
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବଡି ବିଲଡରଙ୍କୁ ଅପମାନ କରି ମଞ୍ଚରୁ ଉଲହାଇବା ପାଇଁ କୁହା ଯାଉଛି। ଏହି ବ୍ୟବହାରରୁ ରାଗି ସେ ନିଜ ପୁରସ୍କାରକୁ ଗୋଇଣ୍ଠା ମାରିଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଜାତି ଏବଂ ଧର୍ମ ନାମରେ ସେହି ବଡି ବିଲଡରଙ୍କୁ ଅପମାନ କରା ଯାଉଛି।
ଫ୍ୟାକ୍ଟ କ୍ରେସେଣ୍ଡୋ ର ପାଠକମାନେ ଏହି ଭିଡିଓକୁ ଆମର ୱ୍ହାଟ୍ସ ଆପ୍ ଫ୍ୟାକ୍ଟଲାଇନ୍ ନମ୍ବର (9049053770) କୁ ପଠାଇ ଫ୍ୟାକ୍ଟ-ଯାଞ୍ଚ କରିବାକୁ ଅନୁରୋଧ କରିଥିଲେ।
ଯାଞ୍ଚ ପରେ, ଏହା ଜଣାପଡିଛି ଯେ ଏହି ଦାବି ମିଥ୍ୟା ଅଟେ। ଏହି ଭିଡିଓ ବାଂଲାଦେଶର ଅଟେ ଏବଂ ଏହି ବଡି ବିଲଡର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ନ ପାଇ ଥିବାରୁ ନିଜ କ୍ରୋଧ ପ୍ରକାଶ କରିଥିଲେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଭେଦଭାବର ନଗ୍ନ ଚିତ୍ର…ଜାତି ନାମରେ ଧର୍ମ ନାମରେ କାହାରିକୁ ସମ୍ମାନ ନଦେବା ମୌଳିକ ଅଧିକାରର ଉଲ୍ଲଂଘନ”
ଆମ ଅନୁସନ୍ଧାନ:
ଆମେ ଭିଡିଓରେ ଦେଖିବାକୁ ପାଇଲୁ ଯେ ମଞ୍ଚରେ ‘ୱି ଆର ଆଇଏଫବିବି (We are IFBB)’ ଉଲ୍ଲେଖ ହେଇଛି। ଗୁଗୁଲରେ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ‘ବାଂଲାଦେଶ ବଡି ବିଲଡିଙ୍ଗ ଫେଡେରେସନ୍’ ଦ୍ଵାରା ୨୩ ଡିସେମ୍ବର ୨୦୨୨ ରେ ଆୟୋଜିତ କରା ଯାଇଥିଲା।
ଏହି ପ୍ରତିଯୋଗୀତାର ଏକ ଭିଡିଓ ବାଂଲାଦେଶ ବଡି ବିଲଡିଙ୍ଗ ଫେଡେରେସନର ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ଉପଲବ୍ଧ ଅଛି। ସୂଚନା ଅନୁଯାୟୀ ପ୍ରତିଯୋଗୀଙ୍କ ନାମ ହେଉଛି ‘ଜାହିଦ ହସନ୍’।
ଏହି ଟୁର୍ନାମେଣ୍ଟ ପାଇଁ ସେ ପ୍ରାୟ ଅଢେଇ ଲକ୍ଷ ବାଂଲାଦେଶି ଟଙ୍କା ଖର୍ଚ୍ଚ କରିଥିଲେ। ତେବେ ସେ ଅନ୍ତିମ ରାଉଣ୍ଡରେ ରନର୍ ଅପ୍ ଭାବରେ ମନୋନୀତ ହୋଇଥିବାରୁ ସେ କ୍ରୋଧିତ ହୋଇଥିଲେ। ରାଗରେ ସେ ପୁରସ୍କାରକୁ ଗୋଇଣ୍ଠା ମାରିଥିଲେ।
ଉପରୋକ୍ତ ଭିଡିଓରେ ଏହା ସ୍ପଷ୍ଟ ଯେ ପଦକ ପାଇବା ପରେ ହାସନଙ୍କୁ ଅନ୍ୟ ବିଜେତାମାନଙ୍କ ସହ ଛିଡା ହେବାକୁ କୁହାଯାଇଥିଲା। ତେବେ ସେ ଜଣେ ଦଳିତ କିମ୍ବା ନିମ୍ନ ଜାତିର ହେଇଥିବା ଦାବି ନିତ୍ୟା ଅଟେ।
ଏହି ଘଟଣା ପରେ ବାଂଲାଦେଶ ବଡି ବିଲଡିଂ ଫେଡେରେସନ୍ ଏକ ଲିଫଲେଟ୍ ଜାରି କରି ସୂଚନା ଦେଇଛି ଯେ ହାସନଙ୍କୁ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଆଜୀବନ ବାରଣ କରାଯାଇଛି। ହାସନଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଫେଡେରେସନ୍ ସ୍ପଷ୍ଟ କରିଛି ଯେ ପ୍ରତିଯୋଗିତାର ଫଳାଫଳ ନିରପେକ୍ଷ ଭାବରେ ନିଷ୍ପତ୍ତି ହୋଇଛି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ବଡି ବିଲଡିଂ ପ୍ରତିଯୋଗିତାର ବିଜେତା ଜଣେ ଦଳିତ ହୋଇଥିବାରୁ ତାଙ୍କୁ ମଞ୍ଚରୁ ଉଲହାଇଯିବା ଯିବା ପାଇଁ କୁହା ଯାଇନଥିଲା। ଏହି ଭିଡିଓ ବାଂଲାଦେଶର ଅଟେ। ବିଜେତା ଭାବରେ ମନୋନୀତ ହୋଇ ନ ଥିବାରୁ ଜାହିଦ ହାସନ ପୁରସ୍କାର ଫିଙ୍ଗି ନିଜର କ୍ରୋଧ ପ୍ରକାଶ କରିଥିଲେ।

Title:ମଞ୍ଚରେ ଠିଆ ହେବାକୁ ଅନୁମତି ନଦେବା ପରେ ଦଲିତ ବଡି ବିଲଡର ନିଜ ପୁରସ୍କାରକୁ ଗୋଇଣ୍ଠା ମାରିଥିଲେକି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Partly False
