
କିଛି ଦିନ ତଳେ ଓଡିଶା ରାଜ୍ୟର ସିମିଳିପାଳ ଜଙ୍ଗଲରେ ଭୀଷଣ ନିଆ ଲାଗିଅଛି। ସରକାର ଏହି ନିଆକୁ ଲିଭାଇବାର ଚେଷ୍ଟା କରୁଛି। ଏହି ଘଟଣା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେଉଛି। ଆଜି 6 ମାର୍ଚରେ ଜଣେ ଫେସବୁକ ୟୁଜର ତିନିଟା ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ହେଲିକପ୍ଟରରେ ନିଆ ଲିଭେଇବାର ଅଭିଯାନ ହେଉଛି। ଦାବି ଅନୁଯାୟୀ ଏହି ଫୋଟୋ ସିମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ।
ଫେକ୍ଟ କୃସେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଫୋଟୋ ୧:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଫୋଟୋ ୧୨ ନଭେମ୍ବର ୨୦୧୭ ମସିହାରେ ଗୋଟିଏ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଶିକୋରସ୍କି ପାଇଁ ଉତ୍ତର ଆମେରିକାର ବାଣିଜ୍ୟକ ବିକ୍ରିର ଆଞ୍ଚଳିକ ଉପାଧ୍ୟକ୍ଷ ଜାନେଟ ଏଟନ୍ କହିଛନ୍ତି, “ଏହି ବିମାନ ସାମରିକ ମାନଙ୍କ ପାଇଁ ତିଆରି ହୋଇଛି, ଅବିଶ୍ଵସନୀୟ ଚମତ୍କାରତା ଏବଂ କାର୍ଯ୍ୟଦକ୍ଷତା ଦେଖାଏ ଏବଂ ଏହାର ଦୁଇଟି ଶକ୍ତିଶାଳି ଇଞ୍ଜିନ ଅଛି। ଏଲଏ କାଉଣ୍ଟି ମଧ୍ୟ ଏକ ହେଲିକପ୍ଟର ଚାହୁଁଥିଲା ଯାହା ଉଦ୍ଧାର କାର୍ଯ୍ୟ ଏବଂ ଜରୁରୀ କାଳୀନ ଚିକିତ୍ସା ସେବା କରିବାରେ ସକ୍ଷମ ହୋଇଥିବ।

ଫୋଟୋ ୨:
ଆମକୁ ଏହି ଫୋଟୋ ଭର୍ଟିକାଲ୍ ମେଗାଜିନ ୱେବସାଇଟରେ ମିଳିଲା ଯେଉଁଥିରେ କୁହା ଯାଇଅଛି ଯେ ଆମେରିକା କାଲିଫୋର୍ନିୟାର ଭେଚୁରା ଅଞ୍ଚଳ ଠାରୁ ୨୦ କିଲୋମିଟର ଦୂରରେ ଥିବା ସାନ୍ତା ପଉଲା ନାମକ ସ୍ଥାନରେ ୨୦୧୭ ରେ ଅଗ୍ନିକାଣ୍ଡ ହେଇଥିଲା। ଏହି ସମୟରେ ଦୁଇଟି ହେଲିକପ୍ଟରରେ ନିଆ ଲିଭାଇବାର କାର୍ଯ୍ୟ କରା ଯାଇଥିଲା। ଭେଞ୍ଚୁରା କାଉଣ୍ଟି ବିମାନ ଚାଳକ ଦଳ ଅଗ୍ନି ନିର୍ବାପକ ହେଲିକପ୍ଟରକୁ କାର୍ଯ୍ୟରେ ଲଗେଇଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋର ସିମିଳିପାଳ ଅଗ୍ନିକାଣ୍ଡ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଫୋଟୋ ୨୦୧୭ ମସିହାରେ ଆମେରିକାର କାଲିଫୋର୍ନିୟା ସ୍ଥିତ ଭେଞ୍ଚୁରା ଅଞ୍ଚଳରେ ହେଇଥିବା ଅଗ୍ନିକାଣ୍ଡର ଫୋଟୋ ଅଟେ।

Title:କ’ଣ ହେଲିକପ୍ଟର ଦ୍ଵାରା ନିଆ ଲିଭେଇବାର ଏହି ଫୋଟୋ ବର୍ତ୍ତମାନ ସିମିଳିପାଳରେ ଘଟି ଥିବା ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False