
ପଶ୍ଚିମବଙ୍ଗ ନିର୍ବାଚନ ପରେ ଗଣମାଧ୍ୟମ ଏବଂ ବିଭିନ୍ନ ସୋସିଆଲ ମିଡିଆ ୱେବସାଇଟରେ ଅନେକ ଦଙ୍ଗା ହେଉଥିବା ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳିଛି। ଅନେକ ପୋଷ୍ଟରେ ଦାବି କରା ଯାଇଥିଲା ଯେ ଏହି ଦଙ୍ଗା ଟିଏମସି ଦଳ ଗୁଣ୍ଡା ମାନେ ସୃଷ୍ଟି କରିଛନ୍ତି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ପରି କିଛି ପୋଷ୍ଟର ଅନୁସହ୍ନାଁ କରି ତାହାକୁ ମିଥ୍ୟା ବୋଲି ପ୍ରମାଣ କରିଛି।
ଏହି ସମୟରେ ଆହୁରି ଗୋଟିଏ ପୋଷ୍ଟ ସମାନ ଦାବି ସହିତ ଭାଇରାଲ ହେଉଥିବା ମିଳିଛି। ଏହିଇ ପୋଷ୍ଟରେ ଦୁଇଟି ଫୋଟୋ ଅଛି। ପ୍ରଥମ ଫୋଟୋରେ ଜଣେ ବ୍ୟକ୍ତି ଭିଡ଼ ମଧ୍ୟରେ କୋଲକାତା ପୋଲିସ ଗାଡ଼ି ଉପରେ ବସିଛନ୍ତି ଏବଂ ଦ୍ଵିତୀୟ ଫୋଟୋରେ ଜଣେ ବ୍ୟକ୍ତି ଦଙ୍ଗା ହେଉଥିବା ସମୟରେ ପଥର ଫୋପାଡ଼ୁ ଥିବା ଦେଖିବାକୁ ମିଳିଛି। ଫୋଟୋ ସହିତ ଦାବି କରା ଯାଇଅଛି ଯେ ବର୍ତ୍ତମାନ ପଶ୍ଚିମବଙ୍ଗରେ ଟିଏମସି ଗୁଣ୍ଡାରାଜ ଚାଲିଛି।
ଫେକ୍ଟ କୃସେଣ୍ଡୋ ଅନୁସନ୍ଧାନ କରି ପାଇଲା ଯେ ପ୍ରଥମ ଦୁଇଟି ଫୋଟୋ ପୁରୁଣା ଥିବା ବେଳେ ତୃତୀୟ ଫୋଟୋ ବାଙ୍ଗଲାଦେଶର ଅଟେ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପ୍ରତ୍ଯେକ ଫୋଟୋର ସତ୍ୟତା ଜାଣିବା ପାଇଁ ଚେଷ୍ଟା କରିଲୁ। ଆମ ଅନୁସନ୍ଧାନର ଫଳାଫଳ ଆପଣ ତଳେ ପାଢୀ ପାରିବେ।
ଫୋଟୋ ୧:
ପ୍ରଥମ ଫୋଟୋରେ ଆମେ ଦେଖିବାକୁ ପାଇଲୁ ଯେ ଜଣେ ବ୍ୟକ୍ତି କୋଲକାତା ପୋଲିସ ଗାଡ଼ି ଉପରେ ବସିଛନ୍ତି। ଏହି ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଫୋଟୋ ୭ ଅଗଷ୍ଟ ୨୦୨୦ ମସିହାରେ ଜଣେ ଟୁଇଟର ୟୁଜର ନିଜ ଟୁଇଟ କରିଥିବା ମିଳିଲା। ଏହି ଟୁଇଟରେ ଫୋଟୋ ସହିତ ଲେଖା ଯାଇଅଛି ଯେ “ଏହି ଫୋଟୋ ଗୁଡ଼ିକ କୋଲକାତାର ଏବଂ ଯଦି ମୁଁ ସ୍ପଷ୍ଟ ଭାବରେ କହି ପାରିବି ଏହା ରାଜବଜାର ଅଞ୍ଚଳର ଫୋଟୋ ଅଟେ। କୋଲକାତା ପୋଲିସ କୋଲକାତା ଟ୍ରାଫିକ୍ ପୋଲିସ ଅନୁଜ ଶର୍ମା ଆଇପିଏସ, ଏହି ଲୋକ ମାନେ କ’ଣ କରିବାକୁ ଚେଷ୍ଟା କରୁଛନ୍ତି? ପାର୍କ ସର୍କସ୍ ଅଞ୍ଚଳରେ ସେମାନେ ବିନା ହେଲ୍ମେଟ ପିନ୍ଧି ଗାଡ଼ି ଚଲାଉଥିବା ସମୟରେ ଆପଣ ଅସହାୟ ହେଇ ଚିଡ଼ା ହେଇଥିଲେ।”
