
୩ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୦ କି.ମି ଲାମ୍ବା ଅତଳ ଟନେଲର ଉଦ୍ଘାଟନ କରି ଥିଲେ। ଏହି ତନେଲ ୧୦,୦୦୦ ମିଟର ଉଚ୍ଚରେ ନିର୍ମାଣ ହେଇଥିବାର ଦୁନିଆର ସବୁଠାରୁ ଲାମ୍ବା ତନେଲ ଅଟେ। ପ୍ରଧାନମନ୍ତ୍ରୀ ଟନେଲ ଉଦ୍ଘାଟନ କରିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଫୋଟୋ ଭାଇରାଲ ହେଇଛି।
ପୋଷ୍ଟ କରା ଯାଇଥିବା ଫୋଟୋ ଯାଞ୍ଚ କରିଲା ପରେ ଫେକ୍ଟ କୃସେଣ୍ଡୋ ଏହି ଦାବି କୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି କରା ଯାଇଅଛି?
କିଛିଟା ଫୋଟୋ ପୋଷ୍ଟ କରି ଦାବି କରା ଯାଇଅଛି ଯେ ଏହା ଅଟଳ ଟନେଲର ଫୋଟୋ ଅଟେ ଯାହାକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। “ବାଜପାୟୀଙ୍କ ୧୪ ବର୍ଷ ସ୍ଵପ୍ନ ପୂରଣ ହେବା ସହିତ ଭାରତର ଏହା ଭୂତଳ ଅସ୍ତ୍ର ତଥା ଲେହ-ମନାଲୀ ରୋହତାଙ୍ଗ ଅତଳ ଟନେଲ କାର୍ଜ୍ଯକ୍ଷମ ହେବ।“

ଟୁଇଟରରେ ମଧ୍ୟ ସମାନ ଦାବି ସହିତ ଭାଇରାଲ କରା ଯାଇଅଛି।
ଆମ ଅନୁସନ୍ଧାନ:
ଫୋଟୋ ୧:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲ ରେ ଯାଇ ଏହି ଫୋଟୋ ଗୁଡ଼ିକର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍କ୍ହ କରିଲା ପରେ ଆମକୁ ୨୬ ମାର୍ଚ ୨୦୧୩ ମସିହାରେ ଆମେରିକାର ସିବିଏସ ପତ୍ରିକାରେ ଏହି ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ସମ୍ବାଦ ପତ୍ରିକାର ଅନୁଛେଦରେ କୁହା ଯାଇଅଛି ଯେ ଏହି ଟନେଲର ନିର୍ମାଣ ସାନ୍ ପେଡ୍ରୋ ପାହାଡ଼ରେ କରା ଯାଇଅଛି। ଏହା ପ୍ରାୟ ୨.୫ କି.ମି ଲାମ୍ବା ଅଟେ ଯେଉଁଟା ପ୍ରଶାନ୍ତ ମାହାସାଗର ନିକଟରେ ନିର୍ମାଣ କରା ଯାଇଅଛି। ଏହାର ନିର୍ମାଣରେ ୪୩୯ ମିଲିୟନ ଡଲାର ଖରଚ ହେଇଛି।

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ୟୁଟ୍ୟୁବରେ ସର୍ଚ କରିଲା ପରେ ଆମକୁ ଏହି ଟନେଲର ଗୋଟିଏ ଭିଡିଓ ଦେଖିବାକୁ ମିଳିଲା। ୨୩ ଅଗଷ୍ଟ ୨୦୧୩ ମସିହାର ଏହି ଭିଡିଓ ଗୋଟିଏ ଗାଡ଼ି ଭିତରୁ ସୂଟ୍ କରା ଯାଇଅଛି। ରୋଡ଼ୱେୱୀଜ ନାମକ ଏହି ୟୁଟ୍ୟୁବ ଚ୍ୟାନାଲରେ ଲେଖା ଯାଇଅଛି ଯେ ଏହି ଟନେଲର ନାମ ଟମ୍ ଲେଣ୍ଟାସ ଟନେଲ ଅଟେ ଯାହାର ନିର୍ମାଣ ୨୦୧୩ ମସିହାରେ ହେଇଥିଲା। ଏହି ଟନେଲ ଦେଭିଲ୍ ସ୍ଲାଇଡ୍ ଟନେଲ ନାମରେ ମଧ୍ୟ ଜଣା ଯାଏ।
ଏହା ପରେ ଆମେ ଗୁଗୁଲ ମ୍ୟାପ ସାହାଜ୍ଯତାରେ ଏହି ଟନେଲ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଟନେଲ ମ୍ୟାପରେ ଆମେରିକାରେ ଦେଖିବାକୁ ମିଳିଲା।
ଏହି ବିଷୟ ନେଇ ଆମକୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଟୁଇଟ ମିଳିଲା। ଅମିତ ଶାହ ଟୁଇଟରେ କହିଛନ୍ତି ଯେ ଅତଲ ଟନେଲ ସମଗ୍ର ଅଞ୍ଚଳ ପାଇଁ ଲାଭଦାୟକ ହେବ। ସ୍ଥାନୀୟ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା, ବ୍ୟାପାର ଏବଂ ସେନାକୁ ଏହି ଟନେଲ ପାଇଁ ଅନେକ ସୁବିଧା ହେବ।

ଏହା ପରେ ଆମେ ପୋଷ୍ଟରେ ଥିବା ବାକି ଫୋଟୋର ମଧ୍ୟ ଯାଞ୍ଚ କରି ଦେଖିଲୁ। ଅନୁସନ୍ଧାନରୁ ଜଣା ପଡ଼ିଲା ଯେ ପୋଷ୍ଟରେ ଥିବା ଅନ୍ୟ ଫୋଟୋ ଅଟଲ ତନେଲର ଫୋଟୋ ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟର ମୁଖ୍ୟ ଫୋଟୋ ଫେକ୍ ଅଟେ। ଏହି ଫୋଟୋ ଆମେରିକାର ଡେଭିଲ୍ସ ସ୍ଲାଇଡ୍ ଟନେଲର ଫୋଟୋ ଅଟେ। ପୋଷ୍ଟରେ ଥିବା ଅନ୍ୟ ଫୋଟୋ ଅଟଲ ତନେଲର ଫୋଟୋ ଅଟେ।

Title:କ’ଣ ପୋଷ୍ଟ କରା ଯାଇଥିବା ସମସ୍ତ ଫୋଟୋ ଅଟଲ ଟନେଲର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Partly False