କ’ଣ ଏହା ଓଡ଼ିଶା ସରକାରର ମୋ ସାଇକଲ୍ ଯୋଜନାର ଏକ ଫୋଟୋ ଯେଉଁଠାରେ ସାଇକଲ୍ ବରବାଦ ହେଇ ପଡ଼ିଛି? ଜାଣନ୍ତୁ ସତ୍ୟତା

False Political

୨୦୨୪ ଲୋକସଭା ନିର୍ବାଚନ ସମୟରେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ନବୀନ ସରକାର ଉପରେ ଅଭିଯୋଗ ଆଣି ଗୋଟିଏ ଫୋଟୋ ସେୟାର କରୁଛନ୍ତି। ଫୋଟୋରେ ଜଣେ ବ୍ୟକ୍ତି ଏକ ନଷ୍ଟ ବା ବରବାଦ ହୋଇଥିବା ସାଇକଲ୍ ନିକଟରେ ଚିଡ଼ା ହୋଇଛି। ଦାବି କରା ଯାଉଛି ଯେ ଏହି ସାଇକଲ୍ ଗୁଡ଼ିକ ମୋ ସାଇକଲ୍ ଅଟେ ଯାହା ନବୀନ ସରକାର ଆରମ୍ଭ କରିଥିଲା। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଚୀନ ଦେଶର ଫୋଟୋ ଅଟେ ଏବଂ ଏହାର ମୋ ସାଇକଲ୍ ସହିତ କୌଣସି ସମ୍ବନ୍ଧ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଏମିତି ଅନାବନା ଯୋଜନା କାହିଁକି ? *ଏହାତ ଜନତା ଙ୍କ ଟାକ୍ସ ଵରଵାଦ ହେଉଛି । *ଆଉ ଲକ୍ଷ୍ମୀ ବସ୍ ଯୋଜନା???

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୫ ଜୁନ୍ ୨୦୧୮ ରେ ଏକ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ ଏହି ଫୋଟୋ ଚୀନର ଅଟେ। 

ସମାନ ଫୋଟୋ ଆମକୁ ର୍ୟୁଟର୍ସ ୱେବସାଇଟରେ ମଧ୍ୟ ୨୦୧୮ ରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଚାଇନାରେ ବାଇକ୍ ସେୟାରିଙ୍ଗ ଯୋଜନା ଆରମ୍ଭ ହେବା ପରେ ସାଇକଲ୍ ଉତ୍ପାଦନ ଚାହିଦା ଠାରୁ ଅଧିକ ହେବାକୁ ଲାଗିଛି। ସେଥିପାଇଁ ଚାଇନାରେ ଏପରି ସାଇକଲ୍ ବରବାଦ ହେଉଥିବା ଦେଖିବାକୁ ମିଳିଛି। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଚୀନ ଦେଶର ଏକ ପୁରୁଣା ଫୋଟୋକୁ ଓଡିଶାର ମୋ ସାଇକଲ୍ ନଷ୍ଟ ହେଉଥିବା ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ଏହା ଓଡ଼ିଶା ସରକାରର ମୋ ସାଇକଲ୍ ଯୋଜନାର ଏକ ଫୋଟୋ ଯେଉଁଠାରେ ସାଇକଲ୍ ବରବାଦ ହେଇ ପଡ଼ିଛି? ଜାଣନ୍ତୁ ସତ୍ୟତା

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *