
କୋରୋନା ଭାଇରସ ସାରା ଦୁନିୟାରେ ବ୍ୟାପୁ ଥିବା ସମୟରେ, ଏହା କୁ ନେଇ ଲୋକେ ସତର୍କତା ଗ୍ରହଣ କରି ଚଳୁଛନ୍ତି। ସରକାର ମଧ୍ୟ ଲୋକଙ୍କୁ ଏହା କହି ସାରିଛି ଯେ ବର୍ତମାନ ସମୟରେ କୋରୋନା ଠାରୁ ରକ୍ଷା ପାଇବା ପାଇଁ ସତର୍କ ରହିବା ଆବଶ୍ୟକ। ଏହି କଥା ମାନି ଲୋକେ ନିଜ ଘରୁ ସ୍ସହଜେ ବାହାରୁ ନାହାନ୍ତି, ସାମାଜିକ ଦୂରତାର ପାଳନ କରି ନିଜ କୁ ଏବଂ ଅନ୍ୟକୁ ସୁରକ୍ଷିତ ରଖୁଛନ୍ତି। ତଥାବି ଏପରରୀ କେତେ ଘଟଣା ମଧ୍ୟ ସାମନାକୁ ଆସିଛି ଯେଉଠି ଲୋକେ ଲକଡାଉନ କୁ ହେଲା କରିଛନ୍ତି ଏବଂ ଅନେକ ସ୍ଥାନରେ ଏକାଠି ହୋଇ ମିସିଛନ୍ତି।
ଏହି କଠିନ ସମୟରେ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ବସନ୍ତ କୁମାର ନାମକ ଜଣେ ଫେସବୁକ ୟୁଜର ୧ ଏପ୍ରିଲରେ ଓଡ଼ିଶା ୱୀଥ ବିଜେପି ନାମକ ପେଜରେ ଗୋଟିଏ ଭିଡିଓ ପୋସ୍ତ କରିଛନ୍ତି। ଏହି ଭିଡିଓରେ ଦେଖିବା କୁ ମିଳିଛି ଯେ ଗୋଟିଏ ସମୁଦାୟର କିଛି ଲୋକ ଥାଳି, ଚାମୁଚ ଓ ଅନ୍ୟ ବାସନ ଚାଟି ସଫା କରୁଛନ୍ତି। ପୋଷ୍ଟରେ କରା ଯାଇଥିବା ଦାବି ରେ କୁହା ଯାଇଅଛି ଯେ ଏପରି କୋରୋନା ଭୂତାଣୁ ବଣ୍ଟା ଯାଉଛି। ଏହି ସମୁଦାୟର ଲୋକଙ୍କୁ କୁକୁର ସହିତ ତୁଳନା କରି ଏହା ମଧ୍ୟ କୁହା ଯାଇଅଛି ଯେ କୁକୁର ମାନେ ଏହି ଲିକଙ୍କ ଠାରୁ ଅଧିକ ସଂସ୍କାରୀ।
ଆସନ୍ତୁ ଜାଣିବା ଏହି ଭିଡିଓର ସତ୍ୟତା କଣ:
ଏହି ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓକୁ ଇନଭିଡ ଟୁଲ ସାହାଜ୍ଯରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ଏହି ଫ୍ରେମ ଗୁଡ଼ିକର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହା ସମ୍ବନ୍ଧରେ ଭୀମେଓ ନାମକ ସାଇଟରେ ଏହି ଭିଡିଓ ମିଳିଲା। ଏହି ଭିଡିଓ ୩୧ ଜୁଲାଇ ୨୦୧୮ ମସିହାରେ ପୋଷ୍ଟ କରା ଯାଇଛି। ଭୀମେଓରେ ହେଇଥିବା ଏହି ପୋଷ୍ଟରେ ଏହା କୁହା ଯାଇଛି ଯେ ଥାଳି, ଚାମୁଚ ଏବଂ ଅନ୍ୟ ବାସନ ଚାଟିବାର ଅଦଭୁତ ବ୍ୟବହାର ଦେଖିବାକୁ ମିଳେ ବୋହରା ସମୁଦାୟ ଲୋକଙ୍କ ମଧ୍ୟରେ। ବୋହରା ସମୁଦାୟ ମୁଖ୍ୟାଙ୍କ ଆଦେଶରେ ଏହା କରା ଯାଉଛି। ମୁଖ୍ୟାଙ୍କ କଥା ହେଲା ଣ କରି ଏହି ଲୋକ ମାନେ ବାସାନରେ ଲାଗି ଥିବା ଅନ୍ନର ଗୋଟିଏ ଗୋଟିଏ ଦାନା ଚାଟି ଖାଉଛନ୍ତି। ବୋହରା ସମୁଦାୟ ଲୋକେ ୮ ରୁ ୯ ଜଣ ଗୋଟିଏ ବଡ଼ ଥାଳିରେ ଏହା ସାଥି ଖାନ୍ତି।
ଏହା ପରେ ଆମେ ଗୁଗୁଲରେ ଯାଇ “ବୋହରା କମ୍ୟୁନିଟି ପିପୁଲ ଲିକିଙ୍ଗ ପ୍ଳେଟ” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ବୋହରା ସମୁଦାୟ ଲୋକଙ୍କ ଏକାଠି ହୋଇ ଖାଉ ଥିବା ଗୋଟିଏ ଫୋଟୋ ମିଳିଲା। ଏହି ଫୋଟୋରେ ଲୋକଙ୍କ ପିନ୍ଧି ଥିବା ଟୋପି ଏବଂ ପୋଷ୍ଟ କରା ଯାଇଥିବା ଭିଡିଓରେ ଲୋକଙ୍କ ପିନ୍ଧି ଥିବା ଟୋପି ସମାନ ଅଟେ। ସେଥିପାଇଁ ଆମେ ଏହା ନିଷ୍କର୍ଷରେ ପହଞ୍ଚିଲୁ ଯେ ଭିଡିଓରେ ଥିବା ଲୋକ ବୋହୋରା ସମୁଦାୟର ଅଟନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ବର୍ତମାନ ସମୟର ନୁହେଁ। ଏହି ଭିଡିଓ ୩୧ ଜୁଲାଇ ୨୦୧୮ ମସିହାରେ ପୋଷ୍ଟ କରା ଯାଇଥିଲା। କୋରୋନା ଭାଇରସ ଡିସେମ୍ବର ୨୦୧୯ ମସିହାରୁ ବ୍ୟାପିବା ଆରମ୍ଭ ହେଇଥିଲା। ସେଥି ପାଇଁ ପୋଷ୍ଟ କରା ଯାଇଥିବା ଭିଡିଓର କୋରୋନା ସହିତ କୌଣସି ସମ୍ବନ୍ଧ ନାହିଁ ଏବଂ ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Title:କ’ଣ ଭିଡିଓରେ ଥିବା ଲୋକେ ବର୍ତମାନ କୋରୋନା ସମୟରେ ବାସନ ଚାଟୁଛନ୍ତି? କ’ଣ ଏହି ଭିଡିଓର ସତ୍ୟତା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False