କ’ଣ ଗୋଡ଼ ଛାଲ ବାହାରି ଯାଇ ଥିବା ଦୃଶ୍ୟ ଦାଦନ ଶାରିକଙ୍କର? କ’ଣ ଶ୍ରମିକ ମାନେ ଚାଲି ଘରକୁ ଫେରିଥିବା କାରଣରୁ ତାଙ୍କ ଗୋଡ଼ରେ ଫୋଟକା ହେଇ ଯାଇଛି? ଜାଣନ୍ତୁ ସତ୍ୟ।

False Social
feet.jpg

କୋରୋନା ଭାଇରସକୁ ବ୍ୟାବୀବାରୁ ଅଟକାଇବା ପାଇଁ ସରକାର ବର୍ତମାନ ଦେଶ ସାରା ତାଲାବନ୍ଦ କରି ଦେଇଛନ୍ତି। ଏହା କାରାନରୁ ଅନ୍ୟ ରାଜ୍ୟ ଯାଇଥିବା ଶ୍ରମିକ ମାନେ ସେଠାରୁ ଫେରି ପାରୁ ନାହାନ୍ତି। କାମ ମିଳୁ ନାହିଁ ବୋଲି ତାଙ୍କ ଭୋକର କୌଣସି ସୀମା ନାହିଁ। ରାଜ୍ୟ ସରକାରକୁ ଅନେକ ଗୁହାର ଲଗାଇ ନିଜ ରାଜ୍ୟ ଫେରିବା ପାଇଁ ଇଛା ବ୍ୟକ୍ତ କରୁଛବ୍ତି। କିଛି ଶ୍ରମିକ ମାନେ ସହ ସହ କିଲୋମିତିର ଚାଲି ନିଜ ଗାଁ ଫେରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଫୋଟୋ ପୋଷ୍ଟ କରା ଯାଇଛି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ କିଛି ପିଲା ନିଜ ପାଦ ଦେଖେଇ ବସିଛନ୍ତି ଏବଂ ତାଙ୍କ ପାଦର ଛାଲ ବାହାରି ଯାଇଅଛି ଓ ଫୋଟୋକା ହେଇ ଯାଇ ଅଛି। ୧୪ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର “ଉତ୍କଳ ସେନା ବିଜେପି ଓଡ଼ିଶା” ନାମକ ପେଜରେ ଏହି ଫୋଟୋ ପୋଷ୍ଟ  କରି ଏହା ଦାବି କରିଛନ୍ତି ଯେ ଦାଦନ ଶ୍ରମିକ ମାନେ ଚାଲି ଚାଲି ନିଜ ଗାଁ କୁ ଫେରିଥିବାରୁ ତାଙ୍କ ଗୋଡ଼ରେ ଫୋଟୋକା ହେଇ ଯାଇଛି। 

ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ବିଷୟରେ ଅନୁସନ୍ଧାନ କରି ଏହା କୁ ମିଥ୍ୟା ଖବର ପାଇଲା। 

fb.jpg

Facebook | Archive

ଏହା ପରେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଏହି ଗୁଜବ କେଉଁଠୁ ସୃଷ୍ଟି ହେଇଅଛି। ଆମେ ଏହି ପୋଷ୍ଟ କୁ ଟୁଇଟରରେ ଖୋଜି ବାହାର କରିଲୁ। ୧୬ ଏପ୍ରିଲ ୨୦୨୦ ରେ ଜଣେ କଂଗ୍ରେସ ନେତା ଏହି ଫୋଟୋ ପୋଷ୍ଟ ଟୁଇଟରରେ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ବିଦେଶରୁ ଫେରି ଥିବା ଭାରତୀୟ ମାନଙ୍କୁ ଠିକ ଭାବେ ସମ୍ଭାଳି ପାରି ନଥିବା କାରଣରୁ ସେମାନେ ଦେଶ ସାରା କୋରୋନା ରୋଗ ବିସ୍ତାର କରୁଛନ୍ତି। ସେଥିପାଇଁ ଏହି ଅସହାୟ ଲୋକ ମାନେ ପଦଯାତ୍ରା କରିବା କୁ ବାଧ୍ୟ ହେଇଛନ୍ତି। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ୧ ଅକ୍ଟୋବର ୨୦୧୮ ମସିହାରେ ଲଣ୍ଡନ ପୋଷ୍ଟ ନାମକ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ଏହି ଫୋଟୋ ଛାପି ଥିବା ପାଇଲୁ। ଏହି ଅନୁଛେଦରେ ଲେଖା ଯାଇଅଛି ଯେ ପାକିସ୍ତାନର ସିନ୍ଦ ପ୍ରାନ୍ତରେ ରହୁଥିବା ସୁଜାବଲ ଅବବ ନାମକ ଜଣେ ବ୍ୟକ୍ତିଙ୍କ ଦୁଇଟା ଝିଅ ଏବଂ ଦୁଇଟା ପୁଅ ଅଛନ୍ତି। ଏହି ଚାରି ପିଲା ମାନଙ୍କୁ ଗୋଟିଏ ରୋଗ ମାଡ଼ି ବସିଛି ଓ ସେଥିପାଇଁ ତାଙ୍କ ପାଦର ଏହି ଅବସ୍ତା ଅଛି। ଏହି ୪ ଜଣଙ୍କର ଚିକିତ୍ସା ହେବା ଦରକାର ଓ ସେମାନେ ଆର୍ଥିକ ସାହାଜ୍ଯତା ଖୋଜୁଛନ୍ତି। ସିନ୍ଦ ପ୍ରାନ୍ତ ଏପରି ସ୍ଥାନ ଯେଉଁଠାରେ ମଣିଷ ଏବଂ ପଶୁ ଗୋଟିଏ ଜାଗା ରୁ ପାଣି ସେବନ କରନ୍ତି। ଜର୍ଦାରୀ ଏବଂ ନାୱାଜ ଶରିଫ ଅନେକ ପଇସାର ଘୋତାଲା କରିଛନ୍ତି କିନ୍ତୁ ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ରେ କିଛି ବିକାଶ ଆଣି ନାହାନ୍ତି।