ଉପରୋକ୍ତ ଫୋଟୋରେ ଆମେ ପୋଲିସ ଗାଡ଼ିରେ କୋଲକାତା ପୋଲିସ ସହିତ ନାରକେଲଡେଙ୍ଗା ପୋଲିସ ମଧ୍ୟ ଲେଖା ହେଇଥିବା ଦେଖିବାକୁ ପାଇଲୁ। ଏହା ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ଏହି ଘଟଣା ନାରକେଲଡେଙ୍ଗା ଅଞ୍ଚଳର ଅଟେ।

ଏହା ପରେ ଫେକ୍ଟ କୃସେଣ୍ଡୋ ମଲୟାଲମ ଦଳ କୋଲକାତା ପୋଲିସ ଜଏଣ୍ଟ କମିଶନର ମୁରଲୀଧର ଶର୍ମା ସହିତ ଯୋଗାଯୋଗ କରିଲେ। ମୁରଲୀଧର ଶର୍ମା ଆମକୁ ଘଟଣା ବିଷୟରେ ସୂଚନା ଦେଇ କହିଲେ “ଏହି ଘଟଣା ରାଜନୈତିକ ଉଦ୍ଦେଶ୍ୟମୂଳକ ଘଟଣା ନୁହେଁ ବରଂ ଏହା ଗତ ବର୍ଷ ସାମ୍ପ୍ରଦାୟିକ ସଂଘର୍ଷର ଫୋଟୋ ଅଟେ। ଏଥିରେ କୌଣସି ରାଜନୈତିକ ଦଳ ଜଡ଼ିତ ଥିବା ଜଣା ପଡ଼ି ନାହିଁ। ଅଗଷ୍ଟ ୫ ତାରିଖ ଦିନ ରାମ ଜନ୍ମ ଭୂମି ପୂଜନ ଦିନ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପରେ ଦୁଇ ଦଳ ରାସ୍ତା ଅବରୋଧ କରିଥିଲେ। ଫୋଟୋରେ ପୋଲିସ ଗାଡ଼ି ଉପରେ ବସିଥିବା ବ୍ୟକ୍ତି ଜଣେ ଧର୍ମଗୁରୁ ସରାଫତ ଇବ୍ରାର ଅଟନ୍ତି। ସେ ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ସେଠାରୁ ହଟାଇବା ପାଇଁ ପୋଲିସ ସହିତ ଯାଇଥିଲେ। କିନ୍ତୁ ରାସ୍ତା ପାର୍ଶ୍ଵରେ ଚିଡ଼ା ହେଇଥିବା ଲୋକେ ଆସି ପୋଲିସ ଗାଡ଼ି ଉପରେ ଚଢିଥିଲେ। ନାରକେଲଡେଙ୍ଗା ପୋଲିସ ଆଇପିସି କହିଛନ୍ତି ଯେ ସେହି ଲୋକ ମାନଙ୍କ ବିରୁଦ୍ଧରେ ୧୮୮, ୧୪୩, ଏବଂ ୫୧(ବି) ସହିତ ୨୦୩ ଧାରା ଅନ୍ତର୍ଗତ ମାମଲା ରୁଜୁ କରା ଯାଇଅଛି।”
ଫୋଟୋ ୨:
