୨୦୧୬ ମସିହାର କାନାଡାର ଫୋଟୋକୁ ୟୁକ୍ରେନ୍ ରେ ଯୁଧ୍ୟ ସମୟରେ ଶିଖ୍ ସମୁଦାୟ ଲୋକଙ୍କ ଦ୍ଵାରା ଏକ ଲଙ୍ଗର ଆୟୋଜିତ କରା ଯାଇଥିବା ଦାବି ସହିତ ଭାଇରାଲ କରା ଯାଉଛି। 

International Partly False

ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଲାଗି ରହିଥିବା ସମୟରେ ସୋସିଆଲ ମିଡିଆରେ ଏହା ନେଇ ଅନେକ ପୋଷ୍ଟ ଭାଇରାଲ ହେଉଛି। ପୁରୁଣା ଏବଂ ରୁଷ-ୟୁକ୍ରେନ୍ ଯୁଧ୍ୟ ସହିତ ସମ୍ବନ୍ଧହିନ ଫୋଟୋକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। ଫୋଟୋ ଏବଂ ଭିଡିଓ ସେଯାର କରି କୁହା ଯାଉଛି ଯେ ସେଠିକାର ଲୋକ ମାନେ କିପରି ଭୟଭୀତ ଅଛନ୍ତି ଏବଂ କିପରି ଲୋକେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇଛନ୍ତି। 

ଶିଖ୍ ସମୁଦାୟ ଲୋକମାନେ ଲଙ୍ଗର ମାଧ୍ୟମରେ ଏକ ଖାଦ୍ୟ ବଣ୍ଟନ ଅଭିଯାନ କରୁଥିବାର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ରୁଷ-ୟୁକ୍ରେନ୍ ଯୁଧ୍ୟ ପରିବେଶ ମଧ୍ୟରେ ଶିଖ୍ ଭାଇ ମାନେ ଲଙ୍ଗର ଦ୍ଵାରା ୟୁକ୍ରେନ୍ ଲୋକଙ୍କୁ ଖାଦ୍ୟ ଦେଉଛନ୍ତି। 

Facebook | Archive

ଆମ ଅନୁସନ୍ଧାନ:

ପ୍ରଥମେ ଆମେ ଭାଇରାଲ ଫୋଟୋକୁ ଗଭୀରତା ସହିତ ଦେଖିଲୁ। ଖାଦ୍ୟ ବଣ୍ଟନ କରା ଯାଉଥିବା ଟ୍ରକ୍ ରେ “ଗୁରୁନାନକଙ୍କ ଲଙ୍ଗର ଗୁଡ୍ ବାଏ ହଙ୍ଗର (Guru Nanak’s Langar Good Bye Hunger)” ଲେଖା ଯାଇଥିବା ପାଇଲୁ। ଏହି ଶବ୍ଦ ଗୁଡିକ ବ୍ୟବହାର କରି ଆମେ ଗୁଗୁଲରେ ସର୍ଚ୍ଚ କରିଲା ପରେ ଆମକୁ ସମାନ ଟ୍ରକ୍ ର ଫୋଟୋ ୭ ସେପ୍ଟେମ୍ବର ୨୦୧୬ ରେ ତ୍ରିତତରରେ ପୋଷ୍ଟ ହେଇଥିବା ମିଳିଲା। ଫୋଟୋ ସହିତ ଟୁଇଟରେ ଉଲ୍ଲେଖ କରା ଯାଇଛି ଯେ ଏହି ଦୃଶ୍ୟ କାନାଡାର ଅଟେ ଯେଉଁଠାରେ ଶିଖ୍ ଲୋକମାନେ ମାଗଣା ଖାଦ୍ୟ ବଣ୍ଟନ କରୁଛନ୍ତି। 

https://twitter.com/dashmeshpita/status/773569748248436736

ସମାନ ଟୁଇଟରେ ସେହି ଟ୍ରକରେ “ଶିଖ୍ ସେବା ଶୋଷାଇଟି ଟୋରୋଣ୍ଟୋ (Sikh Sewa Society Toronto)” ନାମକ ଫେସବୁକ ପେଜର ଉଲ୍ଲେଖ କରା ଯାଇଛି। 

