି ଫର ନ୍ୟୁଜ ପତ୍ରିକାରେ ଛପି ଥିବା ଅନୁଛେଦ ଅନୁସାରେ ଗେନେଭାର ସାକ୍ଷାତରେ ଜେରେମୀ ଲରେନ୍ସ ଏହା କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ବୀନା ପକ୍ଷପାତର ହେବା କଥା ଓ ଏହି ନିୟମଟି ସମସ୍ତ ସମୁଦାଯର ଲୋକଙ୍କ ପାଇଁ ହେବା କଥା ଯେଉଁ ମାନଙ୍କ ଉପରେ ଅତ୍ୟାଚାର ହେଉଛି। ଏହି ଆଇନଟି ରଙ୍ଗ, ଜାତି, ଧାରମା ଆଦି ଉପରେ ନିର୍ଭର କରିବା କଥା ନୁହେଁ।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ନାଗରିକତା ସଂଶୋଧନ ଆଇନ ଓ ଏହି ଆଇନକୁ ନେଇ ଅମିତ ଶାହଙ୍କ ଦ୍ଵାରା କରା ଯାଇଥିବା ଦାବି କୁ ୟୁନାଇଟେଡ ନେଶନର ସମର୍ଥନ ଦେବା ଦାବି ଗୋଟିଏ ମିଥ୍ୟା କଥା। ୟୁନାଇଟେଡ ନେଶନ କହିଛି ଯେ ଏହି ଆଇନଟି ବିନା ପକ୍ଷପାତରେ ହେବା କଥା ଓ ଏହି ଆଇନଟି ସମସ୍ତ ପୀଡ଼ିତ ଲୋକଙ୍କ ପାଇଁ ହେବା ଦରକାର।

Title:କ’ଣ କେନ୍ଦ୍ର ସରକାର ଓ ଅମିତ ଶାହଙ୍କ ଦ୍ଵାରା ନାଗରିକତା ସଂଶୋଧନ ଆଇନ କୁ ସମର୍ଥନ ଦେଇଛି ୟୁନାଇଟେଡ଼ ନେଶନ?
Fact Check By: Siddharth SahuResult: False