london post.png

London Post | Archive

୧୬ ଏପ୍ରିଲ ୨୦୨୦ ରେ ରିପବ୍ଲିକ ୱାର୍ଲ୍ଡ ରେ ପ୍ରକାଶିତ ହେଇଥିବା ଅନୁଛେଦରେ ଏହା କୁହା ଯାଇଅଛି ଯେ କଂଗ୍ରେସ ଗୁଜବ ବିସ୍ତାର କରି କେନ୍ଦ୍ର ସରକାରକୁ ନିଚା ଦେଖାଉଛି। କଂଗ୍ରେସ ମୁଖପାତ୍ର ଆମେରିକାଇ ନାରାୟନନ ନିଜ ଟୁଇଟର ହେଣ୍ଡେଲରେ ପିଲା ମାନଙ୍କ ଗୋଡ଼ ଫୋଟୋ ଟୁଇଟ କରି କହିଛନ୍ତି ଯେ ଏହି ଫୋଟୋ ଯୋଜନାବନ୍ଧ ତାଲାବନ୍ଦ ଯୋଗୁ ହେଇଛି। ଯାଞ୍ଚ କରିଲା ପରେ ଜଣା ପଡ଼ିଲା ଯେ ଏହି ଫୋଟୋ ପାକିସ୍ତାନର ଅଟେ। ଯେତେବେଳେ ଏହି କଥା କଂଗ୍ରେସ ମୁଖପାତ୍ରଙ୍କ ସାମନାକୁ ଆସିଲା, ସେତେବେଳେ ସେ ନିଜ ସଫେଇ ରେ କହିଲେ ଯେ ସେ କହି ନାହାନ୍ତି କି ଏହା ଭାରତର ଫୋଟୋ ଅଟେ। 

republic.jpg

Republic World | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଜଣା ପଡ଼ିଲା ଯେ ଏହି ଫୋଟୋ ପାକିସ୍ତାନ ର ଏବଂ ଏହା ୨୦୧୮ ମସିହାର ଅଟେ। ଏହାର ସମ୍ବନ୍ଧ କୋରୋନା ଭାଇରସ, ତାଲାବନ୍ଦ ବା ଦାଦନ ଶ୍ରମିକଙ୍କ ସହିତ ନାହିଁ। ୨୦୧୮ ମସିହାର ପାକିସ୍ତାନର ଫୋଟୋକୁ ବର୍ତମାନ ସମୟର ଦାଦନ ଶ୍ରମିକଙ୍କ ଅବସ୍ତା କହି ସୋସିଆଲ ମିଡିଆରେ ଭାଇରାଲ କରା ଯାଉଅଛି। 

Avatar

Title:କ’ଣ ଗୋଡ଼ ଛାଲ ବାହାରି ଯାଇ ଥିବା ଦୃଶ୍ୟ ଦାଦନ ଶାରିକଙ୍କର? କ’ଣ ଶ୍ରମିକ ମାନେ ଚାଲି ଘରକୁ ଫେରିଥିବା କାରଣରୁ ତାଙ୍କ ଗୋଡ଼ରେ ଫୋଟକା ହେଇ ଯାଇଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *