ଦିଲ୍ଲୀ ରେଳ ଷ୍ଟେସନର ଏକ କାଳ୍ପନିକ ଡିଜାଇନକୁ ଅଯୋଧ୍ୟା ରେଳ ଷ୍ଟେସନ ଦାବିରେ ଭାଇରାଲ କରାଯାଉଛି।

False Social

ଉତ୍ତର ପ୍ରଦେଶ ନିର୍ବାଚନ ଯେତିକି ପାଖକୁ ଆସୁଛି ସେତିକି ଅଧିକ ଫଟୋ ଏବଂ ଖବର ଯୋଗୀ ଆଦିତ୍ୟନାଥ ନାମରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏକ ରେଳ ଷ୍ଟେସନ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଭାଇରାଲ ଫଟୋ ଅଯୋଧ୍ୟାର ଅଟେ। ଭାଇରାଲ ଫଟୋକୁ ଯୋଗି ଆଦିତ୍ୟନାଥଙ୍କ ସଫଳତାର ପ୍ରଶଂସା କରି ପୋଷ୍ଟ କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ। 

19 ସେପ୍ଟେମ୍ବରରେ Voice Of PB GODA ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏ ହେଉଛି 1947 ପରେ ଦେଶର ସବୁଠୁ ଗରିବ ରାଜ୍ୟର ଏବେ କାର ଦୃଶ୍ୟ ଆଉ ଏହା ଆଜି ସମ୍ଭବ ହେଇ ପାରିଛି ଜଣେ ଯୋଗ୍ୟ ଶାସକଙ୍କ ପାଇଁ। ଏହା ଅଯୋଧ୍ୟାର ରେଳ ଷ୍ଟେସନ ଅଟେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅଧିକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

18 ସେପ୍ଟେମ୍ବରରେ Krish Krishna  ନାମକ ଜଣେ ଫେସବୁକ ୟୁଜର ମଧ୍ୟ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଏହା ହେଉଛି ଅଯୋଧ୍ୟା ରେଳ ଷ୍ଟେସନ ଯାହା ଖୁବ୍ ଶୀଘ୍ର ଦେଶ ପାଇଁ ଉତ୍ସର୍ଗୀକୃତ ହେବ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଏବଂ କମେଣ୍ଟ ମଧ୍ୟ ମିଳିଛି।  ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଭାଇରାଲ ରେଳ ଷ୍ଟେସନ ଅଯୋଧ୍ୟାର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳାଲ। emiliaorbita ପେଜରେ ଭାଇରାଲ ଫଟୋ ପୋଷ୍ଟ ହୋଇଥିବାର ପାଇଲୁ। ଭାଇରାଲ ଫଟୋ 9 ମେ 2016ରେ ପ୍ରକାଶିତ ହୋଇଥିବାର ପାଇଲୁ। ଖବର ଅନୁସାରେ ଭାଇରାଲ ଫଟୋ ନୂଆଦିଲ୍ଲୀ ରେଳ ଷ୍ଟେସନ ଏକ କାଳ୍ପନିକ ଚିତ୍ର ଅଟେ। ଯାହାକୁ 2050 ମସିହାର ଭବିଷ୍ୟତ ରେଳ ଷ୍ଟେସନ ଡିଜାଇନ୍ ବୋଲି  ଲେଖାଯାଇଛି।  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- emiliaorbita । Archive

17 ଫେବୃଆରି 2020ରେ livehindustan ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଆସନ୍ତା କିଛି ବର୍ଷ ମଧ୍ୟରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ପରିବର୍ତ୍ତନ ଆସିବ। ଦେଶର ରାଜଧାନୀରେ ଅବସ୍ଥିତ ଏହି ଷ୍ଟେସନକୁ ନବୀକରଣ ହେବାକୁ ଯାଉଛି। ଏହି ସମଗ୍ର ପ୍ରକ୍ରିୟାରେ 6500 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ।  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- livehindustan। Archive

navbharattimes ଏବଂ india infra hub ନ୍ୟୁଜ ପେଜରେ ମଧ୍ୟ ଭାଇରାଲ ଖବର ପାଇଲୁ। ଯେଉଁଥିରେ ଲେଖାଯାଇଛି ଯେ, ଆସନ୍ତା କିଛି ବର୍ଷ ମଧ୍ୟରେ ଦିଲ୍ଲୀ ରେଳ ଷ୍ଟେସନର ରୂପ ଏପରି ବଦଳି ଯିବ। ପୀୟୁଷ ଗୋୟଲଙ୍କ ନେତୃତ୍ୱରେ ଭାରତୀୟ ରେଳବାଇରେ ବହୁତ ଉନ୍ନତି ହୋଇଛି। ରେଳବାଇ ବର୍ତ୍ତମାନ ଦିଲ୍ଲୀ ରେଳ ଷ୍ଟେସନକୁ ସୌନ୍ଦର୍ଯ୍ୟକରଣ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ 6500 କୋଟି ଖର୍ଚ୍ଚ ହେବ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- navbharattimesindia infra hub

ଶେଷକଥା

ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଅଯୋଧ୍ୟା ରେଳ ଷ୍ଟେସନ ଦାବିରେ ଭାଇରାଲ ହେଉଥିବା ଫଟୋ ଦିଲ୍ଲୀ ରେଳ ଷ୍ଟେସନର ଏକ କାଳ୍ପନିକ  ଡିଜାଇନ୍ ଅଟେ।

Avatar

Title:ଦିଲ୍ଲୀ ରେଳ ଷ୍ଟେସନର ଏକ କାଳ୍ପନିକ ଡିଜାଇନକୁ ଅଯୋଧ୍ୟା ରେଳ ଷ୍ଟେସନ ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *