
ନିକଟରେ ଦେଶ ପାଇଁ ଏକ ଦୁଖଦ ଖବର ସାମନାକୁ ଆସିଛି। ସୁର କୋକିଲା ଏବଂ ଦେଶର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେଶକରଙ୍କ ଦେହାନ୍ତ ହୋଇଛି। ଗତ ମାସ କରୋନା ଆକ୍ରାନ୍ତ ହୋଇଥିବାରୁ ଲତା ମଙ୍ଗେଶକରଙ୍କୁ ମୁମ୍ବଇର ବ୍ରିଚ୍ କେଣ୍ଡି ହସ୍ପିଟାଲରେ ଦାଖଲ କରା ଯାଇଥିଲା। ଟାଙ୍କିଉ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସିନେମା ଜଗତ, ନେତା ଏବଂ ଅନ୍ୟାନ୍ୟ ସେଲିବ୍ରେଟି ମାନେ ନିଜ ଯୋଗଦାନ ଦେଇ ଥିଲେ। ସେମାନଙ୍କ ମଧ୍ୟରୁ ଶାହରୁଖ ଖାନ ମଧ୍ୟ ଥିଲେ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଶାହରୁଖ ଖାନ ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଏହା ପରେ ଶାହରୁଖ ଖାନ ନିଜ ମାସ୍କ ତଳକୁ କରି କିକିଛି କରିଛନ୍ତି ଯାହା ଦେଖିଲେ ପ୍ରତୀତ ହେଉଛି ଯେ ସେ ଛେପ ପକାଉଛନ୍ତି। କିନ୍ତୁ କ’ଣ ସେ ପ୍ରକୃତରେ ଛେପ ପକାଇଥିଲେ? ଆସନ୍ତୁ ଜାଣିବା।
କ’ଣ ଦାବି ଏହି ପୋଷ୍ଟର?
୬ ଜାନୁଆରୀରେ ପ୍ରଦୀପ୍ତ କୁମାର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଦାବି କରିଛନ୍ତି ଯେ, “ସାରୁ ଖା, ଲତା ମଙ୍ଗେଶକରଙ୍କୁ କାଫିର ବୋଲି ଛେପ ପକାଇ ଦେଲେ ଶ୍ରଦ୍ଧାଞ୍ଜଳି। ସେକୁଳାର ସୁଧୁରି ଯାଅ… ଏବେ ବି ସମୟ ଅଛି ନିଜ ଧର୍ମକୁ ଭଲ ପାଅ… ଧର୍ମୋ ରକ୍ଷିତ ରକ୍ଷିତ”
ଆମ ଅନୁସନ୍ଧାନ
ରବିବାର ଦିନ ମୁମ୍ବାଇର ଶିବାଜି ପାର୍କରେ ଲତା ମଙ୍ଗେଶକର ରାଜ୍ୟ ସମ୍ମାନ ସହିତ ଶବଦାହ କରା ଯାଇଥିଲା। ସେହି ସମୟରେ ଶାହରୁଖ ଖାନ ଏବଂ ତାଙ୍କ ମେନେଜର ପୂଜା ଦଦଲାନୀ ଉପସ୍ଥିତ ଥିଲେ। ଉଭୟଙ୍କ ଶ୍ରଦ୍ଧାଞ୍ଜଳି ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।
ଶାହରୁଖ ଖାନ ମାସ୍କ କାଢିଲା ପରେ କ’ଣ କରିଛନ୍ତି ଜାଣିବା ପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ କାଶ୍ମୀରର ଇସଲାମିକ ସ୍କୋଲାର ଆସିଫ ଇକାବାଳ ଭଟ୍ଟଙ୍କ ସହିତ ଯୋଗାଯୋଗ କରିଲା। ତାଙ୍କ କହିବା ଅନୁଯାୟୀ, “ଯଦି ସୁର ଅଲ୍-ଶିଫା ପାଠ କରି କାହା ପାଇଁ ପ୍ରାର୍ଥନା କରାଯାଏ, ତା’ହେଲେ ଏହା ପରେ ସେମାନଙ୍କ ଉପରେ ଫୁଙ୍କନ୍ତି। ଭିଡିଓରେ ମଧ୍ୟ ଲତା ମଙ୍ଗେଶକରଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଥିବା ବେଳେ ଶାରୁଖ ଖାନ ଫୁଙ୍କୁ ଥିବା ନଜର ଆସୁଛନ୍ତି।”