tweet.jpg

ଫେସବୁକରେ ସର୍ଚ୍ଚ କରିଲା ପରେ ଆମକୁ ଏହି ପେଜ୍ ମିଳିଲା। ୨୭ ଫେବୃଆଋରେ ଭାଇରାଲ ଫୋଟୋ ପୋଷ୍ଟ କରି ଏହି ସଂସ୍ଥା କହିଛି, “ଏହି ସୋସିଆଲ ମିଡିଆ ପୋଷ୍ଟ ଗୁଡିକ ମିଥ୍ୟା ଦାବି ପ୍ରଚାର କରୁଛି ଯେ ସଙ୍କଟ ସମୟରେ ଆମେ ୟୁକେର୍ନରେ ଲଙ୍ଗର ସେବା ଯୋଗଉଛୁ। ଆମେ ଲୋକଙ୍କୁ ଅନୁରୋଧ କରୁଛୁ ଯେ ଏପରି ସଙ୍କଟ ସମୟରେ ମିଥ୍ୟା ପ୍ରଚାର ନକରନ୍ତୁ। ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ GTA ରେ ଆମର ସେବା ଅଭିଯାନ ଦୁର୍ବଳ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଆୟୋଜିତ କରା ଯାଏ। ଆମ ସଂସ୍ଥାର କାର୍ଯ୍ୟକଳାପ କାନାଡା ବାହାରେ ସକ୍ରିୟ ନୁହେଁ

https://www.facebook.com/SewaMealsforHumanity/photos/a.749282251879260/2264893060318164

ୟୁଟ୍ୟୁବରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୧୩ ସେପ୍ଟେମ୍ବର ୨୦୧୬ ରେ ପିଟିସି ନ୍ୟୁଜ୍ ଦ୍ଵାରା ପ୍ରକାଶିତ କାନାଡାର ପ୍ରଥମ ଲଙ୍ଗରର ଭିଡିଓ ମିଳିଲା। ଭିଡିଓର କ୍ୟାପସନ୍ ରେ କୁହା ଯାଇଛି, “କାନାଡାର ପ୍ରଥମ ମାଗଣା ଖାଦ୍ୟ ଟ୍ରକ୍-ଗୁରୁନାନକ ଦେବଜିଙ୍କର ଲଙ୍ଗର-ଶୁଭେଛା କ୍ଷୁଧା।”

ତେବେ କ’ଣ ଶିଖ୍ ମାନେ ୟୁକ୍ରେନ୍ ରେ ଲଙ୍ଗର ସେବା ଆରମ୍ଭ କରିଛନ୍ତି? 

ଏନଡିଟିଭି ଅନୁଯାୟୀ ୟୁକ୍ରେନ୍ ରେ ଏକ ଟ୍ରେନ୍ ପୋଲାଣ୍ଡ ସୀମା ଅଭିମୁଖ ହେଉଥିଲା। ୟୁକ୍ରେନ୍ ନିଜ ବିମାନ ସେବା ବନ୍ଦ କରିବା ପରେ ଅନେକ ଲୋକ ଟ୍ରେନ୍ ମାଧ୍ୟମରେ ପୋଷୀ ଦେଶକୁ ସ୍ଥାନାନ୍ତର ହେଉଛନ୍ତି। ସର୍ବପ୍ରଥମେ ପ୍ରସାରିତ ଭିଡିଓ, ଖାଲସା ଏଡ୍ ପ୍ରତିଷ୍ଠିତା ସିଇଓରବୀନ୍ଦ୍ର ସିଂଙ୍କ ଦ୍ଵାରା ଅଂଶୀଦାର କରା ଯାଇଛି ଯେଉଁଥିରେ ଦର୍ଶାଯାଇଛି ଯେ ଚଳପ୍ରଚଳ ଟ୍ରେନ୍ ରେ ଛାତ୍ର ମାନେ ଲଙ୍ଗର ସେବାରେ ଖାଦଧୀ ଖାଉଛନ୍ତି। 

ଶେଷକଥା

ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ସହିତ କରା ଯାଇଥିବା ଦାବି ଆଂଶିକ ମିଥ୍ୟା ଅଟେ। ଭାଇରାଲ ଫୋଟୋ ୨୦୧୬ ରେ ଶିଖ୍ ମାନଙ୍କ ଦ୍ଵାରା କାନାଡାରେ ଲଙ୍ଗର ଅଭିଯାନ କରୁଥିବା ଫୋଟୋ ଅଟେ। ତଥାପି ୟୁକ୍ରେନ୍-ରୁଷ ମଧ୍ୟରେ ଚାଲୁଥିବା ଯୁଧ୍ୟ ସମୟରେ ୟୁକ୍ରେନ୍ ଲୋକଙ୍କୁ ଲଙ୍ଗର ସେବା ପ୍ରଦାନ କରୁଥିବା ଖବର ରହିଛି। 

Avatar

Title:୨୦୧୬ ମସିହାର କାନାଡାର ଫୋଟୋକୁ ୟୁକ୍ରେନ୍ ରେ ଯୁଧ୍ୟ ସମୟରେ ଶିଖ୍ ସମୁଦାୟ ଲୋକଙ୍କ ଦ୍ଵାରା ଏକ ଲଙ୍ଗର ଆୟୋଜିତ କରା ଯାଇଥିବା ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: Partly False

Leave a Reply

Your email address will not be published. Required fields are marked *