ଏହି ଫୋଟୋରେ ଜଣେ ବ୍ୟକ୍ତି ଦଙ୍ଗା ଚାଲିଥିବା ସମୟରେ ପଥର ଫୋପାଡ଼ିବାର ଦେଖିବାକୁ ମିଳିଛି। ଏହି ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଏହାର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୬ ମଇ ତାରିଖରେ ଗୋଟିଏ ୱେବସାଇଟରେ ଏହି ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ଅନୁଛେଦ ଅନୁଯାୟୀ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶ ଗସ୍ତକୁ ବିରୋଧ କରି ବାଙ୍ଗଲାଦେଶ ପୋଲିସ ଅଧିକାରୀ ମାନେ ଇସଲାମବାଦୀ କାର୍ଯ୍ୟକର୍ତ୍ତାଙ୍କ ସହ ସଂଘର୍ଷ କରିଥିଲେ। ଏହି ଘଟଣା ଢାକାରେ ଶୁକ୍ରବାର ଦିନ ପ୍ରାର୍ଥନା ପରେ ବାଇତୁଲ ମୁକରମ ମସଜିଦ ପାଖରେ ଘଟିଥିଲା।

ଏହି ୱେବ୍ସାଇଟର ଫୋଟୋକୁ ଦେଖିଲା ପରେ ଆମେ ଜାଣିବାକୁ ପାଇଲୁଯେ ଭାଇରାଲ ହେଉଥିବା ଫୋଟୋ ଏବଂ ଏହି ଫୋଟୋ ସମାନ ଅଟେ। ତଳେ ଆପଣ ଦୁଇଟି ଫୋଟୋର ତୁଳନା ଦେଖି ପାରିବେ। ଭାଇରାଲ ଫୋଟୋରେ ପଥର ଫୋପାଡ଼ୁ ଥିବା ବ୍ୟକ୍ତି ଏବଂ ୱେବସାଇଟରେ ପ୍ରମାଣ ସ୍ୱରୂପ ମିଳିଥିବା ଫୋଟୋରେ ସମାନ ଲୋକ ଅଛନ୍ତି।

ଏହି ଫୋଟୋ ଆମକୁ ଗେଟି ଇମେଜ୍ ୱେବସାଇଟରେ ମଧ୍ୟ ପ୍ରକାଶିତ ହୋଇଥିବା ମିଳିଲା। ଏହି ୱେବସାଇଟରେ କୁହା ଯାଇଅଛି ଯେ ଇସଲାମବାଡି ଗୋଷ୍ଠୀର କାର୍ଯ୍ୟକର୍ତ୍ତା ମାନେ ୨୬ ମାର୍ଚ ୨୦୨୧ ରେ ଢାକାରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ବିରୋଧ କରୁଥିବା ବେଳେ ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋର ବର୍ତ୍ତମାନ ପଶ୍ଚିମବଙ୍ଗ ନିର୍ବାଚନ ପରେ ରାଜ୍ୟର ସ୍ଥିତି ସହିତ କୌଣସି ସମ୍ବନ୍ଧ ନାହିଁ। ପ୍ରଥମ ଫୋଟୋ ଗତ ବର୍ଷ ସାମ୍ପ୍ରଦାୟିକ ସଂଘର୍ଷର ଫୋଟୋ ଅଟେ ଏବଂ ଦ୍ଵିତୀୟ ଫୋଟୋ ବାଙ୍ଗଲାଦେଶର ଅଟେ। ଭାଇରାଲ ହେଉଥିବା ପୋଷ୍ଟର ଦାବିରେ କୌଣସି ସତ୍ୟତା ନାହିଁ।

Title:କ’ଣ ଭାଇରାଲ ହେଉଥିବା ଫୋଟୋରେ ଟିଏମସି ଗୁଣ୍ଡା ମାନେ ବାଙ୍ଗାଳରେ ଦଙ୍ଗା କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