ବଙ୍ଗାଳର ହରିଚନ୍ଦନ ଅଞ୍ଚଳର ଅହଲେ ହଦୀସ୍ ସଂସ୍ଥା ସଦସ୍ୟ ଇମାମ ଅମିନୁଦ୍ଦିନ ଫୈଜି ଆମକୁ ସୂଚନା ଦେଇଛନ୍ତି ଯେ, “ଇସଲାମ ରୀତିନୀତି ଅନୁଯାୟୀ ଆଲ୍ଲାହଙ୍କ ନିକଟରେ ପ୍ରାର୍ଥନା ଶେଷ ହେବା ପରେ ମୁହଁରୁ ହାୱା ବାହାର କରା ଯାଏ। ଏହା କହିବା ଉଚିତ ହେବ ଯେ ଯେତେବେଳେ ଜଣେ ମୁସଲମାନ ଜୀବନର ଖୁଶି ସମୟ କିମ୍ବା ସମସ୍ଯା ସମୟରେ ଆଲ୍ଲାହଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେତେବେଳେ ସେ ହାତ ଯୋଡି ପ୍ରାର୍ଥନା କରନ୍ତି। ଭାଇରାଲ ଭିଡିଓରେ ମଧ୍ୟ ଶାହରୁଖ ଖାନ ଲତା ମଙ୍ଗେଶକରଙ୍କ ଶରୀର ସମ୍ମୁଖରେ ଠିଆ ହୋଇ ଆଲ୍ଲାହଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।”
ଆମେ ଯେଏନୟୁ ବିଶ୍ଵବିଦ୍ୟାଳୟର ଇସଲାମିକ ଷ୍ଟଡିଜ୍ ବିଶେଷଜ୍ଞ ଡାଃ ଜୁବୈର ହୁଦାବିଙ୍କ ଠାରୁ ଭାଇରାଲ ଭିଡିଓ ବିଷୟରେ ସୂଚନା ନେଲୁ। ତାଙ୍କ କହିବାନୁସାରେ, “ଇସଲାମରେ ଛେପ ପକାଇବା ହରାମ ଅଟେ। ସେଥିପାଇଁ ଭାଇରାଲ ଦାବି ଅନୁଯାୟୀ ଶାହରୁଖ ଖାନଙ୍କ ଛେପ ପକାଇବା ସମ୍ଭବ ନୁହେଁ। ଏହି ଭିଡିଓରେ ଶାହରୁଖ ଖାନ ଲତା ମଙ୍ଗେଶକରଙ୍କ ପାଇଁ ପ୍ରାର୍ଥନା କରିବା ପରେ ଫୁଙ୍କିଛନ୍ତି।”
ଜାମିଆ ମିଲିୟା ଇସଲାମିୟା କଲେଜର ପ୍ରଫେସର ତଥା ଇସଲାମିକ ଅଧ୍ୟୟନ ବିଭାଗର ମୁଖ୍ୟ ଡାଃ ଇକ୍ତିଦାର ଖାନ କହିଛନ୍ତି ଯେ, “ଇସଲାମରେ ସମାଧି ଦେବା ପୂର୍ବରୁ କିମ୍ବା ମରୁତ ଦେହର ଶବଦାହ ପୂର୍ବରୁ, ଯେତେବେଳେ ମରୁତ ଦେହ ଦେଖା ଯାଏ, ସେତେବେଳେ ଏକ ଦୁଆ ପାଠ କରାଯାଏ ଯାହାକି କୁରାନର ପ୍ରଥମ ପାଠ ସୁରା ଫାଟିହା କୁହା ଯାଏ ଏବଂ ଦେହାନ୍ତ ହୋଇଜଥିବା ଲୋକର ଶରୀର ସମ୍ମୁଖରେ ଏହି ଦୁଆ ପଢିଲା ପରେ ଫୁଙ୍କା ଯାଏ। ଏହା ଦ୍ଵାରା ଆମର ପ୍ରାର୍ଥନା ଗ୍ରହଣ ହୁଏ ଏବଂ ଆଲ୍ଲାହ ଏହି ଶରୀରକୁ କବ୍ର ଭିତରେ ଶାନ୍ତି ଦିଅନ୍ତି। ଦୁଆ ପଢିଲା ପରେ ଫୁଙ୍କିଲେ ଏହା ନିଷ୍କଚିତ ହୁଏ ଯେ ପ୍ରାର୍ଥନା ସେହି ବ୍ୟକ୍ତିଙ୍କ ନିକଟରେ ପହଞ୍ଚେ ଯାହାଙ୍କ ପାଇଁ ପ୍ରାର୍ଥନା କରା ଯାଇଥିଲା।”
ଶେଷକଥା:
ତଥ୍ୟ ଯାଞ୍ଚ କରିବା ପରେ, ଭିଡିଓ ସହିତ କରା ଯାଇ ଥିବା ଦାବିକୁ ଆମେ ମିଥ୍ୟା ବୋଲି ଜାଣିବା’କୁ ପାଇଲୁ। ଶାହରୁଖ ଖାନ ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ସମୟରେ ଛେପ ପକାଇନଥିଲେ ବରଂ ସେ ପ୍ରାର୍ଥନା କରି ଇସଲାମିକ ରୀତିନୀତି ଅନୁଯାୟୀ ଫୁଙ୍କି ଥିଲେ।

Title:କ’ଣ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଶାହରୁଖ ଖାନ ଛେପ ପକାଇଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
