
୨୬ ଜାନୁଆରୀ ଗଣତନ୍ତ୍ର ଦିବସ ଦିନ କୃଷକ ମାନେ ଟ୍ରାକ୍ଟର ରେଲି ଅଭିଯାନ କରିଥିଲେ। ଏହା ନେଇ ସୋସିଆଲ ମିଡିଆରେ ବର୍ତ୍ତମାନ ପେଟ୍ରୋଲ୍ ପମ୍ପର ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ନୋଟିସରେ ଲେଖା ଯାଇଅଛି କି ବୋତଲ ଏବଂ ଟ୍ରାକ୍ଟରରେ ପେଟ୍ରୋଲ ଦିଆ ଜୀବ ନାହିଁ। ପୋଷ୍ଟର ଦାବି ଅନୁଯାୟୀ ଏହି ନୋଟିସ ଦିଲ୍ଲୀ ପୋଲିସ ଦ୍ଵାରା ଲଗା ଯାଇଅଛି।
ଫେକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୩ ଜାଣିଆରିରେ ଦି ଲକ୍ଷ୍ନୋ ଏକ୍ସପ୍ରେସର ଫେସବୁକ ଏକାଉଣ୍ଟରେ ଏହି ଫୋଟୋ ଦେଖିବାକୁ ମିଳିଲା। ଏହି ପୋଷ୍ଟରେ ଲେଖା ଯାଇଅଛି ଯେ ଏହା ବାରାନାସିର ସେଦପୁର ଅଞ୍ଚଳର ଫୋଟୋ ଅଟେ।
ପୋଷ୍ଟର ଭାଇରାଲ ଫୋଟୋରେ ଲାଗିଥିବା ନୋଟିସ ତଳେ ମଧ୍ୟ “ଥାନାଧ୍ୟକ୍ଷ ସେଦପୁର” ଲେଖା ଯାଇଅଛି।

ଏହା ପରେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୪ ଜାନୁଆରୀରେ ହିନ୍ଦୁସ୍ତାନ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦ ଅନୁଯାୟୀ କୃଷକ ଆନ୍ଦୋଳନ ସମର୍ଥନ କରି ଗାଜିପୁରରେ ଆୟୋଜିତ ହେବାକୁ ଥିବା ଟ୍ରାକ୍ଟର ରେଲିକୁ ରୋକିବା ପାଇଁ ପୋଲିସ କଡ଼ିକଡି କରିଛି। ପେଟ୍ରୋଲ୍ ପମ୍ପରେ ଟ୍ରାକ୍ଟର ଏବଂ ବୋତଲରେ ତେଲ ଦେବାକୁ ପୋଲିସ ମନା କରି ଦେଇଥିଲା। ପୋଲିସ ମୁଖ୍ୟ ସୁହାୱାଲଙ୍କ ଦ୍ଵାରା ଦିଆ ଯାଇଥିବା ନୋଟିସରେ କୁହା ଯାଇଥିଲା ଯେ ୨୬ ଜାନୁଆରୀକୁ ଦୃଷ୍ଟିରେ ରଖି ରାଜ୍ୟରେ ଏକ ହାଇ ଆଲର୍ଟ ଜାରି କରା ଯାଇଅଛି। ଧାରା ୧୪୪ ପ୍ରଭାବଶାଳୀ ରହିବା। କୃଷକ ମାନେ ବିଭିନ୍ନ ସ୍ଥାନରେ ଟ୍ରାକ୍ଟର ମାର୍ଚ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିଚାଳନା କରିବାର ସମ୍ଭାବନା ରହିଛି। ଏହି କାରଣରୁ ଟ୍ରାକ୍ଟର ଚଳାଚଳ ନିଷେଧ କରା ଯାଇଅଛି।
ଏଥିସହ ସେଦପୁର ପୋଲିସ ଥାନା ଅଞ୍ଚଳରେ ଥିବା ଏକ ପେଟ୍ରୋଲ୍ ପମ୍ପରେ ନୋଟିସ ମଧ୍ୟ ଲଗାଯାଇଅଛି। ଏହି ନୋଟିସ ଅନୁଯାୟୀ ଟ୍ରାକ୍ଟର ଏବଂ ବୋତଲରେ ତେଲ ନଦେବା ପାଇଁ ସେଦପୁର ପୋଲିସ ଦ୍ଵାରା ବାରଣ କରା ଯାଇଅଛି।


ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପେଟ୍ରୋଲ ପମ୍ପରେ ଲାଗିଥିବା ନୋଟିସର ଫୋଟୋ ଉତ୍ତରପ୍ରଦେଶର ବାରାନାସିର ସେଦପୁର ଅଞ୍ଚଳର ଫୋଟୋ ଅଟେ। ୨୬ ଜାନୁଆରୀକୁ ଦୃଷ୍ଟିରେ ଏହି ନିଯମାବଳୀ ଜାରି କରା ଯାଇଥିଲା।

Title:କ’ଣ ଦିଲ୍ଲୀ ପୋଲିସ ୨୬ ଜାଉଆରି ପାଇଁ ଟ୍ରାକ୍ଟରରେ ପେଟ୍ରୋଲ୍ ଦିଆ ଜୀବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False