
ଆସନ୍ତା କିଛି ଦିନ ପରେ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଯାଉଛି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳୁଛି ଯେଉଁଥିରେ ମିଥ୍ୟା ଦାବି କରା ଯାଇଛି। ଏକ ଭିଡିଓ ବର୍ତ୍ତମାନ ସାମାନ୍ନକୁ ଆସିଛି ଯେଉଁଥିରେ ବିଜେପି ନେତା ସ୍ମୃତି ଇରାନୀ ନିଜ ଗାଡ଼ିରେ ଯାଉଥିବା ସମୟରେ କିଛି ଲୋକେ ଆନ୍ଦୋଳନ କରି ତାଙ୍କ ରାସ୍ତା ଅବରୋଧ କରୁଛନ୍ତି। ସେହି ସମୟରେ ସ୍ମୃତି ଇରାନୀ ମଧ୍ୟ ସେମାନଙ୍କୁ କିଛି ଅନୁରୋଧ କରୁଥିବା ଦେଖିବାକୁ ମିଳିଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ପରେ ଭାଇରାଲ ଭିଡିଓକୁ ପୁରୁଣା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୩୦ ଜାନୁଆରୀରେ ଶ୍ରିବାତ୍ସ କର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, “ୟୁପି ରେ କଂଗ୍ରେସ ବାଲା ସ୍ମୃତି ଇରାନୀଙ୍କ ଗାଡ଼ି ଅଟକେଇ ବିରୋଧ କଲେ ଏବଂ ମନମୋହନ ସିଂହଙ୍କୁ ଚୁଡି ପଠେଇଥିବା ସ୍ମୃତି ଇରାନୀଙ୍କୁ କଂଗ୍ରେସ ବାଲା ଚୁଡି ଦେଖେଇଲେ। ବୋଧହୁଏ ସ୍ମୃତି ଇରାନୀ ମବ୍ ଲିଞ୍ଚିଙ୍ଗର ଶିକାର ହେଉ ହେଉ ବଞ୍ଚି ଗଲେ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଭିଡିଓ ବିଷୟରେ ସୂଚନା ଏକତ୍ର କରିବାକୁ ଚେଷ୍ଟା କରିଲୁ। ଫଳାଫଳରେ ଆମକୁ ୩ ଅକ୍ଟୋବର୨୦୨୦ ମସିହାରେ ସମାନ ଘଟଣା ନେଇ ଏକ ସମ୍ବାଦ ଡେକାନ୍ ହେରାଲ୍ଡ ପତ୍ରିକା ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟ ଅନୁଯାୟୀ ଏହି ଘଟଣା ଉତ୍ତରପ୍ରଦେଶର ବାରାଣାସିର ଅଟେ ଯେତେବେଳେ ୧୯ ବର୍ଷୀୟ ଏକ ଦଳିତ ଝିଅର ହାଥରସରେ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ନେଇ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଗାଡ଼ି ଅଟକାଇଥିଲେ। ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସରକାର ବିରୁଦ୍ଧରେ ନାରା ମଧ୍ୟ ଦିଆ ଯାଇଥିଲା।

ସମାନ ଘଟଣା ବିଷୟରେ ୟୁଟ୍ୟୁବରେ ସର୍ଚ୍ଚ କରିଲା ପରେ ଆମକୁ ୩ ଅକ୍ଟୋବର ୨୦୨୦ରେ ଟିଭି୯ ଭାରତବର୍ଷ ନାମକ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ କୁହା ଯାଇଛି ଯେ “ସ୍ମୃତି ଇରାନୀ ଗୋ ବେକ୍ ଏବଂ ସ୍ମୃତି ଇରାନୀ ଇସ୍ତଫା ଦିଅ” ନାରା ସହିତ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ସ୍ମୃତି ଇରାନୀଙ୍କ ଗାଡ଼ି ଅଟକାଇଥିଲେ। ହାଥରସ ପୀଡ଼ିତାକୁ ନ୍ୟାୟ ଦେବା ପାଇଁ ଏହି ଆନ୍ଦୋଳନ କରା ଯାଇ ଥିଲା। ଏହି ଆନ୍ଦୋଳନ କରୁଥିବା କଂଗ୍ରେସ କାର୍ଯ୍ୟକର୍ତ୍ତା ମାନଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡିଓ ସହିତ ଭାଇରାଲ ହେଉଥିବା ଦାବି ପ୍ରସଙ୍ଗ ବାହାରେ ଅଟେ। ସ୍ମୃତି ଇରାନୀଙ୍କ ବିରୁଦ୍ଧରେ ବିରୋଧ କରୁଥିବା କଂଗ୍ରେସ କାର୍ଯ୍ୟକର୍ତ୍ତା ମାନଙ୍କ ପୁରୁଣା ଭିଡିଓକୁ ସମ୍ପ୍ରତି ସମୟର ଦାବି ସହିତ ଭାଇରାଲ କରା ଯାଉଛି। ଭାଇରାଲ ଭିଡିଓ ୨୦୨୦ ମସିହାର ଅଟେ ଯେତେବେଳେ ସ୍ମୃତି ଇରାନୀ ବାରାଣାସି ଯାଇଥିଲେ।

Title:କ’ଣ ବିଜେପି ନେତା ସ୍ମୃତି ଇରାନୀଙ୍କ ଗାଡ଼ି ଅଟକାଇବାର ଏହି ଭିଡିଓ ସମ୍ପ୍ରତି ସମୟର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Missing Context
