
ସୋସିଆଲ ମିଡିଆରେ ଅମୁଲ କମ୍ପାନୀର ୭୫ ତମ ବାର୍ଷିକୀ ଉତ୍ସବକୁ ନେଇ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି। ଆମକୁ ୱ୍ହାଟ୍ସ ଅପ୍ ମାଧ୍ୟମରେ ଏକ ଲିଙ୍କର ଫ୍ୟାକ୍ଟ ଚେକ୍ କରିବାର ଅନୁରୋଧ ଆସିଲା। ସେହ ଲିଙ୍କରେ କ୍ଲିକ୍ କରିଲା ପରେ ଏକ ସାଇଟ ଖୋଲିଲା ଯେଉଁଥିରେ ଲେଖା ଯାଇଛି ଯେ ଅମୁଲ କମ୍ପାନୀର ୭୫ ତମ ବାରିସିକି ଉତ୍ସବ ଅବସରରେ ଲୋକଙ୍କୁ ୬୦୦୦ ଟଙ୍କା ଉପହାର ସ୍ୱରୂପ ଦେଉଛି। ଏହି ଲିଙ୍କ୍ ରେ କ୍ଲିକ୍ କରିଲା ପରେ ଏକ ୱେବସାଇଟ ଖୋଲିଲା ଯେଉଁଥିରେ ଉପହାର ଜିତିବା ପାଇଁ କିଛି ପ୍ରଶ୍ନର ଉତ୍ତର ଦେବାକୁ ପଡିବ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଲିଙ୍କକୁ ମିଥ୍ୟା ବୋଲି ପାଇଲା।


ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଅମୁଲ କମ୍ପାନୀ ୱେବସାଇଟ ଯାଇ ସର୍ଚ୍ଚ କରିଲୁ ଯେ କ’ଣ ଚଳିତ ବର୍ଷ ପ୍ରକୃତରରେ ଅମୁଲ କମ୍ପାନୀର ୭୫ ତମ ବାର୍ଷିକୀ ଅଟେ? ସର୍ଚ୍ଚ କରିଲା ପରେ ଆମେ ଜାଣିଲୁ ଯେ ଅମୁଲ କମ୍ପାନୀର ସ୍ଥାପନା ୧୯୪୬ ମସିହାରେ ହେଇଥିଲା। ତେଣୁ ଚଳିତ ବର୍ଷ ଅମୁଲ କମ୍ପାନୀର ୭୫ ବାର୍ଷିକୀ ହେଇଥିବା କଥା ସତ୍ୟ ଅଟେ।


ଏହା ପରେ ଆମେ ଟୁଇଟରରେ ଯାଇ ଅମୁଲ କମ୍ପାନୀର ଅଫିସିଆଲ ଟୁଇଟର ଏକାଉଣ୍ଟ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଅମୁଲ କମ୍ପାନୀ ଦ୍ଵାରା ୯ ଅକ୍ଟୋବରରେ ଏକ ଟୁଇଟ କରା ଯାଇଥିବା ମିଳିଲା। ଟୁଇଟ ମାଧ୍ୟମରେ ଅମୁଲ ସ୍ପଷ୍ଟ ଭାବରେ ଜଣାଇ ଦେଇଛି ଯେ ବିଭିନ୍ନ ସୋସିଆଲ ମିଡିଆରେ ଔଲ ନାମରେ ଭାଇରାଲ ହେଉଥିବା ଲିଙ୍କ୍ ଫେକ୍ ଅଟେ। ଅମୁଲ କମ୍ପାନୀ ଏହି ପରି ଲିଙ୍କ୍ କୁ କ୍ଲିକ୍ ନକରିବାର ଅନୁରୋଧ କରିଛି। ଅମୁଲ କମ୍ପାନୀ ମାଗଣା ଉପହାର ଦେବାର କୌଣସି ଅଭିଯାନ ଆରମ୍ଭ କରି ନାହିଁ ବୋଲି ମଧ୍ୟ ସ୍ପଷ୍ଟ ଭାବରେ କୁହା ଯାଇଛି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଲିଙ୍କ୍ ମିଥ୍ୟା ଅଟେ। ନିଜ ୭୫ ତମ ବାର୍ଷିକୀ ଉତ୍ସବ ଅବସରରେ ଅମୁଲ ମାଗଣା ଉପହାର ଦେବାର କୌଣସି ଅଭିଯାନ ଆରମ୍ଭ କରି ନାହିଁ।

Title:କ’ଣ ଅମୁଲ କମ୍ପାନୀ ନିଜ ୭୫ ତମ ବାର୍ଷିକୀ ଖୁସିରେ ଲୋକଙ୍କୁ ମାଗଣା ଉପହାର ଦେଉଛି?
Fact Check By: Siddharth SahuResult: False
