
ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଆରମ୍ଭ ହେବା ପରଠାରୁ ସୋସିଆଲ ମିଡିଆରେ ଏହା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଥିରେ ରାତ୍ରି ସମୟରେ କିଛି କ୍ଷେପଣାସ୍ତ୍ରରେ ଆକ୍ରମଣ କରା ଯାଉଛି। ଦାବି ଅନୁଯାୟୀ ଏହା ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପାଲେଷ୍ଟାଇନ-ଇଜ୍ରାଏଲ୍ ଯୁଧ୍ୟର ପୁରୁଣା ଭିଡିଓକୁ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଲା ଭେଙ୍ଗାର୍ଡିଆ ନାମକ ୟୁଟ୍ୟୁବ ଚ୍ୟାନାଲରେ ୧୨ ମଇ ୨୦୨୧ ମସିହାରେ ଅପ୍ଲୋଡ ହେଇଥିବା ମିଳିଲା। ଏହି ଭିଡିଓର କ୍ୟାପ୍ସନ୍ ରେ କୁହା ଯାଇଛି ଯେ ପାଲେଷ୍ଟାଇନ ସେନା ଗାଜା ସହରରୁ ଇଜ୍ରାଏଲ୍ ର ଟେଲ୍ ଏଭିବ୍ ସହର ଉପରେ ୧୩୦ ଟି କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା।
୧୧ ମଇ ୨୦୨୧ ମସିହାର ବିବିସି ର ଏକ ରିପୋର୍ଟ ଅନୁଯାୟୀ, ଇଜ୍ରାଏଲ ଗାଜାର ଏକ ଟାୱାର ଧ୍ଵଂସ କରିବା ପରେ ପାଲେଷ୍ଟାଇନ ସନ୍ତ୍ରାସବାଦୀ ଇଲ୍ରାଏଲର ଟେଲ୍ ଏଭିବ୍ ସହର ଉପରେ ୧୩୦ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩ ଟି ଇଜ୍ରାଏଲ ନାଗରିକ ଏବଂ ୨୮ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଭିଡିଓ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ପାଲେଷ୍ଟାଇନ-ଇଜ୍ରାଏଲ୍ ଯୁଧ୍ୟର ପୁରୁଣା ଭିଡିଓକୁ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶହି ଦାବି ସହିତ ଭାଇରାଲ କରା ଯାଉଛି।

Title:ପାଲେଷ୍ଟାଇନ-ଇଜ୍ରାଏଲ୍ ଯୁଧ୍ୟର ପୁରୁଣା ଭିଡିଓକୁ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶହି ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
