
ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ହଜାର ସଂଖ୍ୟାର କୁକୁଡ଼ା ଛୁଆ ବୁଲୁଥିବାର ଦେଖା ଯାଉଛିନ୍ତି। ଭିଡ଼ିଓରେ ଦାବି କରାଯାଇଛି ଯେ, କରୋନା ପାଇଁ ଆସାମରେ ହଜାର ସଂଖ୍ୟାର ଅଣ୍ଡା ଫିଙ୍ଗି ଦେଇଥିଲେ। କିନ୍ତୁ ଭଗବାନଙ୍କ ଦୟାରୁ ଆସାମରେ ଆପେ ଆପେ କୁକୁଡ଼ା ଛୁଆ ହଜାର ସଂଖ୍ୟାରେ ଜନ୍ମ ନେଇଛନ୍ତି। ଏହି ପୋଷ୍ଟଟି ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। କୋରୋନା ଆତଙ୍କରେ କୁକୁଡ଼ା ଅଣ୍ଡାକୁ ଫିଙ୍ଗି ଦିଆ ଯାଇଥିଲେ। ତଳେ ଭିଡ଼ିଓ ଦେଖନ୍ତୁ।
ତେବେ କଣ ଆସାମରେ କୋରୋନା ଡରରେ ହଜାର ସଂଖ୍ୟାର ଅଣ୍ଡା ଫିଙ୍ଗୀ ଦିଆ ଯାଇଥିଲା। ଯେଉଁଥିରୁ ଆପେ ଆପେ କୁକୁଡ଼ା ଛୁଆ ଜନ୍ମ ନେଇଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରୁଲୁ। ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ-
ଉପରୋକ୍ତ ପୋଷ୍ଟରେ ଦିଆଯାଇଥିବା ଦାବିର ସତ୍ୟତା ଯାଞ୍ଚ କରିବା ଆବଶ୍ୟକ ମନେ ହେଉଥିବାରୁ ଆମେ ଆମର ଅନୁସନ୍ଧାନ ଆରମ୍ଭ କରିଛୁ। ପ୍ରଥମେ ଆମେ ପୋଷ୍ଟ ସହିତ ଅଂଶୀଦାର ହୋଇଥିବା ଭିଡିଓର ଏକ ସ୍କ୍ରିନସଟ୍ ନେଇ ଗୁଗୁଲ୍ ରିଭର୍ସ ଇମେଜ୍ ମାଧ୍ୟମରେ ଖୋଜିଲୁ ଏବଂ ଆମେ ଅନେକ ଫଳାଫଳ ପାଇଲୁ |
ଉପରୋକ୍ତ ଫଳାଫଳଗୁଡିକରୁ, ଏହି ଭିଡିଓ ଆମକୁ ପାକିସ୍ତାନ ୟୁଟ୍ୟୁବ ଚ୍ୟାନେଲ Life with safuraରେ ମିଳିଲା। ଭାଇରାଲ ଭିଡ଼ିଓ ମାର୍ଚ୍ଚ 28, 2020 ରେ ଚ୍ୟାନେଲରେ ଅପଲୋଡ କରାଯାଇଥିଲା। ଭିଡ଼ିଓର ଶଇର୍ଷକରେ ଲେଖା ଯାଇଛି ଯେ, ଭାଇରାଲ ଭିଡ଼ିଓ ସୁରଜାନି ଟାଉନ୍ କରାଚି, ପାକିସ୍ତାନ (surjani town karachi)ର ଅଟେ । ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ ଫଭାଇରାଲ ଭିଡ଼ିଓ All About Here ଥିବା ଅନ୍ୟ ଜଣେ ପାକିସ୍ତାନୀ ଫେସବୁକ୍ରେ ମାର୍ଚ୍ଚ 27 ରେ ସେୟାର କରିଥିଲେ। ଏଥିରେ କୁହାଯାଇଛି ଯେ କୌଣସି ଜୀବାଣୁ ଯାଞ୍ଚ କରିବା ପାଇଁ ଏହି କୁକୁଡ଼ାମାନଙ୍କୁ ନିଆଯାଉଛି। ତଳେ ଲିଙ୍କ ଦେଖନ୍ତୁ।
ପରେ ଅଧିକ ସୂଚନା ପାଇଁ ଆମେ ଅଧିକ ଅନୁସନ୍ଧାନ କଲୁ ଏବଂ ଗୁଗୁଲରେ ବିଭିନ୍ନ କୀ ଶବ୍ଦ ସହିତ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ 28 ମାର୍ଚ୍ଚରେ ପ୍ରକାଶିତ ହୋଇଥିବା ଏକ ଖବର GNN ପାକିସ୍ତାନି ୟୁଟ୍ୟୁବ ଚ୍ୟାନେଲରୁ ପାଇଲୁ। ପାକିସ୍ତାନି ନ୍ୟୁଜ ଚ୍ୟାନେଲରୁ ସୁଚନା ମିଳିଲା ଯେ, କିଛି ଚୋର ଅଣ୍ଡା ଚୋରି କରି ନେଇଥିଲେ । କ୍ନିତୁ କୌଣସି କାରଣରୁ ସେମାନେ ଅଣ୍ଟା ସେଠାରେ ଫିଙ୍ଗି ଚାଲିଯାଇଥିଲେ। ପରେ ଗରମରୁ ଅଣ୍ଡାରୁ ଛୁଆ ଜନ୍ମ ହୋଇ ଯାଇଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, କୁକୁଡ଼ା ଛୁଆ ବୁଲୁଥିବାର ଭାଇରାଲ ଭିଡ଼ିଓ ଆସାମର ନୁହଁ ବରଂ ପାକିସ୍ତାନ, କରାଚିର ଅଟେ। ଏହା ଛଡ଼ା ଆମେ ସ୍ପଷ୍ଟ ହେଲୁ ଯେ, କିଛି ଚୋର ଅଣ୍ଡା ଚୋରି କରି ସେଠାରେ ଫିଙ୍ଗି ଚାଲିଯାଇଥିଲେ ଏବଂ ପରେ ଗରମରୁ ଅଣ୍ଡାରୁ ଛୁଆ ବାହାରି ଆସିଛନ୍ତି। ଭାଇରାଲ ଫୋଟୋର କୋରୋନା ସହ କୌଣସି ସମ୍ପର୍କ ନାହିଁ।

Title:କୁକୁଡ଼ା ଛୁଆ ବୁଲୁଥିବା ଭାଇରାଲ ଭିଡ଼ିଓ ଆସାମର ନୁହେଁ ବରଂ ପାକିସ୍ତାନ,କରାଚିର ଅଟେ। ଭିଡ଼ିଓର କୋରୋନା ସହ କୌଣସି ସମ୍ପର୍କ ନାହିଁ।
Fact Check By: Saritadevi SamalResult: False